୨୨-୨୮ ଜୁନ୍
ଯାତ୍ରା ପୁସ୍ତକ ୧-୩
ଗୀତ ୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆମ୍ଭେ ଯେ ଅଛୁ, ସେ ଅଛୁ”: (୧୦ ମି.)
[ଯାତ୍ରା ପୁସ୍ତକ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]
ଯାତ୍ରା ୩:୧୩—ମୋଶା ଜାଣିବାକୁ ଚାହୁଁଥିଲେ ଯେ ଯିହୋବାଙ୍କ ନାମର ଅର୍ଥ କʼଣ ଏବଂ ସେ କିପରି ବ୍ୟକ୍ତି ଅଟନ୍ତି (ପ୍ର୧୩-ହି ୩/୧୫ ୨୫ ¶୪)
ଯାତ୍ରା ୩:୧୪—ଯିହୋବା ନିଜ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସେ ଯାହା ଚାହିଁବେ, ତାହା ହୋଇପାରିବେ [ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ପୃ ୪୩, ବକ୍ସ]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୨:୧୦—ଆମେ କାହିଁକି ବିଶ୍ୱାସ କରିବା ଯେ ଫାରୋର ଝିଅ ମୋଶାଙ୍କୁ ପୋଷ୍ୟପୁତ୍ର କରିଥିଲା ? (ସଜା୦୪-ଇଂ ୪/୮ ୬ ¶୫)
ଯାତ୍ରା ୩:୧—ଯିଥ୍ରୋ କେଉଁ ପ୍ରକାରର ଯାଜକ ଥିଲା ? (ପ୍ର୦୪-ହି ୩/୧୫ ୨୪ ¶୪)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଯାତ୍ରା ୨:୧୧-୨୫ (ଶିଖାଇବା ଅଧ୍ୟୟନ ୧୧)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୬)
ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ନିକଟ ଅତୀତରେ ପ୍ରକାଶିତ ଏକ ପତ୍ରିକା ଦିଅନ୍ତୁ, ଯେଉଁଥିରେ ଘରମାଲିକ ଉଠାଇଥିବା ବିଷୟ ଉପରେ ଆଧାରିତ ଲେଖା ଅଛି । (ଶିଖାଇବା ଅଧ୍ୟୟନ ୧୨)
ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍) ପ୍ର୦୨-ହି ୬/୧୫ ୧୧ ¶୧-୪—ବିଷୟବସ୍ତୁ: ମିଶରର ସମସ୍ତ ଧନ ଅପେକ୍ଷା ଶ୍ରେଷ୍ଠତର ଧନ (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କର ମିତ୍ର ହୁଅ—ଯିହୋବାଙ୍କ ନାମ: (୬ ମି.) ଆଲୋଚନା । ଭିଡିଓ (ହିନ୍ଦୀ) ଦେଖାନ୍ତୁ । ତାʼପରେ, ଯଦି ସମ୍ଭବ, କିଛି ଛୋଟ ପିଲାଙ୍କୁ ମଞ୍ଚ ଉପରକୁ ଡାକନ୍ତୁ ଏବଂ ସେମାନଙ୍କୁ ପଚାରନ୍ତୁ: ଯିହୋବାଙ୍କ ନାମର ଅର୍ଥ କʼଣ ? ଯିହୋବା କʼଣ କʼଣ ସୃଷ୍ଟି କଲେ ? ଯିହୋବା ଆପଣଙ୍କୁ କିପରି ସାହାଯ୍ୟ କରିପାରିବେ ?
ସ୍କାଣ୍ଡିନେଭିଆରେ ଯିହୋବାଙ୍କ ପବିତ୍ର ନାମର ମହିମା ହେଲା: (୯ ମି.) ଆଲୋଚନା । ଭିଡିଓ (ହିନ୍ଦୀ) ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ପଚାରନ୍ତୁ: ୧୫୦୦ ଖ୍ରୀଷ୍ଟାବ୍ଦ ପୂର୍ବରୁ କାହିଁକି କେବଳ କିଛି ଲୋକଙ୍କୁ ଯିହୋବାଙ୍କ ନାମ ଜଣା ଥିଲା ? ସ୍କାଣ୍ଡିନେଭିଆରେ ଲୋକେ କିପରି ଭାବେ ପୁଣିଥରେ ଯିହୋବାଙ୍କ ନାମ ଜାଣିବାକୁ ଲାଗିଲେ ? ନୂତନ ଜଗତ ଅନୁବାଦ ବାଇବଲ ପାଇଁ ଆପଣ କାହିଁକି କୃତଜ୍ଞ ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୪ ¶୧୮-୨୧, ପୃ ୫୬-୫୯
ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ଗୀତ ୧୦ ଏବଂ ପ୍ରାର୍ଥନା