ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g20 ସଂ ୧ ପୃଷ୍ଠା ୫-୭
  • ଚିନ୍ତା କାହାକୁ କୁହାଯାଏ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଚିନ୍ତା କାହାକୁ କୁହାଯାଏ ?
  • ସଜାଗ ହୁଅ !—୨୦୨୦
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଚିନ୍ତାର ଲାଭ ଓ କ୍ଷତି
  • ବିଷୟ ସୂଚୀ
    ସଜାଗ ହୁଅ !—୨୦୨୦
  • କʼଣ ଆପଣ ଚିନ୍ତାରେ ଅଛନ୍ତି ?
    ସଜାଗ ହୁଅ !—୨୦୨୦
  • ଚିନ୍ତାକୁ କମ୍‌ କିପରି କରିବା ?
    ସଜାଗ ହୁଅ !—୨୦୨୦
ସଜାଗ ହୁଅ !—୨୦୨୦
g20 ସଂ ୧ ପୃଷ୍ଠା ୫-୭

ଚିନ୍ତାର ସାମନା କିପରି କରିବା ?

ଚିନ୍ତା କାହାକୁ କୁହାଯାଏ ?

ଯେବେ ଆମେ ସମସ୍ୟାଗୁଡ଼ିକର ସାମନା କରୁ, ତେବେ ଏହାର ଆମ ଶରୀର ଉପରେ ଯେଉଁ ପ୍ରଭାବ ପଡ଼େ ତାହାକୁ ଚିନ୍ତା ବୋଲି କୁହାଯାଏ । ସବୁଠୁ ପ୍ରଥମେ ଆମ ମସ୍ତିଷ୍କ ଏବିଷୟରେ ଜାଣେ ଏବଂ ଆମ ଶରୀରକୁ ସଙ୍କେତ ଦିଏ । ଏହି ସଙ୍କେତ ପାଇ ଆମ ଶରୀରରେ କିଛି ପ୍ରକାରର ହରମୋନ୍‌ ବହୁ ମାତ୍ରାରେ ନିର୍ଗତ ହୁଏ । ଏହାଯୋଗୁଁ ଆମ ହୃଦୟର ସ୍ପନ୍ଦନ ବଢ଼ିଯାଏ, ରକ୍ତଚାପ ବଢ଼ିଯାଏ, ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୁଏ ଓ ମାଂସପେଶୀଗୁଡ଼ିକ ଟାଣ ହୋଇଯାଏ । ଆମକୁ ହୁଏତ ପୂରାପୂରି ଭାବେ ଏହା ଜଣାପଡ଼ି ନ ପାରେ, କିନ୍ତୁ ଆମ ଶରୀର ଚିନ୍ତାଗୁଡ଼ିକ ସହ ଲଢ଼ିବା ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗି ରହେ । ଶେଷରେ ଯେବେ ଆମ ଚିନ୍ତା କମ୍‌ ହୋଇଯାଏ, ତେବେ ଆମ ଶରୀର ପୂର୍ବ ଭଳି କାମ କରିବାକୁ ଲାଗେ ।

ଚିନ୍ତାର ଲାଭ ଓ କ୍ଷତି

ଚିନ୍ତା ଯୋଗୁଁ ଆମ ଶରୀରରେ ହେଉଥିବା ପରିବର୍ତ୍ତନଗୁଡ଼ିକ ସ୍ୱାଭାବିକ ଅଟେ । ଏହାଯୋଗୁଁ ଆମେ କୌଣସି ସମସ୍ୟା କିମ୍ବା ବିପଦପୂର୍ଣ୍ଣ ପରିସ୍ଥିତିର ସାମନା କରିବା ପାଇଁ ପ୍ରସ୍ତୁତ ରହୁ ଏବଂ ତୁରନ୍ତ ପଦକ୍ଷେପ ନେଇପାରୁ । ଏପରି ଚିନ୍ତାରୁ ଆମକୁ ଲାଭ ହୋଇଥାଏ । ଯେବେ ଆମକୁ ଏପରି ଚିନ୍ତା ହୁଏ, ତେବେ ଆମେ ନିଜ ଲକ୍ଷ୍ୟଗୁଡ଼ିକୁ ହାସଲ କରିପାରୁ ଓ ଭଲଭାବରେ କାମ କରିପାରୁ । ଯେପରି, ସ୍କୁଲର ପରୀକ୍ଷା ଦେବା ସମୟରେ, ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବା ସମୟରେ କିମ୍ବା କୌଣସି ଖେଳରେ ଭାଗ ନେବା ସମୟରେ ଆମେ ଆହୁରି ଭଲ କରିବା ପାଇଁ ଚେଷ୍ଟା କରିଥାଉ ।

କିନ୍ତୁ ଯଦି ଆମେ ଲମ୍ବା ସମୟ ପର୍ଯ୍ୟନ୍ତ କିମ୍ବା ଅତ୍ୟଧିକ ଚିନ୍ତା କରିବା, ତାହେଲେ ଏହାର ଆମ ଶରୀର ଉପରେ ଖରାପ ପ୍ରଭାବ ପଡ଼ିପାରେ । ଏହାଯୋଗୁଁ ଆମକୁ ଶାରୀରିକ, ମାନସିକ ଓ ଭାବନାତ୍ମକ ରୂପେ କ୍ଷତି ପହଞ୍ଚିପାରେ । ସବୁବେଳେ ଚିନ୍ତାଗ୍ରସ୍ତ ଥିଲେ ଜଣେ ବ୍ୟକ୍ତିର ବ୍ୟବହାରରେ ପରିବର୍ତ୍ତନ ହୋଇପାରେ । ସେ ହୁଏତ ଅନ୍ୟମାନଙ୍କ ସହିତ ଭଲରେ ବ୍ୟବହାର କରିବନି, ନିଶାଦ୍ରବ୍ୟଗୁଡ଼ିକର ସେବନ କରିବ ଓ ସେ ନିଜ ଚିନ୍ତାଗୁଡ଼ିକରୁ ମୁକ୍ତି ପାଇବା ପାଇଁ ଖରାପ ଅଭ୍ୟାସଗୁଡ଼ିକରେ ପଡ଼ିଯିବ । କେବଳ ଏତିକି ନୁହେଁ, ସେ ହୁଏତ ଡିପ୍ରେସନ୍‌ର ଶିକାର ହୋଇଯିବ । ସେ ପୂରାପୂରି ଭାବେ ଥକିଯିବ, ଅର୍ଥାତ୍‌ କିଛି କରିବା ପାଇଁ ତାʼ ପାଖରେ ବଳ ଓ ଇଚ୍ଛା ନ ଥିବ କିମ୍ବା ସେ ଆତ୍ମହତ୍ୟା କରିବା ବିଷୟରେ ଭାବିବ ।

ଯଦିଓ ଚିନ୍ତାର ସମସ୍ତଙ୍କ ଉପରେ ଏକାଭଳି ପ୍ରଭାବ ପଡ଼େନି, କିନ୍ତୁ ଏହାଯୋଗୁଁ ଅନେକ ପ୍ରକାରର ରୋଗ ହୋଇପାରେ । ଏପରିକି ଶରୀରର ପ୍ରାୟ ପ୍ରତ୍ୟେକ ଅଙ୍ଗ ଉପରେ ଏହାର ପ୍ରଭାବ ପଡ଼ିପାରେ ।

ଚିନ୍ତା ଯୋଗୁଁ ଆପଣଙ୍କ ଶରୀର ଉପରେ ପଡ଼ୁଥିବା ପ୍ରଭାବ

ସ୍ନାୟୁ ପ୍ରଣାଳୀ ଉପରେ ପ୍ରଭାବ

ଚିନ୍ତା ଯୋଗୁଁ ଆପଣଙ୍କ ସ୍ନାୟୁ ପ୍ରଣାଳୀ (ନର୍ଭସ ସିଷ୍ଟମ୍‌) ଆଡ୍ରେନାଲିନ ଓ କର୍ଟିସୋଲ ଭଳି ହରମୋନ୍‌ ନିର୍ଗତ କରେ । ଏହାଯୋଗୁଁ ଆପଣଙ୍କ ହୃଦୟ ସ୍ପନ୍ଦନ ବଢ଼ିଯାଏ, ରକ୍ତଚାପ ବଢ଼ିଯାଏ ଓ ରକ୍ତରେ ଗ୍ଲୁକୋଜ୍‌ର ମାତ୍ରା ମଧ୍ୟ ବଢ଼ିଯାଏ । ଆପଣଙ୍କ ଶରୀର ବିପଦ ସହ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଯାଏ । କିନ୍ତୁ ଅତ୍ୟଧିକ ଚିନ୍ତା ହେଲେ ଅନେକ କ୍ଷତି ହୁଏ । ଯେପରି:

  • କଥା କଥାରେ ଚିଡ଼ିଯିବା, ନିରାଶ ହୋଇଯିବା, ମୁଣ୍ଡ ବ୍ୟଥା, ଅନିଦ୍ରା ହେବା

ମାଂସପେଶୀ ଓ ହାଡ଼ଗୁଡ଼ିକ ଉପରେ ପ୍ରଭାବ

ଚିନ୍ତା ହେଲେ ମାଂସପେଶୀଗୁଡ଼ିକ ଟାଣ ହୋଇଯାଏ, ଯାହା ଆମକୁ ଆଘାତ ଲାଗିବାରୁ ରକ୍ଷା କରେ । କିନ୍ତୁ ଅତ୍ୟଧିକ ଚିନ୍ତା ହେଲେ ଅନେକ କ୍ଷତି ହୁଏ । ଯେପରି:

  • ଦେହ ହାତ ବିନ୍ଧିବା, ମୁଣ୍ଡ ବ୍ୟଥା ହେବା, ଶିରାଟାଣିବା

ଶ୍ୱାସ ପ୍ରଣାଳୀ ଉପରେ ପ୍ରଭାବ

ଯଦି ଆପଣ ଚିନ୍ତା ସମୟରେ ଦ୍ରୁତ ନିଃଶ୍ୱାସ ପ୍ରଶ୍ୱାସ ନିଅନ୍ତି, ତାହେଲେ ଶରୀରକୁ ବହୁ ମାତ୍ରାରେ ଅକ୍ସିଜେନ ମିଳେ । କିନ୍ତୁ ଅତ୍ୟଧିକ ଚିନ୍ତା ହେଲେ ଅନେକ କ୍ଷତି ହୁଏ । ଯେପରି:

  • ଦ୍ରୁତ ନିଃଶ୍ୱାସ ପ୍ରଶ୍ୱାସ ନେବା, ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା, ହଠାତ୍‌ ଅତ୍ୟନ୍ତ ଭୟଭୀତ ହେବା (ପ୍ୟାନିକ ଆଟାକ)

ହୃଦୟ ଓ ରକ୍ତ ସଞ୍ଚାର ଉପରେ ପ୍ରଭାବ

ଚିନ୍ତା ଯୋଗୁଁ ଆପଣଙ୍କ ହୃଦୟର ସ୍ପନ୍ଦନ ବଢ଼ିଯାଏ ଓ ଏହା ପୂରା ଶରୀରରେ ରକ୍ତ ପହଞ୍ଚାଇବା ପାଇଁ ମଧ୍ୟ ଅଧିକ ପରିଶ୍ରମ କରେ । ରକ୍ତ ନଳୀଗୁଡ଼ିକ ସଙ୍କୁଚିତ କିମ୍ବା ପ୍ରସାରିତ ହୁଏ, ଯାହାଫଳରେ ଶରୀରର ସେହି ଭାଗଗୁଡ଼ିକରେ ଅଧିକ ରକ୍ତ ମିଳେ, ଯେଉଁଠି ଅଧିକ ଆବଶ୍ୟକ ରହିଛି । ଯେପରି, ମାଂସପେଶୀଗୁଡ଼ିକ । କିନ୍ତୁ ଅତ୍ୟଧିକ ଚିନ୍ତା ହେଲେ ଅନେକ କ୍ଷତି ହୁଏ । ଯେପରି:

  • ଉଚ୍ଚ ରକ୍ତଚାପ, ହୃଦଘାତ (ବ୍ରେନ୍‌ ଷ୍ଟ୍ରୋକ)

ଏଣ୍ଡୋକ୍ରାଇନ୍‌ ଗ୍ରନ୍ଥିଗୁଡ଼ିକ ଉପରେ ପ୍ରଭାବ

ଆପଣଙ୍କ ଗ୍ରନ୍ଥିଗୁଡ଼ିକ ଆଡ୍ରେନାଲିନ ଓ କର୍ଟିସୋଲ ଭଳି ହରମୋନ୍‌ ନିର୍ଗତ କରେ, ଯାହାଫଳରେ ଆପଣଙ୍କ ଶରୀର ଚିନ୍ତାଗୁଡ଼ିକରୁ ଲଢ଼ିପାରେ । ଆପଣଙ୍କ ଯକୃତ (ଲିଭର) ରକ୍ତରେ ଗ୍ଲୁକୋଜ୍‌ର ମାତ୍ରା ବଢ଼ାଏ, ଯାହାଫଳରେ ଶରୀରକୁ ଅଧିକ ଶକ୍ତି ମିଳିପାରେ । କିନ୍ତୁ ଅତ୍ୟଧିକ ଚିନ୍ତା ହେଲେ ଅନେକ କ୍ଷତି ହୁଏ । ଯେପରି:

  • ମଧୁମେହ (ଡାଇବେଟିସ) ରୋଗ ହୁଏ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ହୋଇଯାଏ, ବାରମ୍ବାର ରୋଗ ହୁଏ, ମନୋଭାବରେ ପରିବର୍ତ୍ତନ ହୁଏ (ମୁଣ୍ଡ ସ୍ୱିଙ୍ଗ), ଓଜନ ବଢ଼ିଯାଏ

ପାକସ୍ଥଳୀ ଉପରେ ପ୍ରଭାବ

ଚିନ୍ତା ଯୋଗୁଁ ଆପଣଙ୍କ ଶରୀର ଭଲଭାବେ ଖାଦ୍ୟକୁ ହଜମ କରିପାରେ ନାହିଁ । ଅତ୍ୟଧିକ ଚିନ୍ତା ହେଲେ ଅନେକ କ୍ଷତି ହୁଏ । ଯେପରି:

  • ବାନ୍ତି ଭଳି ଅନୁଭବ ହେବା, ବାନ୍ତି ହେବା, ଝାଡ଼ା ହେବା, ମଳତ୍ୟାଗ କରିବାରେ ଅସୁବିଧା

ପ୍ରଜନନ ପ୍ରଣାଳୀ ଉପରେ ପ୍ରଭାବ

ଚିନ୍ତାଗୁଡ଼ିକର ପ୍ରଭାବ ଯୌନ ଇଚ୍ଛାଗୁଡ଼ିକ ଉପରେ ବି ପଡ଼ିଥାଏ । ଅତ୍ୟଧିକ ଚିନ୍ତା ହେଲେ ଅନେକ କ୍ଷତି ହୁଏ । ଯେପରି:

  • ପୁରୁଷମାନଙ୍କର ଯୌନ ଅକ୍ଷମତା, ଅନିୟମିତ ଋତୁସ୍ରାବ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ