ଗୀତ ୧୨୬
ଜାଗ୍ରତ ରୁହ ସାହସିକ ହୁଅ
(୧ କରିନ୍ଥୀୟ ୧୬:୧୩)
୧. ସଜାଗ ହୋଇ ରହିବା,
ଆଖି ଖୋଲି ରଖିବା ।
ଯୀଶୁଙ୍କର ଆମେ ସୈନ୍ୟ,
ନିଶ୍ଚୟ ହେବା ଜୟ ।
ମାନିବା ଯେ ତାଙ୍କ ଶାସନ ।
ଦେବେ ଆମକୁ ପ୍ରତିଦାନ ।
(ଘୋଷା)
ହଁ, ରହିବା ହୋଇ ସଜାଗ,
ବଢ଼ି ଚାଲିବା ଆଗ ।
୨. ସଜାଗ ହୋଇ ରହିବା,
‘ଦାସଙ୍କର’ ଶୁଣିବା ।
ପ୍ରସ୍ତୁତ ରହି ସର୍ବଦା
ଯେତେ ଆସୁ ଯେ ବାଧା ।
ମାନିବା ଯେ ବୃଦ୍ଧଙ୍କ କଥା,
ଜାଣନ୍ତି ସେ ଆମର ବ୍ୟଥା ।
(ଘୋଷା)
ହଁ, ରହିବା ହୋଇ ସଜାଗ,
ବଢ଼ି ଚାଲିବା ଆଗ ।
୩. ସଜାଗ ହୋଇ ରହିବା,
ଶତ୍ରୁର ଦାବି ବେଶି
ସତ୍ୟ ସପକ୍ଷରେ ଆମେ
ଲଢ଼ିବା ପିତା ନାମେ ।
ସନ୍ନିକଟ ଦିନ ତୁମରି,
ଘୋଷଣା କରିବି ନ ଡରି ।
(ଘୋଷା)
ହଁ, ରହିବା ହୋଇ ସଜାଗ,
ବଢ଼ି ଚାଲିବା ଆଗ ।
(ମାଥି. ୨୪:୧୩; ଏବ୍ରୀ ୧୩:୭, ୧୭; ୧ ପିତ. ୫:୮ ମଧ୍ୟ ଦେଖନ୍ତୁ ।)