୧୭-୨୩ ଅଗଷ୍ଟ, ୨୦୨୬
ଗୀତ ୯୦ ପରସ୍ପରକୁ କରୁ ଉତ୍ସାହିତ
ଭାଇଭଉଣୀମାନଙ୍କ ସହିତ ମିତ୍ରତା କିପରି ଦୃଢ଼ କରିପାରିବା ?
“କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁତା ପରିଧାନ କର ।”—କଲ. ୩:୧୨.
କʼଣ ଶିଖିବା ?
ଯେଉଁ କାରଣଗୁଡ଼ିକ ଯୋଗୁଁ ଭାଇଭଉଣୀମାନଙ୍କ ସହିତ ଆମ ମିତ୍ରତାରେ ଫାଟ ସୃଷ୍ଟି ହୋଇପାରେ, ସେଗୁଡ଼ିକୁ ଆମେ କିପରି ସମାଧାନ କରିବା ?
୧. ଆମେ ପ୍ରକୃତ ମିତ୍ର କେଉଁଠି ପାଇପାରିବା ?
ଆଜିର ଏହି ଶେଷ କାଳରେ ଜୀବନ ବହୁତ କଷ୍ଟକର, କିନ୍ତୁ ଏହି କଷ୍ଟ ସେତେବେଳେ ଆହୁରି ଅଧିକ ହୋଇଯାଏ ଯେତେବେଳେ ଆମ ପାଖରେ ଜଣେ ବି ପ୍ରକୃତ ମିତ୍ର ନ ଥାଏ । ଯିହୋବା ଏକଥାକୁ ବୁଝନ୍ତି, ତେଣୁ ସେ ନିଜ ଲୋକମାନଙ୍କ ମଧ୍ୟରୁ ଆମକୁ ଅନେକ ମିତ୍ର ଦିଅନ୍ତି । (ଗୀତ. ୧୧୯:୬୩) ଆମ ଯିହୋବାଙ୍କ ଲୋକମାନଙ୍କର ଏକ ବଡ଼ ପରିବାର ରହିଛି, ଯେଉଁଥିରେ ପ୍ରତ୍ୟେକ ଜଣ ପରସ୍ପରକୁ ପ୍ରକୃତ ପ୍ରେମ କରନ୍ତି ।
୨. ଆମେ ଭାଇଭଉଣୀମାନଙ୍କର କିପରି ମିତ୍ର ହେବା ପାଇଁ ଚାହୁଁ ?
୨ ଭାଇଭଉଣୀମାନଙ୍କ ସହିତ ଆମେ କେବଳ ନାଁ ପାଇଁ ମିତ୍ରତା କରି ନ ଥାଉ, ବରଂ ଆମେ ତାଙ୍କର ଭଲ ମିତ୍ର ହେବା ପାଇଁ ଚାହୁଁ ଏବଂ ସବୁବେଳେ ତାଙ୍କର ବିଶ୍ୱସ୍ତ ରହିବା ପାଇଁ ଚାହୁଁ । ଆମେ ସମସ୍ତେ ଯିହୋବା ଓ ଯୀଶୁଙ୍କୁ ପ୍ରେମ କରୁ, ସେଥିପାଇଁ ଆମ ମଧ୍ୟରେ ପ୍ରେମ ଓ ଏକତା ରହିଛି । (ଯୋହ. ୧୩:୩୫) କିନ୍ତୁ ଏପରି ମିତ୍ରତା ଆପେ ଆପେ ହୁଏନି । ଏହା ପାଇଁ ଆମକୁ କିଛି କରିବାକୁ ପଡ଼ିଥାଏ, କାରଣ ଆମ ସମସ୍ତଙ୍କ ଦ୍ୱାରା ଭୁଲ ହୋଇଥାଏ । ସେଥିପାଇଁ ବେଳେବେଳେ ହୁଏତ ଆମ ମଧ୍ୟରେ କିଛି ସମସ୍ୟା ସୃଷ୍ଟି ହୋଇପାରେ ।
୩. ଭାଇଭଉଣୀମାନଙ୍କର ଭଲ ମିତ୍ର ହେବା ବେଳେବେଳେ ଆମକୁ କାହିଁକି କଠିନ ଲାଗିପାରେ ?
୩ କିଛି ଲୋକଙ୍କ ସହିତ ମିତ୍ର ହେବା ଆମକୁ ବହୁତ ସହଜ ଲାଗିଥାଏ । କାରଣ ହୁଏତ ଆମର ପସନ୍ଦ ନାପସନ୍ଦ, ଆମ ଚିନ୍ତାଧାରା ଓ ଆମ କାମ ଏକାଭଳି ହୋଇପାରେ । କିନ୍ତୁ ମଣ୍ଡଳୀର ଅନ୍ୟ ଭାଇଭଉଣୀମାନଙ୍କର ମିତ୍ର ହେବା ବେଳେବେଳେ ଆମ ପାଇଁ କଠିନ ହୋଇପାରେ । ହୁଏତ କୌଣସି କଥାକୁ ନେଇ ଆମେ ପରସ୍ପରଠାରୁ ସହମତ ନ ଥିବା । କିମ୍ବା ଆମ ମଧ୍ୟରେ ବାଦ ବିବାଦ ହୋଇପାରେ ଏବଂ ଏଗୁଡ଼ିକ ଯୋଗୁଁ ଆମେ ଦୂରେଇ ଯାଇପାରୁ । କିମ୍ବା ହୁଏତ କୌଣସି ଭାଇ କିମ୍ବା ଭଉଣୀଙ୍କ ସ୍ୱଭାବ ଆମଠାରୁ ପୂରାପୂରି ଅଲଗା ଥାଇପାରେ, ତେଣୁ ତାଙ୍କ ସହିତ ସମୟ ବିତାଇବା ହୁଏତ ଆମକୁ ଏତିକି ଭଲ ଲାଗୁ ନ ଥିବ । କିମ୍ବା ଯଦି କୌଣସି ଭାଇ କିମ୍ବା ଭଉଣୀଙ୍କୁ ଗମ୍ଭୀର ରୋଗ ହୋଇଛି କିମ୍ବା ସେ ଅତ୍ୟଧିକ ନିରାଶ ଅଛନ୍ତି, ତାହେଲେ ବି ଆମକୁ ତାଙ୍କର ଭଲ ମିତ୍ର ହେବା କଠିନ ଲାଗିପାରେ । ଏହି ଲେଖାରେ ଆମେ ଜାଣିବା ଯେ ଏହି ତିନୋଟି ସମସ୍ୟା ସମୟରେ ବି ଆମେ ନିଜ ମିତ୍ରତା ବଜାୟ ରଖିବା ପାଇଁ ଯୀଶୁଙ୍କ ଭଳି କʼଣ କରିପାରିବା । କିନ୍ତୁ ସବୁଠୁ ପ୍ରଥମେ ଆମେ ଜାଣିବା ଯେ ଭାଇଭଉଣୀମାନଙ୍କ ଭଲ ମିତ୍ର ହେବା ପାଇଁ ଆମ ଭିତରେ କେଉଁ ଗୁଣଗୁଡ଼ିକ ରହିବା ଉଚିତ୍ ।
ଯିହୋବାଙ୍କ ଭଳି ଗୁଣ ବଢ଼ାନ୍ତୁ
୪. ଆମେ କିପରି ପରସ୍ପର ସହିତ ନିଜ ମିତ୍ରତା ଦୃଢ଼ କରିପାରିବା ?
୪ ନିଜ ମିତ୍ରତା ଦୃଢ଼ କରିବା ପାଇଁ ଆମକୁ ଅନ୍ୟମାନଙ୍କର ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍ । ଭାଇଭଉଣୀମାନଙ୍କ ସହିତ ସମୟ ବିତାଇ ଆମେ ସେମାନଙ୍କ ଭଲ ଗୁଣଗୁଡ଼ିକ ବିଷୟରେ ଜାଣିପାରୁ । ପ୍ରେରିତ ପାଉଲ ମଧ୍ୟ ନିଜ ଭାଇଭଉଣୀମାନଙ୍କ ସହିତ ସମୟ ବିତାଇବା ପାଇଁ ଚାହୁଁଥିଲେ, ସେଥିପାଇଁ ସେ ଥେସଲନୀକୀୟ ମଣ୍ଡଳୀକୁ ଲେଖିଲେ, ‘ଆମ୍ଭେ ତୁମ୍ଭମାନଙ୍କୁ ଦେଖିବାକୁ ଅତ୍ୟନ୍ତ ଆକାଂକ୍ଷା ସହକାରେ ଅଧିକ ଚେଷ୍ଟା କରିଥିଲୁ ।’ (୧ ଥେସ. ୨:୧୭) ଅନେକ ଭାଇଭଉଣୀଙ୍କ କହିବା ଅନୁସାରେ ମିତ୍ରତା ଦୃଢ଼ କରିବାର ସବୁଠୁ ଭଲ ଉପାୟ ହେଉଛି, ତାଙ୍କ ସହିତ ସମୟ ବିତାଇବା । ଏପରି କରିବାର ଆମକୁ ଅନେକ ସୁଯୋଗ ମିଳିଥାଏ, ଯେପରି ସାଙ୍ଗରେ ମିଶି ପ୍ରଚାର କରି, ସଭା, ସମ୍ମିଳନୀ ଓ ଅଧିବେଶନଗୁଡ଼ିକରେ ଏକାଠି ହୋଇ ଆମେ ଭାଇଭଉଣୀମାନଙ୍କୁ ଭଲଭାବେ ଜାଣିପାରୁ । କିନ୍ତୁ ଯେବେ ଦୁଇଜଣ ମିତ୍ର ମଧ୍ୟରେ କୌଣସି ସମସ୍ୟା ସୃଷ୍ଟି ହୁଏ, ତେବେ କେବଳ ସାଙ୍ଗରେ ମିଶି ସମୟ ବିତାଇଲେ ସବୁକିଛି ଠିକ୍ ହୋଇ ନ ଥାଏ ।
୫. ଉଦାହରଣ ଦେଇ ବୁଝାନ୍ତୁ ଯେ ଭଲ ମିତ୍ରତା ବଜାୟ ରଖିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (କଲସୀୟ ୩:୧୨)
୫ ଭଲ ମିତ୍ରତା ବଜାୟ ରଖିବା ପାଇଁ ଆମକୁ ଯିହୋବାଙ୍କ ଗୁଣ ବଢ଼ାଇବାକୁ ପଡ଼ିବ । ଏପରି ନ କଲେ ଆମ ମଧ୍ୟରେ ଫାଟ ସୃଷ୍ଟି ହୋଇପାରେ । (କଲସୀୟ ୩:୧୨ ପଢ଼ନ୍ତୁ ।) ଯେବେ ଆମେ ନମ୍ର ରହିବା ପାଇଁ ପୂରା ଚେଷ୍ଟା କରୁ, ଧୈର୍ଯ୍ୟ ଧରୁ, କରୁଣା ଓ କୃପା କରୁ, ତେବେ ଆମେ ଏପରି ପ୍ରତ୍ୟେକ ସମସ୍ୟାର ସାମନା କରିପାରୁ ଯାହାଯୋଗୁଁ ଆମ ମିତ୍ରତାରେ ଫାଟ ସୃଷ୍ଟି ହୋଇପାରେ । ଯେପରି କାର ତେବେ ହିଁ ଭଲଭାବେ ଚାଲେ ଯେବେ ତାହାର ଇଞ୍ଜିନରେ ତେଲ ଦିଆଯାଏ, ଠିକ୍ ସେହିଭଳି ଆମ ମିତ୍ରତା ତେବେ ହିଁ ବଜାୟ ରହିବ ଯେବେ ଆମେ ନିଜ ଭିତରେ ଯିହୋବାଙ୍କ ଭଳି ଗୁଣ ବଢ଼ାଇବା । ଆସନ୍ତୁ ଏବେ ଆମେ ଏପରି ତିନୋଟି ସମସ୍ୟା ଉପରେ ଧ୍ୟାନ ଦେବା, ଯାହାଯୋଗୁଁ ଭାଇଭଉଣୀମାନଙ୍କ ସହିତ ଆମ ମିତ୍ରତା ଭାଙ୍ଗି ଯାଇପାରେ । ଆମେ ଜାଣିବା ଯେ ପ୍ରତ୍ୟେକ ସମସ୍ୟାର ସାମନା କରିବା ପାଇଁ ଆମେ କିପରି ଯୀଶୁଙ୍କ ଭଳି କୋମଳ ହୃଦୟ, ଦୟା, ନମ୍ରତା ଓ ଦୀର୍ଘସହିଷ୍ଣୁତାର ଗୁଣ ଦେଖାଇପାରିବା । ଆଉ ଯେବେ ଆମେ ଏପରି କରିବା, ତେବେ ଆମେ ଅନ୍ୟମାନଙ୍କ ସହିତ ନିଜ ମିତ୍ରତା ବଜାୟ ରଖିପାରିବା ।
ଯେବେ ପରସ୍ପର ମଧ୍ୟରେ ବାଦ ବିବାଦ ହୁଏ
୬. ବାଦ ବିବାଦ ହେଲେ କିପରି ମିତ୍ରତାରେ ଫାଟ ସୃଷ୍ଟି ହୋଇପାରେ ?
୬ ଏଥିରୁ କିପରି ମିତ୍ରତାରେ ଫାଟ ସୃଷ୍ଟି ହୋଇପାରେ ? ଯେବେ ଦୁଇଜଣ ବ୍ୟକ୍ତି ପରସ୍ପର ସହିତ ସହମତ ନ ଥାʼନ୍ତି, ତେବେ ଦୁହିଁଙ୍କୁ ଲାଗେ ଯେ ମୋ ମତ ହିଁ ଠିକ୍ ଆଉ ଅନ୍ୟର ମତ ଭୁଲ । ଭାବନ୍ତୁ, ଦୁଇଜଣ ଭାଇ ନିଜ ପ୍ରଚାର ସମୂହ ପାଇଁ କୌଣସି ଏକ ବ୍ୟବସ୍ଥା କରନ୍ତି, କିନ୍ତୁ ତାଙ୍କ ମତ ପରସ୍ପରଠାରୁ ପୂରାପୂରି ଅଲଗା । ଦୁହିଁଙ୍କୁ ଲାଗେ ଯେ ତାଙ୍କ ଉପାୟ ହିଁ ସବୁଠୁ ବଢ଼ିଆ । ଯଦି ସେମାନେ ନିଜ ନିଜ କଥାରେ ହିଁ ଅଡ଼ି ରହିବେ ଏବଂ ନିଜକୁ ହିଁ ଠିକ୍ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିବେ, ତାହେଲେ ସମସ୍ୟା ଆହୁରି ବଡ଼ ହୋଇପାରେ ଏବଂ ଏଥିରୁ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ସମସ୍ୟା ନ ବଢ଼ୁ, ତାʼପାଇଁ ସେମାନଙ୍କୁ ଖୋଲିକି କଥା ହେବାକୁ ପଡ଼ିବ ଏବଂ ସାଙ୍ଗରେ ମିଶିକି ସମାଧାନର ରାସ୍ତା ବାହାର କରିବାକୁ ପଡ଼ିବ । ଏପରି ନ କଲେ ହୁଏତ ସେମାନଙ୍କ ମନରେ ତିକ୍ତତାର ଭାବନା ଆସିପାରେ । ଆଉ ସେମାନେ ଧୀରେ ଧୀରେ ପରସ୍ପରଠାରୁ ଦୂରେଇ ଯାଇପାରନ୍ତି । ତାହେଲେ ଏଥିରୁ ଜଣାପଡ଼େ ଯେ ଗୋଟିଏ ଛୋଟ ବିଷୟକୁ ନେଇ ବାଦ ବିବାଦ ହେବା ଯୋଗୁଁ ଆମ ମିତ୍ରତାରେ ଫାଟ ସୃଷ୍ଟି ହୋଇପାରେ । ଯଦି ସମସ୍ୟାକୁ ଠିକ୍ କରା ନ ଯାଏ, ତେବେ ତାହା ଆହୁରି ବଡ଼ ସମସ୍ୟାରେ ପରିଣତ ହୋଇପାରେ ।
୭. ବାଦ ବିବାଦରୁ ଦୂରେଇ ରହିବା ପାଇଁ ନମ୍ର ରହିବା ଜରୁରୀ, ଏହି କଥା ଯୀଶୁ କିପରି ନିଜ ଶିଷ୍ୟମାନଙ୍କୁ ଶିଖାଇଲେ ?
୭ ଯୀଶୁଙ୍କଠାରୁ ନମ୍ର ହେବା ବିଷୟରେ ଶିଖନ୍ତୁ । ସେ ନିଜ ଶିଷ୍ୟମାନଙ୍କୁ ଶିଖାଇଥିଲେ ଯେ ବାଦ ବିବାଦକୁ ଠିକ୍ କରିବାର ଉପାୟ ହେଉଛି, ନମ୍ର ରହିବା । ଶିଷ୍ୟମାନଙ୍କ ମଧ୍ୟରେ ବହୁତ ସମୟ ଧରି ଏକଥା ପାଇଁ ଯୁକ୍ତିତର୍କ ଚାଲିଥିଲା ଯେ ତାଙ୍କ ମଧ୍ୟରେ ସବୁଠୁ ବଡ଼ କିଏ । ଯୀଶୁ ଜାଣିଥିଲେ ଯେ ତାଙ୍କ ଶିଷ୍ୟମାନଙ୍କ ପାଇଁ ଏହି କଥା ବହୁତ ମହତ୍ତ୍ୱ ରଖେ, ତେଣୁ ସେ ସେମାନଙ୍କୁ ଭଲଭାବେ ବୁଝାଇଲେ ଯେ ସେମାନଙ୍କୁ ନିଜଠାରୁ ଅନ୍ୟମାନଙ୍କୁ ଶ୍ରେଷ୍ଠ ମନେ କରିବା ଉଚିତ୍ । (ମାଥି. ୨୦:୨୫-୨୮) ବାସ୍ତବରେ ଯୀଶୁ ସେମାନଙ୍କୁ ନମ୍ର ରହିବା ବିଷୟରେ ଶିଖାଉଥିଲେ । ଯୀଶୁ ନିଜର ଶେଷ ରାତିରେ ବି ନିଜ ଶିଷ୍ୟମାନଙ୍କୁ ଏହି ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦେଲେ ଏବଂ ସେମାନଙ୍କ ପାଇଁ ଗୋଟିଏ ‘ଆଦର୍ଶ ଦେଖାଇଲେ’ ଆଉ ସେହି କାମ କଲେ ଯାହା ଘରର ଜଣେ ଦାସ କରେ । ସେ ନିଜ ସମସ୍ତ ଶିଷ୍ୟମାନଙ୍କର ପାଦ ଧୋଇଲେ । (ଯୋହ. ୧୩:୩-୫, ୧୨-୧୬) ଏପରି ଭାବେ ଯୀଶୁ ଦେଖାଇଲେ ଯେ ସେମାନେ କିପରି ନିଜ ମିତ୍ରତାକୁ ବଜାୟ ରଖିପାରିବେ । ଯଦି ସେମାନେ ଅନ୍ୟମାନଙ୍କୁ ନିଜଠାରୁ ଶ୍ରେଷ୍ଠ ମନେ କରନ୍ତେ, ତାହେଲେ ବାଦ ବିବାଦ ହେଲେ ମଧ୍ୟ ସେମାନେ ପରସ୍ପରର କଥାକୁ ମାନିବା ପାଇଁ ପ୍ରସ୍ତୁତ ଥାʼନ୍ତେ । ଯଦିଓ ସେମାନଙ୍କ ମତ ପରସ୍ପରଠାରୁ ଅଲଗା ଥାଏ, ତଥାପି ନମ୍ର ରହିବା ଯୋଗୁଁ ସେମାନେ ପରସ୍ପରର ଭଲ ମିତ୍ର ହୋଇ ରହିପାରନ୍ତେ ।
୮. ନମ୍ର ରହିବା ଯୋଗୁଁ ବାଦ ବିବାଦ ହେଲେ ମଧ୍ୟ ଆମେ କʼଣ କରିପାରିବା ? (କଲସୀୟ ୩:୧୩) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୮ ନିଜ ମିତ୍ରତାକୁ କିପରି ବଜାୟ ରଖିବା ? ଯଦି ଆପଣ ନମ୍ର ରହିବେ, ତାହେଲେ ଆପଣ ଛୋଟ ଛୋଟ କଥାକୁ ଅଣଦେଖା କରି ଅନ୍ୟମାନଙ୍କୁ ହୃଦୟର ସହ କ୍ଷମା କରିପାରିବେ । (କଲସୀୟ ୩:୧୩ ପଢ଼ନ୍ତୁ ।) ଆଉ ଯଦି କଥା ବଢ଼ିଯାଏ ତାହେଲେ ବି ନମ୍ର ରହିଲେ ଲାଭ ହେବ । ଯେପରି ଆପଣ ଶାନ୍ତ ରହିବେ ଆଉ ନିଜର ରାଗକୁ କାବୁରେ ରଖିପାରିବେ । (ଗୀତ. ୪:୪) ଆଉ ଯଦି ଛୋଟ କଥାକୁ ନେଇ ତର୍କବିତର୍କ ହୋଇଥାଏ, ତାହେଲେ ମନେ ରଖନ୍ତୁ ଯେ ଆମେ ସମସ୍ତେ ବେଳେବେଳେ ଏପରି କିଛି କହିଦେଉ, ଯାହାଯୋଗୁଁ ଆମକୁ ପରେ ଅବଶୋଷ ହୋଇଥାଏ । (ଉପ. ୭:୨୧, ୨୨) ତେଣୁ ଯେବେ ବି କାହା ସହିତ ଆପଣଙ୍କର ବାଦ ବିବାଦ ହୋଇଥାଏ ତେବେ ଏହି ବିଷୟରେ ଭାବନ୍ତୁ, ‘ମୋ ପାଇଁ କେଉଁ କଥା ଅଧିକ ମହତ୍ତ୍ୱ ରଖେ, ନିଜ ମିତ୍ରତାକୁ ବଜାୟ ରଖିବା ନା ନିଜକୁ ଠିକ୍ ବୋଲି ପ୍ରମାଣିତ କରିବା ?’ ଏପରି ଭାବିବା ଦ୍ୱାରା ହୁଏତ ଆପଣ ଅନ୍ୟମାନଙ୍କର କଥାକୁ ମାନିବା ପାଇଁ ପ୍ରସ୍ତୁତ ହୋଇପାରିବେ । ଆପଣ ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ସେହି ବିଷୟରେ ଭାବିବେ ନାହିଁ, ଯେଉଁ ବିଷୟରେ ଆପଣ ନିଜ ମିତ୍ର ସହିତ ସହମତ ନ ଥିଲେ ଏବଂ ପୁଣି କେବେ ବି ସେହି ବିଷୟରେ କଥା ହେବେ ନାହିଁ । ଏହା କରିବା ଦ୍ୱାରା ଆପଣଙ୍କର ମନ ଶାନ୍ତ ରହିବ ଏବଂ ଆପଣ ଦୁହିଁଙ୍କ ମିତ୍ରତା ବଜାୟ ରହିବ ।
ନମ୍ର ରହିଲେ ଆପଣ ଛୋଟ ଛୋଟ କଥାକୁ ନେଇ ବାଦ ବିବାଦ ହେଲେ ତାହାକୁ ଅଣଦେଖା କରିପାରିବେ ଏବଂ ହୃଦୟରୁ ଅନ୍ୟମାନଙ୍କୁ କ୍ଷମା କରିପାରିବେ (ପାରାଗ୍ରାଫ ୮)a
୯. ଯେବେ ବାଦ ବିବାଦକୁ ଦୂର କରିବା ପାଇଁ ସମୟ ଲାଗେ, ତେବେ ନମ୍ର ରହିଲେ ଆମେ କʼଣ କରିପାରିବା ? (ହିତୋପଦେଶ ୧୭:୯)
୯ ହୋଇପାରେ ଯଦି ଆପଣଙ୍କର କାହା ସହିତ ବାଦ ବିବାଦ ହୋଇଯାଇଛି, ତାହେଲେ ତାହାକୁ ଦୂର କରିବା ପାଇଁ ଆପଣଙ୍କୁ କଠିନ ଲାଗିପାରେ । ଏପରି ସମୟରେ ନମ୍ର ରହିବା ଅଧିକ ଜରୁରୀ । ନିଜକୁ ଠିକ୍ ପ୍ରମାଣିତ କରିବା ପାଇଁ ଯୁକ୍ତିତର୍କ କରନ୍ତୁ ନାହିଁ । (ହିତୋପଦେଶ ୧୭:୯ ପଢ଼ନ୍ତୁ; ୧ କରି. ୬:୭) ଆପଣଙ୍କର ଏହା ଚେଷ୍ଟା ରହିବା ଉଚିତ୍ ଯେ ଆପଣ ନିଜ ମିତ୍ର ସହିତ ଭଲ ସମ୍ପର୍କ ବଜାୟ ରଖନ୍ତୁ । ଅନେକ ଲୋକ ତାଙ୍କ ଭିତରେ ଥିବା ସମସ୍ୟାକୁ ସମାଧାନ କରିପାରିଛନ୍ତି, ଆପଣ ମଧ୍ୟ ଏପରି କରିପାରିବେ । ସେମାନେ ଦେଖିଲେ ଯେ ଯେବେ ସେମାନେ ସମସ୍ୟା ବିଷୟରେ ପ୍ରେମର ସହ କଥା ହୁଅନ୍ତି, ତେବେ ତାହାର ଭଲ ପରିଣାମ ଦେଖିବାକୁ ମିଳେ । (ଗୀତ. ୩୪:୧୪) ଆପଣ ଏପରି କହିପାରିବେ, ‘ଆମ ମିତ୍ରତା ଲମ୍ବା ସମୟରୁ ରହି ଆସିଛି, ଆମ ଭିତରେ ଯାହା ବି ହୋଇଛି କʼଣ ଆମେ ସେବିଷୟରେ କଥା ହୋଇପାରିବା ?’ ଆପଣ ସେହିସବୁ କରିବା ପାଇଁ ପ୍ରସ୍ତୁତ ରହନ୍ତୁ, ଯେଉଁଥିରୁ ଆପଣଙ୍କର ବାଦ ବିବାଦ ସମାଧାନ ହୋଇପାରିବ । କʼଣ ଆପଣଙ୍କ କଥାରୁ ଆପଣଙ୍କ ମିତ୍ରକୁ ଦୁଃଖ ପହଞ୍ଚି ଥିଲା ? ତେବେ ତାକୁ କହନ୍ତୁ ଯେ ଆପଣଙ୍କୁ ବି ଏହା ପାଇଁ ଅବଶୋଷ ଅଛି ଏବଂ ତାକୁ କ୍ଷମା ମାଗନ୍ତୁ । ଯଦି ଆପଣଙ୍କର ମିତ୍ର ବି ଆପଣଙ୍କୁ କ୍ଷମା ମାଗେ, ତାହେଲେ ଆପଣ ନମ୍ର ହୋଇ ତାକୁ କ୍ଷମା କରିଦିଅନ୍ତୁ । (ଲୂକ ୧୭:୩, ୪) ମନେ ରଖନ୍ତୁ, ଆପଣ କାହିଁକି ନିଜ ମିତ୍ର ସହିତ କଥା ହେବା ପାଇଁ ଚାହାନ୍ତି । ଆପଣ ଏହା ପ୍ରମାଣିତ କରିବା ପାଇଁ ଚାହାନ୍ତି ନାହିଁ ଯେ କିଏ ଠିକ୍ ଥିଲା ଓ କିଏ ଭୁଲ, ବରଂ ଆପଣଙ୍କର ଲକ୍ଷ୍ୟ ହେଉଛି, ବାଦ ବିବାଦକୁ ଦୂର କରିବା ଏବଂ ନିଜ ମିତ୍ରତାକୁ ଦୃଢ଼ କରିବା ।—ହିତୋ. ୧୮:୨୪.
ଯେବେ କାହାରି ସ୍ୱଭାବ ଆମଠାରୁ ଅଲଗା ହୋଇଥାଏ
୧୦. କିଛି ଲୋକଙ୍କ ମିତ୍ର ହେବା ଆମକୁ କାହିଁକି କଠିନ ଲାଗିପାରେ ?
୧୦ ଏଥିରୁ କିପରି ମିତ୍ରତାରେ ଫାଟ ସୃଷ୍ଟି ହୋଇପାରେ ? ଯେଉଁ ଭାଇଭଉଣୀମାନଙ୍କ ସ୍ୱଭାବ ଆମଠାରୁ ଅଲଗା ଥାଏ, ଆମକୁ ତାଙ୍କର ମିତ୍ର ହେବା ବହୁତ କଠିନ ଲାଗିପାରେ । ହୁଏତ ତାଙ୍କର କିଛି ଅଭ୍ୟାସ ଓ ବ୍ୟବହାର ଆମକୁ ବିରକ୍ତ କରିପାରେ । ତାʼସହିତ ହୋଇପାରେ କିଛି ଭାଇଭଉଣୀଙ୍କ ବ୍ୟବହାର ଦେଖି ଆମକୁ ଅଜବ ଲାଗିପାରେ । ହୁଏତ ସେମାନେ ଏଥିପାଇଁ ଏପରି ବ୍ୟବହାର କରନ୍ତି, କାରଣ ପୂର୍ବେ ସେମାନଙ୍କ ସହିତ ଖରାପ ବ୍ୟବହାର କରାଯାଇଥିଲା କିମ୍ବା ସେମାନଙ୍କର ଲାଳନପାଳନ ଏପରି ସଂସ୍କୃତି ବା ପରିବେଶରେ ହୋଇଛି, ଯେଉଁଠି ଲୋକମାନେ ବହୁତ ଲାଜ କରନ୍ତି କିମ୍ବା ବହୁତ କଥା ହୁଅନ୍ତି । କିଛି ଭାଇଭଉଣୀଙ୍କ ମିତ୍ର ହେବା ଆମକୁ ଏଥିପାଇଁ ବି କଠିନ ଲାଗିପାରେ, କାରଣ ହୁଏତ ଆମେ ଅନ୍ୟମାନଙ୍କ ସହିତ ବହୁତ ସହଜରେ ମିଳାମିଶା କରିପାରୁ, କିନ୍ତୁ ସେମାନେ ଏପରି କରିପାରନ୍ତି ନାହିଁ କିମ୍ବା ଏହାର ଓଲଟା ବି ହୋଇପାରେ ।
୧୧. ଯୀଶୁ କେଉଁ କାରଣରୁ ସେହି ଲୋକମାନଙ୍କ ସହିତ ବି ମିତ୍ରତା କରିପାରିଲେ, ଯେଉଁମାନଙ୍କର ସ୍ୱଭାବ ତାଙ୍କଠାରୁ ଅଲଗା ଥିଲେ ?
୧୧ ଯୀଶୁଙ୍କଠାରୁ ଦୀର୍ଘସହିଷ୍ଣୁ ବା ଧୈର୍ଯ୍ୟ ଧରିବା ବିଷୟରେ ଶିଖନ୍ତୁ । ଯୀଶୁ ସେହି ଲୋକମାନଙ୍କ ସହିତ ମଧ୍ୟ ମିତ୍ରତା କରୁଥିଲେ, ଯେଉଁମାନଙ୍କ ସ୍ୱଭାବ ତାଙ୍କଠାରୁ ଅଲଗା ଥିଲା । ଯେପରି, ତାଙ୍କ ଶିଷ୍ୟ ଯାକୁବ ଓ ଯୋହନଙ୍କ ବିଷୟରେ ଭାବନ୍ତୁ । ସେମାନେ ଉଚ୍ଚ ପଦବୀ ପାଇବା ପାଇଁ ଚାହୁଁଥିଲେ ଏବଂ ଯୀଶୁଙ୍କ ରାଜ୍ୟରେ ତାଙ୍କର ଦକ୍ଷିଣ ଓ ବାମ ପାର୍ଶ୍ୱରେ ବସିବାର ସମ୍ମାନ ପାଇବା ପାଇଁ ଚାହୁଁଥିଲେ । (ମାର୍କ ୧୦:୩୫-୩୭) କିନ୍ତୁ ଯୀଶୁଙ୍କ ବିଷୟରେ ଭାବନ୍ତୁ । ସେ ସ୍ୱର୍ଗରେ ଗୋଟିଏ ଉଚ୍ଚ ପଦ ଛାଡ଼ି ପୃଥିବୀକୁ ଅନ୍ୟମାନଙ୍କର ସେବା କରିବା ପାଇଁ ଆସିଥିଲେ । (ଫିଲିପ୍. ୨:୫-୮) ଭାବନ୍ତୁ, ଯୀଶୁଙ୍କ ମନୋଭାବ ଯାକୁବ ଓ ଯୋହନଙ୍କଠାରୁ କେତେ ଅଲଗା ଥିଲା । ସେମାନଙ୍କ ମଧ୍ୟରେ ବହୁତ ତଫାତ୍ ଥିଲା, ତଥାପି ଯୀଶୁ ତାଙ୍କ ସହ ଏବଂ ତାଙ୍କର ଅନ୍ୟ ଶିଷ୍ୟମାନଙ୍କ ସହିତ ଧୈର୍ଯ୍ୟ ଧରିଲେ ।
୧୨. ଯୀଶୁ କାହିଁକି ନିଜ ମିତ୍ରମାନଙ୍କ ସହିତ ଧୈର୍ଯ୍ୟ ଧରିପାରିଲେ ?
୧୨ ଯୀଶୁ ନିଜ ମିତ୍ରମାନଙ୍କଠାରୁ ଏହା ଆଶା କରୁ ନ ଥିଲେ ଯେ ସେମାନଙ୍କ ଦ୍ୱାରା କିଛି ଭୁଲ ହେବ ନାହିଁ । ସେ ଜାଣିଥିଲେ ଯେ ଉଚ୍ଚ ପଦବୀ ପାଇବାର ଇଚ୍ଛା କେବଳ ଯାକୁବ ଓ ଯୋହନଙ୍କ ମନ ଭିତରେ ନାହିଁ, ବରଂ ତାଙ୍କ ଅନେକ ଶିଷ୍ୟମାନଙ୍କ ମନରେ ବି ଅଛି । (ମାର୍କ ୯:୩୪) ସେ ଦେଖିପାରୁଥିଲେ ଯେ ସେସମୟର ଧର୍ମଗୁରୁମାନେ ନାମ ଅର୍ଜନ କରିବା ଓ ଆଦର ସମ୍ମାନ ପାଇବାକୁ ବହୁତ ଜୋର୍ ଦେଉଥିଲେ । ଯୀଶୁ ନିଜେ ମଧ୍ୟ ଏପରି ପରିବେଶରେ ବଡ଼ ହୋଇଥିଲେ ଓ ସେ ସେମାନଙ୍କ ଚିନ୍ତାଧାରାକୁ ଭଲଭାବେ ବୁଝୁଥିଲେ, ତେଣୁ ସେ ନିଜ ଶିଷ୍ୟମାନଙ୍କ ସହ ଧୈର୍ଯ୍ୟ ଧରିଲେ । ସେ ଜାଣିଥିଲେ ଯେ ଶିଷ୍ୟମାନଙ୍କ ମନରେ ଅହଂକାର ଏବଂ ବଡ଼ ହେବାର ଅଭିଳାଷା ଅନେକ ବର୍ଷରୁ ଅଛି ଏବଂ ଏହି ଭାବନାକୁ ନିଜ ମନରୁ ପୂରାପୂରି ଭାବେ ବାହାର କରିବା ପାଇଁ ତାଙ୍କୁ ସମୟ ଲାଗିବ ।—ମାର୍କ ୧୦:୪୨-୪୫.
୧୩. ଯଦି ଆମେ ଧୈର୍ଯ୍ୟ ଧରିବା, ତାହେଲେ ଆମେ କʼଣ କରିପାରିବା ? (ଏଫିସୀୟ ୪:୨)
୧୩ ନିଜ ମିତ୍ରତାକୁ କିପରି ବଜାୟ ରଖିବା ? ଧୈର୍ଯ୍ୟର ଗୁଣ ବଢ଼ାଇବା ଜାରି ରଖନ୍ତୁ, ତେବେ ଅନ୍ୟମାନଙ୍କ ବିରକ୍ତ କରାଉଥିବା ଅଭ୍ୟାସଗୁଡ଼ିକ ଆପଣଙ୍କୁ ଏତେ ଖରାପ ଲାଗିବନି । (ହିତୋ. ୧୪:୨୯) ଦେଖିବାକୁ ଗଲେ ଆମ ସମସ୍ତଙ୍କ ସ୍ୱଭାବ ଓ ଗୁଣ ଅଲଗା ଅଲଗା । ଏଗୁଡ଼ିକୁ ଆମେ ତୃଟି ବୋଲି କହିପାରିବାନି, ଏହା ଆମ ବ୍ୟକ୍ତିତ୍ୱର ଭାଗ । ସେଥିପାଇଁ ଯେବେ କେହି ଆମକୁ ଖୁସିର ସହ ଗ୍ରହଣ କରନ୍ତି, ତେବେ ଆମକୁ ବହୁତ ଭଲ ଲାଗେ । (ଏଫିସୀୟ ୪:୨ ପଢ଼ନ୍ତୁ ।) ସେହିଭଳି ଆମକୁ ବି ଅନ୍ୟମାନଙ୍କୁ ଗ୍ରହଣ କରିବା ଉଚିତ୍ ଏବଂ ଏହା ଭାବିବା ଉଚିତ୍ ନୁହେଁ ଯେ ସେମାନେ ଆମ ଭଳି ହୁଅନ୍ତୁ । ଯେପରି, ଭାବନ୍ତୁ ଯେ ଯିଏ ଲାଜ କରେ ଏବଂ ଅଧିକ କଥା ହୁଏନି ତାକୁ ଅନ୍ୟମାନଙ୍କ ସହିତ ମିଳାମିଶା କରିବା ଏବଂ କଥା ହେବା ପାଇଁ କେତେ ପରିଶ୍ରମ କରିବାକୁ ପଡ଼ୁଥିବ । ସେଥିପାଇଁ ତାʼସହିତ ଧୈର୍ଯ୍ୟ ଧରନ୍ତୁ । ଅନ୍ୟପକ୍ଷରେ ଯିଏ ଖୋଲିକି ନିଜ ଭାବନାଗୁଡ଼ିକୁ ବ୍ୟକ୍ତ କରେ ଏବଂ ଅଧିକ କଥା କହେ, ତାʼସହିତ ବି ଧୈର୍ଯ୍ୟ ଧରନ୍ତୁ । ଆମେ ସମସ୍ତଙ୍କର ଘନିଷ୍ଠ ମିତ୍ର ତ ହୋଇପାରିବାନି, କିନ୍ତୁ ଆମେ ମନେ ରଖିପାରିବା ଯେ ଆମ ଖ୍ରୀଷ୍ଟିୟାନମାନଙ୍କର ଭିନ୍ନ ଭିନ୍ନ ସ୍ୱଭାବ ସତ୍ତ୍ୱେ ଆମେ ସମସ୍ତଙ୍କ ସହିତ ମିଶି ଯିହୋବାଙ୍କ ସେବା ନିଶ୍ଚୟ କରିପାରିବା ।
୧୪. ଧୈର୍ଯ୍ୟ ଧରିଲେ ଆମେ କେଉଁ କଥା ଉପରେ ଧ୍ୟାନ ଦେଇପାରିବା ?
୧୪ ଧୈର୍ଯ୍ୟ ଧରିଲେ ଆମେ ଭାଇଭଉଣୀମାନଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେଇପାରିବା ଏବଂ ଏପରି ଭାବିବା ନାହିଁ ଯେ ଯଦି କାହାରି ସ୍ୱଭାବ ଆମଠାରୁ ଅଲଗା ଅଛି, ତାହେଲେ ଆମେ ତାଙ୍କର ମିତ୍ର ହୋଇପାରିବା ନାହିଁ । ଯେପରି, ଯାକୁବ ଓ ଯୋହନ କେବଳ ନିଜ ବିଷୟରେ ଭାବୁଥିଲେ ଓ ଗୋଟିଏ ଉଚ୍ଚ ପଦବୀ ପାଇବା ପାଇଁ ଚାହୁଁଥିଲେ । କିନ୍ତୁ ସେମାନଙ୍କ ଅନୁରୋଧରୁ ଏହା ବି ଜଣାପଡ଼େ ଯେ ତାଙ୍କୁ ଈଶ୍ୱରଙ୍କ ରାଜ୍ୟ ଆସିବ ବୋଲି ପୂରା ଭରସା ଥିଲା । ଯୀଶୁ ତାଙ୍କର ଏହି କଥା ଉପରେ ଧ୍ୟାନ ଦେଲେ ଏବଂ ତାଙ୍କର ଦୃଢ଼ ବିଶ୍ୱାସକୁ ଦେଖି ଯୀଶୁଙ୍କୁ ବହୁତ ଭଲ ଲାଗିଲା । ଯେବେ ଆମେ ବି ନିଜ ସାଙ୍ଗମାନଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେଉ, ତେବେ ଆମେ ନିଜ ପିତା ଯିହୋବା ଓ ଯୀଶୁଙ୍କ ଭଳି ହେଉ ।
୧୫. ଆମଠାରୁ ଅଲଗା ସ୍ୱଭାବ ଥିବା ଭାଇଭଉଣୀମାନଙ୍କ ସହିତ ମିତ୍ରତା କରିବା ପାଇଁ କିଏ ଆମକୁ ସାହାଯ୍ୟ କରିପାରିବେ ?
୧୫ ଯଦି ଆପଣଙ୍କୁ କେବେ ସେହି ଭାଇଭଉଣୀମାନଙ୍କ ସହିତ ମିତ୍ରତା କରିବା କଠିନ ଲାଗେ, ଯେଉଁମାନଙ୍କ ସ୍ୱଭାବ ଆପଣଙ୍କଠାରୁ ଅଲଗା ତେବେ ଆପଣଙ୍କୁ ସବୁଠୁ ଅଧିକ କʼଣ କରିବା ଉଚିତ୍ ? ଆପଣଙ୍କୁ ଯିହୋବାଙ୍କୁ ସାହାଯ୍ୟ ମାଗିବା ଉଚିତ୍ । ଭାବନ୍ତୁ ଯେ କେଉଁ ପରିସ୍ଥିତିରେ ଆପଣଙ୍କ ପାଇଁ ନିଜକୁ କାବୁରେ ରଖିବା କଠିନ ଲାଗିପାରେ । ଏହା ଭାବିବା ପରେ ପୂର୍ବରୁ ହିଁ ଯିହୋବାଙ୍କୁ ଏବିଷୟରେ ପ୍ରାର୍ଥନା କରନ୍ତୁ ଯେ ଆପଣ ଏପରି ପରିସ୍ଥିତିରେ ଶାନ୍ତ ରହିପାରିବେ । ମନେ ରଖନ୍ତୁ, ଯିହୋବା ହିଁ ଆମକୁ ସୃଷ୍ଟି କରିଛନ୍ତି ଏବଂ ସେ ଜାଣନ୍ତି ଯେ ଆମେ ସମସ୍ତେ ପରସ୍ପରଠାରୁ ଅଲଗା । ତେଣୁ ଯେବେ ବି ଆପଣ ପ୍ରାର୍ଥନା କରନ୍ତି, ତେବେ ପୂରା ଭରସା ରଖନ୍ତୁ ଯେ ଯିହୋବା ଏହି କଥାକୁ ଭଲଭାବେ ବୁଝନ୍ତି ଯେ ଆପଣଙ୍କୁ ଧୈର୍ଯ୍ୟ ଧରିବା ପାଇଁ କେଉଁ ଜିନିଷର ଆବଶ୍ୟକ ଅଛି ଏବଂ ସେ ଆପଣଙ୍କୁ ନିଶ୍ଚୟ ଶକ୍ତି ଦେଇପାରିବେ । ଆଉ ଯଦି କେବେ ଆପଣଙ୍କୁ ଲାଗେ ଯେ ଆପଣଙ୍କୁ ଧୈର୍ଯ୍ୟ ଧରିବା କଠିନ ଲାଗୁଛି, ତାହେଲେ ଯିହୋବାଙ୍କୁ ପବିତ୍ର ଶକ୍ତି ମାଗନ୍ତୁ ଯାହାଫଳରେ ଆପଣ ନିଜ ଭାବନାକୁ କାବୁରେ ରଖିପାରିବେ ଏବଂ ଭଲରେ ବ୍ୟବହାର କରିବେ ।—ଲୂକ ୧୧:୧୩; ଗାଲା. ୫:୨୨, ୨୩.
ଯେବେ କୌଣସି ଭାଇ କିମ୍ବା ଭଉଣୀ କଷ୍ଟରେ ଥାʼନ୍ତି
୧୬. ଯଦି କେହି ଭାଇ କିମ୍ବା ଭଉଣୀ କଷ୍ଟରେ ଥାʼନ୍ତି, ତାହେଲେ ତାଙ୍କର ମିତ୍ର ହୋଇ ରହିବା ଆମକୁ କାହିଁକି କଠିନ ଲାଗିପାରେ ?
୧୬ ଏଥିରୁ କିପରି ମିତ୍ରତାରେ ଫାଟ ସୃଷ୍ଟି ହୋଇପାରେ ? ଯଦି କେହି ଭାଇ କିମ୍ବା ଭଉଣୀ ରୋଗରେ ଅଛନ୍ତି କିମ୍ବା ବହୁତ ଦୁଃଖି ବା ଚିନ୍ତିତ ଅଛନ୍ତି, ତାହେଲେ ତାଙ୍କର ଭଲ ମିତ୍ର ହୋଇ ରହିବା ଆମକୁ କଠିନ ଲାଗିପାରେ । ହୁଏତ ସେ ବହୁତ ଚୁପ୍ ରହୁଥିବେ, କଥା କଥାରେ ଚିଡ଼ି ଯାଉଥିବେ କିମ୍ବା ହଠାତ୍ ତାଙ୍କ ମନ ପରିବର୍ତ୍ତନ ହୋଇଯାଉଥିବ । ଏପରି ସମୟରେ ହୁଏତ ସେ ଏପରି କିଛି କହିବେ ବା କରିବେ, ଯେଉଁଥିରୁ ଆମକୁ କଷ୍ଟ ଲାଗିପାରେ । (ଆୟୁ. ୬:୨, ୩) ହୋଇପାରେ ସେହି ଭାଇ କିମ୍ବା ଭଉଣୀ କୌଣସି ବଡ଼ କଷ୍ଟ ସହୁଥିବେ, ଯାହା ବିଷୟରେ ଆମକୁ ଜଣା ନ ଥିବ । ଏପରି ସମୟରେ ସେ ହୁଏତ ସେହିଭଳି ଭାବେ ବ୍ୟବହାର କରିପାରିବେ ନାହିଁ, ଯେଉଁଭଳି ଆମେ ଆଶା କରୁଛୁ ।
୧୭. ଯୀଶୁ ଯେପରି ଭାବେ ବାର୍ଟୀମୟ ସହିତ ବ୍ୟବହାର କଲେ, ସେଥିରୁ ଆପଣ କʼଣ ଶିଖିଲେ ?
୧୭ ଯୀଶୁଙ୍କଠାରୁ କରୁଣା ଓ ଦୟା ଦେଖାଇବା ବିଷୟରେ ଶିଖନ୍ତୁ । ଯେବେ ଯୀଶୁ କାହାରିକୁ କଷ୍ଟରେ ଦେଖୁଥିଲେ, ତେବେ ସେ ତାʼଠାରୁ ଦୂରେଇ ଯାଉ ନ ଥିଲେ । ଯଦିଓ ସେ ତାକୁ ପ୍ରଥମ ଥର ଭେଟନ୍ତୁ ନା କାହିଁକି, ସେ ଅତି ପ୍ରେମର ସହିତ କଥା ହେଉଥିଲେ ଏବଂ ତାʼ କଷ୍ଟକୁ ଦୂର କରିବା ପାଇଁ ପଦକ୍ଷେପ ନେଉଥିଲେ । ଧ୍ୟାନ ଦିଅନ୍ତୁ ଯେ ଯୀଶୁ ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକାରୀଙ୍କ ସହିତ କିପରି ବ୍ୟବହାର କଲେ । ଯେବେ ବାର୍ଟୀମୟ ଶୁଣିଲା ଯେ ଯୀଶୁ ସେହି ବାଟ ଦେଇ ଯାଉଛନ୍ତି, ତେବେ ସେ ଜୋର୍ରେ ପାଟି କରି ଡାକିବାକୁ ଲାଗିଲା । ଭିଡ଼ର କିଛି ଲୋକ ତାକୁ ଗାଳି ଦେଇ ଚୁପ୍ ରହିବା ପାଇଁ କହିଲେ, କିନ୍ତୁ ସେ ଠିକ୍ ହେବା ପାଇଁ ଚାହୁଁଥିଲା ତେଣୁ ସେ ଆଉ ଜୋର୍ରେ ପାଟି କରି ଡାକିଲା । ଏହା ଦେଖି ହୁଏତ କିଛି ଲୋକ ଚିଡ଼ି ଯାଇଥିବେ । କʼଣ ଯୀଶୁଙ୍କୁ ବି ତାʼର ବ୍ୟବହାର ଅଜବ ଲାଗିଲା । ନୁହଁ, ସେହି ଅନ୍ଧ ଭିକାରୀର ପରିସ୍ଥିତିକୁ ଦେଖି ଯୀଶୁ “ଦୟାରେ ବିଗଳିତ” ହୋଇଗଲେ । (ମାଥି. ୨୦:୩୪; ମାର୍କ ୧୦:୪୬-୫୨) ସେ ବାର୍ଟୀମୟ ସହିତ ବହୁତ ପ୍ରେମର ସହ କଥା ହେଲେ ଏବଂ ତାʼ ବିଶ୍ୱାସକୁ ଦେଖି ତାକୁ ପ୍ରଶଂସା କଲେ । ଏହାପରେ ଯୀଶୁ ଗୋଟିଏ ଚମତ୍କାର କରି ତାʼ ଦୃଷ୍ଟିଶକ୍ତି ଫେରାଇଲେ ।
୧୮. ଯେବେ ଆମ ମିତ୍ର କଷ୍ଟରେ ଥାଏ, ତେବେ ଆମକୁ କʼଣ କରିବା ଉଚିତ୍ ? (୧ ଥେସଲନୀକୀୟ ୫:୧୪)
୧୮ ନିଜ ମିତ୍ରତାକୁ କିପରି ବଜାୟ ରଖିବା ? କରୁଣା ଓ ଦୟା ଦେଖାନ୍ତୁ । ଏହି ଗୁଣ ବଢ଼ାଇଲେ ଆପଣ ରୋଗରେ ପୀଡ଼ିତ ଥିବା ଭାଇଭଉଣୀଙ୍କୁ କିମ୍ବା ‘ସାହସ-ହୀନମାନଙ୍କୁ ସାନ୍ତ୍ୱନା ଦେଇପାରିବେ ।’ (୧ ଥେସଲନୀକୀୟ ୫:୧୪ ପଢ଼ନ୍ତୁ ।) ମନେ ରଖନ୍ତୁ ଯେ ଜଣେ ପ୍ରକୃତ ମିତ୍ର କʼଣ କରେ ? ସେ ସବୁବେଳେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହେ, ବିଶେଷ କରି ‘ଦୁର୍ଦ୍ଦଶା କାଳରେ ।’ (ହିତୋ. ୧୭:୧୭) ସେ ଅନ୍ୟମାନଙ୍କ କଷ୍ଟକୁ ଦେଖି କେବଳ ଦୁଃଖ ଅନୁଭବ କରେନି, ବରଂ ତାଙ୍କ ପାଇଁ କିଛି କରିବା ପାଇଁ ପଦକ୍ଷେପ ବି ନିଏ । ସେ ନିଜ କଥାରୁ ତାଙ୍କର ଉତ୍ସାହ ବଢ଼ାଏ, ତାଙ୍କୁ ଭଲ ଅନୁଭବ କରାଏ ଏବଂ ତାଙ୍କ ସାହାଯ୍ୟ କରିବା ପାଇଁ ତାʼଦ୍ୱାରା ଯେତେ ହୋଇପାରେ, ସେ ସବୁକିଛି କରେ ।
୧୯. ଆପଣ କିପରି କରୁଣା ଓ ଦୟା ଦେଖାଇପାରିବେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୯ ଅନ୍ୟମାନଙ୍କୁ କରୁଣା ଓ ଦୟା ଦେଖାଇବା ପାଇଁ ଆପଣ କʼଣ କରିପାରିବେ ? ଆପଣ କାହାରି କଷ୍ଟକୁ ଦୂର କରିପାରିବେ ନାହିଁ ସତ, କିନ୍ତୁ ଆପଣ ତାଙ୍କୁ ନିଶ୍ଚୟ ସହାନୁଭୂତି ଦେଖାଇପାରିବେ । ଅର୍ଥାତ୍ ଆପଣ ଏହା ବୁଝିବା ପାଇଁ ଚେଷ୍ଟା କରିପାରିବେ ଯେ ତାଙ୍କୁ କିପରି ଲାଗୁଛି, ତାଙ୍କୁ କିପରି ଅନୁଭବ ହେଉଛି । (ମାଥି. ୭:୧୨; ୧ ପିତ. ୩:୮) ଯେବେ ସେ ନିଜ ମନ କଥା କହନ୍ତି, ତେବେ ଧ୍ୟାନର ସହ ତାଙ୍କର ଶୁଣନ୍ତୁ । ଯଦି ଆପଣଙ୍କୁ ଲାଗେ ଯେ ତାଙ୍କୁ କିଛି କହିବା ଉଚିତ୍, ତାହେଲେ ଭାବିଚିନ୍ତି କଥା ହୁଅନ୍ତୁ । ଆଉ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ କଥାରୁ ତାଙ୍କୁ ସାନ୍ତ୍ୱନା ମିଳୁ । (ହିତୋ. ୧୨:୨୫) ଏହା ଭାବନ୍ତୁ ନାହିଁ ଯେ ଆପଣଙ୍କୁ ତାଙ୍କ ପରିସ୍ଥିତି ବିଷୟରେ ସବୁକିଛି ଜଣାଅଛି । (ହିତୋ. ୧୮:୧୩) ତାଙ୍କ ସହିତ ଧୈର୍ଯ୍ୟ ଧରନ୍ତୁ ଏବଂ ତାଙ୍କଠାରୁ ଏପରି କିଛି ବି ଆଶା କରନ୍ତୁ ନାହିଁ, ଯାହା ତାଙ୍କ ପାଇଁ ସମ୍ଭବ ନୁହେଁ ।—ଏଫି. ୪:୩୨.
ପ୍ରକୃତ ମିତ୍ର କରୁଣା ଓ ଦୟା ଦେଖାଇ ସାନ୍ତ୍ୱନା ଦିଏ (ପାରାଗ୍ରାଫ ୧୯)
୨୦. ଆପଣ କେଉଁଭଳି ମିତ୍ର ହେବା ପାଇଁ ଚାହାନ୍ତି ?
୨୦ ଯିହୋବାଙ୍କ ସଂଗଠନରେ ଆମେ ପ୍ରକୃତ ମିତ୍ର ପାଇପାରିଛୁ, ସେମାନେ ସତରେ ଆମ ପାଇଁ ବହୁମୂଲ୍ୟ । ଆମେ ସମସ୍ତେ ଅପରିପୂର୍ଣ୍ଣ ଏବଂ ଆମ ସହିତ ପୂର୍ବେ ଯାହା ବି ହୋଇଥିଲା, ସେଗୁଡ଼ିକ ଯୋଗୁଁ ହୁଏତ ଆମେ ସମସ୍ତେ ଅନ୍ୟମାନଙ୍କୁ ଏପରି କିଛି କହିଦେଉ ବା କରିଦେଉ ଯେଉଁଥିରୁ ସେମାନଙ୍କୁ ଖରାପ ଲାଗିପାରେ । କିନ୍ତୁ ଏହି କାରଣଗୁଡ଼ିକ ଯୋଗୁଁ ଭାଇଭଉଣୀମାନେ ଆମଠାରୁ ଦୂରେଇ ଯାଆନ୍ତି ନାହିଁ, ବରଂ ସେମାନେ କୋମଳ ହୃଦୟ, ଦୟା, ନମ୍ରତା ଓ ଦୀର୍ଘସହିଷ୍ଣୁତା ଭଳି ଗୁଣ ଦେଖାନ୍ତି । ସତରେ ଏହା ଦେଖି ଆମକୁ କେତେ ଭଲ ଲାଗେ । ଆସନ୍ତୁ ଆମେ ବି ଏହି ଗୁଣଗୁଡ଼ିକୁ ବଢ଼ାଇବା ପାଇଁ ପୂରା ଚେଷ୍ଟା କରିବା ଏବଂ ଭଲ ମିତ୍ର ହେବା ।
ଗୀତ ୧୨୪ ବଜାୟ ରଖିବା ବିଶ୍ୱାସ
a ଚିତ୍ର ବିଷୟରେ: ପ୍ରଚାର ଅଞ୍ଚଳର ବ୍ୟବସ୍ଥା ବିଷୟରେ ଜଣେ ବୃଦ୍ଧ ଭାଇ ଏବଂ ଜଣେ ଯୁବା ଭାଇଙ୍କ ମତ ଅଲଗା ଅଲଗା ରହିଛି । ପରେ ସେମାନେ ଦୁହେଁ ସାଙ୍ଗରେ ମିଶି ଖୁସିର ସହ ପ୍ରଚାର କରୁଛନ୍ତି ।