ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ଜୁଲାଇ ପୃଷ୍ଠା ୨-୩
  • ୬-୧୨ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୬-୧୨ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ଜୁଲାଇ ପୃଷ୍ଠା ୨-୩

୬-୧୨ ଜୁଲାଇ

ଯିରିମୀୟ ୧୩–୧୫

ଗୀତ ୧୨୩ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଚିତ୍ରଗୁଡ଼ିକ: ଚିତ୍ରରେ ଦେଖାଇ ଦିଆଯାଇଛି ଯେ ଯିରିମୀୟ, ଯିହୋବାଙ୍କଠାରୁ ମିଳୁଥିବା ପରାମର୍ଶକୁ ମାନୁଛନ୍ତି । ୧. ତାଙ୍କ ହାତରେ ଅଣ୍ଟାରେ ପିନ୍ଧା ଯାଉଥିବା କପଡ଼ା ଅଛି ଏବଂ ସେ ଯିହୋବାଙ୍କଠାରୁ ମିଳିଥିବା ପରାମର୍ଶଗୁଡ଼ିକ ବିଷୟରେ ଭାବୁଛନ୍ତି । ୨. ସେ ଓଟରେ ବସି ମରୁଭୂମି ଦେଇ ଯାଉଛନ୍ତି । ୩. ସେ ମରୁଭୂମିରେ ଓଟ ସହିତ ଯାଉଛନ୍ତି ଏବଂ ପଛପଟେ ସୂର୍ଯ୍ୟ ଅସ୍ତ ହେବାର ଦେଖାଯାଇଛି ।

ଯିରିମୀୟ ଯିହୋବାଙ୍କଠାରୁ ମିଳିଥିବା ନିର୍ଦ୍ଦେଶଗୁଡ଼ିକ ବିଷୟରେ ଭାବୁଛନ୍ତି

୧. ସବୁ ପରିସ୍ଥିତିରେ ଯିହୋବାଙ୍କ ଆଜ୍ଞା ମାନନ୍ତୁ

(୧୦ ମି.)

ଯଦିଓ ଯିରିମୀୟ ବୁଝିପାରିଲେନି ଯେ ଯିହୋବା କାହିଁକି ସେହି ନିର୍ଦ୍ଦେଶ ଦେଲେ, ତଥାପି ସେ ସେହି ନିର୍ଦ୍ଦେଶକୁ ମାନିଲେ (ଯିରି ୧୩:୧-୭; ଯିରିମୀୟ ପୃ ୫୧-୫୨ ¶୧୭-୧୮-mwbr)

ପରେ ଯିରିମୀୟ ବୁଝିଗଲେ ଯେ ଯିହୋବା କାହିଁକି ସେହି ନିର୍ଦ୍ଦେଶ ଦେଇଥିଲେ (ଯିରି ୧୩:୮-୧୧; ଯିରିମୀୟ ପୃ ୫୨ ¶୧୯-mwbr)

ଯଦିଓ ଆମେ ବି କୌଣସି ନିର୍ଦ୍ଦେଶକୁ ବୁଝିପାରି ନ ଥାଉ, ତଥାପି ଯିରିମୀୟଙ୍କ ଭଳି ଆମେ ସେହି ନିର୍ଦ୍ଦେଶକୁ ମାନିବା ପାଇଁ ପୂରା ଚେଷ୍ଟା କରୁ (ପ୍ର୨୨.୧୨ ପୃ ୨୧ ¶୧୬; ପ୍ର୦୮-ହି ୬/୧୫ ପୃ ୧୯ ¶୭)

ମହାକ୍ଳେଶ ସମୟରେ କିଛି ଭାଇଭଉଣୀ ତଳ ଘରେ ଅଛନ୍ତି । ଜଣେ ପ୍ରାଚୀନ ସଂଗଠନରୁ ମିଳିଥିବା ପରାମର୍ଶଗୁଡ଼ିକୁ ପଢ଼ିକି ଶୁଣାଉଛନ୍ତି ଏବଂ ସମସ୍ତେ ଶୁଣୁଛନ୍ତି । କିନ୍ତୁ ଜଣେ ଭାଇଙ୍କ ଚେହେରା ଦେଖି ଲାଗୁଛି ଯେ ତାଙ୍କୁ ଏହି ପରାମର୍ଶଗୁଡ଼ିକୁ ମାନିବା କଠିନ ଲାଗୁଛି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିରି ୧୫:୧୬, ୧୭—ଯଦି ଆମେ କୌଣସି କଥାକୁ ନେଇ ନିରାଶ ହୋଇଯାଉ, ତାହେଲେ ଯିରିମୀୟଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ? (ପ୍ର୦୭-ହି ୪/୧ ପୃ ୧୦ ¶୪)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିରି ୧୩:୧-୧୪ (ଶିଖାଇବା ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଗୋଟିଏ ଟ୍ରାକ୍ଟର ବ୍ୟବହାର କରି କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଗତଥର ଯେଉଁ ବିଷୟରେ କଥାବାର୍ତ୍ତା ହୋଇଥିଲା, ସେହି ବିଷୟ ସହ ଜଡ଼ିତ କୌଣସି ଲେଖା jw.org ୱେବସାଇଟ୍‌ରୁ ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୪)

୬. ଭାଷଣ

(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୧୮—ବିଷୟ: ଆଜି ଦୁନିଆରେ ଯାହା କିଛି ଘଟୁଛି, ସେବିଷୟରେ ଯୀଶୁ ପୂର୍ବରୁ ହିଁ କହିଥିଲେ । (ଶିଖାଇବା ଅଧ୍ୟୟନ ୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୪୯

୭. ଯିହୋବାଙ୍କ ଆଜ୍ଞା ମାନିବା ବଳିଦାନଠାରୁ ଉତ୍ତମ

(୧୫ ମି.) ଆଲୋଚନା ।

ଏହି କଥା ଭବିଷ୍ୟଦ୍‌ବକ୍ତା ଶାମୁୟେଲ ରାଜା ଶାଉଲଙ୍କୁ ତେବେ କହିଥିଲେ, ଯେବେ ଶାଉଲ, ଯିହୋବା ସ୍ପଷ୍ଟ ଭାବେ ଦେଇଥିବା ନିର୍ଦ୍ଦେଶକୁ ମାନିଲେ ନାହିଁ ।

୧ ଶାମୁୟେଲ ୧୫:୩, ୭-୯, ୨୨, ୨୩ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ରାଜା ଶାଉଲ, ଯିହୋବାଙ୍କ ଆଜ୍ଞା ମାନିବା ପରିବର୍ତ୍ତେ କʼଣ କଲେ ? ସେ ହୁଏତ କାହିଁକି ଏପରି କରିଥିବେ ?

  • ଯିହୋବାଙ୍କ ଆଜ୍ଞା ମାନିବା କାହିଁକି ବଳିଦାନଠାରୁ ଉତ୍ତମ ?

  • ଯିହୋବାଙ୍କ ସହିତ ବିଦ୍ରୋହ କରିବା କାହିଁକି ଜ୍ୟୋତିଷବିଦ୍ୟା ଭଳି ବଡ଼ ପାପ ଅଟେ ?

ଲୂକ ୧୬:୧୦ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆମକୁ କାହିଁକି ଛୋଟ ଛୋଟ କଥାରେ ବି ଯିହୋବାଙ୍କ ଆଜ୍ଞା ମାନିବା ଉଚିତ୍‌ ?

  • ହୁଏତ କିଛି ଲୋକ କେଉଁ ମାମଲାଗୁଡ଼ିକୁ ସାଧାରଣ କଥା ବୋଲି ଭାବୁଥିବେ ?

“ଯିହୋବାଙ୍କ ମିତ୍ର ହୁଅ​—ଈଶ୍ୱର ଦେଖାଯାଆନ୍ତି ନାହିଁ ତେବେ ତାଙ୍କ କଥା କାହିଁକି ମାନିବା ?” ଭିଡିଓର ଗୋଟିଏ ଦୃଶ୍ୟ । ରିଙ୍କି କ୍ଲାସରେ କପି କରିବା ପାଇଁ ମନା କରୁଛି ।

ଯିହୋବାଙ୍କ ମିତ୍ର ହୁଅ—ଈଶ୍ୱର ଦେଖାଯାଆନ୍ତି ନାହିଁ ତେବେ ତାଙ୍କ କଥା କାହିଁକି ମାନିବା ? ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଏହି ଭିଡିଓରୁ ଆପଣ କʼଣ ଶିଖିଲେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୧୦୦-୧୦୧

ଶେଷ ଟିପ୍ପଣୀ (୩ ମି.) | ଗୀତ ୬୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ