ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ଜୁଲାଇ ପୃଷ୍ଠା ୮-୯
  • ୨୭ ଜୁଲାଇ–୨ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୭ ଜୁଲାଇ–୨ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ଜୁଲାଇ ପୃଷ୍ଠା ୮-୯

୨୭ ଜୁଲାଇ–୨ ଅଗଷ୍ଟ

ଯିରିମୀୟ ୨୦–୨୧

ଗୀତ ୭୩ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିରିମୀୟ ନିଡର ହୋଇ ଯିହୋବାଙ୍କ ସନ୍ଦେଶ ଶୁଣାଉଛନ୍ତି । କିଛି ଲୋକ ଶୁଣିବାରୁ ମନା କରିଦିଅନ୍ତି ଏବଂ ଆଉ କିଛି ତାଙ୍କ ଉପରେ ଚିଲାଉଛନ୍ତି ।

୧. ଯିରିମୀୟ ନିଡର ହୋଇ ପ୍ରଚାର କରୁଥିଲେ

(୧୦ ମି.)

ଯିହୋବାଙ୍କ ନ୍ୟାୟର ସନ୍ଦେଶ ଶୁଣାଇବା ଯୋଗୁଁ ଯିରିମୀୟଙ୍କ ଉପରେ ବହୁତ ଅତ୍ୟାଚାର କରାଗଲା (ଯିରି ୨୦:୨, ୮)

ଯିରିମୀୟ ନିରାଶ ହୋଇଗଲେ ଏବଂ ସେ ଭାବିଲେ ଯେ ସେ କେବେ ବି ପ୍ରଚାର କରିବେ ନାହିଁ (ଯିରି ୨୦:୯କ)

ଯିରିମୀୟ ସାହସର ସହ ପ୍ରଚାର କରିବା ଜାରି ରଖିଲେ, କାରଣ ଯିହୋବା ତାଙ୍କ ସାଙ୍ଗରେ ଥିଲେ । ସେ ଏହା ବି ଜାଣିଥିଲେ ଯେ ଯିହୋବାଙ୍କ ସନ୍ଦେଶ ଶୁଣାଇବା ବହୁତ ଜରୁରୀ (ଯିରି ୨୦:୯ଖ, ୧୧; ପ୍ର୨୪.୦୪ ପୃ ୧୫ ¶୩)

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିରି ୨୦:୯—ଯିରିମୀୟଙ୍କ ଭଳି ଯେବେ ଆପଣ ପ୍ରଥମ ଥର ସତ୍ୟ ବିଷୟରେ ଶୁଣିଲେ, ତେବେ ଆପଣଙ୍କୁ କିପରି ଲାଗିଥିଲା ? (ପ୍ର୨୪.୦୫ ପୃ ୧୫ ¶୫)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିରି ୨୦:୭-୧୮ (ଶିଖାଇବା ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଜଣେ ବ୍ୟକ୍ତିଙ୍କୁ କଥା କଥାରେ ହିଁ କହନ୍ତୁ ଯେ ଆପଣ ଯିହୋବାଙ୍କ ସାକ୍ଷୀ ଅଟନ୍ତି । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଲୋକଙ୍କୁ ପ୍ରେମ ପୁସ୍ତିକାର ଆଉ କିଛି ପରାମର୍ଶ—କ ଭାଗରେ ଦିଆଯାଇଥିବା ବାଇବଲରୁ କୌଣସି କଥା କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୪ ମି.) ପ୍ରଦର୍ଶନୀ । ଜଣେ ଛୋଟ ପିଲା ନିଜ କ୍ଲାସରେ ସୃଷ୍ଟି କରାଯାଇଥିଲା ? (ହିନ୍ଦୀ) ଲେଖା ୪୧ ବିଷୟରେ କହିବା ପାଇଁ ଗୋଟିଏ ରିପୋର୍ଟ ପ୍ରସ୍ତୁତି କରୁଛି । ସେ ନିଜ ବାପା କିମ୍ବା ମାଆଙ୍କ ସହିତ ଏହାର ଅଭ୍ୟାସ କରୁଛି । (ଶିଖାଇବା ଅଧ୍ୟୟନ ୧୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୫୮

୭. ବିଷୟ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହନ୍ତୁ—ଅନ୍ୟମାନଙ୍କ ବିଷୟରେ ଚିନ୍ତା କରନ୍ତୁ

(୧୫ ମି.) ଆଲୋଚନା ।

ପ୍ରଚାରକୁ ଯିବା ପୂର୍ବରୁ ଆମେ ହୁଏତ ଏପରି କୌଣସି ବିଷୟରେ କଥା ହେବା ପାଇଁ ପ୍ରସ୍ତୁତି କରିଥିବା, ଯାହା ବିଷୟରେ ଅଧିକାଂଶ ଲୋକ ଭାବନ୍ତି । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୩) କିନ୍ତୁ ଯେବେ ଘରମାଲିକଙ୍କୁ ଦେଖି ଆମକୁ ଲାଗେ ଯେ ତାଙ୍କ ସହିତ ଅନ୍ୟ କୌଣସି ବିଷୟରେ କଥା ହେବା ଭଲ ହେବ, ତେବେ ଆମେ କʼଣ କରିବା ? ଯୀଶୁଙ୍କ ଭଳି ହୁଅନ୍ତୁ । ଜଣେ ଅନ୍ଧ ବ୍ୟକ୍ତିକୁ ସୁସମାଚାର ଶୁଣାଇବା ପୂର୍ବରୁ ସେ ତାʼର ସାହାଯ୍ୟ କଲେ । (ଯୋହ ୯:୧, ୬, ୭, ୩୫-୩୮) ଏଥିରୁ ଆମେ କʼଣ ଶିଖୁ ? ଯେବେ ଘରମାଲିକଙ୍କୁ ଏହା ଅନୁଭବ ହେବ ଯେ ଆମେ ତାଙ୍କର ଚିନ୍ତା କରୁ, ତେବେ ତାଙ୍କୁ ଆମ କଥା ଶୁଣିବା ପାଇଁ ଇଚ୍ଛା ହେବ । ସେଥିପାଇଁ ଘର ଘର ପ୍ରଚାର କରିବା ସମୟରେ ଏହା ଭାବନ୍ତୁ ଯେ ଘରମାଲିକ କେଉଁ ବିଷୟରେ ଭାବୁଛନ୍ତି ଏବଂ ଏହା ଦେଖାନ୍ତୁ ଯେ ଆପଣ ସତରେ ତାଙ୍କର ଚିନ୍ତା କରନ୍ତି ।

୧ କରିନ୍ଥୀୟ ୯:୨୦-୨୩ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ପାଉଲ କିପରି ଦେଖାଇଲେ ଯେ ସେ ସତରେ ଲୋକମାନଙ୍କର ଚିନ୍ତା କରନ୍ତି ?

  • ପାଉଲ କାହିଁକି ଲୋକମାନଙ୍କୁ ଧ୍ୟାନରେ ରଖି ଅଲଗା ଅଲଗା ଉପାୟରେ ପ୍ରଚାର କଲେ ?

“ସୁସମାଚାର ଶୁଣାଇବା ପାଇଁ ଇଚ୍ଛୁକ ରହନ୍ତୁ​—⁠ସଠିକ୍‌ ଉପକରଣ ନେଇ ପ୍ରସ୍ତୁତ ରହନ୍ତୁ​—⁠ଉଦ୍ଧୃତାଂଶ” ଭିଡିଓର ଗୋଟିଏ ଦୃଶ୍ୟ । ସ୍ୱାମୀ ସ୍ତ୍ରୀ ଘର ଘର ପ୍ରଚାରରେ ଜଣେ ବ୍ୟକ୍ତି ସହ କଥା ହେଉଛନ୍ତି

ସୁସମାଚାର ଶୁଣାଇବା ପାଇଁ ଇଚ୍ଛୁକ ରହନ୍ତୁ—ସଠିକ୍‌ ଉପକରଣ ନେଇ ପ୍ରସ୍ତୁତ ରହନ୍ତୁ—ଉଦ୍ଧୃତାଂଶ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଭାଇ ପୂର୍ବରୁ ଭାବିଥିଲେ ଯେ ସେ କେଉଁ ବିଷୟରେ କଥା ହେବେ, ହେଲେ ସେ କାହିଁକି ନିଜ ବିଷୟ ପରିବର୍ତ୍ତନ କଲେ ?

  • ଲୋକମାନଙ୍କୁ ଏହା ଦେଖାଇବା କାହିଁକି ଜରୁରୀ ଯେ ଆମେ ସତରେ ତାଙ୍କର ଚିନ୍ତା କରୁ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୯ ଅଧ୍ୟୟନ ଲେଖା ୪୦ ¶୧୩-୨୦

ଶେଷ ଟିପ୍ପଣୀ (୩ ମି.) | ଗୀତ ୩୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ