ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
‘ଶରୀରରେ କଣ୍ଟା’ ଥିବା ସତ୍ତ୍ୱେ ଆପଣ ବହୁତ କିଛି କରିପାରିବେ !
ଆଜିର ଏହି ଶେଷକାଳରେ ଈଶ୍ୱରଙ୍କ ସମସ୍ତ ସେବକମାନଙ୍କୁ ଏପରି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ, ଯାହା କଣ୍ଟା ଭଳି କଷ୍ଟ ଦେଇଥାଏ। (୨ତୀମ ୩:୧) ଆମେ ଯିହୋବାଙ୍କ ଉପରେ କିପରି ନିର୍ଭର କରିପାରିବା ଏବଂ ସମସ୍ୟାଗୁଡ଼ିକର କିପରି ଭଲ ଭାବେ ସାମନା କରିପାରିବା ? “ଅନ୍ଧମାନଙ୍କ ଚକ୍ଷୁ ଖୋଲିଯିବ” (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ଜାଣନ୍ତୁ ଯେ ତଲିତା ଅଲନାଶି ଓ ତାʼ ବାପାମାʼ ନିଜ ପରିସ୍ଥିତିକୁ ସାମନା କରିବା ପାଇଁ କʼଣ କଲେ। ତାʼପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ତଲିତାର ‘ଶରୀରର କଣ୍ଟା’ କʼଣ ଥିଲା ?
ବାଇବଲର କେଉଁ ପ୍ରତିଜ୍ଞାଗୁଡ଼ିକ ଉପରେ ଚିନ୍ତନ କରିବା ଯୋଗୁଁ ତଲିତା ଓ ତାʼ ବାପାମାʼ ସଠିକ୍ ଦୃଷ୍ଟିକୋଣ ରଖିପାରିଲେ ?
ତଲିତାର ଅସ୍ତ୍ରୋପଚାର ପରେ ତାʼ ବାପାମାʼ କିପରି ଯିହୋବାଙ୍କ ଉପରେ ନିର୍ଭର କଲେ ?
ତଲିତାର ବାପାମାʼ ସଂଗଠନର ପ୍ରକାଶନଗୁଡ଼ିକର ସାହାଯ୍ୟରେ କିପରି ତାʼ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ାଇଲେ ?
କେଉଁ କଥାରୁ ଜଣାପଡ଼େ ଯେ ତଲିତା ନିଜ ‘ଶରୀରର କଣ୍ଟା’ ସତ୍ତ୍ୱେ ଉନ୍ନତି କରୁଛି ?
ତଲିତା ବିଷୟରେ ଜାଣି କିପରି ଆପଣଙ୍କ ଉତ୍ସାହ ବଢ଼ିଲା ?