ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp19 ସଂ ୨ ପୃଷ୍ଠା ୮-୯
  • ଯେବେ ଜୀବନସାଥୀ ବିଶ୍ୱାସଘାତ କରେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯେବେ ଜୀବନସାଥୀ ବିଶ୍ୱାସଘାତ କରେ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୧୯
  • ଉପଶୀର୍ଷକ
  • ଶାସ୍ତ୍ରର ବହୁମୂଲ୍ୟ କଥା ଯାହା ଆପଣଙ୍କ କାମରେ ଆସିବ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୧୯
wp19 ସଂ ୨ ପୃଷ୍ଠା ୮-୯
ଜଣେ ସ୍ତ୍ରୀଲୋକ ପ୍ରାର୍ଥନା କରୁଛନ୍ତି

ଯେବେ ଜୀବନସାଥୀ ବିଶ୍ୱାସଘାତ କରେ

ସ୍ପେନ୍‌ରେ ରହୁଥିବା ମାରିଆ କହନ୍ତି, “ଦିନେ ମୋ ସ୍ୱାମୀ ମୋତେ କହିଲେ ଯେ ସେ ମୋତେ ଛାଡ଼ି ଅନ୍ୟ ସ୍ତ୍ରୀ ପାଖକୁ ଯାଉଛନ୍ତି, ଯିଏ ମୋଠାରୁ ବୟସରେ ଛୋଟ ଥିଲା । ଏହା ଶୁଣି ମୋତେ ଲାଗିଲା ଯେ ମୁଁ ଆତ୍ମହତ୍ୟା କରିଦେବି । ମୁଁ ନିଜ ସ୍ୱାମୀ ପାଇଁ କେତେ ତ୍ୟାଗ କରିଥିଲି ଆଉ ବଦଳରେ ସେ ମୋ ସହ ଏତେ ବଡ଼ ବିଶ୍ୱାସଘାତ କଲେ ।”

ସ୍ପେନ୍‌ରେ ରହୁଥିବା ବବି କହନ୍ତି, “ଯେବେ ଦିନେ ହଠାତ୍‌ ମୋ ସ୍ତ୍ରୀ ମୋତେ ଛାଡ଼ି ଚାଲିଗଲା, ତେବେ ମୋତେ ଏପରି ଲାଗିଲା ଯେପରି ମୋର ଶରୀରର ଗୋଟିଏ ଅଙ୍ଗ କଟିଯାଇଛି । ଆମର ସବୁ ସ୍ୱପ୍ନ ଭାଙ୍ଗିଗଲା, ଆମ ଇଚ୍ଛା, ଆଶା ସବୁ ଛାରଖାର ହୋଇଗଲା । ବେଳେବେଳେ ମୋତେ ଲାଗୁଥିଲା ଯେ ସବୁକିଛି ଠିକ୍‌ ଚାଲୁଛି, କିନ୍ତୁ ପରେ ହଠାତ୍‌ ମୁଁ ଗଭୀର ନିରାଶାରେ ବୁଡ଼ି ଯାଉଥିଲି ।”

ଯେବେ କାହାରି ଜୀବନସାଥୀ ବିଶ୍ୱାସଘାତ କରେ, ତେବେ ତାʼର ସଂସାର ପୂରା ଉଜୁଡ଼ି ଯାଏ । ଏହା ସତ ଯେ ବେଳେବେଳେ ବିଶ୍ୱାସଘାତ କରିଥିବା ସାଥୀ କ୍ଷମା ମାଗେ ଏବଂ ତାʼ ସାଥୀ ମଧ୍ୟ ତାକୁ କ୍ଷମା କରିଦିଏ ଓ ସେମାନେ ପୁଣିଥରେ ସାଙ୍ଗରେ ମିଶି ରହନ୍ତି ।a କିନ୍ତୁ କିଛି ଲୋକମାନଙ୍କର ବିବାହ ଭାଙ୍ଗିଯାଏ । ବିବାହ ଭାଙ୍ଗୁ ବା ନ ଭାଙ୍ଗୁ, ଯେବେ ଜଣେ ସାଥୀ ବିଶ୍ୱାସଘାତ କରେ, ତେବେ ସେଥିରୁ ଯେଉଁ ଗଭୀର ଆଘାତ ପହଞ୍ଚେ ତାହା ସହଜରେ ଠିକ୍‌ ହୁଏ ନାହିଁ । ଯେଉଁମାନଙ୍କ ସହ ଏପରି ବିଶ୍ୱାସଘାତ ହୋଇଛି, ସେମାନେ କିପରି ନିଜକୁ ସମ୍ଭାଳିପାରିବେ ?

ଶାସ୍ତ୍ରର ବହୁମୂଲ୍ୟ କଥା ଯାହା ଆପଣଙ୍କ କାମରେ ଆସିବ

ଏଭଳି ଦୁଃଖ ସହୁଥିବା ଅନେକ ଲୋକଙ୍କୁ ବାଇବଲର କଥାଗୁଡ଼ିକରୁ ସାନ୍ତ୍ୱନା ମିଳିଛି । ଏହାକୁ ପଢ଼ି ସେମାନଙ୍କୁ ଅନୁଭବ ହୋଇଛି ଯେ ସେମାନଙ୍କ ସାଥୀ ସେମାନଙ୍କୁ ଯେଉଁ ଦୁଃଖ ଓ ଲୁହ ଦେଇଛନ୍ତି, ଈଶ୍ୱର ତାହାକୁ ଦେଖନ୍ତି ଏବଂ ସେମାନଙ୍କର କଷ୍ଟକୁ ବୁଝନ୍ତି ।—ମଲାଖି ୨:୧୩-୧୬.

“ମୋʼ ଆନ୍ତରିକ ଭାବନାର ବାହୁଲ୍ୟ ସମୟରେ ତୁମ୍ଭର ସାନ୍ତ୍ୱନାସବୁ ମୋʼ ପ୍ରାଣକୁ ଆହ୍ଲାଦିତ କରେ ।”—ଗୀତସଂହିତା ୯୪:୧୯.

ବବି କହନ୍ତି, “ଶାସ୍ତ୍ରର ଏହି କଥା ପଢ଼ି ମୋତେ ଅନୁଭବ ହେଲା ଯେ ଯିହୋବା କେତେ ଦୟାଳୁ ଅଟନ୍ତି । ସତେ ଯେପରି ଜଣେ ପିତାଙ୍କ ଭଳି ସେ ମୋ ଘାʼରେ ଔଷଧ ଲଗାଉଛନ୍ତି ।”

“ଯେ ବିଶ୍ୱସ୍ତ ରହେ ତାଙ୍କ ସହ ସେ ବିଶ୍ୱସ୍ତତା ଦେଖାନ୍ତି ।”—ଗୀତସଂହିତା ୧୮:୨୫ NWT.

କୋମଲଙ୍କୁ ଅନେକ ମାସ ପରେ ଜଣାପଡ଼ିଲା ଯେ ତାଙ୍କ ସ୍ୱାମୀ ତାଙ୍କୁ ଧୋକା ଦେଇଥିଲେ । ସେ କହନ୍ତି, “ମୋ ସ୍ୱାମୀ ମୋର ବିଶ୍ୱସ୍ତ ରହିଲେ ନାହିଁ, କିନ୍ତୁ ମୋତେ ଯିହୋବାଙ୍କ ଉପରେ ପୂରା ଭରସା ଥିଲା ଯେ ସେ ମୋ ବିଶ୍ୱସ୍ତ ରହିବେ । ସେ ମୋତେ କେବେ ବି ଧୋକା ଦେବେ ନାହିଁ ।”

‘କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଈଶ୍ୱରଙ୍କ ନିକଟରେ ଜଣାଅ । ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି, ତୁମ୍ଭମାନଙ୍କର ହୃଦୟକୁ ସୁରକ୍ଷା କରି ରଖିବ ।’—ଫିଲିପ୍‌ପୀୟ ୪:୬, ୭.

ସାଶା କହନ୍ତି, “ମୁଁ ଶାସ୍ତ୍ରର ଏହି କଥା ବାରମ୍ବାର ପଢ଼ୁଥିଲି, ମୁଁ ବାରମ୍ବାର ପ୍ରାର୍ଥନା କଲି ଏବଂ ଈଶ୍ୱର ମୋତେ ମନର ଶାନ୍ତି ଦେଲେ ।”

ଏହି ଲେଖାରେ ଆମେ ଯେଉଁ ଲୋକମାନଙ୍କ ବିଷୟରେ କଥା ହେଲୁ, ସେମାନେ ସମସ୍ତେ ଅନେକ ଥର ହାର୍‌ ମାନି ଯାଇଥିଲେ । କିନ୍ତୁ ଯିହୋବା ଈଶ୍ୱରଙ୍କ ଉପରେ ଭରସା ରଖି ଏବଂ ତାଙ୍କ ବାକ୍ୟ ବାଇବଲ ପଢ଼ି ସେମାନଙ୍କୁ ବଞ୍ଚିବା ପାଇଁ ସାହସ ମିଳିଲା । ବବି କହନ୍ତି, “ମୋ ଜୀବନ ବରବାଦ ହୋଇସାରିଥିଲା, କିନ୍ତୁ ଈଶ୍ୱରଙ୍କ ଉପରେ ବିଶ୍ୱାସ ଥିବା ଯୋଗୁଁ ମୋ ଭିତରେ ପୁଣିଥରେ ବଞ୍ଚିବା ପାଇଁ ଇଚ୍ଛା ହେଲା । ଏମିତି ବି ସମୟ ଥିଲା ଯେବେ ମୋତେ ଲାଗିଲା ଯେ ମୁଁ ‘ମୃତ୍ୟୁଚ୍ଛାୟାରୂପ ଉପତ୍ୟକାର’ ସାମନା କରୁଛି । କିନ୍ତୁ ଏମିତି ସମୟରେ ବି ଈଶ୍ୱର ମୋ ସହିତ ଥିଲେ ।”—ଗୀତସଂହିତା ୨୩:୪.

a ନିଜ ଜୀବନସାଥୀକୁ କ୍ଷମା କରିବା ଉଚିତ୍‌ ନା ନୁହେଁ, ଏବିଷୟରେ ଜାଣିବା ପାଇଁ ୨୨ ଏପ୍ରିଲ୍‌, ୧୯୯୯ର ଇଂରାଜୀ ସଜାଗ ହୁଅ ! ପତ୍ରିକାର ଲେଖା “ଯେବେ ଜୀବନସାଥୀ ଧୋକା ଦିଏ” ପଢ଼ନ୍ତୁ ।

କିଛି ଲୋକ ନିଜ ଦୁଃଖରୁ କିପରି ବାହାରିପାରିଲେ

ଶାସ୍ତ୍ରର ସାନ୍ତ୍ୱନା ଦେଉଥିବା କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ।

ବବି କହନ୍ତି, “ମୁଁ ପ୍ରଥମେ ବାଇବଲର ଆୟୁବ ନାମକ ବହି ପଢ଼ିଲି, ତାʼପରେ ଗୀତସଂହିତା ବହି । ମୁଁ ଏପରି ପ୍ରତ୍ୟେକ ପଦକୁ ଚିହ୍ନ କଲି ଯେଉଁଥିରୁ ମୋତେ ସାହସ ମିଳିଲା । ମୁଁ ଜାଣିପାରିଲି ଯେ ସେହି ବହିଗୁଡ଼ିକରେ ଯେଉଁ ଲୋକମାନଙ୍କ ବିଷୟରେ କୁହାଯାଇଛି, ସେମାନେ ମଧ୍ୟ ମୋ ଭଳି ଚିନ୍ତା, ଦୁଃଖ ଓ କଷ୍ଟ ସହିଥିଲେ ।”

ଅନ୍ୟ ଜିନିଷଗୁଡ଼ିକ କରନ୍ତୁ ।

ଭଲ ସଙ୍ଗୀତ ଶୁଣିଲେ ଆପଣଙ୍କ ଅଶାନ୍ତ ମନକୁ ଟିକେ ଶାନ୍ତି ମିଳିପାରିବ । କୋମଲ କହନ୍ତି, “ଯେବେ ମୋତେ ରାତିରେ ନିଦ ଲାଗୁ ନ ଥିଲା, ତେବେ ମୁଁ ସଙ୍ଗୀତ ଶୁଣୁଥିଲି । ମୋତେ ବହୁତ ଭଲ ଲାଗୁଥିଲା ।” କିଛି ଲୋକ ନିଜ ଦୁଃଖକୁ ଭୁଲିବା ପାଇଁ ଚିତ୍ର ଆଙ୍କନ୍ତି, ଫୋଟ ଉଠାନ୍ତି କିମ୍ବା କୌଣସି ଦକ୍ଷତା ଶିଖନ୍ତି । ଏଭଳି ଜିନିଷଗୁଡ଼ିକ କଲେ ଆପଣ ଚିନ୍ତା କମ୍‌ ହୋଇପାରିବ ଏବଂ ମନକୁ ଶାନ୍ତି ମିଳିପାରିବ ।

କାହାରିକୁ ନିଜ ମନ କଥା କୁହନ୍ତୁ ।

ଦିନେଶ୍‌ କହନ୍ତି, “ମୁଁ ଆଗରୁ କେବେ ବି ଅନ୍ୟମାନଙ୍କୁ ନିଜ ମନ କଥା କହୁ ନ ଥିଲି । କିନ୍ତୁ ମୋର କିଛି ଭଲ ସାଙ୍ଗ ଥିଲେ, ତେଣୁ ଏବେ ମୁଁ ତାଙ୍କ ସହ ପ୍ରତିଦିନ କଥା ହୁଏ । ବେଳେବେଳେ ମୁଁ ତାଙ୍କୁ ଚିଠି ଲେଖୁଥିଲି ତ ବେଳେବେଳେ ତାଙ୍କ ସହ କଥା ହୋଇ ନିଜ ମନର ବୋଝକୁ କମ୍‌ କରୁଥିଲି । ଏଥିରୁ ମୋତେ ନିଜ ଦୁଃଖରୁ ବାହାରିବା ପାଇଁ ବହୁତ ସାହାଯ୍ୟ ମିଳିଲା ।” ସାଶା କହନ୍ତି, “ଏହି ଦୁଃଖର ସମୟରେ ମୋ ପରିବାର ମୋର ବହୁତ ସାଥ୍‌ ଦେଲା । ମାଆ ମୋ କଥା ଶୁଣିବା ପାଇଁ ସବୁବେଳେ ପ୍ରସ୍ତୁତ ରହୁଥିଲେ । ବାପା ବି ମୋତେ ଏକୁଟିଆ ଅନୁଭବ ହେବା ପାଇଁ ଦେଲେ ନାହିଁ । ତେଣୁ ମୁଁ ଧିରେ ଧିରେ ନିଜକୁ ସମ୍ଭାଳିପାରିଲି ।”

ପ୍ରାର୍ଥନା କରୁଥାଆନ୍ତୁ ।

କୋମଲ କହନ୍ତି, “ମୁଁ ବାରମ୍ବାର ପ୍ରାର୍ଥନା କରୁଥିଲି । ଏଥିରୁ ମୋତେ ଅନୁଭବ ହେଲା ଯେ ଈଶ୍ୱର ମୋତେ ଛାଡ଼ି ନାହାନ୍ତି ଏବଂ ସେ ମୋର ସାହାଯ୍ୟ କରୁଛନ୍ତି । ଏହି କଠିନ ସମୟରେ ମୁଁ ନିଜକୁ ଈଶ୍ୱରଙ୍କ ଆହୁରି ନିକଟତର ଅନୁଭବ କଲି ।”

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ