ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୧୦-୧୧
ଦୟାଳୁ ଶମିରୋଣୀୟର ଦୃଷ୍ଟାନ୍ତ
୧୦:୨୫-୩୭
ଜଣେ ବ୍ୟକ୍ତି ଯୀଶୁଙ୍କୁ ପ୍ରଶ୍ନ କଲା: “ମୋର ପ୍ରତିବାସୀ କିଏ?” ଯୀଶୁ ତାହାଙ୍କ ଉତ୍ତରରେ ଏହି ଦୃଷ୍ଟାନ୍ତ ଦେଲେ । (ଲୂକ ୧୦:୨୫-୨୯) ଯୀଶୁ ଜାଣିଥିଲେ ଯେ ଭବିଷ୍ୟତରେ “ସମସ୍ତ ପ୍ରକାରର” ଲୋକମାନଙ୍କୁ ନେଇ ଖ୍ରୀଷ୍ଟିୟାନ ମଣ୍ଡଳୀ ଗଠିତ ହୋଇଥାʼନ୍ତା, ଯେଉଁଥିରେ ଶମିରୋଣୀୟ ଓ ଅଣଯିହୁଦୀମାନେ ମଧ୍ୟ ରହିଥାʼନ୍ତେ । (ଯୋହ ୧୨:୩୨, NW) ଏହି ଦୃଷ୍ଟାନ୍ତରୁ ତାହାଙ୍କ ଶିଷ୍ୟମାନେ ଶିଖିଲେ ଯେ ସେମାନେ ଅନ୍ୟମାନଙ୍କୁ ପ୍ରେମ ଦେଖାଇବାରେ ଆଗଭର ହେବା ଉଚିତ୍ । ଏପରିକି, ଅନ୍ୟ ଜାତିର ଲୋକମାନଙ୍କୁ ମଧ୍ୟ ସେମାନଙ୍କୁ ପ୍ରେମ ଦେଖାଇବାର ଥିଲା ।
ନିଜକୁ ପଚାରନ୍ତୁ:
‘ଭିନ୍ନ ଭିନ୍ନ ସଂସ୍କୃତିରୁ ଆସିଥିବା ଭାଇଭଉଣୀମାନଙ୍କ ବିଷୟରେ ମୁଁ କʼଣ ଭାବେ?’
‘ମୁଁ କʼଣ କେବଳ ମୋ ଭାଷା କିମ୍ବା ସଂସ୍କୃତିରୁ ଆସିଥିବା ଭାଇଭଉଣୀମାନଙ୍କ ସହିତ ସମୟ ବିତାଏ?’
‘ଭିନ୍ନ ଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଭାଇଭଉଣୀମାନଙ୍କୁ ଆହୁରି ଭଲ ଭାବେ ଜାଣିବା ପାଇଁ କʼଣ ମୁଁ ନିଜ ହୃଦୟକୁ ବଡ଼ କରିଥାଏ?’ (୨କରି ୬:୧୩)
ମୁଁ ଙ୍କୁ ଡାକିବି . . .
ମୋ ସହିତ ପ୍ରଚାର କରିବା ପାଇଁ
ମୋ ଘରେ ଭୋଜନ କରିବା ପାଇଁ
ଆମ ଆସନ୍ତା ପାରିବାରିକ ଉପାସନାରେ ସାମିଲ୍ ହେବା ପାଇଁ