୨୦-୨୬ ଜୁଲାଇ
ଯିରିମୀୟ ୧୮–୧୯
ଗୀତ ୪୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଯିହୋବାଙ୍କ ପାଖକୁ ଫେରି ଆସିବା ସମ୍ଭବ
(୧୦ ମି.)
ଯିହୋବା ଯିହୁଦାର ଲୋକମାନଙ୍କୁ କହିଲେ ଯେ ସେମାନେ ଖରାପ କାମ କରିବା ବନ୍ଦ କରିଦିଅନ୍ତୁ (ଯିରି ୧୮:୧୧; ପ୍ର୨୫.୦୪ ପୃ ୪ ¶୧୦)
ଯଦିଓ ସେମାନେ କହୁଥିଲେ ଯେ “ଭରସା ନାହିଁ,” କିନ୍ତୁ ଯିହୋବାଙ୍କୁ ଭରସା ଥିଲା ଯେ ସେମାନେ ବଦଳିବେ (ଯିରି ୧୮:୧୨)
ଆମେ ଖରାପ କାମ କରିବା ଛାଡ଼ିପାରିବା (ଯିରି ୧୮:୭, ୮; ପ୍ର୨୫.୦୮ ପୃ ୨୩ ¶୧୧)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଯିରି ୧୮:୬; ୧୯:୧୦, ୧୧—ଯିହୋବା ଆମର ମହାନ କୁମ୍ଭକାର ଅଟନ୍ତି, ଏହାର ଅର୍ଥ କʼଣ ? (ପ୍ର୨୫.୦୭ ପୃ ୧୫-୧୬ ¶୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଯିରି ୧୯:୧-୧୧ (ଶିଖାଇବା ଅଧ୍ୟୟନ ୫)
୪. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ଆଉ ତାʼପରେ ଏହା କିପରି ହୁଏ ସେବିଷୟରେ କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ଘର ଘର ପ୍ରଚାର । ଗତଥର ଆପଣ ଘରମାଲିକଙ୍କୁ ଯେଉଁ ଟ୍ରାକ୍ଟ ଦେଇଥିଲେ, ତାʼ ଉପରେ ହିଁ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)
୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା
(୪ ମି.) ଭାଷଣ । ପ୍ର୨୪.୦୨ ପୃ ୩୦ ¶୬-୯—ବିଷୟ: ନିଜ ନିଷ୍ପତ୍ତି ନିଜେ ନେବା ବିଷୟରେ ବାଇବଲରେ କʼଣ କୁହାଯାଇଛି ? (ଶିଖାଇବା ଅଧ୍ୟୟନ ୨୦)
ଗୀତ ୩୮
୭. ଯିହୋବାଙ୍କ ପାଖକୁ ପୁଣିଥରେ ଫେରିବା ପାଇଁ ଆମେ କʼଣ କରିପାରିବା ?
(୧୫ ମି.) ଆଲୋଚନା ।
ଯେଉଁ ଲୋକମାନେ ଯିହୋବାଙ୍କ ସେବା କରିବା ଛାଡ଼ି ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଲୋକ ଏବେ ବି ଯିହୋବାଙ୍କୁ ପ୍ରେମ କରନ୍ତି । କିନ୍ତୁ ହୁଏତ ସେମାନେ ଏହା ଭାବୁଥିବେ ଯେ ଯିହୋବାଙ୍କ ପାଖକୁ ପୁଣିଥରେ ଫେରି ଆସିବା ପାଇଁ କʼଣ କରିବାକୁ ପଡ଼ିବ । କିମ୍ବା ସେମାନଙ୍କୁ ଲାଗୁଥିବ ଯେ ସେମାନେ ପୁଣିଥରେ ଯିହୋବାଙ୍କ ପାଖକୁ ଫେରି ଆସିବାର ଯୋଗ୍ୟ ନୁହଁନ୍ତି । ଯିହୋବା ଏପରି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ଠିକ୍ ଯେପରି ସେ ପ୍ରାଚୀନ ସମୟରେ ନିଜ ଲୋକମାନଙ୍କୁ ସାହାଯ୍ୟ କରିଥିଲେ ।
ଯେଉଁ ଖ୍ରୀଷ୍ଟିୟାନ ଯିହୋବାଙ୍କ ସେବା କରିବା ଛାଡ଼ି ଦେଇଥିଲେ, ତାଙ୍କୁ ଏପରି ଭାବିବା ଉଚିତ୍ ନୁହେଁ ଯେ ତାଙ୍କୁ ଏକାଥରେ ଉପାସନା ସହ ଜଡ଼ିତ ସବୁ କାମ କରିବା ଆରମ୍ଭ କରିଦେବା ଉଚିତ୍ । ତାଙ୍କୁ ଧୀରେ ଧୀରେ କରି ଯିହୋବାଙ୍କ ସେବା ପୁଣିଥରେ ଆରମ୍ଭ କରିବା ଉଚିତ୍ । ସେ ଏହା କିପରି କରିପାରିବେ ?
ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗନ୍ତୁ । (୧ପିତ ୫:୭) ସେ ପ୍ରତିଜ୍ଞା କରନ୍ତି ଯେ ସେ ଆପଣଙ୍କୁ ପୁଣିଥରେ ତାଙ୍କର ସେବା କରିବା ପାଇଁ ଶକ୍ତି ଦେବେ ।—ଯିଶା ୪୦:୨୮, ୨୯.
ପ୍ରତିଦିନ ବାଇବଲରୁ କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ । ଯେପରି, ଆପଣ କିଛି ପଦ ପଢ଼ିପାରିବେ କିମ୍ବା ତାହାର ଅଡିଓ ରେକଡିଙ୍ଗ୍ ଶୁଣିପାରିବେ । ଆପଣ jw.org ୱେବସାଇଟ୍ରୁ କୌଣସି ଲେଖା ପଢ଼ିପାରିବେ କିମ୍ବା ଭିଡିଓ ଦେଖିପାରିବେ । ଯେପରି ଭାବେ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ରହେ, ସେହିଭଳି ଯିହୋବାଙ୍କ ବିଷୟରେ ଶିଖିବା ଦ୍ୱାରା ତାଙ୍କ ସହିତ ଆମ ମିତ୍ରତା ଦୃଢ଼ ହୁଏ ।—ଗୀତ ୧:୨, ୩.
ଯେତେ ଶୀଘ୍ର ହୋଇପାରେ ମଣ୍ଡଳୀର ଗୋଟିଏ ସଭାକୁ ଯିବା ପାଇଁ ଚେଷ୍ଟା କରନ୍ତୁ । ଏହି ସଭାଗୁଡ଼ିକ ଜରିଆରେ ଯିହୋବା ଆମକୁ ସାହାଯ୍ୟ କରନ୍ତି ଏବଂ ଆମର ସାହସ ବଢ଼ାନ୍ତି ।—ଏବ୍ରୀ ୧୦:୨୪, ୨୫.
ଯିହୋବାଙ୍କ ପାଖକୁ ଫେରି ଆସନ୍ତୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଏହି ଭିଡିଓରୁ ଆପଣ କʼଣ ଶିଖିଲେ ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୯ ଅଧ୍ୟୟନ ଲେଖା ୪୦ ¶୧-୧୨