ଚିନ୍ତାର ସାମନା କିପରି କରିବା ?
ଆମକୁ କେଉଁ କାରଣଗୁଡ଼ିକ ଯୋଗୁଁ ଚିନ୍ତା ହୋଇପାରେ ?
ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୋଟିଏ ଜଣାଶୁଣା କେନ୍ଦ୍ର, ମାୟୋ କ୍ଲିନିକର କହିବା ଅନୁଯାୟୀ, “ଆଜିକାଲି କ୍ଷଣିକ ଭିତରେ ହିଁ ଲୋକମାନଙ୍କ ଜୀବନ ବଦଳିଯାଏ, ତେଣୁ କାଲିକୁ କʼଣ ହେବ ତାହା ସେମାନେ ଜାଣିପାରନ୍ତି ନାହିଁ । ଦେଖିବାକୁ ଗଲେ ଲୋକମାନେ ଆଜି, ଆଗ ଅପେକ୍ଷା ଅଧିକ ଚିନ୍ତାଗ୍ରସ୍ତ ଅଛନ୍ତି ।” ଧ୍ୟାନ ଦିଅନ୍ତୁ ଯେ ସେମାନେ କେଉଁ କାରଣଗୁଡ଼ିକ ଯୋଗୁଁ ଚିନ୍ତିତ ରହନ୍ତି:
ଛାଡ଼ପତ୍ର
ପ୍ରିୟଜନମାନଙ୍କ ମୃତ୍ୟୁ
ଗମ୍ଭୀର ରୋଗ
ଭୟଙ୍କର ଦୁର୍ଘଟଣା
ଅପରାଧ
ବ୍ୟସ୍ତ ବହୁଳ ଜୀବନ
ପ୍ରାକୃତିକ ବା ମନୁଷ୍ୟକୃତ ବିପର୍ଯ୍ୟୟ
ସ୍କୁଲ କିମ୍ବା କାମ ଜାଗାରେ ଚାପ
ଚାକିରି କିମ୍ବା ଟଙ୍କା ପଇସାକୁ ନେଇ ଚିନ୍ତା