୧୬-୨୨ ଫେବୃୟାରୀ
ଯିଶାଇୟ ୩୬–୩୭
ଗୀତ ୧୫୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. “ଯେଉଁ କଥା ତୁମ୍ଭେ ଶୁଣିଅଛ, ତହିଁରେ ଭୀତ ହୁଅ ନାହିଁ”
(୧୦ ମି.)
ରବ୍ଶାକି ଯିରୂଶାଲମରେ ଯିହୋବାଙ୍କ ଲୋକମାନଙ୍କୁ ଧମକ ଦେବା ପାଇଁ ଗଲା (ଯିଶା ୩୬:୧, ୨; ଇନସାଇଟ୍ “ହିଜକୀୟ” (ହିନ୍ଦୀ) ସଂ. ୧ ¶୧୪)
ରବ୍ଶାକି ଏହା ଦେଖାଇବା ପାଇଁ ଚେଷ୍ଟା କଲା ଯେ ଲୋକମାନେ ନିଃସହାୟ ଓ ଦୁର୍ବଳ ଅଟନ୍ତି (ଯିଶା ୩୬:୮; ଯିଶାଇୟ-୧ (ହିନ୍ଦୀ) ପୃ ୩୮୭ ¶୧୦)
ରବ୍ଶାକି ଲୋକମାନଙ୍କର ଥଟ୍ଟା କଲା, କାରଣ ସେମାନେ ଯିହୋବା ଓ ରାଜାଙ୍କ ଉପରେ ଭରସା କଲେ (ଯିଶା ୩୬:୭, ୧୮-୨୦; ଯିଶାଇୟ-୧ (ହିନ୍ଦୀ) ପୃ ୩୮୮ ¶୧୩-୧୪)
ଯିହୋବାଙ୍କ ସେବକମାନଙ୍କୁ ସେମାନଙ୍କଠାରୁ ଡରିବା ଦରକାର ନାହିଁ, ଯେଉଁମାନେ ସେମାନଙ୍କୁ ଧମକ ଦିଅନ୍ତି ।—ଯିଶା ୩୭:୬, ୭
ପାରିବାରିକ ଉପାସନା ପାଇଁ ପରାମର୍ଶ: “ହେ ୟହୋୱା . . . ମୁଝେ ତୁଝ ପର୍ ଭରୋସା ହୈ” ଭିଡିଓ ଦେଖନ୍ତୁ ଏବଂ ଶିଖିଥିବା କଥାଗୁଡ଼ିକ ଉପରେ ଚର୍ଚ୍ଚା କରନ୍ତୁ ।
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଯିଶା ୩୭:୨୯—ଯିହୋବା ରାଜା ସନ୍ହେରୀବଙ୍କ ମୁଖରେ ଲଗାମ ଦେଲେ, ଏହାର ଅର୍ଥ କʼଣ ? (ଇନସାଇଟ୍ “ଲଗାମ” (ହିନ୍ଦୀ) ¶୪)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଯିଶା ୩୭:୧୪-୨୩ (ଶିଖାଇବା ଅଧ୍ୟୟନ ୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । ଲୋକଙ୍କୁ ପ୍ରେମ ପୁସ୍ତିକାର ଆଉ କିଛି ପରାମର୍ଶ—କ ଭାଗରେ ଦିଆଯାଇଥିବା ବାଇବଲରୁ କୌଣସି କଥା କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)
୫. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୫)
୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା
(୫ ମି.) ପ୍ରଦର୍ଶନୀ । ପବିତ୍ର ଶାସ୍ତ୍ର ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର (ହିନ୍ଦୀ) ୧୧୦ ¶୧-୪—ବିଷୟ: ବାପ୍ତିସ୍ମ ନେବାର ଅର୍ଥ କʼଣ ? (ଶିଖାଇବା ଅଧ୍ୟୟନ ୧୭)
ଗୀତ ୧୧୮
୭. “ତୁମ୍ଭେ ଏହି ଯେଉଁ ବିଶ୍ୱାସ କରୁଅଛ, ତାହା କିରୂପ ବିଶ୍ୱାସ ?”
(୧୫ ମି.) ଆଲୋଚନା ।
କʼଣ କେହି ଏହା ଜାଣି ଆପଣଙ୍କୁ ପ୍ରଶ୍ନ କଲେ କିମ୍ବା ଆପଣଙ୍କୁ ଥଟ୍ଟା କଲେ ଯେ ଆପଣ ଈଶ୍ୱର ବା ବାଇବଲକୁ ମାନନ୍ତି କିମ୍ବା ଯିହୋବାଙ୍କ ସାକ୍ଷୀ ଅଟନ୍ତି ? ହୁଏତ ଏପରି ସମୟରେ ଆପଣ ଡରି ଯାଇଥିବେ କିମ୍ବା ଆପଣଙ୍କୁ ବୁଝାପଡ଼ି ନ ଥିବ ଯେ ଆପଣ କʼଣ କରିବେ ? କେବଳ ଏତିକି ନୁହେଁ, ଅନ୍ୟମାନେ ଯାହା କହନ୍ତି ସେଗୁଡ଼ିକୁ ଶୁଣି ହୁଏତ ଆପଣଙ୍କ ମନରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇପାରେ । ଏପରି ସମୟରେ ଆପଣ କʼଣ କରିପାରିବେ ?
ଯିଶାଇୟ ୩୬:୪ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଆମେ ଯାହା ମାନୁ, ସେଗୁଡ଼ିକ ଉପରେ ଦୃଢ଼ ବିଶ୍ୱାସ ଥିବା କାହିଁକି ଜରୁରୀ ?
କିଶୋର-କିଶୋରୀ—ଦ୍ୱନ୍ଦ ଓ ତାର ଉତ୍ତର: ଈଶ୍ୱର ଅଛନ୍ତି ବୋଲି ମୁଁ କିପରି ବିଶ୍ୱାସ କରିବି ? ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଏଲିବାଲ୍ଡୋ ଏବଂ କ୍ରିଷ୍ଟଲ୍ ବାଇବଲର ଶିକ୍ଷାଗୁଡ଼ିକ ଉପରେ ନିଜ ବିଶ୍ୱାସକୁ ଦୃଢ଼ କରିବା ପାଇଁ କʼଣ କଲେ ?
ଆପଣ କାହିଁକି ବିଶ୍ୱାସ କରନ୍ତି ଯେ ଈଶ୍ୱର ପ୍ରକୃତରେ ଅଛନ୍ତି ?
ବାଇବଲର କେଉଁ ପଦଗୁଡ଼ିକରୁ ଆପଣଙ୍କ ବିଶ୍ୱାସ ଦୃଢ଼ ହୁଏ ଯେ . . .
ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ?
ଯିହୋବା ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବେ ?
ଆପଣ ଈଶ୍ୱରଙ୍କ ଲୋକଙ୍କୁ ପାଇଛନ୍ତି ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୬୨-୬୩