ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ଜୁଲାଇ ପୃଷ୍ଠା ୮-୯
  • ୨୯ ଜୁଲାଇ–୪ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୯ ଜୁଲାଇ–୪ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ଜୁଲାଇ ପୃଷ୍ଠା ୮-୯

୨୯ ଜୁଲାଇ–୪ ଅଗଷ୍ଟ

ଗୀତସଂହିତା ୬୯

ଗୀତ ୧୩ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯୀଶୁ ବେପାରୀ ଓ ସେମାନଙ୍କ ପଶୁଗୁଡ଼ିକୁ ମନ୍ଦିରରୁ ବାହାର କରି ଦେଉଛନ୍ତି ।

୧. ଯୀଶୁଙ୍କ ଜୀବନରେ ଯାହା କିଛି ହେଲା, ସେସବୁ ପୂର୍ବରୁ ହିଁ ଗୀତସଂହିତା ୬୯ ଅଧ୍ୟାୟରେ କୁହାଯାଇଥିଲା

(୧୦ ମି.)

ଯୀଶୁଙ୍କୁ ବିନା କାରଣରେ ଘୃଣା କରାଗଲା (ଗୀତ ୬୯:୪; ଯୋହ ୧୫:୨୪, ୨୫; ପ୍ର୧୧-ହି ୮/୧୫ ପୃ ୧୧ ¶୧୭)

ଯୀଶୁ ଉତ୍ସାହର ସହିତ ସତ୍ୟ ଉପାସନାକୁ ପ୍ରୋତ୍ସାହନ ଦେଲେ (ଗୀତ ୬୯:୯; ଯୋହ ୨:୧୩-୧୭; ପ୍ର୧୦-ହି ୧୨/୧୫ ପୃ ୮ ¶୭-୮)

ଦୁଃଖ ଯୋଗୁଁ ଯୀଶୁଙ୍କ ଅବସ୍ଥା ଖରାପ ହେଲା ଆଉ ତାଙ୍କୁ ପିତ୍ତମିଶ୍ରିତ ଦ୍ରାକ୍ଷାରସ ଦିଆଗଲା (ଗୀତ ୬୯:୨୦, ୨୧; ମାଥି ୨୭:୩୪; ଲୂକ ୨୨:୪୪; ଯୋହ ୧୯:୩୪; ସଜା୯୫-ଇଂ ୧୦/୨୨ ପୃ ୩୧ ¶୪; ଇନସାଇଟ୍‌-୨ ପୃ ୬୫୦)


ଚିନ୍ତନ ପାଇଁ: ଯିହୋବା ଏବ୍ରୀ ଶାସ୍ତ୍ରରେ ଖ୍ରୀଷ୍ଟଙ୍କ ବିଷୟରେ କାହିଁକି ଭବିଷ୍ୟତବାଣୀଗୁଡ଼ିକ ଲେଖାଇଲେ ?

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୬୯:୩୦, ୩୧—ଏହି ପଦଗୁଡ଼ିକରୁ ଆମେ ଆହୁରି ଭଲଭାବେ ପ୍ରାର୍ଥନା କରିବା ବିଷୟରେ କʼଣ ଶିଖୁ ? (ପ୍ର୯୯-ହି ୧/୧୫ ପୃ ୧୮ ¶୧୧)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୬୯:୧-୨୫ (ଶିଖାଇବା ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ଧୈର୍ଯ୍ୟ ଧରନ୍ତୁ—ଯୀଶୁ କʼଣ କଲେ ?

(୭ ମି.) ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।

୫. ଧୈର୍ଯ୍ୟ ଧରନ୍ତୁ—ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

(୮ ମି.) ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩-୫ ଏବଂ “ଏହା ବି ଦେଖନ୍ତୁ” ଭାଗ ଉପରେ ଆଧାରିତ ଆଲୋଚନା ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୩୪

୬. ମଣ୍ଡଳୀର ଆବଶ୍ୟକତା

(୫ ମି.)

୭. ପାରିବାରିକ ଉପାସନା ପାଇଁ କିଛି ଜରୁରୀ କଥା

(୧୦ ମି.) ଆଲୋଚନା ।

ଚିତ୍ରଗୁଡ଼ିକ: ୧. ଜଣେ ବାପା ପାରିବାରିକ ଉପାସନା ପୂର୍ବରୁ ପ୍ରସ୍ତୁତି କରୁଛନ୍ତି । ୨. ପରେ ସେ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ମିଶି ପାରିବାରିକ ଉପାସନା କରୁଛନ୍ତି ।

ପୂର୍ବରୁ ସପ୍ତାହ ମଝିରେ ଦୁଇଟି ସଭା ହେଉଥିଲା । ଗୋଟିଏ, ମଣ୍ଡଳୀ ପୁସ୍ତକ ଅଧ୍ୟୟନ ଏବଂ ଅନ୍ୟଟି, ଈଶ୍ୱରଙ୍କ ସେବା ସ୍କୁଲ ଓ ସେବା ସଭା । କିନ୍ତୁ ଜାନୁୟାରୀ ୨୦୦୯ ମସିହାରେ ଏହି ଦୁଇଟି ସଭାକୁ ମିଶାଇ ଗୋଟିଏ ସଭା କରି ଦିଆଗଲା । ଏହା ଯୋଗୁଁ ଭାଇଭଉଣୀମାନଙ୍କୁ ପରିବାର ସହ ମିଶି ପାରିବାରିକ ଉପାସନା କରିବା ପାଇଁ ସପ୍ତାହରେ ଗୋଟିଏ ଦିନ ମିଳିଗଲା । ଏହି ବ୍ୟବସ୍ଥା ପାଇଁ ଅନେକ ପରିବାର କୃତଜ୍ଞ ଅଛନ୍ତି, କାରଣ ଏହା ଯୋଗୁଁ ସେମାନେ ଯିହୋବାଙ୍କ ଓ ପରସ୍ପରର ଆହୁରି ନିକଟତର ହୋଇପାରିଛନ୍ତି ।—ଦ୍ୱିବି ୬:୬, ୭.

ପାରିବାରିକ ଉପାସନା ଭଲଭାବେ ହେବା ପାଇଁ ଗୋଟିଏ ପରିବାରର ମୁଖିଆ କେଉଁ କଥାଗୁଡ଼ିକ ଉପରେ ଧ୍ୟାନ ଦେଇପାରିବେ ?

  • ପ୍ରତି ସପ୍ତାହ କରନ୍ତୁ । ଯଦି ସମ୍ଭବ ତାହେଲେ ପାରିବାରିକ ଉପାସନା ପାଇଁ ପ୍ରତି ସପ୍ତାହ ଗୋଟିଏ ଦିନ ଓ ସମୟ ନିଶ୍ଚିତ କରନ୍ତୁ । ଯଦି କୌଣସି କାରଣ ଯୋଗୁଁ ସେହି ଦିନ ପାରିବାରିକ ଉପାସନା ହୁଏନି, ତେବେ ଆଉ କୌଣସି ଦିନ କରନ୍ତୁ

  • ପ୍ରସ୍ତୁତି କରନ୍ତୁ । ବେଳେବେଳେ ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ବି ପଚାରନ୍ତୁ । କିନ୍ତୁ ଯଦି ପରିବାରର ଲୋକେ ପୂର୍ବରୁ ଭାବି ନେଇଛନ୍ତି ଯେ ସେମାନେ ପ୍ରତି ସପ୍ତାହ କʼଣ କʼଣ କରିବେ, ତେବେ ଆପଣଙ୍କୁ ଅଧିକ ପ୍ରସ୍ତୁତି କରିବାର ଆବଶ୍ୟକ ପଡ଼ିବନି

  • ପରିବାରର ଆବଶ୍ୟକତାଗୁଡ଼ିକର ଧ୍ୟାନ ରଖନ୍ତୁ । ଯେବେ ପିଲାମାନେ ବଡ଼ ହୁଅନ୍ତି, ତେବେ ସେମାନଙ୍କ ଆବଶ୍ୟକତା ଓ ଦକ୍ଷତାଗୁଡ଼ିକ ବଢ଼ିଯାଏ । ତେଣୁ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଧ୍ୟାନରେ ରଖି ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ପାରିବାରିକ ଉପାସନାରେ କʼଣ କରିବେ

  • ଘରେ ଭଲ ପରିବେଶ ରଖନ୍ତୁ । ଯଦି ଭଲ ପାଗ ଅଛି, ତାହେଲେ ବାହାରେ ଯାଇ ପାରିବାରିକ ଉପାସନା କରନ୍ତୁ । ଯଦି ଆବଶ୍ୟକ ପଡ଼େ ତାହେଲେ ମଝି ମଝିରେ ବ୍ରେକ୍‌ ନିଅନ୍ତୁ । ପାରିବାରିକ ଉପାସନା ସମୟରେ ପିଲାମାନଙ୍କ କିଛି ସମସ୍ୟା ବିଷୟରେ କଥା ହେବା ଜରୁରୀ ଅଟେ, କିନ୍ତୁ ସେସମୟରେ ସେମାନଙ୍କୁ ଗାଳି ଦିଅନ୍ତୁ ନାହିଁ

  • ଅଲଗା ଅଲଗା ବିଷୟରେ ଚର୍ଚ୍ଚା କରନ୍ତୁ । ଯେପରି, ଆପଣ ଆଗକୁ ଯେଉଁ ସଭାକୁ ଯିବେ ତାʼର ଗୋଟିଏ ଭାଗକୁ ପ୍ରସ୍ତୁତି କରନ୍ତୁ, jw.org ୱେବସାଇଟ୍‌ରେ ଦିଆଯାଇଥିବା ଗୋଟିଏ ଭିଡିଓ ଦେଖନ୍ତୁ ଆଉ ଆଲୋଚନା କରନ୍ତୁ ଏବଂ ପ୍ରଚାରରେ ଆପଣ କʼଣ କହିବେ, ତାʼର ଅଭ୍ୟାସ କରନ୍ତୁ । ଏହା ସତ ଯେ ପାରିବାରିକ ଉପାସନାରେ ଆଲୋଚନା କରିବା ଗୋଟିଏ ବିଶେଷ ଭାଗ ହେବା ଉଚିତ୍‌, ତଥାପି ସେସମୟରେ ଚାହିଁଲେ ପରିବାରର ପ୍ରତ୍ୟେକ ସଦସ୍ୟ ବ୍ୟକ୍ତିଗତ ଅଧ୍ୟୟନ ବି କରିପାରିବେ

ଏହି ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆପଣ ଏହି କଥାଗୁଡ଼ିକୁ ନିଜ ପାରିବାରିକ ଉପାସନାରେ କିପରି ଲାଗୁ କରିପାରିବେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୨-ହି ଅଧ୍ୟୟନ ଲେଖା ୫୧ ¶୧-୯

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୧୪ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ