Kokkinakis v. Greece: Droit réservé
ଉପରୁ ବାମ ଆଡ଼ୁ: ୱେଷ୍ଟ ୱର୍ଜିନିଆ ରାଜ୍ୟର ଶିକ୍ଷା ମଣ୍ଡଳ ବନାମ ବାର୍ନେଟ; କୋକିନାକିସ୍ ବନାମ ଗ୍ରୀସ୍; ଟାଗନରୋଗ୍ ଏଲ.ଆର.ଓ. ଆଉ ଅନ୍ୟ ବନାମ ରୁଷ; ଚା ଓ ଅନ୍ୟ ବନାମ ଦକ୍ଷିଣ କୋରିଆ
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଖୁସିର ଖବରର ପକ୍ଷ ନେବା ଓ ତାହାକୁ ଆଇନ ମାନ୍ୟତା କରାଇବା
ଯେବେ ଇସ୍ରାଏଲୀୟମାନେ ପୁଣିଥରେ ମନ୍ଦିର ତିଆରି କରୁଥିଲେ, ତେବେ ବିରୋଧୀମାନେ ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କଲେ । ସେସମୟରେ ଇସ୍ରାଏଲୀୟମାନେ ଆଇନର ସାହାଯ୍ୟ ନେଲେ ଓ କାମ କରିବା ଜାରି ରଖିଲେ । (ଏଜ୍ରା ୫:୧୧-୧୬) ସେହିପରି, ଆଜି ଖ୍ରୀଷ୍ଟିୟାନମାନେ ମଧ୍ୟ ଖୁସିର ଖବରର ପକ୍ଷ ନେବା ଓ ତାହାକୁ ଆଇନ ମାନ୍ୟତା କରାଇବା ପାଇଁ ପଦକ୍ଷେପ ନିଅନ୍ତି । (ଫିଲିପ୍ ୧:୭) ତେଣୁ ୧୯୩୬ ମସିହାରେ ବିଶ୍ୱ ମୁଖ୍ୟାଳୟରେ ଆଇନ ବିଭାଗ ଗଠନ କରାଗଲା । ଏହି ବିଭାଗ ପୂରା ଦୁନିଆରେ ହେଉଥିବା ରାଜ୍ୟର କାମକୁ ଭଲଭାବେ କରିବା ପାଇଁ ଆବଶ୍ୟକ ହେଉଥିବା ସାହାଯ୍ୟ କରିଥାଏ । ରାଜ୍ୟର କାମକୁ ଆଗକୁ ବଢ଼ାଇବା ଓ ଈଶ୍ୱରଙ୍କ ଲୋକମାନଙ୍କ ଅଧିକାରର ରକ୍ଷା କରିବା ପାଇଁ ଏହି ବିଭାଗ କʼଣ କରିଛି ?
ବିଶ୍ୱ ମୁଖ୍ୟାଳୟରେ ଥିବା ଆଇନ ବିଭାଗର ଟୁର୍ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଯିହୋବାଙ୍କ ସାକ୍ଷୀମାନଙ୍କ ଆଗରେ କେଉଁ କେଉଁ ଆଇନଗତ ମାମଲା ଆସିଲା ?
ଆମେ କେଉଁ କେଉଁ ମକଦ୍ଦମା ଜିତିଛୁ ? ଏହାର ଗୋଟିଏ ଉଦାହରଣ ଦିଅନ୍ତୁ
ଖୁସିର ଖବରର ପକ୍ଷ ନେବା ଓ ତାହାକୁ ଆଇନ ମାନ୍ୟତା କରାଇବା ପାଇଁ ଆମେ କʼଣ କରିପାରିବା ?