ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ମେ ପୃଷ୍ଠା ୬-୭
  • ୧୯-୨୫ ମେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୯-୨୫ ମେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ମେ ପୃଷ୍ଠା ୬-୭

୧୯-୨୫ ମେ

ହିତୋପଦେଶ ୧୪

ଗୀତ ୮୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ବିପତ୍ତି ଆସିଲେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ

(୧୦ ମି.)

‘ସବୁ କଥାରେ’ ଆଖିବୁଜି ଭରସା କରନ୍ତୁ ନାହିଁ (ହିତୋ ୧୪:୧୫; ପ୍ର୨୩.୦୨ ପୃ ୨୩ ¶୧୦-୧୨)

ଆପଣଙ୍କୁ ଯାହା ଠିକ୍‌ ଲାଗେ କିମ୍ବା ଆପଣଙ୍କଠାରେ ଜୀବନର ଯେଉଁ ଅନୁଭୂତି ରହିଛି, କେବଳ ତାହା ଉପରେ ନିର୍ଭର ରହନ୍ତୁ ନାହିଁ (ହିତୋ ୧୪:୧୨)

ଯେଉଁମାନେ ଯିହୋବାଙ୍କ ସଂଗଠନ ତରଫରୁ ମିଳୁଥିବା ନିର୍ଦ୍ଦେଶ ମାନନ୍ତି ନାହିଁ, ସେମାନଙ୍କର କଥା ଶୁଣନ୍ତୁ ନାହିଁ (ହିତୋ ୧୪:୭)

ଗୋଟିଏ ପରିବାର JW ବ୍ରୋଡକାଷ୍ଟିଙ୍ଗ କାର୍ଯ୍ୟକ୍ରମ ଦେଖୁଛି ।

ଚିନ୍ତନ ପାଇଁ, ପ୍ରାଚୀନମାନେ କʼଣ ଆପଣ ବିପତ୍ତି ସମୟରେ ଯିହୋବାଙ୍କ ଉପରେ ଭରସା ରଖିବା ଓ ତାଙ୍କ ନିର୍ଦ୍ଦେଶ ମାନିବା ପାଇଁ ପ୍ରସ୍ତୁତ ଅଛନ୍ତି ?—ପ୍ର୨୪.୦୭ ପୃ ୫-୬ ¶୧୧.

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୧୪:୧୫—ନିଷ୍ପତ୍ତି ନେବା ପୂର୍ବରୁ ଆମକୁ କେଉଁ କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ୍‌ ? (ଜୀବନ ବହି ପାଠ ୩୫ ପଏଣ୍ଟ ନଂ. ୨)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୧୪:୧-୨୧ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଏପରି ଜଣେ ବ୍ୟକ୍ତି ଯିଏ ଦେଶର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି, ତାଙ୍କୁ ବାଇବଲରୁ କିଛି କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଗତଥର ଘରମାଲିକ ଯେଉଁ ବିଷୟରେ ଆଗ୍ରହ ଦେଖାଇଥିଲେ, ସେହି ବିଷୟ ଆଧାରିତ ତାଙ୍କୁ ଗୋଟିଏ ପତ୍ରିକା ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୪)

୬. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ନିଜର ବାଇବଲ ବିଦ୍ୟାର୍ଥୀଙ୍କୁ ପ୍ରତିଦିନ ବାଇବଲ ପଢ଼ିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ ଏବଂ କହନ୍ତୁ ଯେ ସେ କିପରି ଏହି ଲକ୍ଷ୍ୟ ହାସଲ କରିପାରିବେ । (ଶିଖାଇବା ଅଧ୍ୟୟନ ୧୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୨୬

୭. ବିପତ୍ତିର ସାମନା କରିବା ପାଇଁ ପ୍ରସ୍ତୁତ ରହନ୍ତୁ

(୧୫ ମି.) ଆଲୋଚନା ।

ଏହି ଭାଗକୁ ଜଣେ ପ୍ରାଚୀନ ପରିବେଷଣ କରିବେ । ଏବିଷୟରେ ଯଦି ଶାଖା କାର୍ଯ୍ୟାଳୟ ଓ ପ୍ରାଚୀନମାନଙ୍କ ସମୂହ କିଛି ନିର୍ଦ୍ଦେଶ ଦେଇଛି, ତେବେ ସେଗୁଡ଼ିକୁ ଦୋହରାନ୍ତୁ ।

ଆମେ “ଶେଷକାଳରେ” ବଞ୍ଚୁଛୁ, ତେଣୁ ଆମେ ଜାଣିଛୁ ଯେ ସମସ୍ୟା ଆହୁରି ବଢ଼ିବ । (୨ତୀମ ୩:୧) ପ୍ରାୟ ଦେଖାଯାଇଛି ଯେ ବିପତ୍ତି ଆସିବା ପୂର୍ବରୁ ବା ବିପତ୍ତି ସମୟରେ ଯିହୋବାଙ୍କର ଲୋକମାନଙ୍କୁ ଏପରି ନିର୍ଦ୍ଦେଶଗୁଡ଼ିକ ଦିଆଯାଏ, ଯେଉଁଥିରୁ ସେମାନଙ୍କର ଜୀବନ ରକ୍ଷା ହୋଇପାରିବ । ଯଦି ଆମେ କୌଣସି ବିପତ୍ତିରୁ ରକ୍ଷା ପାଇବା ପାଇଁ ଚାହୁଁ, ତାହେଲେ ଏହା ଜରୁରୀ ଯେ ଆମେ ଏବେଠାରୁ ତାହା ପାଇଁ ପ୍ରସ୍ତୁତି କରିବା ଓ ଯିହୋବାଙ୍କ ସହିତ ନିଜର ସମ୍ପର୍କକୁ ଦୃଢ଼ କରିବା ।—ହିତୋ ୧୪:୬, ୮.

  • ଯିହୋବାଙ୍କ ସହ ନିଜର ସମ୍ପର୍କକୁ ଦୃଢ଼ କରନ୍ତୁ: ବାଇବଲ ପଢ଼ିବା ଓ ବ୍ୟକ୍ତିଗତ ଅଧ୍ୟୟନ କରିବାର ଅଭ୍ୟାସ ରଖନ୍ତୁ । ଅଲଗା ଅଲଗା ଉପାୟରେ ପ୍ରଚାର କରିବାର ନିଜର ଦକ୍ଷତା ବଢ଼ାନ୍ତୁ । ଯଦି ଆପଣ କିଛି ସମୟ ପାଇଁ ଭାଇଭଉଣୀମାନଙ୍କ ସହ ଭେଟିପାରୁ ନାହାନ୍ତି, ତାହେଲେ ଚିନ୍ତା କରନ୍ତୁ ନାହିଁ । (ହିତୋ ୧୪:୩୦) ଯିହୋବା ଓ ଯୀଶୁ ସବୁବେଳେ ଆପଣଙ୍କର ସାଙ୍ଗରେ ରହିବେ ।—ସଙ୍ଗଠିତ (ହିନ୍ଦୀ) ୧୭୬-୧୭୭ ¶୧୫-୧୭

  • ଆବଶ୍ୟକ ଥିବା ଜିନିଷଗୁଡ଼ିକୁ ଆଗରୁ ପ୍ରସ୍ତୁତ ରଖନ୍ତୁ: ଜରୁରୀକାଳୀନ ବ୍ୟାଗ୍‌ (go bag) ପ୍ରସ୍ତୁତ ରଖିବା ସହିତ ନିଜ ପରିବାର ପାଇଁ ସବୁବେଳେ ଯଥେଷ୍ଟ ପରିମାଣର ଖାଇବା ଜିନିଷ, ପାଣି, ଔଷଧ ଓ ଅନ୍ୟାନ୍ୟ ଜରୁରୀ ଜିନିଷଗୁଡ଼ିକ ହେବା ଉଚିତ୍‌ । ଯଦି ହଠାତ୍‌ କୌଣସି ବିପତ୍ତି ଆସେ ଏବଂ ଆପଣଙ୍କୁ କୌଣସି ଜାଗାରେ ରହିବାକୁ ପଡ଼େ, ତେବେ ଏହି ଜିନିଷଗୁଡ଼ିକ ଯଥେଷ୍ଟ ସମୟ ଧରି କାମରେ ଆସିବ ।—ହିତୋ ୨୨:୩; ସଜା୧୭-ହି ସଂଖ୍ୟା ୫ ପୃ ୪

ସେହି ପରିବାର ଆପାତକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତି କରୁଛି ।

କʼଣ ଆପଣ ବିପତ୍ତିର ସାମନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ? ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ବିପତ୍ତି ସମୟରେ ଯିହୋବା କିପରି ଆମର ସାହାଯ୍ୟ କରିପାରିବେ ?

  • ବିପତ୍ତିର ସାମନା କରିବା ପାଇଁ ଆମେ ଏବେଠାରୁ କେଉଁ ବ୍ୟବହାରିକ ପଦକ୍ଷେପ ନେଇପାରିବା ?

  • ବିପତ୍ତିର ସାମନା କରୁଥିବା ଭାଇଭଉଣୀଙ୍କୁ ଆମେ କିପରି ସାହାଯ୍ୟ କରିପାରିବା ?

ନିଜକୁ ପଚାରନ୍ତୁ,

‘ବର୍ତ୍ତମାନ ସମୟରେ ହୋଇଥିବା ପ୍ରାକୃତିକ ବିପତ୍ତି କିମ୍ବା ମଣିଷ ଦ୍ୱାରା ହୋଇଥିବା ବିପତ୍ତିଗୁଡ଼ିକରୁ ମୁଁ ପ୍ରସ୍ତୁତ ରହିବା ବିଷୟରେ କʼଣ ଶିଖିଲି ?’

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୫ ଅଧ୍ୟୟନ ଲେଖା ୨୩ ¶୧୦-୧୮

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୧୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ