ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ନଭେମ୍ବର ପୃଷ୍ଠା ୩୦
  • ଅତ୍ୟାଚାର ସହୁଥିବା ସ୍ତ୍ରୀଲୋକମାନଙ୍କୁ ସାହାଯ୍ୟ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅତ୍ୟାଚାର ସହୁଥିବା ସ୍ତ୍ରୀଲୋକମାନଙ୍କୁ ସାହାଯ୍ୟ କରନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ପ୍ରାୟ ସମାନ ଲେଖା
  • ସ୍ତ୍ରୀମାନଙ୍କ ସୁରକ୍ଷା​—ଶାସ୍ତ୍ରରେ କʼଣ କୁହାଯାଇଛି ?
    ଆଉ କିଛି ବିଷୟ
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା ?
    ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା?
  • JW.ORG ୱେବସାଇଟ୍‌ରେ ପାଆନ୍ତୁ ବୁଦ୍ଧିଭରା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ନଭେମ୍ବର ପୃଷ୍ଠା ୩୦
ଆମ ଭଉଣୀ ଜଣେ ସ୍ତ୍ରୀକୁ “ସ୍ତ୍ରୀମାନଙ୍କ ସୁରକ୍ଷା​—ଶାସ୍ତ୍ରରେ କʼଣ କୁହାଯାଇଛି ?” ଲେଖାର ଛପା ଯାଇଥିବା କପି ଦେଉଛନ୍ତି ।

ଅତ୍ୟାଚାର ସହୁଥିବା ସ୍ତ୍ରୀଲୋକମାନଙ୍କୁ ସାହାଯ୍ୟ କରନ୍ତୁ

“ଦୁନିଆରେ ଲକ୍ଷ ଲକ୍ଷ ସ୍ତ୍ରୀ ଓ ଝିଅମାନଙ୍କ ସହିତ ବହୁତ ଖରାପ ବ୍ୟବହାର ହେଉଛି । କʼଣ ଆପଣଙ୍କ ସହିତ ବି ଏପରି କିଛି ହୋଇଛି ? ଈଶ୍ୱର ଆପଣଙ୍କ ସୁରକ୍ଷାକୁ କାହିଁକି ଏତେ ଗୁରୁତ୍ୱ ଦିଅନ୍ତି ଆଉ ସ୍ତ୍ରୀମାନଙ୍କ ସହ ଯେଉଁ ଖରାପ ବ୍ୟବହାର ହେଉଛି, ଏବିଷୟରେ ସେ କʼଣ କରିବେ ? ଏହା ଜାଣନ୍ତୁ ।”

ଏହିପରି ଭାବେ jw.org ୱେବସାଇଟ୍‌ରେ ଦିଆଯାଇଥିବା “ସ୍ତ୍ରୀମାନଙ୍କ ସୁରକ୍ଷା​—ଶାସ୍ତ୍ରରେ କʼଣ କୁହାଯାଇଛି ?” ଲେଖା ଆରମ୍ଭ ହୁଏ । ଏହି ଲେଖାର ଶେଷରେ ଗୋଟିଏ ଲିଙ୍କ୍‌ ଦିଆଯାଇଛି, ଯାହାକୁ କ୍ଲିକ୍‌ କରି ଆମେ ଏହାକୁ ଡାଉନଲୋଡ୍‌ କରିପାରିବା । ଏହାପରେ ଆପଣ ଏହାର ପ୍ରିଣ୍ଟ ବାହାର କରି ୪ ପୃଷ୍ଠା ବିଶିଷ୍ଟ ଗୋଟିଏ ଗୋଟିଏ ଟ୍ରାକ୍ଟ ତିଆରି କରିପାରିବେ । ଆମେରିକାରେ ରହୁଥିବା ଭଉଣୀ ଷ୍ଟେସି କହନ୍ତି, “ମୁଁ ଏହି ଲେଖାର ଅନେକ କପି ପ୍ରିଣ୍ଟ କରାଇଲି । ଏହାପରେ ମୁଁ ଏବଂ ଆଉ ଜଣେ ଭଉଣୀ ସେହି ପ୍ରିଣ୍ଟ୍‌କୁ ନେଇ ଗୋଟିଏ ମହିଳା ଆଶ୍ରମକୁ ଗଲୁ ।”

ସେହି ଆଶ୍ରମରେ କାମ କରୁଥିବା ସ୍ତ୍ରୀ ଲୋକଟି ଭଉଣୀମାନଙ୍କୁ କହିଲେ ଯେ ସେ ସେଠାର ସ୍ତ୍ରୀମାନଙ୍କୁ ଏହି ଟ୍ରାକ୍ଟ ଦେବା ପାଇଁ ଚାହାନ୍ତି, ତାହେଲେ କʼଣ ସେମାନେ ତାଙ୍କୁ ଏହି ଟ୍ରାକ୍ଟର ଆଉ କିଛି କପି ଦେଇପାରିବେ । ଆମ ଭଉଣୀମାନେ ଏହି ଟ୍ରାକ୍ଟର ୪୦ଟି କପି ଓ ୩୦ଟି jw.org ସଂପର୍କ କାର୍ଡ ସେଠାକୁ ପଠାଇଲେ । ପୁଣିଥରେ ଯେବେ ଆମ ଭଉଣୀମାନେ ସେଠାକୁ ଗଲେ, ତେବେ ଆଶ୍ରମର ମ୍ୟାନେଜର ଭଉଣୀମାନଙ୍କୁ କହିଲେ ଯେ କʼଣ ସେମାନେ ସେଠାରେ ରହୁଥିବା ସ୍ତ୍ରୀମାନଙ୍କୁ ଏହା ଦେଖାଇପାରିବେ ଯେ ବାଇବଲ ଅଧ୍ୟୟନ କିପରି କରାଯାଏ ।

ଷ୍ଟେସି ଓ ଆଉ ଦୁଇଜଣ ଭଉଣୀଙ୍କର ବି ଏପରି ହିଁ ଭଲ ଅନୁଭୂତି ରହିଲା । ସେମାନେ ଆଉ ଗୋଟିଏ ଆଶ୍ରମକୁ ଯାଇଥିଲେ ଏବଂ ସେଠାରେ ସେମାନେ ଏହି ଟ୍ରାକ୍ଟର ପାଞ୍ଚଟି କପି ଦେଲେ । ଆଉ ସେଠାର ସ୍ତ୍ରୀମାନେ ତାଙ୍କୁ ଏହାର ଆହୁରି କପି ମାଗିଲେ । ସେଠାରେ କାମ କରୁଥିବା ଜଣେ ସ୍ତ୍ରୀଲୋଟି କହିଲେ, “ଏହି ପରଚାରୁ ଏଠାରେ ଥିବା ସ୍ତ୍ରୀମାନଙ୍କୁ ବହୁତ ଲାଭ ହେବ । ଆମକୁ ଏହାର ଆବଶ୍ୟକ ଥିଲା ।” ଯେବେ ଆମ ଭଉଣୀମାନେ ପୁଣିଥରେ ସେଠାକୁ ଗଲେ, ତେବେ ଅନେକ ସ୍ତ୍ରୀ ଏକାଠି ହେଲେ । ସେମାନେ ଏହା ଦେଖିବା ପାଇଁ ଚାହୁଁଥିଲେ ଯେ ବାଇବଲ ଅଧ୍ୟୟନ କିପରି କରାଯାଏ । ଦୁଇଜଣ ସ୍ତ୍ରୀ ଏହା କହିଲେ ଯେ ସେମାନେ ସପ୍ତାହର ଶେଷରେ ହେଉଥିବା ସଭା ପାଇଁ ମଧ୍ୟ ରାଜ୍ୟଘରକୁ ଆସିବେ ।

ଭଉଣୀ ଷ୍ଟେସି କହନ୍ତି, “ଏହି ଲେଖାକୁ ପଢ଼ି ଲୋକମାନେ ଯେପରି ଭାବେ ଖୁସି ହେଲେ, ତାହା ଦେଖି ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗେ । ଯେବେ ଆମେ ଏହାର ପ୍ରିଣ୍ଟ ବାହାର କରି ଟ୍ରାକ୍ଟ ତିଆରି କଲୁ, ତେବେ ଆମେ ସେହି ସ୍ତ୍ରୀମାନଙ୍କୁ ବହୁତ ଭଲଭାବେ ଖୁସିଖବର ଶୁଣାଇପାରିଲୁ, ଯେଉଁମାନଙ୍କ ସହ ଖରାପ ବ୍ୟବହାର କରାଯାଇଥିଲା । ଯେବେ ଆମେ ଏହା ଦେଖିଲୁ ଯେ ସ୍ତ୍ରୀମାନେ କିପରି ଖୁସିର ସହିତ ଏହି ଟ୍ରାକ୍ଟକୁ ନେଲେ, ତେବେ ଆମକୁ ବହୁତ ଭଲ ଲାଗିଲା । ଆମକୁ ଏବିଷୟରେ ବି ଜାଣି ବହୁତ ଖୁସି ଲାଗେ ଯେ ଯେବେ ଆମେ ଏହିପରି ସ୍ତ୍ରୀ ଲୋକମାନଙ୍କୁ ଖୁସିଖବର ଶୁଣାଇବା ପାଇଁ ପରିଶ୍ରମ କରିବା, ତେବେ ଯିହୋବା ସେଗୁଡ଼ିକ ଉପରେ ଆଶିଷ ଦେବେ ।”

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ