ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ଜୁଲାଇ ପୃଷ୍ଠା ୪-୫
  • ୧୫-୨୧ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୫-୨୧ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ଜୁଲାଇ ପୃଷ୍ଠା ୪-୫

୧୫-୨୧ ଜୁଲାଇ

ଗୀତସଂହିତା ୬୩-୬୫

ଗୀତ ୧୦୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ‘ତୁମ୍ଭର ଅଟଳ ପ୍ରେମ ଜୀବନ ଅପେକ୍ଷା ଉତ୍ତମ’

(୧୦ ମି.)

ଯିହୋବାଙ୍କ ସହ ଗୋଟିଏ ଭଲ ସମ୍ପର୍କ ହେବା ଜୀବନଠାରୁ ବି ଅଧିକ ବହୁମୂଲ୍ୟ ଅଟେ (ଗୀତ ୬୩:୩; ପ୍ର୦୧-ହି ୧୦/୧୫ ପୃ ୧୫-୧୬ ¶୧୭-୧୮)

ଯେବେ ଆମେ ଚିନ୍ତନ କରୁ ଯେ ଯିହୋବା କିପରି ଭାବେ ନିଜ ଅଟଳ ପ୍ରେମ ଦେଖାନ୍ତି, ତେବେ ତାଙ୍କ ପାଇଁ ଆମ କୃତଜ୍ଞତା ବଢ଼ିଯାଏ (ଗୀତ ୬୩:୬; ପ୍ର୧୯.୧୨-ହି ପୃ ୨୮ ¶୪; ପ୍ର୧୫-ହି ୧୦/୧୫ ପୃ ୨୪ ¶୭)

ଯେବେ ତାଙ୍କ ଅଟଳ ପ୍ରେମ ପାଇଁ ଆମର କୃତଜ୍ଞତା ବଢ଼ିଯାଏ, ତେବେ ଆମେ ଖୁସି ଖୁସି ତାଙ୍କ ପ୍ରଶଂସା କରିବାରୁ ନିଜକୁ ରୋକିପାରି ନ ଥାଉ (ଗୀତ ୬୩:୪, ୫; ପ୍ର୦୯-ହି ୭/୧୫ ପୃ ୧୬ ¶୬)

ଚିତ୍ରଗୁଡ଼ିକ: ଜଣେ ଭଉଣୀ ବାଇବଲ ପଢ଼ୁଛନ୍ତି । ୧. ସେ ଜଣେ ଭଉଣୀଙ୍କ ସହ ପ୍ରଚାର କରୁଛନ୍ତି । ୨. ସେ ସଭାରେ ଉତ୍ତର ଦେଉଛନ୍ତି ।

ପାରିବାରିକ ଉପାସନା ପାଇଁ ପରାମର୍ଶ: ଚର୍ଚ୍ଚା କରନ୍ତୁ ଯେ ଯିହୋବା କେଉଁ ଉପାୟଗୁଡ଼ିକରୁ ଆପଣଙ୍କ ପାଇଁ ଅଟଳ ପ୍ରେମ ଦେଖାଇଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୬୪:୩—ଏହି ପଦ ଆମକୁ ଉତ୍ସାହ ବଢ଼ାଉଥିବା କଥା କହିବା ପାଇଁ କିପରି ସାହାଯ୍ୟ କରେ ? (ପ୍ର୦୭-ଇଂ ୧୧/୧୫ ପୃ ୧୫ ¶୬)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୬୩:୧–୬୪:୧୦ (ଶିଖାଇବା ଅଧ୍ୟୟନ ୧୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ଆପଣଙ୍କ ଭାଷା ଜଣାନାହିଁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୪)

୫. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଆପଣଙ୍କ ସାକ୍ଷ୍ୟ ଦେବା ପୂର୍ବେ ହିଁ କଥାବାର୍ତ୍ତା ଶେଷ ହୋଇଯାଏ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)

୬. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଘରମାଲିକଙ୍କୁ କେଉଁ ବିଷୟରେ ଆଗ୍ରହ ଅଛି ଓ ତାଙ୍କ ସହ ପୁଣିଥରେ ଭେଟିବା ପାଇଁ ଯୋଜନା କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୫)

୭. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୪ ମି.) ପ୍ରଦର୍ଶନୀ । ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ୫୧—ଭାଷଣ: ଯିହୋବାଙ୍କ ସାକ୍ଷୀ ସେହି ଲୋକମାନଙ୍କ ପାଖକୁ କାହିଁକି ଯାʼନ୍ତି ଯେଉଁମାନେ ପୂର୍ବରୁ କହିଛନ୍ତି, “ମୋତେ ଆଗ୍ରହ ନାହିଁ” ? (ହିନ୍ଦୀ) (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୫୪

୮. ଈଶ୍ୱରଙ୍କ ପାଇଁ ନିଜ ପ୍ରେମ କିପରି ଦେଖାଇପାରିବା ?

(୧୫ ମି.) ଆଲୋଚନା ।

ଯିହୋବା ‘ଦୟାରେ [“ଅଟଳ ପ୍ରେମ,” NWT] ପରିପୂର୍ଣ୍ଣ’ ଅଟନ୍ତି । (ଗୀତ ୮୬:୧୫) “ଅଟଳ ପ୍ରେମର” ଅର୍ଥ ହେଉଛି ବିଶ୍ୱସ୍ତତା, କରୁଣା ଓ ସହଯୋଗ କରିବାର ଦୃଢ଼ ନିଷ୍ପତ୍ତି ନେଇ ପ୍ରେମ କରିବା । ଯିହୋବା ସମସ୍ତ ମଣିଷମାନଙ୍କୁ ପ୍ରେମ କରନ୍ତି, କିନ୍ତୁ ସେ ଅଟଳ ପ୍ରେମ କେବଳ ସେହି ଲୋକମାନଙ୍କୁ କରନ୍ତି ଯେଉଁମାନଙ୍କ ତାଙ୍କ ସହ ବିଶେଷ ସମ୍ପର୍କ ରହେ ଓ ଯେଉଁମାନେ ତାଙ୍କ ସେବା କରନ୍ତି । (ଗୀତ ୩୩:୧୮; ୬୩:୩; ଯୋହ ୩:୧୬; ପ୍ରେରି ୧୪:୧୭) ଯିହୋବା ଆମକୁ ଅଟଳ ପ୍ରେମ କରନ୍ତି ତେଣୁ ଆମେ ବି ତାଙ୍କୁ ପ୍ରେମ କରୁ । ଆମେ ଏହି ପ୍ରେମ କିପରି ଦେଖାଇ ପାରିବା ? ତାଙ୍କ ଆଜ୍ଞା ପାଳନ କରି, ସେମଧ୍ୟରୁ ଗୋଟେ ହେଉଛି ଶିଷ୍ୟ କରିବା ।—ମାଥି ୨୮:୧୯; ୧ଯୋହ ୫:୩.

ପ୍ରଚାର ସେବା ପାଇଁ ଆପଣଙ୍କ ପ୍ରେମ ଶେଷ ନ ହେଉ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

ପ୍ରେମ କିପରି ଆମକୁ ପ୍ରେରିତ କରିବ ଯେ ଆମେ ଆଗକୁ ଦିଆଯାଇଥିବା ପରିସ୍ଥିତିଗୁଡ଼ିକରେ ମଧ୍ୟ ଖୁସିର ଖବର ଶୁଣାଉ ?

    “ପ୍ରଚାର ସେବା ପାଇଁ ଆପଣଙ୍କ ପ୍ରେମ ଶେଷ ନ ହେଉ” ଭିଡିଓର ଗୋଟିଏ ଦୃଶ୍ୟ । ଭିଡିଓରେ ଯେଉଁ ବାପାଙ୍କୁ ଦେଖାଇ ଦିଆଯାଇଛି, ସେ ନିଜ କାମରୁ ଫେରିବା ପରେ ସୋଫାରେ ଆରାମ କରୁଛନ୍ତି ।
  • ଯେବେ ଆମେ ଥକି ଯାଇଥାଉ

  • “ପ୍ରଚାର ସେବା ପାଇଁ ଆପଣଙ୍କ ପ୍ରେମ ଶେଷ ନ ହେଉ” ଭିଡିଓର ଗୋଟିଏ ଦୃଶ୍ୟ । ଭିଡିଓରେ ଯେଉଁ ବାପାଙ୍କୁ ଦେଖାଇ ଦିଆଯାଇଛି, ସେ ନିଜ ପୁଆ ସହ ପ୍ରଚାର କରୁଛନ୍ତି ଓ ଘରମାଲିକ ବହୁତ ରାଗି ଯାଇଛନ୍ତି ।
  • ଯେବେ ଆମର ବିରୋଧ କରାଯାଏ

  • “ପ୍ରଚାର ସେବା ପାଇଁ ଆପଣଙ୍କ ପ୍ରେମ ଶେଷ ନ ହେଉ” ଭିଡିଓର ଗୋଟିଏ ଦୃଶ୍ୟ । ମାଆ ଓ ଝିଅ, ସୁପର ମାର୍କେଟରେ କାମ କରୁଥିବା ଜଣେ କର୍ମଚାରୀ ସହିତ କଥା ହେଉଛନ୍ତି ।
  • ପ୍ରତିଦିନର କାମ କରିବା ସମୟରେ

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୨-ହି ଅଧ୍ୟୟନ ଲେଖା ୫୦ ¶୧-୧୦

ଶେଷ ଟିପ୍ପଣୀ (୩ ମି.) | ଗୀତ ୭୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ