ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୧୦୧ ପୃଷ୍ଠା ୨୩୪-ପୃଷ୍ଠା ୨୩୫ ଅନୁଚ୍ଛେଦ ୪
  • ପାଉଲଙ୍କୁ ରୋମ ପଠାଗଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପାଉଲଙ୍କୁ ରୋମ ପଠାଗଲା
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଜାହାଜରେ ପାଉଲଙ୍କ ରୋମ୍‌ ଯାତ୍ରା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ସୁସମାଚାର ପ୍ରସାରିତ ହେଲା
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୧୦୧ ପୃଷ୍ଠା ୨୩୪-ପୃଷ୍ଠା ୨୩୫ ଅନୁଚ୍ଛେଦ ୪
ମାଲ୍‌ଟାର କୂଳରୁ ଟିକେ ଦୂରକୁ ଜାହାଜ ଭାଙ୍ଗିଯାଇଛି । ପାଉଲ ଓ କିଛି ଲୋକ ପହଁରୁଛନ୍ତି ଏବଂ କିଛି ଲୋକ ଜାହାଜର ଭଙ୍ଗା ଖଣ୍ଡର ସାହାରା ନେଉଛନ୍ତି

ପାଠ ୧୦୧

ପାଉଲଙ୍କୁ ରୋମ ପଠାଗଲା

ପାଉଲଙ୍କ ପ୍ରଚାରର ତୃତୀୟ ଯାତ୍ରା ଯିରୂଶାଲମରେ ଶେଷ ହେଲା । ସେଠାରେ ତାଙ୍କୁ ଗିରଫ କରାଗଲା ଏବଂ ଜେଲରେ ବନ୍ଦୀ କରାଗଲା । ଦିନେ ରାତିରେ ଦର୍ଶନରେ ଯୀଶୁ ତାଙ୍କୁ କହିଲେ, ‘ତମେ ରୋମକୁ ଯିବ ଏବଂ ସେଠାରେ ପ୍ରଚାର କରିବ ।’ ପାଉଲଙ୍କୁ ଯିରୂଶାଲମରୁ କାଇସରିଆକୁ ନିଆଗଲା, ଯେଉଁଠାରେ ସେ ଦୁଇ ବର୍ଷ ଯାଏ ଜେଲରେ ରହିଲେ । ଯେବେ ତାଙ୍କ ମାମଲାକୁ ରାଜ୍ୟପାଳ ଫେଷ୍ଟଙ୍କ ପାଖକୁ ନିଆଗଲା ତେବେ ସେ ଫେଷ୍ଟଙ୍କୁ କହିଲେ, ‘ମୁଁ ଚାହେଁ ଯେ ରୋମର ସମ୍ରାଟ ମୋର ନ୍ୟାୟ କରନ୍ତୁ ।’ ଫେଷ୍ଟ କହିଲେ, ‘ତମେ ସମ୍ରାଟକୁ ନିବେଦନ କରିଛ, ତମେ ସମ୍ରାଟ ପାଖକୁ ଯିବ ।’ ପାଉଲଙ୍କୁ ରୋମକୁ ଯାଉଥିବା ଜାହାଜରେ ଚଢ଼ାଗଲା । ତାଙ୍କ ସହ ଦୁଇ ଜଣ ଖ୍ରୀଷ୍ଟିୟାନ ଭାଇ, ଲୂକ ଓ ଆରିସ୍ତାର୍ଖ ମଧ୍ୟ ଗଲେ ।

ଯେତେବେଳେ ଜାହାଜ ସମୁଦ୍ର ମଝିରେ ଥିଲା ସେତେବେଳେ ଗୋଟିଏ ବଡ଼ ଝଡ଼ ତୋଫାନ ଉଠିଲା ଏବଂ ଅନେକ ଦିନ ଯାଏ ରହିଲା । ସମସ୍ତେ ଭାବିଲେ ଏବେ ସେମାନେ ମରିଯିବେ । କିନ୍ତୁ ପାଉଲ କହିଲେ, ‘ଲୋକମାନେ, ଜଣେ ସ୍ୱର୍ଗଦୂତ ମୋତେ ସ୍ୱପ୍ନରେ କହିଲେ, “ପାଉଲ, ଡର ନାହିଁ । ତମେ ନିଶ୍ଚୟ ରୋମକୁ ଯିବ ଏବଂ ତମ ସହିତ ଜାହାଜରେ ଯେତେ ଲୋକ ଅଛନ୍ତି ସେସମସ୍ତେ ବଞ୍ଚିବେ ।” ତେଣୁ ସାହସ ଧର । ଆମେ ମରିବା ନାହିଁ ।’

ଝଡ଼ ତୋଫାନ ୧୪ ଦିନ ଯାଏ ଚାଲିଲା । ଶେଷରେ ସେମାନଙ୍କୁ ଜମି ଦେଖାଗଲା । ତାହା ମେଲିତୀ (ମାଲ୍‌ଟା) ଦ୍ୱୀପ ଥିଲା । ଜାହାଜ ବାଲିରେ ଫସି ଅଟକି ଗଲା ଏବଂ ତାହା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା । କିନ୍ତୁ ସେହି ଜାହାଜରେ ଥିବା ସମସ୍ତ ୨୭୬ ଜଣ ଲୋକ ବଞ୍ଚିଗଲେ । କିଛି ଲୋକ ପହଁରି କୂଳକୁ ପହଞ୍ଚିଗଲେ, ଆଉ କିଛି ଜାହାଜର ଭଙ୍ଗା ଖଣ୍ଡର ସାହାରା ନେଇ କୂଳକୁ ପହଞ୍ଚିଗଲେ । ମାଲ୍‌ଟାର ଲୋକମାନେ ସେମାନଙ୍କ ଦେଖାଶୁଣା କଲେ ଏବଂ ସେମାନଙ୍କ ପାଇଁ ନିଆଁ ଜାଳିଦେଲେ ଯାହାଦ୍ୱାରା ସେମାନେ ନିଜକୁ ଗରମ ରଖିପାରିବେ ।

ତିନି ମାସ ପରେ, ସୈନିକମାନେ ପାଉଲଙ୍କୁ ଆଉ ଗୋଟିଏ ଜାହାଜରେ ରୋମକୁ ନେଇଗଲେ । ଯେବେ ସେ ରୋମକୁ ପହଞ୍ଚିଲେ ତେବେ ସେଠାର ଭାଇମାନେ ତାଙ୍କୁ ଭେଟିବା ପାଇଁ ଆସିଲେ । ଯେତେବେଳେ ପାଉଲ ସେମାନଙ୍କୁ ଦେଖିଲେ ସେ ଯିହୋବାଙ୍କୁ ଧନ୍ୟବାଦ ଦେଲେ ଏବଂ ତାଙ୍କୁ ସାହସ ମିଳିଲା । ପାଉଲ ଜଣେ କଏଦୀ ଥିଲେ, ତଥାପି ତାଙ୍କୁ ରୋମରେ ଗୋଟିଏ ଭଡ଼ା ଘରେ ରହିବା ପାଇଁ ଦିଆଗଲା । ଜଣେ ସୈନିକ ପାଉଲଙ୍କୁ ପହରା ଦେଉଥିଲା । ପାଉଲ ରୋମରେ ଦୁଇ ବର୍ଷ ରହିଲେ । ଲୋକମାନେ ତାଙ୍କୁ ଭେଟିବା ପାଇଁ ଆସୁଥିଲେ ଏବଂ ସେ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ଓ ଯୀଶୁଙ୍କ ବିଷୟରେ ଶିଖାଉଥିଲେ । ପାଉଲ ସେଠାରେ ରହିବା ସମୟରେ ଏସିଆ ମାଇନର ଓ ଯିହୁଦାର ମଣ୍ଡଳୀଗୁଡ଼ିକୁ ଚିଠିଗୁଡ଼ିକ ମଧ୍ୟ ଲେଖିଲେ । ଯିହୋବା ସତରେ ପାଉଲଙ୍କ ଜରିଆରେ ଅନେକ ଦେଶ ଯାଏ ଖୁସିର ଖବର ପହଞ୍ଚାଇଲେ ।

‘ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ, ଏହି ସମସ୍ତରେ ଆମ୍ଭେମାନେ ଈଶ୍ୱରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ ।’—୨ କରିନ୍ଥୀୟ ୬:୪, ୧୦

ପ୍ରଶ୍ନ: ଫେଷ୍ଟ ପାଉଲଙ୍କୁ ରୋମ କାହିଁକି ପଠାଇଲେ ? ରୋମ ଯିବା ସମୟରେ ପାଉଲଙ୍କ ସହ କʼଣ ହେଲା ?

ପ୍ରେରିତ ୨୧:୩୦; ୨୩:୧୧; ୨୫:୮-୧୨; ୨୭:୧–୨୮:୩୧; ରୋମୀୟ ୧୫:୨୫, ୨୬

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ