ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ମେ ପୃଷ୍ଠା ୨-୩
  • ୫-୧୧ ମେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୫-୧୧ ମେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ମେ ପୃଷ୍ଠା ୨-୩

୫-୧୧ ମେ

ହିତୋପଦେଶ ୧୨

ଗୀତ ୧୦୧ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. କଠିନ ପରିଶ୍ରମ କଲେ ଭଲ ପରିଣାମ ମିଳେ

(୧୦ ମି.)

ଅସାର ଜିନିଷରେ ସମୟ ନଷ୍ଟ କରନ୍ତୁ ନାହିଁ (ହିତୋ ୧୨:୧୧)

ପରିଶ୍ରମୀ ହୁଅନ୍ତୁ ଓ ପ୍ରତ୍ୟେକ କାମ ନିଷ୍ଠାର ସହ କରନ୍ତୁ (ହିତୋ ୧୨:୨୪; ପ୍ର୧୬.୦୬-ହି ପୃ ୩୦-୩୧ ¶୬)

ଆପଣଙ୍କୁ ନିଜ କଠିନ ପରିଶ୍ରମର ଭଲ ପରିଣାମ ମିଳିବ (ହିତୋ ୧୨:୧୪)

ଚିତ୍ରଗୁଡ଼ିକ: ଜଣେ ଭାଇ ପାଇପ୍‌ କାମ କରିବା ସହିତ ଆଧ୍ୟାତ୍ମିକ କାମ କରିବାରେ ମଧ୍ୟ କଠିନ ପରିଶ୍ରମ କରନ୍ତି । ୧. ସେ ନିଜ ସବୁ ଜିନିଷ ଧରି ଯାଉଛନ୍ତି । ୨. ସେ ବଡ଼ ପାଇପ୍‌ରେ କାମ କରିବା ପାଇଁ ବଡ଼ ଉପକରଣ ବ୍ୟବହାର କରୁଛନ୍ତି । ୩. ସେ ନିଜ ପରିବାର ସହ ସଭାକୁ ଯାଇଛନ୍ତି । ସେଠାରେ ସେ ଓ ତାଙ୍କର ଛୋଟ ଝିଅ ଉତ୍ତର ଦେବା ପାଇଁ ହାତ ଟେକିଛନ୍ତି । ୪. ସେ ପେଟ୍ରୋଲ ପମ୍ପରେ ଟ୍ରାକ୍ଟ ସାହାଯ୍ୟରେ ଜଣେ ବ୍ୟକ୍ତିକୁ ସାକ୍ଷ୍ୟ ଦେଉଛନ୍ତି ।

ପରାମର୍ଶ: ଯଦି ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ କଠିନ ପରିଶ୍ରମ କରିବା, ତାହେଲେ ଏଥିରୁ ଆମକୁ ସନ୍ତୁଷ୍ଟି ମିଳିବ ।—ପ୍ରେରି ୨୦:୩୫; ପ୍ର୧୫-ଇଂ ୨/୧ ପୃ ୫ ¶୪-୬.

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୧୨:୨୫—ଆମେ କିପରି ନିଜ କଥାରୁ ଅନ୍ୟମାନଙ୍କର ସାହସ ବଢ଼ାଇପାରିବା ? (ପ୍ର୨୪.୦୯ ପୃ ୨୮ ¶୧୦)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୧୨:୧-୨୦ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)

୫. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୪)

୬. ପୁଣିଥରେ ଭେଟିବା ସମୟରେ

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଏପରି ଜଣେ ବ୍ୟକ୍ତିଙ୍କୁ ୱେବସାଇଟ୍‌ ବିଷୟରେ କହନ୍ତୁ ଯାହାଙ୍କ ପିଲା ଅଛନ୍ତି । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୭. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୩ ମି.) ପ୍ରଦର୍ଶନୀ । ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ୩—ବିଷୟ: କʼଣ ଯିହୋବାଙ୍କ ସାକ୍ଷୀମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ଧର୍ମ ହିଁ ସତ୍ୟ ଧର୍ମ ଅଟେ ? (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୨୧

୮. ଯିହୋବାଙ୍କ ସାହାଯ୍ୟରୁ ଆର୍ଥିକ ସମସ୍ୟାଗୁଡ଼ିକର ସାମନା କରନ୍ତୁ

(୧୫ ମି.) ଆଲୋଚନା ।

ଆଜି ଆମେ ଅନେକ କଥା ପାଇଁ ଚିନ୍ତା କରୁ, ଯେପରି—ଚାକିରି ଖୋଜିବା ବିଷୟରେ କିମ୍ବା ଯଦି ଆମ ଚାକିରି ଚାଲିଯାଏ ତାହେଲେ ଆମେ କʼଣ କରିବା ? କିମ୍ବା ହୁଏତ ଆମେ କମ୍‌ ରୋଜଗାର କରୁଥିବା, ତେଣୁ ଆମକୁ ଚିନ୍ତା ହେବ ଯେ ଆମେ ଦୈନନ୍ଦିନର ଆବଶ୍ୟକତା କିପରି ପୂରା କରିବା ? ଯଦି ଆମେ ବୃଦ୍ଧ ହୋଇଯାଉ ତାହେଲେ କିଏ ଆମର ଦେଖାଶୁଣା କରିବ ? ଏପରି ଚିନ୍ତା ହେବା ସ୍ୱାଭାବିକ, କାରଣ ଆଜି ଦୁନିଆର ଆର୍ଥିକ ସ୍ଥିତି କେବେ ବି ବଦଳିପାରେ । ଯିହୋବା ଆମକୁ ଭରସା ଦିଅନ୍ତି ଯେ ଯଦି ଆମେ ତାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଉ ତାହେଲେ ସେ ସବୁବେଳେ ଆମର ଆବଶ୍ୟକତାକୁ ଧ୍ୟାନ ଦେବେ, ଏପରିକି ଯେବେ ଆମେ ହଠାତ୍‌ ନିଜ ଜୀବିକା ହରାଇ ଦେଉ ।—ଗୀତ ୪୬:୧-୩; ୧୨୭:୨; ମାଥି ୬:୩୧-୩୩.

“ଯିହୋବା ସବୁବେଳେ ଆମର ଯତ୍ନ ନେଲେ” ଭିଡିଓର ଦୃଶ୍ୟ । ଭାଇ ଆଲ୍‌ଭାରାଦୋ ନିଜ ପରିବାର ସହ ମିଶି ପ୍ରାର୍ଥନା କରିବା ସମୟରେ ନିଜ ସ୍ତ୍ରୀଙ୍କର ହାତ ଧରିଛନ୍ତି ।

ଯିହୋବା ସବୁବେଳେ ଆମର ଯତ୍ନ ନେଲେ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଭାଇ ଆଲ୍‌ଭାରାଦୋଙ୍କ ଅନୁଭୂତିରୁ ଆପଣ କʼଣ ଶିଖିଲେ ?

୧ ତୀମଥି ୫:୮ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଏହି ପଦରୁ କିପରି ଆପଣଙ୍କର ଯିହୋବାଙ୍କ ଉପରେ ଭରସା ବଢ଼େ ଯେ ସେ ନିଜ ସେବକମାନଙ୍କ ଆବଶ୍ୟକତାକୁ ସବୁବେଳେ ଧ୍ୟାନ ଦେବେ ?

ଆସନ୍ତୁ ବାଇବଲର କିଛି ସିଦ୍ଧାନ୍ତଗୁଡ଼ିକ ଉପରେ ଧ୍ୟାନ ଦେବା ଯାହା ସାହାଯ୍ୟରେ ଆପଣ ଆର୍ଥିକ ସମସ୍ୟାର ସାମନା କରିପାରିବେ:

  • ଜୀବନ ସାଦା ରଖନ୍ତୁ । ଅଯଥା ଋଣ ନିଅନ୍ତୁ ନାହିଁ ଓ ଅଯଥା ପଇସା ଖର୍ଚ୍ଚ କରନ୍ତୁ ନାହିଁ ।—ମାଥି ୬:୨୨

  • ପାଠପଢ଼ା ଓ କାମ ବିଷୟରେ ଏପରି ନିଷ୍ପତ୍ତି ନିଅନ୍ତୁ, ଯେଉଁଥିରୁ ଆପଣ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଇପାରିବେ ।—ଫିଲିପ୍‌ ୧:୯-୧୧

  • ନମ୍ର ରହନ୍ତୁ । ଯଦି ଆପଣଙ୍କ ଚାକିରି ଚାଲିଯାଏ ତାହେଲେ ଯେକୌଣସି କାମ କରିବା ପାଇଁ ଏପରିକି ଛୋଟରୁ ଛୋଟ କାମ କରିବା ପାଇଁ ମଧ୍ୟ ପ୍ରସ୍ତୁତ ରହନ୍ତୁ, ଯେଉଁଥିରୁ ଆପଣ ନିଜ ପରିବାରର ଆବଶ୍ୟକତା ପୂରା କରିପାରିବେ ।—ହିତୋ ୧୪:୨୩

  • ଆପଣଙ୍କ ପାଖରେ ଯାହା ବି ଅଛି ତାହା ଅନ୍ୟମାନଙ୍କୁ ଦିଅନ୍ତୁ । ଯଦିଓ ଆପଣଙ୍କ ପାଖରେ ବେଶି କିଛି ନାହିଁ ତାହେଲେ ବି ଏପରି କରନ୍ତୁ ।—ଏବ୍ରୀ ୧୩:୧୬

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୫ ଅଧ୍ୟୟନ ଲେଖା ୨୨ ¶୮-୧୬

ଶେଷ ଟିପ୍ପଣୀ (୩ ମି.) | ଗୀତ ୫୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ