ଗୀତ ୧୩୫
ଯିହୋବାଙ୍କ ବିନତି: ‘ମୋହର ପୁତ୍ର, ବୁଦ୍ଧିବାନ ହୁଅ’
(ହିତୋପଦେଶ ୨୭:୧୧)
୧. କରୁଛି ବିନତି,
କଥା ମୋର ମାନ,
ଥଟ୍ଟା କରୁଥିବା,
ଶତ୍ରୁକୁ ଦେଖାଅ,
ଯୁବାବେଳେ ବାଛି,
ମୋର ଭକ୍ତି ପଥ,
ବିଶ୍ୱକୁ ଦେଖାଅ,
ତୁମେ ମୋ ବିଶ୍ୱସ୍ତ ।
(ଘୋଷା)
ପ୍ରିୟ ପୁଅ ଓ ପ୍ରିୟ ଝିଅ,
କର ଖୁସି ମୋର ମନ,
ହୃଦୟରୁ ମୋʼ ସେବା କର,
ନିଜେ ହୋଇ ବୁଦ୍ଧିମାନ ।
୨. ଝୁଣ୍ଟି ପଡ଼ ଯଦି,
ଉଠାଇବି ତତେ,
ଦେଇ ସବୁ କିଛି,
କର ଖୁସି ମୋତେ ।
ନିରାଶ ନ ହୁଅ,
ହେଲେ ପରାଜିତ,
ସାନ୍ତ୍ୱନା ମୋ ନିଅ
ଚିର ଖୁସି ପାଅ ।
(ଘୋଷା)
ପ୍ରିୟ ପୁଅ ଓ ପ୍ରିୟ ଝିଅ,
କର ଖୁସି ମୋର ମନ,
ହୃଦୟରୁ ମୋʼ ସେବା କର,
ନିଜେ ହୋଇ ବୁଦ୍ଧିମାନ ।
(ଦ୍ୱିବି. ୬:୫; ଉପ. ୧୧:୯; ଯିଶା. ୪୧:୧୩ ମଧ୍ୟ ଦେଖନ୍ତୁ ।)