ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ଜୁଲାଇ ପୃଷ୍ଠା ୧୦-୧୬
  • ୫-୧୧ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୫-୧୧ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ଜୁଲାଇ ପୃଷ୍ଠା ୧୦-୧୬

୫-୧୧ ଅଗଷ୍ଟ

ଗୀତସଂହିତା ୭୦–୭୨

ଗୀତ ୫୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ‘ଆସନ୍ତା ପିଢ଼ି ନିକଟରେ ତୁମ୍ଭର ବଳ’ ବିଷୟରେ କହିବି

(୧୦ ମି.)

ଦାଉଦ ଯେବେ ଯୁବା ଥିଲେ, ତେବେ ଯିହୋବା ତାଙ୍କ ସୁରକ୍ଷା କଲେ (ଗୀତ ୭୧:୫; ପ୍ର୯୯-ହି ୯/୧ ପୃ ୧୮ ¶୧୭)

ଦାଉଦଙ୍କ ବୃଦ୍ଧାବସ୍ଥା ସମୟରେ ବି ଯିହୋବା ତାଙ୍କ ସାହାଯ୍ୟ କଲେ (ଗୀତ ୭୧:୯; ସଜା୦୪-ହି ୧୦/୮ ପୃ ୨୩ ¶୩)

ଦାଉଦ ନିଜ ଜୀବନ କାହାଣୀଗୁଡ଼ିକ ଶୁଣାଇ ଯୁବାମାନଙ୍କର ସାହସ ବଢ଼ାଇଲେ (ଗୀତ ୭୧:୧୭, ୧୮; ପ୍ର୧୪-ହି ୧/୧୫ ପୃ ୨୩ ¶୪-୫)

ଏହା ସେହି ପରିବାର ଅଟେ ଯାହାର ଚିତ୍ର ପୂର୍ବ ସପ୍ତାହରେ “ପାରିବାରିକ ଉପାସନା ପାଇଁ କିଛି ଜରୁରୀ କଥା” ଭାଗରେ ଦିଆଯାଇଥିଲା । ସେମାନେ ବୃଦ୍ଧ ଦମ୍ପତ୍ତିଙ୍କୁ ପାରିବାରିକ ଉପାସନାରେ ଡାକିଛନ୍ତି । ସେହି ଦମ୍ପତ୍ତି ନିଜର ଅନୁଭୂତି କହୁଛି, ଚିତ୍ରଗୁଡ଼ିକ ଦେଖାଉଛି ଓ ସେ ପରିବାରକୁ ବହୁତ ମଜା ଲାଗୁଛି ।

ନିଜକୁ ପଚାରନ୍ତୁ: ‘ଲମ୍ବା ସମୟରୁ ଯିହୋବାଙ୍କ ସେବା କରୁଥିବା ଏପରି କେଉଁ ଭାଇ କିମ୍ବା ଭଉଣୀଙ୍କ ଇଣ୍ଟରଭ୍ୟୁ ମୁଁ ପାରିବାରିକ ଉପାସନାରେ ନେବା ପାଇଁ ଚାହିଁବି ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୭୨:୮—ଆଦି ପୁସ୍ତକ ୧୫:୧୮ ପଦରେ ଯିହୋବା ଅବ୍ରହାମଙ୍କୁ ଯେଉଁ ପ୍ରତିଜ୍ଞା କଲେ, ତାହା କିପରି ରାଜା ଶଲୋମନଙ୍କ ଶାସନ ସମୟରେ ପୂରା ହେଲା ? (ଇନସାଇଟ୍‌-୧ ପୃ ୭୬୮)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୭୧:୧-୨୪ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଯେବେ ଘରମାଲିକ ଯୁକ୍ତିତର୍କ କରିବାକୁ ଲାଗନ୍ତି, ତେବେ ପ୍ରେମର ସହ କଥାବାର୍ତ୍ତା ବନ୍ଦ କରିଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଆପଣଙ୍କ କୌଣସି ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ, ଯିଏ ବାଇବଲ ଅଧ୍ୟୟନ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୪)

୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୫ ମି.) ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ୪୯—ଭାଷଣ: ଯିହୋବାଙ୍କ ସାକ୍ଷୀ କିଛି ବିଷୟରେ ଆଗରୁ ଯାହା ମାନୁଥିଲେ, ସେଥିରେ କାହିଁକି ପରିବର୍ତ୍ତନ କରନ୍ତି ? (ଶିଖାଇବା ଅଧ୍ୟୟନ ୧୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୭୬

୭. ପାରିବାରିକ ଉପାସନା କିପରି କରିବା ?

(୧୫ ମି.) ଆଲୋଚନା ।

ସେହି ପରିବାର ଛିଡ଼ା ହୋଇ ରାଜ୍ୟ ଗୀତ ଗାଇବାର ଅଭ୍ୟାସ କରୁଛି ।
ସେହି ପରିବାର JW ବ୍ରୋଡକାଷ୍ଟିଙ୍ଗ୍‌ର ଗୋଟିଏ କାର୍ଯ୍ୟକ୍ରମ ଦେଖୁଛି ।
ଗୋଟିଏ ପାରିବାରିକ ଉପାସନା ସମୟରେ ଝିଅ ନିଜ ମାଆ ସହିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ ଅଭ୍ୟାସ କରୁଛି ।

ପାରିବାରିକ ଉପାସନା ଖ୍ରୀଷ୍ଟିୟାନ ପରିବାର ପାଇଁ ଗୋଟିଏ ଜରୁରୀ ସମୟ ରହେ । ଏହି ସମୟରେ ପିଲାମାନଙ୍କୁ “ପ୍ରଭୁଙ୍କ ଶିକ୍ଷା ଓ ଚେତନା” ଦିଆଯାଏ ଅର୍ଥାତ୍‌ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଶିଖାଯାଏ ଏବଂ ବୁଝାଯାଏ । (ଏଫି ୬:୪) ଏହା ସତ ଯେ ବାଇବଲର ସତ୍ୟଗୁଡ଼ିକୁ ଶିଖିବା ପାଇଁ ପରିଶ୍ରମ କରିବାକୁ ପଡ଼େ, କିନ୍ତୁ ଏହା ପିଲାମାନଙ୍କ ପାଇଁ ମଜାଦାର ବି ହୋଇପାରେ, ବିଶେଷ କରି ସେସମୟରେ ଯେବେ ଏବିଷୟରେ ସେମାନଙ୍କୁ ଜାଣିବା ପାଇଁ ଇଚ୍ଛା ହୁଏ । (ଯୋହ ୬:୨୭; ୧ପିତ ୨:୨) “ପାରିବାରିକ ଉପାସନା ପାଇଁ ପରାମର୍ଶ” ବକ୍ସ ସାହାଯ୍ୟରୁ ବାପାମାଆ ପାରିବାରିକ ଉପାସନାରେ ପିଲାମାନଙ୍କୁ ଭଲଭାବେ ଶିଖାଇପାରିବେ ଓ ତାହାକୁ ଆହୁରି ମଜାଦାର ବି କରିପାରିବେ । ଏହି ବକ୍ସର କିଛି କଥାଗୁଡ଼ିକ ବିଷୟରେ କହନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆପଣ କେଉଁ ପରାମର୍ଶ ଆପଣାଇବା ପାଇଁ ଚାହିଁବେ ?

  • ଏହି ପରାମର୍ଶଗୁଡ଼ିକ ଛଡ଼ା କʼଣ ଆପଣ ଆଉ କିଛି କରିଛନ୍ତି ଯାହା ଲାଭଦାୟକ ରହିଛି ?

ପାରିବାରିକ ଉପାସନା ପାଇଁ ପରାମର୍ଶ

ବାଇବଲ:

  • ପ୍ରତି ସପ୍ତାହ ପଢ଼ିବା ପାଇଁ ବାଇବଲର ଯେଉଁ ଅଧ୍ୟାୟଗୁଡ଼ିକ ରହେ, ସେଗୁଡ଼ିକର ଅଡିଓ ରେକଡିଙ୍ଗ୍‌ ଶୁଣନ୍ତୁ । କିମ୍ବା ଜଣେ ଜଣେ କରି ଜୋର୍‌ରେ ସେହି ଅଧ୍ୟାୟଗୁଡ଼ିକୁ ପଢ଼ନ୍ତୁ । ଯଦି ସେହି ଅଧ୍ୟାୟଗୁଡ଼ିକରେ ଅଲଗା ଅଲଗା ଚରିତ୍ର ବିଷୟରେ ଲେଖାଯାଇଛି, ତାହେଲେ ଜଣେ ଜଣେ କରି ସେହି ଚରିତ୍ରଗୁଡ଼ିକୁ ପଢ଼ିପାରିବେ

  • ଆର ସପ୍ତାହ ପଢ଼ିବା ପାଇଁ ବାଇବଲର ଯେଉଁ ଅଧ୍ୟାୟଗୁଡ଼ିକ ଦିଆଯାଇଛି, ସେହି ଅଧ୍ୟାୟଗୁଡ଼ିକୁ ନେଇ କିଛି ପ୍ରଶ୍ନ ପ୍ରସ୍ତୁତି କରନ୍ତୁ । ପ୍ରତ୍ୟେକ ସଦସ୍ୟଙ୍କୁ କହନ୍ତୁ ଯେ ସେମାନେ ଗୋଟିଏ ପ୍ରଶ୍ନ ବାଛିବେ, ତାʼ ଉପରେ ଅନୁସନ୍ଧାନ କରିବେ ଏବଂ ପରବର୍ତ୍ତୀ ସଭା ପୂର୍ବରୁ ଯେଉଁ ପାରିବାରିକ ଉପାସନା ଅଛି, ସେଥିରେ କହିବେ ଯେ ସେମାନେ କʼଣ ଶିଖିଲେ

  • ଗୋଟିଏ ପ୍ରଶ୍ନ ପଚାରନ୍ତୁ କିମ୍ବା ଏପରି ସମସ୍ୟା ବିଷୟରେ କହନ୍ତୁ ଯାହାର ସାମନା କରିବାକୁ ପଡ଼ିପାରେ । ତାʼପରେ ସେହି ବିଷୟରେ କେଉଁ ବାଇବଲ ସିଦ୍ଧାନ୍ତ ଲାଗୁ ହୋଇପାରିବ, ତାହା ଜାଣିବା ପାଇଁ କୌଣସି ଅନୁସନ୍ଧାନ ଉପକରଣର ବ୍ୟବହାର କରନ୍ତୁ

  • ବାଇବଲରେ ଦିଆଯାଇଥିବା କୌଣସି ଘଟଣାର ନାଟକ କରନ୍ତୁ

  • ଏପରି କାର୍ଡ ତିଆରି କରନ୍ତୁ ଯାହାର ଆରମ୍ଭରେ ଗୋଟିଏ ପଦ ଲେଖା ହୋଇଥିବ ଓ ପଛପଟେ ପଦର ଶବ୍ଦ । ତାʼପରେ ସେହି ପଦଗୁଡ଼ିକୁ ମନେରଖିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ଏହି ପଦଗୁଡ଼ିକୁ ଲୋକଙ୍କୁ ପ୍ରେମ କର—ଶିଷ୍ୟ କର ପୁସ୍ତିକାର “ଆଉ କିଛି ପରାମର୍ଶ—କରୁ” ନେଇପାରିବେ । ଗତ ସପ୍ତାହଗୁଡ଼ିକରେ ଆପଣ ଯେଉଁ କାର୍ଡ ତିଆରି କରିଥିଲେ, ସେଗୁଡ଼ିକୁ ମଧ୍ୟ ପୁଣିଥରେ ଦେଖନ୍ତୁ

  • ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ଗୋଟିଏ ଭାଗ ଉପରେ ଅଧ୍ୟୟନ କରନ୍ତୁ

  • ପରିବାରର ସମସ୍ତ ସଦସ୍ୟଙ୍କୁ jw.org ୱେବସାଇଟ୍‌ରେ “ବାଇବଲରୁ ଜାଣନ୍ତୁ” ଭାଗରେ “ପାୱିତ୍ର ଶାସ୍ତ୍ର ସେ ଜୱାବ ଜାନିଏ” ଭାଗର ଲେଖା ଉପରେ ଗୋଟିଏ ରିର୍ପୋଟ ପରିବେଶଣ କରିବା ପାଇଁ କହନ୍ତୁ

ସଭା:

  • ସଭାର କୌଣସି ଭାଗର ପ୍ରସ୍ତୁତି କରନ୍ତୁ

  • ଉତ୍ତର ପ୍ରସ୍ତୁତି କରନ୍ତୁ ଓ ତାʼର ଅଭ୍ୟାସ କରନ୍ତୁ । ସମୟର ବି ଧ୍ୟାନ ରଖନ୍ତୁ

  • ଗୀତଗୁଡ଼ିକର ଅଭ୍ୟାସ କରନ୍ତୁ

  • ଆର ଥରକୁ ସଭାର ପୂର୍ବେ କିମ୍ବା ପରେ କାହାରି ସାହସ ବଢ଼ାଇବା ପାଇଁ କʼଣ କହିବେ, ଏବିଷୟରେ ଚର୍ଚ୍ଚା କରନ୍ତୁ ଓ ଅଭ୍ୟାସ କରନ୍ତୁ

  • ପରିବାରକୁ ନିଜ ବିଦ୍ୟାର୍ଥୀ ଭାଗର ଅଭ୍ୟାସ କରିକି ଦେଖାନ୍ତୁ

ପ୍ରଚାର କାମ:

  • ଘର ଘର ପ୍ରଚାର କରିବା ପାଇଁ ପ୍ରସ୍ତୁତି କରନ୍ତୁ

  • ପୁନଃସାକ୍ଷାତ କରିବା ପାଇଁ ପ୍ରସ୍ତୁତି କରନ୍ତୁ

  • ଭାବନ୍ତୁ ଯେ ଘର ଘର ପ୍ରଚାର କରିବା ଛଡ଼ା ଆପଣ ଆଉ କେଉଁ ଉପାୟରୁ ଜଣେ ବ୍ୟକ୍ତିଙ୍କୁ ସାକ୍ଷ୍ୟ ଦେଇପାରିବେ । ତାʼପରେ ଅଭ୍ୟାସ କରନ୍ତୁ ଯେ ଆପଣ କିପରି ଖୁସି ଓ ପ୍ରେମର ସହ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିପାରିବେ

  • ସ୍ମାରକର ମାସଗୁଡ଼ିକରେ କିମ୍ବା ଯେବେ କାମ କିମ୍ବା ସ୍କୁଲରୁ ଛୁଟି ମିଳେ, ତେବେ ପୂରା ପରିବାର କିପରି ଆହୁରି ଅଧିକ ପ୍ରଚାର କରିପାରିବ, ଏବିଷୟରେ ଆଲୋଚନା କରନ୍ତୁ ଓ କିଛି ଲକ୍ଷ୍ୟ ରଖନ୍ତୁ

ପରିବାରର ଆବଶ୍ୟକତାଗୁଡ଼ିକ:

  • ଏପରି ସମସ୍ୟାଗୁଡ଼ିକର ସାମନା କରିବାର ଅଭ୍ୟାସ କରନ୍ତୁ, ଯାହାର ଆପଣଙ୍କୁ ସାମନା କରିବାକୁ ପଡ଼ୁଛି କିମ୍ବା ସାମନା କରିବାକୁ ପଡ଼ିପାରେ । ଯେପରି, ଯେବେ ନିଷ୍ପକ୍ଷ ରହିବା କଠିନ ହୁଏ, କେହି ଦାଦାଗିରି କରେ, ଡେଟିଙ୍ଗ୍‌ କରିବାର କିମ୍ବା ପର୍ବପର୍ବାଣୀଗୁଡ଼ିକରେ ଭାଗ ନେବାର ଚାପ

  • ଏପରି ପରିସ୍ଥିତିର କିପରି ସାମନା କରିବାର ଅଛି ତାହାର ଅଭ୍ୟାସ କରିବା ସମୟରେ, ପିଲାମାନେ ବାପାମାଆ ଓ ବାପାମାଆ ପିଲା ହୋଇପାରିବେ । ପିଲାମାନେ ଆଗରୁ ସେହି ପରିସ୍ଥିତି ଉପରେ ଅନୁସନ୍ଧାନ କରି ବାପାମାଆଙ୍କ ସହ ତର୍କ କରିପାରିବେ

ଆଉ କିଛି ପରାମର୍ଶ:

  • JW ବ୍ରୋଡକାଷ୍ଟିଙ୍ଗ୍‌ର କୌଣସି କାର୍ଯ୍ୟକ୍ରମ ଦେଖନ୍ତୁ ଓ ତାʼ ଉପରେ ଆଲୋଚନା କରନ୍ତୁ

  • jw.org ୱେବସାଇଟ୍‌ରେ ଦିଆଯାଇଥିବା କୌଣସି ଲେଖା ପଢ଼ନ୍ତୁ କିମ୍ବା ଭିଡିଓ ଦେଖନ୍ତୁ ଓ ତାʼ ଉପରେ ଆଲୋଚନା କରନ୍ତୁ

  • jw.org ୱେବସାଇଟ୍‌ରେ “ବାଇବଲରୁ ଜାଣନ୍ତୁ” ଭାଗରେ “କିଶୋରକିଶୋରୀ ଓ ଯୁବାମାନେ” କିମ୍ବା “ପିଲାଙ୍କ ପାଇଁ” ଭାଗରେ ଯେଉଁ ଲେଖା କିମ୍ବା ଅଭ୍ୟାସ ଦିଆଯାଇଛି, ସେଥିରୁ କିଛି କରନ୍ତୁ

  • କୌଣସି ଅଧିବେଶନ କିମ୍ବା ସମ୍ମିଳନୀରେ ନେଇଥିବା ନୋଟ୍‌ସ ଉପରେ ଆଲୋଚନା କରନ୍ତୁ

  • ଯିହୋବାଙ୍କ କୌଣସି ସୃଷ୍ଟି ଉପରେ ଧ୍ୟାନ ଦିଅନ୍ତୁ, ତାʼପରେ ଅନୁସନ୍ଧାନ କରନ୍ତୁ ଆଉ ଆଲୋଚନା କରନ୍ତୁ ଯେ ସେଥିରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ

  • ବେଳେବେଳେ ପାରିବାରିକ ଉପାସନା ପାଇଁ ଅନ୍ୟ କାହାରିକୁ ଡାକନ୍ତୁ ଓ ତାଙ୍କର ଇଣ୍ଟରଭ୍ୟୁ ନିଅନ୍ତୁ

  • ଈଶ୍ୱରଙ୍କ ସେବା ସହ ଜଡ଼ିତ ଲକ୍ଷ୍ୟ ରଖନ୍ତୁ ଓ ଆଲୋଚନା କରନ୍ତୁ ଯେ ଆପଣ କିପରି ସେଗୁଡ଼ିକୁ ହାସଲ କରିପାରିବେ

  • ମିଳିମିଶି ଗୋଟିଏ ନମୁନା ପ୍ରସ୍ତୁତି କରନ୍ତୁ, ଯେପରି ନୋହଙ୍କ ଜାହାଜ କିମ୍ବା କୌଣସି ନକ୍ସା କିମ୍ବା ଚାର୍ଟ ତିଆରି କରନ୍ତୁ

ପାରିବାରିକ ଉପାସନାକୁ ଆହୁରି ମଜାଦାର କରନ୍ତୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯଦି ଆପଣଙ୍କ ପରିବାରରେ କେହି ପିଲା ନାହାନ୍ତି, ତାହେଲେ ସ୍ୱାମୀ ନିଜ ନିଜ ସ୍ତ୍ରୀଙ୍କ ପାଇଁ ପାରିବାରିକ ଉପାସନାକୁ କିପରି ଆହୁରି ମଜାଦାର କରିପାରିବେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୨-ହି ଅଧ୍ୟୟନ ଲେଖା ୫୧ ¶୧୦-୧୯

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୨୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ