ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ନଭେମ୍ବର ପୃଷ୍ଠା ୧୪-୧୫
  • ୨୨-୨୮ ଡିସେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୨-୨୮ ଡିସେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ନଭେମ୍ବର ପୃଷ୍ଠା ୧୪-୧୫

୨୨-୨୮ ଡିସେମ୍ବର

ଯିଶାଇୟ ୧୧-୧୩

ଗୀତ ୧୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ବାଇବଲରେ ଖ୍ରୀଷ୍ଟଙ୍କ ବିଷୟରେ କʼଣ କୁହାଯାଇଥିଲା ?

(୧୦ ମି.)

ସେ ଯିଶୟଙ୍କ ପୁତ୍ର ଦାଉଦଙ୍କ ବଂଶରୁ ଆସନ୍ତେ (ଯିଶା ୧୧:୧; ଯିଶାଇୟ-୧ (ହିନ୍ଦୀ) ପୃ ୧୫୯ ¶୪-୫)

ତାଙ୍କ ଉପରେ ଈଶ୍ୱରଙ୍କ ପବିତ୍ର ଶକ୍ତି ରହନ୍ତା ଏବଂ ସେ ଯିହୋବାଙ୍କୁ ଭୟ କରନ୍ତେ (ଯିଶା ୧୧:୨, ୩କ; ଯିଶାଇୟ-୧ (ହିନ୍ଦୀ) ପୃ ୧୫୯-୧୬୦ ¶୬, ୮)

ସେ ସତ୍ୟ ଏବଂ ଦୟାଳୁ ନ୍ୟାୟୀ ହୁଅନ୍ତେ (ଯିଶା ୧୧:୩ଖ-୫; ଯିଶାଇୟ-୧ (ହିନ୍ଦୀ) ପୃ ୧୬୧-୧୬୩ ¶୯, ୧୧)

ରାଜା ଯୀଶୁ ସ୍ୱର୍ଗରୁ ଶାସନ କରୁଛନ୍ତି । ସେ ନିଜର ଗୋଟିଏ ହାତ ପାରଦୀଶ ହୋଇଯାଇଥିବା ପୃଥିବୀ ଆଡ଼କୁ ବଢ଼ାଇଛନ୍ତି ।

ଚିନ୍ତନ ପାଇଁ: ଯୀଶୁ କାହିଁକି ମଣିଷ ଶାସକଠାରୁ ଉତ୍ତମ ରାଜା ଅଟନ୍ତି ?

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୧୧:୧୦—ଏହି ଭବିଷ୍ୟତବାଣୀ କିପରି ପୂରା ହେଲା ? (ଯିଶାଇୟ-୧ (ହିନ୍ଦୀ) ପୃ ୧୬୫-୧୬୬ ¶୧୬-୧୮)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୧୧:୧-୧୨ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ ଗୋଟିଏ ପ୍ରଶ୍ନ କରିଛନ୍ତି । ତାଙ୍କ ପ୍ରଶ୍ନର ଉତ୍ତର jw.org ୱେବସାଇଟ୍‌ରୁ ଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)

୬. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ନିଜ ବିଦ୍ୟାର୍ଥୀଙ୍କ ସହ ମିଶି ପ୍ରସ୍ତୁତି କରନ୍ତୁ, ଯାହାଫଳରେ ସେ ଆପଣଙ୍କ ସହ ମିଶି ଘର ଘର ପ୍ରଚାରରେ ଯାଇପାରିବେ । (ଲୋକଙ୍କୁ ପ୍ରେମ ପାଠ ୧୧ ପଏଣ୍ଟ ନଂ. ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୬୬

୭. କʼଣ ଆପଣ “ନ୍ୟାୟବିଚାର” କରନ୍ତି ?

(୧୫ ମି.) ଆଲୋଚନା ।

ଦୁଇଜଣ ଭାଇ ଜଣେ ଏପରି ବ୍ୟକ୍ତିକୁ ପ୍ରଚାର କରୁଛନ୍ତି ଯିଏ ନିଜ ଶରୀରରେ ଟାଟୁ ବନାଇଛି ଏବଂ ତାକୁ ଦେଖିଲେ ଡର ଲାଗୁଛି । ଯୁବା ଭାଇ ତାକୁ “ବାଇବଲ କାହିଁକି ଅଧ୍ୟୟନ କରିବା ?” ଭିଡିଓ ଦେଖାଉଛନ୍ତି । ସେହି ବ୍ୟକ୍ତିର ଘରର କାନ୍ଥରେ ହେଭି ମେଟାଲ୍‌ ସଙ୍ଗୀତର ଗୋଟିଏ ବ୍ୟାଣ୍ଡର ପୋଷ୍ଟର ଲାଗିଛି ।

ପ୍ରତିଦିନ ଆମେ ଲୋକମାନଙ୍କ ବିଷୟରେ ଭିନ୍ନ ଭିନ୍ନ ମତ ପ୍ରକାଶ କରୁ ଏବଂ ଅନେକ ଥର ଆମକୁ ଏହା ଜଣାପଡ଼େନି । ଆମେ ପ୍ରାୟ ଲୋକମାନଙ୍କ ବାହ୍ୟରୂପ ଦେଖି ମତ ପ୍ରକାଶ କରିଥାଉ । କିନ୍ତୁ ଯୀଶୁ ଏପରି କରନ୍ତି ନାହିଁ । (ଯିଶା ୧୧:୩, ୪) ସେ ଲୋକମାନଙ୍କର ହୃଦୟ ଦେଖନ୍ତି । ସେ ଜାଣନ୍ତି ଯେ ସେମାନେ କʼଣ ଭାବୁଛନ୍ତି, କାହିଁକି ଭାବୁଛନ୍ତି ଏବଂ ସେମାନଙ୍କ ଉଦ୍ଦେଶ୍ୟ କʼଣ । ଆମ ପାଖରେ ଯୀଶୁଙ୍କ ଭଳି ଦକ୍ଷତା ନାହିଁ, ତଥାପି ଆମେ ତାଙ୍କ ଭଳି ହେବା ପାଇଁ ପୂରା ଚେଷ୍ଟା କରିପାରିବା । ଆମେ ତାଙ୍କର ଏହି ପରାମର୍ଶ ମାନିପାରିବା, “ବାହ୍ୟ ବିଷୟ ଦେଖି ବିଚାର ନ କରି ନ୍ୟାୟବିଚାର କର ।”—ଯୋହ ୭:୨୪.

ଯଦି ଆମେ ପୂର୍ବରୁ ହିଁ ଲୋକମାନଙ୍କ ବିଷୟରେ ମତ ପ୍ରକାଶ କରିବା, ତାହେଲେ ଆମେ ଉତ୍ସାହର ସହିତ ଏବଂ ଭଲଭାବେ ପ୍ରଚାର କରିପାରିବା ନାହିଁ । ଯେପରି, ଆମେ ହୁଏତ କୌଣସି ଜାତି କିମ୍ବା ଧର୍ମର ଲୋକମାନଙ୍କୁ ପ୍ରଚାର କରିବା ପାଇଁ ସଂକୋଚ କରିବା କିମ୍ବା ଆମେ ଧନୀ କିମ୍ବା ଗରିବ ଲୋକମାନଙ୍କୁ ସାକ୍ଷ୍ୟ ଦେବା ପାଇଁ ପଛଘୁଞ୍ଚା ଦେବା କିମ୍ବା ଆମେ କାହାରି ବାହ୍ୟରୂପ ଦେଖି ଏହା ଭାବିନେବା ଯେ ସେ ଆମର ସନ୍ଦେଶ ଶୁଣିବେ ନାହିଁ । କିନ୍ତୁ ମନେ ରଖନ୍ତୁ, “ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ସେ ଇଚ୍ଛା କରନ୍ତି ।”—୧ତୀମ ୨:୪.

ପ୍ରହରୀଦୁର୍ଗରୁ ମିଳିଥିବା ଶିକ୍ଷା—ବାହ୍ୟରୂପ ଦେଖି ମତ ପ୍ରକାଶ କରନ୍ତୁ ନାହିଁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଲୋକମାନେ କେଉଁ କାରଣଗୁଡ଼ିକ ଯୋଗୁଁ ଭେଦଭାବ କରନ୍ତି ?

  • ଯଦି ଆମେ ଭାଇଭଉଣୀମାନଙ୍କ ସହ ଭେଦଭାବ କରୁ, ତାହେଲେ ଏହାର ମଣ୍ଡଳୀରେ କʼଣ ପ୍ରଭାବ ପଡ଼ିବ ?

  • ଭିଡିଓରେ ଦେଖାଇ ଦିଆଯାଇଥିବା ଭାଇଭଉଣୀମାନେ କିପରି ବାହ୍ୟରୂପ ଦେଖି ମତ ପ୍ରକାଶ କରିବାରୁ ଦୂରେଇ ରହିଲେ ?

  • ପ୍ରହରୀଦୁର୍ଗର ଏହି ଲେଖାରୁ ଆପଣ କʼଣ ଶିଖିଲେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୪୬-୪୭

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ