ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ଜାନୁୟାରୀ ପୃଷ୍ଠା ୧୪-୧୬
  • ୨୩ ଫେବୃୟାରୀ–୧ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୩ ଫେବୃୟାରୀ–୧ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ଜାନୁୟାରୀ ପୃଷ୍ଠା ୧୪-୧୬

୨୩ ଫେବୃୟାରୀ–୧ ମାର୍ଚ୍ଚ

ଯିଶାଇୟ ୩୮–୪୦

ଗୀତ ୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଜଣେ ମେଷପାଳକ ନିଜ ମେଷକୁ ସ୍ନେହରେ କୋଳେଇଛି ।

ପ୍ରାଚୀନ ଇସ୍ରାଏଲର ଜଣେ ମେଷପାଳକ ନିଜର ଗୋଟିଏ ମେଷକୁ ସ୍ନେହରେ କୋଳେଇଛି

୧. “ସେ ମେଷପାଳକ ପରି ଆପଣା ପଲ ଚରାଇବେ”

(୧୦ ମି.)

ବାଇବଲ ଯିହୋବାଙ୍କ ତରଫରୁ ଏକ ଉପହାର ଅଟେ । ଏହା ଜରିଆରେ ଆମେ ତାଙ୍କର ନିକଟତର ହେଉ ବୋଲି ସେ ଆଜି ପର୍ଯ୍ୟନ୍ତ ଏହାକୁ ରକ୍ଷା କରିଛନ୍ତି (ଯିଶା ୪୦:୮; ପ୍ର୨୩.୦୨ ପୃ ୨-୩ ¶୩-୪)

ସେ ପ୍ରେମର ସହ ଆମର ଯତ୍ନ ନିଅନ୍ତି (ଯିଶା ୪୦:୧୧; ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ପୃ ୭୦ ¶୭)

ସେ ଆମ ପ୍ରତ୍ୟେକଙ୍କୁ ଭଲଭାବେ ଜାଣନ୍ତି ଏବଂ ଆମକୁ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ସାହାଯ୍ୟ କରନ୍ତି (ଯିଶା ୪୦:୨୬-୨୯; ପ୍ର୧୮.୦୧-ହି ପୃ ୮ ¶୪-୬)

ଦୁଇଜଣ ପ୍ରାଚୀନ ଭାଇ ଜଣେ ଭଉଣୀଙ୍କ ଘରକୁ ଆସିଛନ୍ତି, ଯାହାଙ୍କ ଦୁଇଜଣ ପିଲା ଅଛନ୍ତି ।

ଚିନ୍ତନ ପାଇଁ: ଯେବେ ଆପଣ ଯିଶାଇୟ ୪୦:୧୧ ପଦରେ ପଢ଼ନ୍ତି ଯେ ଯିହୋବା ଜଣେ ମେଷପାଳକ ଭଳି ଆମର ଯତ୍ନ ନିଅନ୍ତି, ତେବେ ଆପଣ କିପରି ଅନୁଭବ କରନ୍ତି ?

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୪୦:୩—ଯୀଶୁ ପୃଥିବୀରେ ଥିବା ସମୟରେ ଏହି ଭବିଷ୍ୟତବାଣୀ କିପରି ପୂରା ହେଲା ? (ଯିଶାଇୟ-୧ (ହିନ୍ଦୀ) ପୃ ୪୦୦-୪୦୧ ¶୭)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୪୦:୨୧-୩୧ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । କଥା କଥାରେ ହିଁ ଏହା କହିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣ କିଛି ଦିନ ପୂର୍ବରୁ ହୋଇଥିବା ସଭାରୁ କʼଣ ଶିଖିଲେ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)

୫.କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । କଥା କଥାରେ ଏହା କହିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣ କିପରି ଲୋକମାନଙ୍କୁ ବାଇବଲରୁ ଭଲ କଥାଗୁଡ଼ିକ ବିଷୟରେ କହନ୍ତି । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୪)

୬. ପୁଣିଥରେ ଭେଟିବା ସମୟରେ

(୨ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୫)

୭. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଜୀବନ ବହି ପାଠ ୧୮: ଆମେ କʼଣ ଶିଖିଲୁ, ଆପଣ କʼଣ କହିବେ ? ଓ ଲକ୍ଷ୍ୟ । ନିଜ ବିଦ୍ୟାର୍ଥୀକୁ “ଅଧିକ ଜାଣନ୍ତୁ” ଭାଗରୁ କୌଣସି ଲେଖା ଦେଖାଇ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରେ କେତେ ପ୍ରେମ ଅଛି । (ଲୋକଙ୍କୁ ପ୍ରେମ ପାଠ ୧୧ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୬୦

୮. ବାର୍ଷିକ ସେବା ରିପୋର୍ଟ

(୧୫ ମି.) ଆଲୋଚନା ।

ଏହି ରିପୋର୍ଟ ବିଷୟରେ ଶାଖା କାର୍ଯ୍ୟାଳୟରୁ ମିଳିଥିବା ଘୋଷଣା ପଢ଼ନ୍ତୁ । ତାʼପରେ ଉପସ୍ଥିତ ଲୋକମାନଙ୍କୁ ୨୦୨୫ ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ସେବା ବର୍ଷର ରିପୋର୍ଟର କିଛି ବିଶେଷ କଥା କହିବା ପାଇଁ କହନ୍ତୁ । ତାʼପରେ, ପୂର୍ବରୁ ବଛାଯାଇଥିବା ଏପରି କିଛି ପ୍ରଚାରକଙ୍କ ସାକ୍ଷାତ୍‌କାର ନିଅନ୍ତୁ, ଯେଉଁମାନଙ୍କୁ ଗତ ବର୍ଷ ପ୍ରଚାର ସେବାରେ ଭଲ ଅନୁଭୂତି ମିଳିଥିଲା ।

ଚିତ୍ରଗୁଡ଼ିକ: ସାରା ପୃଥିବୀରେ ଥିବା ଭାଇଭଉଣୀମାନେ ପ୍ରଚାର କାମରେ ଭାଗ ନେଉଛନ୍ତି । ୧. ଜଣେ ଭଉଣୀ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ବହି ସାହାଯ୍ୟରୁ ଜଣେ ସ୍ତ୍ରୀ ଲୋକର ବାଇବଲର ଅଧ୍ୟୟନ କରୁଛନ୍ତି । ୨. ଜଣେ ସ୍ୱାମୀ ସ୍ତ୍ରୀ ଘର ଘର ପ୍ରଚାରରେ ଭେଟିଥିବା ଜଣେ ଲୋକକୁ ବାଇବଲରୁ କିଛି ପଢ଼ି ଶୁଣାଉଛନ୍ତି । ୩. ଭଉଣୀ ଜଣେ ସ୍ତ୍ରୀକୁ ସାକ୍ଷ୍ୟ ଦେଉଛନ୍ତି । ୪. ଜଣେ ଭଉଣୀ ତାଙ୍କ ସହିତ ବସ୍‌ରେ ବସିଥିବା ଜଣେ ସ୍ତ୍ରୀକୁ jw.org ସମ୍ପର୍କ କାର୍ଡ ଦେଉଛନ୍ତି । ୫. ଜଣେ ସ୍ୱାମୀ ସ୍ତ୍ରୀ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ପୁସ୍ତିକା ସାହାଯ୍ୟରୁ ଜଣେ ଲୋକର ବାଇବଲର ଅଧ୍ୟୟନ କରୁଛନ୍ତି । ୬. ଭଉଣୀ ଜଣେ ସ୍ତ୍ରୀକୁ ଭିଡିଓ ଦେଖାଉଛନ୍ତି । ୭. ଜଣେ ସ୍ୱାମୀ ସ୍ତ୍ରୀ ଜଣେ ସ୍ତ୍ରୀ ଲୋକକୁ ସାଇନ୍‌ ଲାଙ୍ଗୁଏଜରେ ଭିଡିଓ ଦେଖାଇ ସାକ୍ଷ୍ୟ ଦେଉଛନ୍ତି ।

ପୃଷ୍ଠା ୧୫: Based on NASA/Visible Earth imagery

୨୦୨୫ ମସିହାରେ ମଧ୍ୟ ଯିହୋବାଙ୍କ ସାକ୍ଷୀମାନେ ଉତ୍ସାହର ସହ ଘର ଘର ପ୍ରଚାର କଲେ ଏବଂ ବାଇବଲ ଅଧ୍ୟୟନ ଚଲାଇଲେ

  • ଆପଣଙ୍କୁ ୨୦୨୫ ସେବା ବର୍ଷର ରିପୋର୍ଟରୁ କେଉଁ କଥାଗୁଡ଼ିକ ଭଲ ଲାଗିଲା ?

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୬୪-୬୫

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୬୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ