୧୨-୧୮ ମେ
ହିତୋପଦେଶ ୧୩
ଗୀତ ୩୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ‘ଦୁଷ୍ଟମାନଙ୍କର ପ୍ରଦୀପରୁ’ ଭ୍ରାନ୍ତ ହୁଅନ୍ତୁ ନାହିଁ
(୧୦ ମି.)
ଦୁଷ୍ଟମାନଙ୍କର କୌଣସି ଆଶା ନ ଥାଏ (ହିତୋ ୧୩:୯; ଇନସାଇଟ୍-୨ ପୃ ୧୯୬ ¶୨-୩)
ଯେଉଁ ଲୋକମାନେ ଭୁଲକୁ ଠିକ୍ ବୋଲି କହନ୍ତି, ସେମାନଙ୍କ ସହ ମିଳାମିଶା କରନ୍ତୁ ନାହିଁ (ହିତୋ ୧୩:୨୦; ପ୍ର୧୨-ହି ୭/୧୫ ପୃ ୧୨-୧୩ ¶୩)
ଯିହୋବା ଧାର୍ମିକ ଲୋକମାନଙ୍କୁ ଆଶିଷ ଦିଅନ୍ତି (ହିତୋ ୧୩:୨୫; ପ୍ର୦୪-ହି ୭/୧୫ ପୃ ୩୧ ¶୬)
ଯେଉଁମାନେ ଦୁନିଆରେ ଥିବା ଜିନିଷଗୁଡ଼ିକୁ ପାଇବା ପାଇଁ ଲାଗି ରହନ୍ତି, ସେମାନଙ୍କୁ ଦେଖି ଲାଗିପାରେ ଯେ ସେମାନେ ବହୁତ ଖୁସିରେ ଅଛନ୍ତି । କିନ୍ତୁ ଯେଉଁ ଲୋକମାନେ ଯିହୋବାଙ୍କ ଇଚ୍ଛା ପୂରା କରିବା ପାଇଁ ଚେଷ୍ଟା କରନ୍ତି, ସେମାନେ ବାସ୍ତବରେ ନିଜ ଜୀବନରେ ଖୁସି ରହନ୍ତି
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ହିତୋ ୧୩:୨୪—ଏହି ପଦ ଅନୁସାରେ କିଛି ଲୋକମାନଙ୍କର କେଉଁ ଭୁଲ ଧାରଣା ରହିଛି, ଯାହାଯୋଗୁଁ ସେମାନେ ଅନ୍ୟମାନଙ୍କୁ ସୁଧାରନ୍ତି ନାହିଁ ? (ଇନସାଇଟ୍-୨ ପୃ ୨୭୬ ¶୨)
ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ହିତୋ ୧୩:୧-୧୭ (ଶିଖାଇବା ଅଧ୍ୟୟନ ୧୦)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । ଅନେକ ଲୋକ ଯେଉଁ କଥାକୁ ନେଇ ଚିନ୍ତା କରନ୍ତି ସେହି ବିଷୟରେ ଘରମାଲିକଙ୍କ ସହିତ କଥା ହୁଅନ୍ତୁ । କିନ୍ତୁ ଯଦି ଘରମାଲିକ ଅନ୍ୟ କୌଣସି ବିଷୟରେ କଥା ହୁଅନ୍ତି, ତାହେଲେ ତାଙ୍କୁ ଧ୍ୟାନରେ ରଖି ବାଇବଲରୁ କିଛି କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)
୫. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକୁ ସଭା ପାଇଁ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩)
୬. ଭାଷଣ
(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୯—ବିଷୟ: ଯଦି ପିଲାମାନେ ନିଜ ବାପାମାଆଙ୍କର ଆଦର କରିବେ ଆଉ ତାଙ୍କ କଥା ଶୁଣିବେ ତେବେ ତାଙ୍କୁ ସବୁବେଳେ ଲାଭ ହେବ । (ଶିଖାଇବା ଅଧ୍ୟୟନ ୧୬)
ଗୀତ ୭୭
୭. “ଧାର୍ମିକର ଦୀପ୍ତି” ପ୍ରଜ୍ୱଳିତ ହୁଏ
(୮ ମି.) ଆଲୋଚନା ।
ଈଶ୍ୱରଙ୍କ ବାକ୍ୟରେ ଯେଉଁ ଜ୍ଞାନ ଓ ବୁଦ୍ଧି ବିଷୟରେ କୁହାଯାଇଛି, ତାହା ସବୁଠାରୁ ଉତ୍ତମ । ଯେବେ ଆମେ ଏହା ଅନୁସାରେ ଚାଲୁ ତେବେ ଆମେ ଭଲ ଜୀବନ ବିତାଇପାରୁ ଓ ଖୁସିରେ ରହିପାରୁ । ଏପରି ଖୁସି ଆମକୁ ଦୁନିଆର କୌଣସି ବି ଜିନିଷରୁ ମିଳିପାରିବ ନାହିଁ ।
ଏହି ଦୁନିଆ ଆପଣଙ୍କୁ ସବୁକିଛି ଦେଇପାରିବ ନାହିଁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଭଉଣୀ ଗାଇନ୍ୟାନଶିନାଙ୍କ ଅନୁଭୂତିରୁ କିପରି ଜଣାପଡ଼େ ଯେ ‘ଧାର୍ମିକର ଦୀପ୍ତି ଦୁଷ୍ଟମାନଙ୍କର ପ୍ରଦୀପଠାରୁ’ ଅଧିକ ଉତ୍ତମ ?—ହିତୋ ୧୩:୯.
ଦୁନିଆରେ ଥିବା ଜିନିଷଗୁଡ଼ିକୁ ପାଇବା ପାଇଁ ନିଜର ସମୟ ନଷ୍ଟ କରନ୍ତୁ ନାହିଁ । ଆଉ ନା ଯିହୋବାଙ୍କ ସେବା କରିବା ପାଇଁ ଆପଣ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାʼପାଇଁ ଦୁଃଖିତ ହୁଅନ୍ତୁ । (୧ଯୋହ ୨:୧୫-୧୭) ଏହା ପରିବର୍ତ୍ତେ ଯିହୋବା ଆପଣଙ୍କୁ ଯେଉଁ ‘ଜ୍ଞାନ’ ଦେଇଛନ୍ତି ସେଥିରେ ପୂରା ଧ୍ୟାନ ଦିଅନ୍ତୁ, କାରଣ ଏହି ଜ୍ଞାନ ‘ଉତ୍କୃଷ୍ଟ’ ଅଟେ ।—ଫିଲିପ୍ ୩:୮.
୮. ମଣ୍ଡଳୀର ଆବଶ୍ୟକତା
(୭ ମି.)
୯. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୫ ଅଧ୍ୟୟନ ଲେଖା ୨୩ ¶୧-୯