ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ଜୁଲାଇ ପୃଷ୍ଠା ୪-୫
  • ୧୩-୧୯ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୩-୧୯ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ଜୁଲାଇ ପୃଷ୍ଠା ୪-୫

୧୩-୧୯ ଜୁଲାଇ

ଯିରିମୀୟ ୧୬–୧୭

ଗୀତ ୩୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଧ୍ୟାନ ରଖନ୍ତୁ ଯେ ଆପଣ କାହା ଉପରେ ଭରସା କରନ୍ତି

(୧୦ ମି.)

ଯେଉଁମାନେ ମଣିଷମାନଙ୍କ ଉପରେ ଭରସା କରନ୍ତି, ଯିହୋବା ସେମାନଙ୍କଠାରୁ ଖୁସି ହୁଅନ୍ତି ନାହିଁ (ଯିଶା ୩୦:୧, ୨; ଯିରି ୧୭:୫)

ସେମାନଙ୍କ ଜୀବନରେ ଅନେକ ସମସ୍ୟା ଆସେ (ଯିରି ୧୭:୬; ଇନସାଇଟ୍‌ “ଝାଉଁ ବୃକ୍ଷ” ସଂ. ୨-mwbr)

ଯେଉଁମାନେ ଯିହୋବାଙ୍କ ଉପରେ ଭରସା ରଖନ୍ତି, ସେମାନେ ଖୁସିଭରା ଜୀବନ ବିତାନ୍ତି (ଯିରି ୧୭:୭, ୮; ପ୍ର୨୨.୦୯ ପୃ ୨ ¶୨)

ଚିତ୍ରଗୁଡ଼ିକ: ୧. ମରୁଭୂମିର ଗୋଟିଏ ଶୁଖିଲା ଗଛ, ଯେଉଁଥିରେ ଗୋଟିଏ ବି ପତ୍ର ନାହିଁ । ୨. ନଦୀ କୂଳରେ ଥିବା ଗୋଟିଏ ଗଛରେ ପତ୍ର ଭରି ରହିଛି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିରି ୧୭:୭—ଆମେ କିପରି ଯିହୋବାଙ୍କ ଉପରେ ନିଜର ଭରସା ଦେଖାଇପାରିବା ? (ପ୍ର୨୨.୦୨-ହି ପୃ ୪ ¶୭-୮)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିରି ୧୭:୫-୧୮ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଶିକ୍ଷା ଉପକରଣ ବକ୍ସରୁ ଗୋଟିଏ ଭିଡିଓ ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୪)

୬. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଜୀବନ ବହି ପାଠ ୧୯: ଆମେ କʼଣ ଶିଖିଲୁ, ଆପଣ କʼଣ କହିବେ ? ଓ ଲକ୍ଷ୍ୟ । (ଲୋକଙ୍କୁ ପ୍ରେମ ପାଠ ୧୧ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୫୪

୭. ଯୁବାମାନେ, ବାଇବଲ ଉପରେ ଭରସା କରନ୍ତୁ

(୧୫ ମି.) ଆଲୋଚନା ।

ଯୁବାମାନେ, ଆପଣଙ୍କ ପାଖରେ ଜୀବନର କମ୍‌ ଅନୁଭୂତି ଥିବା ଯୋଗୁଁ ଶୟତାନ ଆପଣଙ୍କୁ ଆକ୍ରମଣ କରିବାକୁ ଚାହେଁ । (ଆଦି ୩:୧) ହୁଏତ ପ୍ରାୟ ସମୟରେ ଆପଣଙ୍କୁ ସ୍କୁଲରେ କୌଣସି ସମସ୍ୟାର ସାମନା କରିବାକୁ ପଡ଼ୁଥିବ । ଏପରି ସମୟରେ ଯଦି ଆପଣ ଯିହୋବାଙ୍କ ଉପରେ ଭରସା ରଖିବେ ଏବଂ ବାଇବଲରେ ଦିଆଯାଇଥିବା କଥାକୁ ମାନିବେ, ତାହେଲେ ଆପଣଙ୍କୁ ନିଜ ନିଷ୍ପତ୍ତି ପାଇଁ କେବେ ବି ଅବଶୋଷ ହେବ ନାହିଁ । ଲେଖନ୍ତୁ ଯେ ତଳକୁ ଦିଆଯାଇଥିବା ପରିସ୍ଥିତିର ସାମନା କରିବା ସମୟରେ ବାଇବଲର କେଉଁ ପଦ ବା ଉଦାହରଣରୁ ଆପଣଙ୍କୁ ସାହାଯ୍ୟ ମିଳିପାରିବ:

  • ସାଙ୍ଗରେ ପଢ଼ୁଥିବା ପିଲାମାନେ ଆପଣଙ୍କ ଥଟ୍ଟା କରନ୍ତି, କାରଣ ଆପଣ ସେମାନଙ୍କ ଭଳି ନୁହଁନ୍ତି

  • ମଣ୍ଡଳୀରେ କେହି ବି ଆପଣଙ୍କ ବୟସର ସାଙ୍ଗ ନାହାନ୍ତି

  • ସାଙ୍ଗରେ ପଢ଼ୁଥିବା ପିଲାମାନଙ୍କ ମଧ୍ୟରୁ ହୁଏତ କେହି ଆପଣଙ୍କ ସହିତ ଫୋନ୍‌ ବା ସୋସିଆଲ୍‌ ମିଡିଆ ଜରିଆରେ କଥା ହେବା ଓ ସାଙ୍ଗ ପାଇଁ ଚାହେଁ

  • ଟିଚର ଆପଣଙ୍କୁ କହନ୍ତି ଯେ ସ୍କୁଲ ପଢ଼ା ଶେଷ ହେବା ପରେ ପୂର୍ଣ୍ଣ ସମୟ ଈଶ୍ୱରଙ୍କ ସେବା କରିବା ମୂର୍ଖତା ଅଟେ

କʼଣ ବାଇବଲରୁ ଆପଣଙ୍କୁ ସାହାଯ୍ୟ ମିଳିପାରିବ ? ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଏହି ଭିଡିଓରୁ ଆପଣ କʼଣ ଶିଖିଲେ ?

କରିକି ଦେଖନ୍ତୁ: ପ୍ରତିଦିନ ବାଇବଲର ଗୋଟିଏ ଅଧ୍ୟାୟ ପଢ଼ନ୍ତୁ ଏବଂ ଯେଉଁ ବିଷୟରେ ଆପଣ ଜାଣିବା ପାଇଁ ଚାହାନ୍ତି, ସେବିଷୟରେ ଅନୁସନ୍ଧାନ କରନ୍ତୁ । ଦେଖନ୍ତୁ ଯେ ଆପଣ କେତେ ଦିନ ପର୍ଯ୍ୟନ୍ତ ଏପରି କରିପାରନ୍ତି । ଯଦି ଆପଣ ଏପରି କରିବେ, ତାହେଲେ ଆପଣ ଯୀଶୁଙ୍କ ଭଳି ଭାବିବା ଶିଖିପାରିବେ । (୧କରି ୨:୧୬) ଏଥିରୁ ଆପଣଙ୍କୁ କʼଣ ଲାଭ ହେବ ? ଯେବେ ଆପଣଙ୍କୁ ତୁରନ୍ତ କୌଣସି ନିଷ୍ପତ୍ତି ନେବାକୁ ପଡ଼ିବ, ତେବେ ଆପଣ ସଠିକ୍‌ ପଦକ୍ଷେପ ନେଇପାରିବେ ।

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୧୦୨-୧୦୩

ଶେଷ ଟିପ୍ପଣୀ (୩ ମି.) | ଗୀତ ୨୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ