ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଡିସେମ୍ବର ପୃଷ୍ଠା ୮
  • ପୃଥିବୀ “ନଦୀକୁ ଗ୍ରାସ” କଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପୃଥିବୀ “ନଦୀକୁ ଗ୍ରାସ” କଲା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ବିଶ୍ୱସ୍ତ ଲୋକମାନେ ଖୁସି ରହନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • “ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଡିସେମ୍ବର ପୃଷ୍ଠା ୮
କୋରିଆରେ ଯିହୋବାଙ୍କ ସାକ୍ଷୀମାନଙ୍କୁ ବନ୍ଦୀରେ ରଖାଯିବା ବିଷୟରେ ଜାତିସଂଘରୁ ମିଳିବା କିଛି ଆଇନ ସନ୍ଧୀୟ ଦଲିଲ୍‌ର ଚିତ ଏବଂ ଜେଲ ପୋଷାକ ପିନ୍ଧିବା କୋରିଆର ଭାଇମାନେ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପୃଥିବୀ “ନଦୀକୁ ଗ୍ରାସ” କଲା

ଇତିହାସରେ ଭିନ୍ନ ଭିନ୍ନ ସମୟରେ ଅନେକ ସରକାରୀ ଅଧିକାରୀମାନେ ଯିହୋବାଙ୍କ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି । (ଏଜ୍ରା ୬:୧-୧୨; ଏଷ୍ଟ ୮:୧୦-୧୩) ଏହା ଆଜି ମଧ୍ୟ ସତ । ଆମେ ଦେଖିଛୁ ଯେ ଯେତେବେଳେ ସର୍ପ ଅର୍ଥାତ୍‌ ଶୟତାନ ଆମ ବିରୁଦ୍ଧରେ ଲୋକମାନଙ୍କୁ ପ୍ରବର୍ତ୍ତାଏ, ସେତେବେଳେ ପୃଥିବୀ ଅର୍ଥାତ୍‌ ଜଗତର ଶକ୍ତିଶାଳୀ ଅଧିକାରୀମାନେ ବେଳେ ବେଳେ ଆମକୁ ସାହାଯ୍ୟ କରିଥାʼନ୍ତି । ଏହିପରି ଭାବେ ଏହି ଅଧିକାରୀମାନେ ବିରୋଧର ‘ନଦୀର’ ପାଣିକୁ ଗ୍ରାସ କରିଥାʼନ୍ତି । (ପ୍ରକା ୧୨:୧୬) ଯିହୋବା “ଉଦ୍ଧାରସାଧକ ପରମେଶ୍ୱର ଅଟନ୍ତି ।” ମାନବୀୟ ଅଧିକାରୀମାନେ ଯେପରି ଆମକୁ ସାହାଯ୍ୟ କରିବେ, ସେଥିପାଇଁ ଯିହୋବା ଅନେକ ଥର ସେମାନଙ୍କୁ ପ୍ରେରିତ କରଥାʼନ୍ତି ଏବଂ ନିଜ ଲୋକମାନଙ୍କୁ ସାନ୍ତ୍ୱନା ଯୋଗାଇଥାʼନ୍ତି ।—ଗୀତ ୬୮:୨୦; ହିତୋ ୨୧:୧.

କିନ୍ତୁ, ଯଦି ଆପଣଙ୍କୁ ନିଜ ବିଶ୍ୱାସ ଯୋଗୁଁ ଜେଲରେ ରଖାଯାଏ, ତେବେ ଆପଣ କʼଣ କରିବେ ? ଦୃଢ଼ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କ ପରିସ୍ଥିତି ଜାଣନ୍ତି । (ଆଦି ୩୯:୨୧-୨୩; ଗୀତ ୧୦୫:୧୭-୨୦) ଯଦି ଆପଣ ସମସ୍ୟାଗୁଡ଼ିକ ସତ୍ତ୍ୱେ ବିଶ୍ୱସ୍ତ ରହିବେ, ତେବେ ଆପଣଙ୍କୁ ନିଶ୍ଚୟ ଭରପୂର ଆଶିଷ ମିଳିବ ଏବଂ ସାରା ପୃଥିବୀରେ ଭାଇମାନଙ୍କର ମଧ୍ୟ ସାହସ ବଢ଼ିବ ।—ଫିଲିପ୍‌ ୧:୧୨-୧୪; ପ୍ରକା ୨:୧୦.

କୋରିଆର ଭାଇମାନେ ଜେଲରୁ ମୁକ୍ତ ହେଲେ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ । ତାʼପରେ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଅନେକ ବର୍ଷ ଧରି ଦକ୍ଷିଣ କୋରିଆର ହଜାର ହଜାର ଭାଇମାନଙ୍କୁ କାହିଁକି ଜେଲଦଣ୍ଡ ମିଳି ଆସୁଛି ?

  • ଅଦାଲତର କେଉଁ ନିଷ୍ପତ୍ତିଗୁଡ଼ିକ ଯୋଗୁଁ କିଛି ଭାଇମାନଙ୍କୁ ଶୀଘ୍ର ମୁକ୍ତ କରି ଦିଆଗଲା ?

  • ସାରା ପୃଥିବୀରେ ଯେଉଁ ଭାଇମାନେ ନିଜ ବିଶ୍ୱାସ ଯୋଗୁଁ ଜେଲରେ ଅଛନ୍ତି, ସେମାନଙ୍କୁ ଆମେ କିପରି ସାହାଯ୍ୟ କରିପାରିବା ?

  • ଆଜି ଆମ ପାଖରେ ଯେଉଁ ସ୍ୱାଧୀନତା ରହିଛି, ତାକୁ ଆମେ କିପରି ବ୍ୟବହାର କରିପାରିବା ?

  • ଅଦାଲତଗୁଡ଼ିକରେ ମିଳୁଥିବା ସଫଳତା ପଛରେ କାହାର ହାତ ଥାଏ ?

କୋରିଆର ଏକ ଜେଲ, ଯେଉଁଠି ଯିହୋବାଙ୍କ ସାକ୍ଷୀମାନଙ୍କୁ ରଖାଯାଇଲା; ଯିହୋବାଙ୍କ ସାକ୍ଷୀମାନେ କୋରିଆ ଶାଖାକୁ ପଠାଇବା ଚିଠିଗୁକ, ଯାହା ଜେଲରେ ବା ଭାଇମାନଙ୍କୁ ଦିଆଯାଇଲା; ଜଣେ ବାପା ଓ ଜଣେ ପୁଅ ପରସ୍ପରକୁ ଭେଟି ଆଲିଙ୍ଗନ କରୁଛନ୍ତି

ମୋ ପାଖରେ ଯେଉଁ ସ୍ୱାଧୀନତା ଅଛି, ତାକୁ ମୁଁ କିପରି ବ୍ୟବହାର କରୁଛି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ