ଗୀତ ୧୨୭
ତୁମ ଇଚ୍ଛା ଅନୁସାରେ ଚାଲୁଥିବା ବ୍ୟକ୍ତି
(୨ ପିତର ୩:୧୧)
୧. ଏ ଜୀବନ ପାଇଁ ଅଟେ କୃତଜ୍ଞ,
କିପରି କରିବି ପରିଶୋଧ ମୂଲ୍ୟ ?
ଦେଖେ ହୃଦୟ, ତୁମ ବାକ୍ୟ ଦର୍ପଣେ,
ସାହାଯ୍ୟ କର ଦେଖିବି ସ୍ପଷ୍ଟ ଭାବେ ।
(ବିଶେଷ ପଂକ୍ତି)
ପ୍ରତିଜ୍ଞା କରେ ମୁଁ, କରିବି ସେବା,
ନ ଭାବି କର୍ତ୍ତବ୍ୟ, ମୁଁ କରିବି ପୂରା ।
ପୂର୍ଣ୍ଣ ହୃଦୟରୁ କରିବି ସେବା,
ଖୁସି ଦେବାକୁ ଚାହିଁବି ସଦା ।
ଦିଅ ମୋତେ ବୁଦ୍ଧି, ଏ ଦେଖିବାକୁ
ତୁମ ଇଚ୍ଛା କʼଣ, ତାହା ଜାଣିବାକୁ ।
ବିଶ୍ୱସ୍ତ ପାଇଁ, ରୁହ ବିଶ୍ୱସ୍ତ ତୁମେ:
ଦେଖି ମୋ କାମକୁ ହୁଅ ଖୁସି ତୁମେ ।
(ଗୀତ. ୧୮:୨୫; ୧୧୬:୧୨; ହିତୋ. ୧୧:୨୦ ମଧ୍ୟ ଦେଖନ୍ତୁ ।)