ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜୁନ୍‌ ପୃଷ୍ଠା ୫
  • ଆମେ ଅନୁଭବୀ ଭାଇଭଉଣୀଙ୍କଠାରୁ କʼଣ ଶିଖିପାରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆମେ ଅନୁଭବୀ ଭାଇଭଉଣୀଙ୍କଠାରୁ କʼଣ ଶିଖିପାରିବା ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ପରମେଶ୍ୱରଙ୍କ ସଙ୍ଗଠନର ସୁରକ୍ଷାରେ ରୁହନ୍ତୁ
    ପ୍ରହରୀଦୁର୍ଗ—୧୯୯୮
  • ପରିବାର ଲୋକଙ୍କ ଆଦର କରନ୍ତୁ
    ସଜାଗ ହୁଅ !—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜୁନ୍‌ ପୃଷ୍ଠା ୫
ଜଣେ ଯୁବ ଭଉଣୀ ଜଣେ ବୃଦ୍ଧା ଭଉଣୀଙ୍କ ହାତକୁ ଧରିଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଆମେ ଅନୁଭବୀ ଭାଇଭଉଣୀଙ୍କଠାରୁ କʼଣ ଶିଖିପାରିବା ?

ଆମ ମଣ୍ଡଳୀରେ ଏପରି ଭାଇଭଉଣୀମାନେ ଅଛନ୍ତି, ଯେଉଁମାନେ ଅନେକ ବର୍ଷ ଧରି ଯିହୋବାଙ୍କ ସେବା କରି ଆସୁଛନ୍ତି । ସେମାନେ ଏପର୍ଯ୍ୟନ୍ତ ଯେପରି ଭାବେ ଯିହୋବାଙ୍କଠାରେ ଭରସା ରଖିଛନ୍ତି, ସେଥିରୁ ଆମେ ବହୁତ କିଛି ଶିଖିପାରିବା । ଆମେ ସେମାନଙ୍କୁ ଯିହୋବାଙ୍କ ସଂଗଠନର ଇତିହାସ ବିଷୟରେ ପଚାରିପାରିବା । ଆମେ ଏହା ମଧ୍ୟ ପଚାରିପାରିବା ଯେ ଅତୀତରେ ସେମାନେ କେଉଁସବୁ ସମସ୍ୟାର ସାମନା କଲେ ଏବଂ ଯିହୋବା କିପରି ସେମାନଙ୍କୁ ସାହାଯ୍ୟ କଲେ । ଆମେ ନିଜ ପାରିବାରିକ ଉପାସନାରେ କୌଣସି ବୃଦ୍ଧ ଭାଇ କିମ୍ବା ବୃଦ୍ଧା ଭଉଣୀଙ୍କୁ ଡାକିପାରିବା ଏବଂ ସେମାନଙ୍କୁ ନିଜ ଅନୁଭୂତି ଶୁଣାଇବା ପାଇଁ କହିପାରିବା ।

ଯାକୁବ ଓ ଯୋଷେଫ ମଧ୍ୟ ନିଜ ଅନୁଭୂତି ନିଜ ସନ୍ତାନମାନଙ୍କୁ କହିଥିଲେ । (ଆଦି ୪୮:୨୧, ୨୨; ୫୦:୨୪, ୨୫) ଆଗକୁ ଯାଇ ଯିହୋବା ପରିବାରର ମୁଖିଆମାନଙ୍କୁ ଆଜ୍ଞା ଦେଲେ ଯେ ସେମାନେ ନିଜ ସନ୍ତାନମାନଙ୍କୁ ଯିହୋବାଙ୍କ ମହାନ କାମଗୁଡ଼ିକ ବିଷୟରେ କହନ୍ତୁ । (ଦ୍ୱିବି ୪:୯, ୧୦; ଗୀତ ୭୮:୪-୭) ଆଜି ଆମ ସମୟରେ, ପିତାମାତାମାନେ ଓ ମଣ୍ଡଳୀର ଅନ୍ୟ ସମସ୍ତେ ଆସନ୍ତା ଯୁବ ପିଢ଼ିକୁ କହିପାରିବେ ଯେ ସେମାନେ ଯିହୋବାଙ୍କ ସଂଗଠନରେ କʼଣ କʼଣ ବିସ୍ମୟକର କାମସବୁ ହୋଇଥିବାର ଦେଖିଛନ୍ତି । ଯଦି ଆପଣ ଅନେକ ବର୍ଷ ଧରି ଯିହୋବାଙ୍କ ସେବା କରି ଆସୁଛନ୍ତି, ତେବେ ମନ ଖୋଲି ନିଜ ଅନୁଭୂତି ଯୁବ ପିଢ଼ିର ଭାଇଭଉଣୀମାନଙ୍କୁ କହନ୍ତୁ ।

କଟକଣା ସତ୍ତ୍ୱେ ଏକତା ବଜାୟ ରଖନ୍ତୁ (ହିନ୍ଦୀ) ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଅଷ୍ଟ୍ରିଆ ଶାଖା କାର୍ଯ୍ୟାଳୟ କିପରି ଭାବେ ଏପରି ଦେଶଗୁଡ଼ିକର ଭାଇମାନଙ୍କୁ ସାହାଯ୍ୟ କଲା, ଯେଉଁଠାରେ ଆମ ପ୍ରଚାର ସେବା ଓ ଉପାସନାକୁ ନିଷେଧ କରାଯାଇଥିଲା ?

  • ଏହି ଦେଶଗୁଡ଼ିକରେ ଆମ ଭାଇମାନେ ନିଜ ବିଶ୍ୱାସକୁ କିପରି ମଜବୁତ୍‌ ରଖିପାରିଲେ ?

  • ରୋମାନିଆରେ ଅନେକ ପ୍ରଚାରକ ଯିହୋବାଙ୍କ ସଂଗଠନରୁ କାହିଁକି ଦୂରେଇ ଯାଇଥିଲେ ? ସେମାନେ କିପରି ସଂଗଠନକୁ ପୁଣି ଫେରି ଆସିଲେ ?

  • ଏହି ଅନୁଭୂତିଗୁଡ଼ିକରୁ ଆପଣଙ୍କ ବିଶ୍ୱାସ କିପରି ମଜବୁତ୍‌ ହୁଏ ?

ଚିତସମୂହ: ‘କଟକଣା ସତ୍ତ ଏକତା ବଜାୟ ରଖ’ ଭିଡିଓର ଦୃଶ୍ୟ । ୧. ୟୁରୋପର କେଉଁ କେଉଁ ଦେଶରେ ଆମ ଚାର କାମ ଓ ଉପାସନାକୁ ନିଷେଧ କରାଯାଇଥିଲା, ତାର ଏକ ମାନଚିତ । ୨. ଏକ ମିମିଓଫ ଯନ୍ତ୍ର । ୩.  ରୋମାନିଆର ଭାଇମାନେ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି ।

ମଣ୍ଡଳୀର ଅନୁଭବୀ ଭାଇଭଉଣୀଙ୍କଠାରୁ ଆମେ ବହୁତ କିଛି ଶିଖିପାରିବା !

କʼଣ ଆପଣଙ୍କ ମଣ୍ଡଳୀରେ ଅଧିକାଂଶ ପ୍ରଚାରକମାନଙ୍କ ବାପ୍ତିସ୍ମ ଏବେ ଏବେ ହୋଇଛି ? ଯଦି ହଁ, ତେବେ jw.org ୱେବସାଇଟ୍‌ର ଲାଇବ୍ରେରୀକୁ ଯାଆନ୍ତୁ । ସେଠାରେ ‘ଭିଡିଓ’ ବିଭାଗରେ ଏପରି ଭାଇଭଉଣୀଙ୍କ ଅନୁଭୂତି ମିଳିପାରିବ, ଯେଉଁମାନେ ଲମ୍ବା ସମୟ ଧରି ସତ୍ୟରେ ଅଛନ୍ତି । କିମ୍ବା ଆପଣ ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀରେ ଏପରି ଭାଇଭଉଣୀମାନଙ୍କ “ଜୀବନ କାହାଣୀ” (ହିନ୍ଦୀ) ପଢ଼ିପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ