ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୨୭-୨୮
ଜାହାଜରେ ପାଉଲଙ୍କ ରୋମ୍ ଯାତ୍ରା
୨୭:୨୩, ୨୪; ୨୮:୧, ୨, ୧୬, ୧୭
ପାଉଲ ଜଣେ କଏଦୀ ହେବା ସତ୍ତ୍ୱେ ସେ ପ୍ରଚାର କରିବା ଛାଡ଼ିଲେ ନାହିଁ । ଜାହାଜରେ ଯାତ୍ରା କରିବା ସମୟରେ ସେ ନାବିକ ଓ ଯାତ୍ରୀମାନଙ୍କୁ ସାକ୍ଷ୍ୟ ଦେଲେ । ମେଲିତୀ ଦ୍ୱୀପ ପାଖରେ ତାଙ୍କ ଜାହାଜ ଭାଙ୍ଗିଯିବା ପରେ ସେ ଯେଉଁ ଲୋକମାନଙ୍କୁ ସୁସ୍ଥ କରିଥିଲେ, ସେମାନଙ୍କୁ ମଧ୍ୟ ସେ ସୁସମାଚାର ନିଶ୍ଚୟ ଶୁଣାଇଥିବେ । ରୋମ୍ ପହଞ୍ଚିବାର ମାତ୍ର ତିନି ଦିନ ପରେ ସେ ଯିହୁଦୀମାନଙ୍କର ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ସାକ୍ଷ୍ୟ ଦେବା ପଇଁ ନିଜ ପାଖକୁ ଡାକିଲେ । ଯେତେବେଳେ ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଗୃହବନ୍ଦୀ ଭାବେ ରଖାଯାଇଥିଲା, ତାଙ୍କୁ ଭେଟିବାକୁ ଆସୁଥିବା ସମସ୍ତ ଲୋକଙ୍କୁ ସେ ପ୍ରଚାର କରୁଥିଲେ ।
ପରିସ୍ଥିତି ଅନୁମତି ନ ଦେବା ସତ୍ତ୍ୱେ ଆପଣ କିପରି ସୁସମାଚାର ଶୁଣାଇପାରିବେ?