ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଜୁନ୍‌ ପୃଷ୍ଠା ୨-୭
  • ବିଶ୍ୱାସର ପରୀକ୍ଷା ହେଲେ ଆମେ କିପରି ବିଶ୍ୱସ୍ତ ରହିପାରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବିଶ୍ୱାସର ପରୀକ୍ଷା ହେଲେ ଆମେ କିପରି ବିଶ୍ୱସ୍ତ ରହିପାରିବା ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯିହୋବା ସବୁକିଛି ସୃଷ୍ଟି କରିଛନ୍ତି
  • ଯିହୋବା ବାଇବଲ ଲେଖାଇଛନ୍ତି
  • ଯିହୋବା ଆଜି ନିଜ ସଂଗଠନକୁ ଚଲାଉଛନ୍ତି
  • ଯିହୋବାଙ୍କୁ କେବେ ଛାଡ଼ନ୍ତୁ ନାହିଁ
  • ନିଜ ସନ୍ଦେହ କିପରି ଦୂର କରିବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ମନେ ରଖନ୍ତୁ ଯିହୋବା ‘ଜୀବିତ ପରମେଶ୍ୱର’ ଅଟନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ସର୍କିଟ ଅଧ୍ୟକ୍ଷଙ୍କ ସହିତ
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଜୁନ୍‌ ପୃଷ୍ଠା ୨-୭

୧୦-୧୬ ଅଗଷ୍ଟ, ୨୦୨୬

ଗୀତ ୧୨୨ ଦୃଢ଼ ରୁହ

ବିଶ୍ୱାସର ପରୀକ୍ଷା ହେଲେ ଆମେ କିପରି ବିଶ୍ୱସ୍ତ ରହିପାରିବା ?

“ପ୍ରଭୋ, କାହା ପାଖକୁ ଯିବା ? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି ।”—ଯୋହ. ୬:୬୮.

କʼଣ ଶିଖିବା ?

ଆମ ବିଶ୍ୱାସର ଯେପରି ବି ପରୀକ୍ଷା ହେଉ ନା କାହିଁକି, ଆମେ ଯିହୋବାଙ୍କର ବିଶ୍ୱସ୍ତ ହୋଇ ରହିପାରିବା ।

୧-୨. ଯେବେ ଯୀଶୁ କଫର୍ନାହୂମରେ ଲୋକଙ୍କୁ ଶିଖାଉଥିଲେ ତେବେ କʼଣ ହେଲା ?

“ଏ ଘୃଣାଜନକ କଥା, କିଏ ଏହା ଶୁଣି ପାରେ ?” (ଯୋହ. ୬:୬୦) ଏହି କଥା ଯୀଶୁଙ୍କର କିଛି ଶିଷ୍ୟ ସେହି ସମୟରେ କହିଥିଲେ ଯେବେ ଯୀଶୁ କଫର୍ନାହୂମରେ ଲୋକମାନଙ୍କୁ ଶିଖାଉଥିଲେ । ଯୀଶୁ କିଛି ସମୟ ପୂର୍ବେ ହିଁ ଲୋକମାନଙ୍କୁ କହିଥିଲେ, “ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ ।” ତାʼପରେ ସେ ଏହା ବି କହିଲେ, “ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍‌ଥାପନ କରିବି ।”—ଯୋହ. ୬:୫୩, ୫୪.

୨ ଯୀଶୁଙ୍କର ଯେଉଁ ଶିଷ୍ୟମାନଙ୍କୁ ତାଙ୍କ କଥା ଠିକ୍‌ ଲାଗିଲା ନାହିଁ, ସେମାନେ ତାଙ୍କ ପଛରେ ଚାଲିବା ଛାଡ଼ିଦେଲେ । କʼଣ ସେମାନଙ୍କୁ ଯୀଶୁଙ୍କ ଉପରେ ଟିକେ ବି ବିଶ୍ୱାସ ନ ଥିଲା ? ଏପରି ନୁହେଁ । କାରଣ କିଛି ସମୟ ପୂର୍ବରୁ ହିଁ ଯୀଶୁଙ୍କର ଚମତ୍କାର ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇ କହିଥିଲେ, ‘ଜଗତକୁ ଯେଉଁ ଭବିଷ୍ୟଦ୍‌ବକ୍ତାଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି ।’ (ଯୋହ. ୬:୧୪) ଏଥିରୁ ଜଣାପଡ଼େ ଯେ ସେହି ଶିଷ୍ୟମାନଙ୍କୁ ଯୀଶୁଙ୍କ ଉପରେ କିଛି ମାତ୍ରାରେ ବିଶ୍ୱାସ ଥିଲା । କିନ୍ତୁ ଯେବେ ଯୀଶୁ ଗୋଟିଏ ଏପରି କଥା କହିଲେ ଯାହା ସେମାନେ ବୁଝିପାରିଲେ ନାହିଁ, ତେବେ ସେମାନଙ୍କର ବିଶ୍ୱାସର ପରୀକ୍ଷା ହେଲା ଓ ସେମାନେ ଯୀଶୁଙ୍କର ବିଶ୍ୱସ୍ତ ହୋଇ ରହିଲେ ନାହିଁ ।

୩. ଯୀଶୁଙ୍କ କଥା ଶୁଣି ପ୍ରେରିତମାନେ କʼଣ କଲେ ଏବଂ କାହିଁକି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୩ ଯୀଶୁଙ୍କ କଥା ଶୁଣିବା ପରେ ପ୍ରେରିତମାନେ କʼଣ କଲେ ? କʼଣ ସେମାନେ ତାଙ୍କର ବିଶ୍ୱସ୍ତ ରହିଲେ ? ଯୀଶୁ ତାଙ୍କୁ ପଚାରିଲେ ଯେ କʼଣ ସେମାନେ ମଧ୍ୟ ତାଙ୍କୁ ଛାଡ଼ିକି ଚାଲିଯିବା ପାଇଁ ଚାହାନ୍ତି । ତେବେ ପିତର ଉତ୍ତର ଦେଲେ, “ପ୍ରଭୋ, କାହା ପାଖକୁ ଯିବା ? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି; ଆଉ, ଆପଣ ଯେ ଈଶ୍ୱରଙ୍କର ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରିଅଛୁ ଓ ଜାଣିଅଛୁ ।” (ଯୋହ. ୬:୬୮, ୬୯) ଧ୍ୟାନ ଦିଅନ୍ତୁ, ପିତର ଏହା କହିଲେନି ଯେ ତାଙ୍କୁ ଓ ଅନ୍ୟ ପ୍ରେରିତମାନଙ୍କୁ ଯୀଶୁଙ୍କ ଏହି କଥା ଯେ ସେମାନଙ୍କୁ ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ କରିବାକୁ ପଡ଼ିବ ଓ ରକ୍ତ ପାନ କରିବାକୁ ପଡ଼ିବ, ଏହାର ଅର୍ଥ ବୁଝା ପଡ଼ିଗଲା । ତଥାପି ସେମାନେ ଯୀଶୁଙ୍କ ପଛରେ ଚାଲିବା ଛାଡ଼ିଲେ ନାହିଁ । ସେମାନେ ତାଙ୍କର ବିଶ୍ୱସ୍ତ ରହିଲେ । କାହିଁକି ? କାରଣ ତାଙ୍କର ବିଶ୍ୱାସ ଏହି ଗୁରୁତ୍ୱପୂର୍ଣ୍ଣ ସତ୍ୟ ଉପରେ ନିର୍ଭର ଥିଲା ଯେ ଯୀଶୁ ‘ଈଶ୍ୱରଙ୍କ ଦ୍ୱାରା ପ୍ରେରିତ ଖ୍ରୀଷ୍ଟ ।’—ଲୂକ ୯:୨୦, ୩୫.

ପିତର, ଯୀଶୁଙ୍କୁ ଭରସା କରାଉଛନ୍ତି ଯେ ସେ ଓ ଅନ୍ୟ ପ୍ରେରିତମାନେ ତାଙ୍କୁ ଛାଡ଼ିକି ଯିବେ ନାହିଁ । ପ୍ରେରିତମାନେ ଯୀଶୁଙ୍କ ସାଙ୍ଗରେ ଛିଡ଼ା ହୋଇଛନ୍ତି, କିନ୍ତୁ ଅନେକ ଶିଷ୍ୟ ତାଙ୍କୁ ଛାଡ଼ି ପଳାଉଛନ୍ତି ।

ଯୀଶୁଙ୍କ ଅନେକ ଶିଷ୍ୟ ତାଙ୍କୁ ଛାଡ଼ି ପଳାଇଗଲେ, କିନ୍ତୁ ପିତର ଓ ଅନ୍ୟ ପ୍ରେରିତମାନେ ତାଙ୍କୁ ଛାଡ଼ିଲେ ନାହିଁ (ପାରାଗ୍ରାଫ ୩)


୪. କେଉଁ ପରିସ୍ଥିତିରେ ଆମ ବିଶ୍ୱାସର ପରୀକ୍ଷା ହୋଇପାରେ ?

୪ ଆଜି ଆମ ଆଗରେ ବି ଅନେକ ଏପରି ପରିସ୍ଥିତି ଆସିପାରେ, ଯେବେ ଆମ ପାଇଁ ଯିହୋବାଙ୍କ ବିଶ୍ୱସ୍ତ ରହିବା କଷ୍ଟକର ହୋଇପାରେ । ହୁଏତ ବାଇବଲର କୌଣସି ପଦ ବିଷୟରେ ଆମର ଜ୍ଞାନରେ ପରିବର୍ତ୍ତନ ହୁଏ କିମ୍ବା ଆମେ ଯେଉଁଭଳି ପ୍ରଚାର କରୁ ସେଥିରେ କୌଣସି ପରିବର୍ତ୍ତନ କରାଯାଏ କିମ୍ବା ହୁଏତ ଆମ ସହିତ କିଛି ଅଘଟଣ ହୁଏ ଏବଂ ଆମକୁ ବୁଝାପଡ଼େନି ଯେ ଯିହୋବା ଆମ ସହିତ ଏପରି କାହିଁକି ହେବାକୁ ଦେଉଛନ୍ତି । ଏହା ବି ହୋଇପାରେ ଯେ ଆମର କେହି ଜଣେ ସାଙ୍ଗ ଆମକୁ ଦୁଃଖ ଦିଏ କିମ୍ବା ଆମେ ଯେଉଁ ବ୍ୟକ୍ତିଙ୍କୁ ଅଧିକ ଆଦର ସମ୍ମାନ କରୁ ସେ ଆମ ସହିତ ଏପରି ବ୍ୟବହାର କରେ, ଯାହା ଆମକୁ ଠିକ୍‌ ଲାଗେନି । ଯେବେ ଏପରି କିଛି ହୁଏ ତେବେ ଆମ ବିଶ୍ୱାସର ପରୀକ୍ଷା ହୋଇପାରେ ।

୫. ଆମ ବିଶ୍ୱାସର ମୂଳଦୂଆ ଦୃଢ଼ ହେବା କାହିଁକି ଜରୁରୀ ? ଉଦାହରଣ ଦେଇ ବୁଝାନ୍ତୁ । (କଲସୀୟ ୧:୨୩)

୫ ଯଦି ଆମର ବିଶ୍ୱାସ ଦୃଢ଼ ଥିବ, ତାହେଲେ ସମସ୍ୟାଗୁଡ଼ିକ ଆସିଲେ ମଧ୍ୟ ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିପାରିବା । ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଭାବନ୍ତୁ ଯେ ଆପଣଙ୍କୁ ଏପରି ଅଞ୍ଚଳରେ ଏକ ବିଲ୍‌ଡିଙ୍ଗ ତିଆରି କରିବାର ଅଛି ଯେଉଁଠି ପ୍ରାୟ ଭୂମିକମ୍ପ ଓ ଝଡ଼ ତୋଫାନ ଆସେ । ସେଠାରେ ଆପଣଙ୍କ ବିଲ୍‌ଡିଙ୍ଗକୁ ରକ୍ଷା କରିବା ପାଇଁ ଆପଣଙ୍କୁ ତାହାର ମୂଳଦୂଆକୁ ମଜବୁତ୍‌ କରିବାକୁ ପଡ଼ିବ । ସେହିଭଳି ଆଜି ଆମେ ଯେଉଁ ଦୁନିଆରେ ବଞ୍ଚୁଛୁ ସେଠାରେ ଅଧିକାଂଶ ସମୟରେ ଆମର ବିଶ୍ୱାସର ପରୀକ୍ଷା ହୁଏ । ଏପରି ସମୟରେ ଆମକୁ ଦୃଢ଼ ହୋଇ ରହିବା ପାଇଁ ଆମ ବିଶ୍ୱାସର ମୂଳଦୂଆକୁ ମଜବୁତ୍‌ କରିବାକୁ ପଡ଼ିବ । ଯଦି ଆମେ ଆମ ବିଶ୍ୱାସକୁ ଦୃଢ଼ କରିବା ଜାରି ରଖିବା, ତାହେଲେ ସମସ୍ୟାର ଝଡ଼ରେ ମଧ୍ୟ ଦୃଢ଼ ହୋଇ ରହିପାରିବା ଏବଂ ଯିହୋବାଙ୍କୁ କେବେ ଛାଡ଼ିବା ନାହିଁ ।—୧ କରି. ୧୫:୫୮; କଲସୀୟ ୧:୨୩ ପଢ଼ନ୍ତୁ ।

୬. ପ୍ରେରିତମାନେ କାହିଁକି ଯୀଶୁଙ୍କର ବିଶ୍ୱସ୍ତ ରହିପାରିଲେ ?

୬ ଯୀଶୁଙ୍କ କଥା ଶୁଣିବା ପରେ ତାଙ୍କର ଅନେକ ଶିଷ୍ୟ ତାଙ୍କୁ ଛାଡ଼ି ଚାଲିଗଲେ, କିନ୍ତୁ ତାଙ୍କ ପ୍ରେରିତମାନେ ତାଙ୍କୁ ଛାଡ଼ିଲେ ନାହିଁ । ସେମାନେ କାହିଁକି ତାଙ୍କର ବିଶ୍ୱସ୍ତ ରହିଲେ ? କାରଣ ତାଙ୍କୁ ଭରସା ଥିଲା ଯେ ଯିହୋବା ହିଁ ସବୁକିଛି ସୃଷ୍ଟି କରିଛନ୍ତି, ତେଣୁ ସେମାନଙ୍କୁ ଯିହୋବାଙ୍କର ହିଁ ଉପାସନା କରିବା ଉଚିତ୍‌ । ସେମାନେ ଜାଣିଥିଲେ ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି ଆଉ ଯଦି ସେମାନେ ତାଙ୍କ ଆଜ୍ଞା ମାନିବେ, ତାହେଲେ ତାଙ୍କୁ “ଅନନ୍ତ ଜୀବନ” ମିଳିବ । ସେମାନଙ୍କୁ ଏକଥା ଉପରେ ବି ପୂରା ଭରସା ଥିଲା ଯେ ଯିହୋବା, ଯୀଶୁଙ୍କ ଉପରେ ବହୁତ ଖୁସି ଅଛନ୍ତି ଆଉ ତାଙ୍କୁ ପୂରା ସହଯୋଗ କରୁଛନ୍ତି । ଏବେ ଆସନ୍ତୁ ଆମେ ଏବିଷୟରେ ଚର୍ଚ୍ଚା କରିବା ପରିବର୍ତ୍ତେ ଯେ ଆମ ବିଶ୍ୱାସର ପରୀକ୍ଷା କିପରି ହୋଇପାରେ, ଆମେ ଏହି ତିନୋଟି ସତ୍ୟ ଉପରେ ଧ୍ୟାନ ଦେବା ଯାହା ଉପରେ ଭରସା କଲେ କଠିନ ସମସ୍ୟାରେ ମଧ୍ୟ ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିପାରିବା । ସେଗୁଡ଼ିକ ହେଉଛି: (୧) ଯିହୋବା ହିଁ ସବୁକିଛି ସୃଷ୍ଟି କରିଛନ୍ତି । (୨) ଯିହୋବା ବାଇବଲ ଲେଖାଇଛନ୍ତି । (୩) ଯିହୋବା ହିଁ ଆଜି ନିଜ ସଂଗଠନକୁ ଚଲାଉଛନ୍ତି । ଯଦି ଆମେ ଏହି ତିନୋଟି ସତ୍ୟ ଉପରେ ପୂରା ଭରସା କରିବା, ତାହେଲେ ଆମ ବିଶ୍ୱାସ ଦୁର୍ବଳ ହେବ ନାହିଁ ଆଉ ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିପାରିବା ।

ଯିହୋବା ସବୁକିଛି ସୃଷ୍ଟି କରିଛନ୍ତି

୭. (କ) ପ୍ରକାଶିତ ବାକ୍ୟ ୪:୧୧ ପଦରେ ଯିହୋବାଙ୍କ ବିଷୟରେ କʼଣ କୁହାଯାଇଛି ? (ଖ) ଯେବେ ଆମ ବିଶ୍ୱାସର ପରୀକ୍ଷା ହୁଏ, ତେବେ କʼଣ ହୋଇପାରେ ?

୭ ପ୍ରକାଶିତ ବାକ୍ୟ ୪:୧୧ ପଢ଼ନ୍ତୁ । ଏହି ପଦ ଆମକୁ ମନେ ପକାଇ ଦିଏ ଯେ ଯିହୋବା ହିଁ ସବୁକିଛି ସୃଷ୍ଟି କରିଛନ୍ତି । ଏହା ସବୁଠାରୁ ବଡ଼ କାରଣ ଯେ ଆମେ କାହିଁକି ଯିହୋବାଙ୍କର ଉପାସନା କରିବା ଉଚିତ୍‌ । ଆଉ ଯେବେ ଆମେ ଏହି ବିଷୟ ଉପରେ ଚିନ୍ତନ କରୁ ଯେ ଯିହୋବା କେତେ ଶକ୍ତିଶାଳୀ ଅଟନ୍ତି, ତେବେ ଆମକୁ ପୂରା ଭରସା ହୋଇଯାଏ ଯେ ଯିହୋବା ହିଁ ଆମକୁ ସମସ୍ୟାଗୁଡ଼ିକରୁ ରକ୍ଷା କରିପାରିବେ । କିନ୍ତୁ ଶୟତାନ ଆମ ମନରେ ସନ୍ଦେହ ସୃଷ୍ଟି କରିବାକୁ ଚାହେଁ । ସେ ଦୁନିଆରେ ଅନେକ ମିଥ୍ୟା କଥା ପ୍ରସାରିତ କରିଛି, ଯାହାଫଳରେ ଆମେ ଭାବିବାକୁ ଲାଗୁ ଯେ କେଜାଣି ସତରେ ଈଶ୍ୱର ଅଛନ୍ତି ନା ନାହାନ୍ତି । କିଛି ବୈଜ୍ଞାନିକ ବି ଦାବି କରନ୍ତି ଯେ କେହି ଈଶ୍ୱର ନାହାନ୍ତି ଏବଂ ଏହି ଦୁନିଆ ଆପେ ଆପେ ଆସିଯାଇଛି । ଯଦି ଆମକୁ ଏହି କଥା ଉପରେ ଭରସା ନ ଥିବ ଯେ ଯିହୋବା ଆମକୁ ସୃଷ୍ଟି କରିଛନ୍ତି ଓ ସେ ଆମକୁ ବହୁତ ପ୍ରେମ କରନ୍ତି, ତାହେଲେ ଆମ ମନରେ ବି ସନ୍ଦେହ ସୃଷ୍ଟି ହୋଇପାରେ । ଆଉ ଆମେ ଭାବିପାରୁ ଯେ ଯିହୋବା ସତରେ ଅଛନ୍ତି ନା ନାହାନ୍ତି ଓ ଆମ ଉପରେ ଯେବେ ସମସ୍ୟା ଆସିବ, ତେବେ ଯିହୋବା ଆମକୁ ସାହାଯ୍ୟ କରିବେ ନା ନାହିଁ ।—ଏବ୍ରୀ ୧୧:୬.

୮-୯. ଯଦି ଆପଣଙ୍କୁ ସନ୍ଦେହ ହେବାକୁ ଲାଗେ ଯେ ଯିହୋବା ହିଁ ସବୁକିଛି ସୃଷ୍ଟି କରିଛନ୍ତି ନା ନାହିଁ, ତାହେଲେ ଆପଣଙ୍କୁ କʼଣ କରିବା ଉଚିତ୍‌ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୮ ଯଦି ଆପଣଙ୍କୁ ବି ଏହି କଥା ଉପରେ ସନ୍ଦେହ ହେଉଛି ଯେ ଯିହୋବା ହିଁ ସବୁକିଛି ସୃଷ୍ଟି କରିଛନ୍ତି ନା ନାହିଁ, ତାହେଲେ ତୁରନ୍ତ ପଦକ୍ଷେପ ନିଅନ୍ତୁ । ଆମ ପ୍ରକାଶନଗୁଡ଼ିକରେ ଏକଥାର ଅନେକ ପ୍ରମାଣ ଦିଆଯାଇଛି ଯେ ଯିହୋବା ହିଁ ସବୁକିଛି ସୃଷ୍ଟି କରିଛନ୍ତି । ସେଗୁଡ଼ିକରେ ଆପଣ ଭଲଭାବେ ଅନୁସନ୍ଧାନ କରନ୍ତୁ । ଜୀବନର ଆରମ୍ଭ, ପାଞ୍ଚଟି ପ୍ରଶ୍ନର ଉତ୍ତର ପାଇବା ଜରୁରୀ (ହିନ୍ଦୀ) ଏବଂ ୱାଜ୍‌ ଲାଇଫ୍‌ କ୍ରିଏଟେଡ୍‌ ? ପୁସ୍ତିକାରେ ଆପଣଙ୍କୁ ଏହି ବିଷୟରେ ଅନେକ ତଥ୍ୟ ମିଳିବ, ଯେଉଁଥିରୁ ଆପଣଙ୍କ ବିଶ୍ୱାସ ମଜବୁତ୍‌ ହୋଇପାରିବ । ଆମର jw.org ୱେବସାଇଟ୍‌ରେ “କʼଣ ଏହାକୁ ସୃଷ୍ଟି କରାଯାଇଥିଲା ?” ନାମକ ସିରିଜ୍‌ରେ ମଧ୍ୟ ଆପଣଙ୍କୁ ଏପରି ଅନେକ ତଥ୍ୟ ମିଳିବ, ଯେଉଁଥିରୁ ଆପଣଙ୍କୁ ଭରସା ହୋଇଯିବ ଯେ ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି । ଆମେରିକାରେ ରହୁଥିବା ଜଣେ ଯୁବା ଭଉଣୀ ଜେସିକା କହନ୍ତି, “ଜୀବନର ଆରମ୍ଭ ପୁସ୍ତିକା ପଢ଼ିବା ପରେ ମୋତେ ଏହି କଥାର ପୂରା ଭରସା ହୋଇଗଲା ଯେ କେହି ଜଣେ ବୁଦ୍ଧିମାନ ବ୍ୟକ୍ତି ହିଁ ଆମମାନଙ୍କୁ ସୃଷ୍ଟି କରିଛନ୍ତି । ମୁଁ ଏହି କଥା ଆଗରୁ ଜାଣିଥିଲି, କିନ୍ତୁ ଏହି ପୁସ୍ତିକା ପଢ଼ିବା ପରେ ମୋତେ ଏହି କଥାର ପୂରା ଭରସା ହୋଇଗଲା ।” ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୬ ଓ ୭ ପଢ଼ିକି ବହୁତ ଲୋକଙ୍କୁ ଏହି କଥାର ଭରସା ହୋଇଯାଇଛି ଯେ କେହି ଜଣେ ସୃଷ୍ଟିକର୍ତ୍ତା ନିଶ୍ଚୟ ଅଛନ୍ତି । ହୋଇପାରେ ଆପଣ ମଧ୍ୟ ଏହି ପ୍ରକାଶନ ପଢ଼ି ସାରିଥିବେ, ତଥାପି ଆମେ ଆପଣଙ୍କୁ ପ୍ରୋତ୍ସାହନ ଦେଉ ଯେ ଏହି ପାଠକୁ ପୁଣିଥରେ ପଢ଼ନ୍ତୁ ।

୯ ଆମେ ଆପଣଙ୍କୁ ଏହା ବି ପ୍ରୋତ୍ସାହନ ଦେଉ ଯେ ଆପଣ ନିଜ ପରବର୍ତ୍ତୀ ବ୍ୟକ୍ତିଗତ ଅଧ୍ୟୟନରେ ଏହି କଥାର ପ୍ରମାଣ ଏକାଠି କରନ୍ତୁ ଯେ ସତରେ ଜଣେ ଈଶ୍ୱର ଅଛନ୍ତି । ଏହିପରି ଭାବରେ ଅନୁସନ୍ଧାନ କଲେ ଆପଣଙ୍କୁ ଏକଥାର ଭରସା ହୋଇଯିବ ଯେ ଯିହୋବା ଈଶ୍ୱର ସତରେ ଅଛନ୍ତି । ତାʼସହିତ ଆପଣ ଜାଣିପାରିବେ ଯେ ସେ କେଉଁଭଳି ଈଶ୍ୱର ଅଟନ୍ତି । (ରୋମୀ. ୧:୨୦) ତାʼଛଡ଼ା ଆପଣ ଯେଉଁ କଥା ଶିଖିବେ, ସେଥିରୁ ଆପଣ ଅନ୍ୟମାନଙ୍କୁ ବି ପ୍ରମାଣ ଦେଇପାରିବେ ଯେ ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି । ତେଣୁ ଏହି ମୁଖ୍ୟ କଥାକୁ ମନେ ରଖନ୍ତୁ, ଯିହୋବା ଏହି କଥାର ଅନେକ ପ୍ରମାଣ ଦେଇଛନ୍ତି ଯେ ସେ ହିଁ ସବୁକିଛି ସୃଷ୍ଟି କରିଛନ୍ତି ।

ଚିତ୍ରଗୁଡ଼ିକ: ଜଣେ ଯୁବା ଭଉଣୀ “ୱାଜ୍‌ ଲାଇଫ୍‌ କ୍ରିଏଟେଡ୍‌ ?” ପୁସ୍ତିକାରୁ ସୃଷ୍ଟି ବିଷୟରେ ଯାହା ବି ପଢ଼ିଲେ, ସେଗୁଡ଼ିକ ବିଷୟରେ ଚିନ୍ତନ କରୁଛନ୍ତି । ୧. ଜଳଚକ୍ର । ୨. ପୃଥିବୀ । ୩. ସୌରମଣ୍ଡଳ । ୪. ବକ୍ସଫିସ୍‌ ଏବଂ ଗୋଟିଏ ଗାଡ଼ି ଯାହାର ଆକାର ସେହି ମାଛ ଭଳି ଅଛି । ୫. ସାମୁଦ୍ରିକ ପକ୍ଷୀ ଏବଂ ଗୋଟିଏ ଉଡ଼ାଜାହାଜ ଯାହାର ଡେଣା ସେହି ପକ୍ଷୀ ଭଳି ଅଛି । ୬. ହମ୍ପବ୍ୟାକ୍‌ ତିମି ସମୁଦ୍ରରେ ପହଁରୁଛି ।

ନୀହାରିକା: IAC/RGO/David Malin Images; ମାଛ ଓ କାର୍‌: Mercedes-Benz USA; ଉଡ଼ାଜାହାଜ: Kristen Bartlett/University of Florida

କʼଣ ଆପଣ ସେହି ପ୍ରକାଶନ କିମ୍ବା ଲେଖା ପଢ଼ିଛନ୍ତି, ଯେଉଁଥିରେ ପ୍ରମାଣ ଦିଆଯାଇଛି ଯେ ଜଣେ ଈଶ୍ୱର ଅଛନ୍ତି ? ଆମେ ପ୍ରୋତ୍ସାହନ ଦେଉ ଯେ ଆପଣ ପୁଣିଥରେ ଏହାକୁ ପଢ଼ନ୍ତୁ (ପାରାଗ୍ରାଫ ୮)


ଯିହୋବା ବାଇବଲ ଲେଖାଇଛନ୍ତି

୧୦. ବାଇବଲ କାହିଁକି ଆମ ପାଇଁ ବହୁତ ବିଶେଷ ଅଟେ ? (୨ ତୀମଥି ୩:୧୬, ୧୭)

୧୦ ୨ ତୀମଥି ୩:୧୬, ୧୭ ପଢ଼ନ୍ତୁ । ଯିହୋବା ପରମେଶ୍ୱର ବାଇବଲକୁ ମନୁଷ୍ୟମାନଙ୍କ ପାଇଁ ଲେଖାଇଛନ୍ତି ଏବଂ ସେ ଚାହାନ୍ତି ଯେ ଆମେ ତାହା ପଢ଼ୁ । ଏଥିରୁ ଆମେ ଜାଣିପାରୁ ଯେ ସେ ଆମକୁ କାହିଁକି ସୃଷ୍ଟି କରିଛନ୍ତି ଆଉ ସେ ଆମ ପାଇଁ କʼଣ ଚାହାନ୍ତି । ଆମେ ବିଶ୍ୱାସ କରୁ ଯେ ବାଇବଲ ଯିହୋବାଙ୍କ ତରଫରୁ ଅଟେ, ତେଣୁ ଏହା ଆମ ପାଇଁ ସବୁଠୁ ବିଶେଷ ବହି ଅଟେ । ଆମେ ଈଶ୍ୱରଙ୍କ ବାକ୍ୟକୁ ପଢ଼ିବାକୁ ଚାହୁଁ, ଏହାକୁ ବୁଝିବାକୁ ଚାହୁଁ ଏବଂ ତାହା ଅନୁସାରେ ବଞ୍ଚିବାକୁ ଚାହୁଁ ।

୧୧. ଆପଣଙ୍କୁ କାହିଁକି ଭରସା ଅଛି ଯେ ବାଇବଲକୁ ଈଶ୍ୱର ହିଁ ଲେଖାଇଛନ୍ତି ?

୧୧ ଆମକୁ କାହିଁକି ପୂରା ଭରସା ଅଛି ଯେ ବାଇବଲ ପରମେଶ୍ୱର ଲେଖାଇଛନ୍ତି ? ଏହାର ଅନେକ କାରଣ ଅଛି । ଗୋଟିଏ କାରଣ ଏହା ଯେ ଏଥିରେ ଅତୀତରେ ଘଟିଥିବା ଯେଉଁ ଘଟଣାଗୁଡ଼ିକ ବିଷୟରେ ଲେଖାଯାଇଛି, ତାହା ସତରେ ଘଟିଥିଲା । ଯଦି ଆମେ ଇତିହାସରେ ଦେଖିବା, ବାଇବଲରେ ଯେଉଁଭଳି ଭାବେ ଲେଖାଯାଇଛି ଠିକ୍‌ ସେହିପରି ହୋଇଥିଲା । (ଲୂକ ୩:୧, ୨) ବାଇବଲ ପୃଥିବୀ ଓ ବିଜ୍ଞାନ ସହ ଜଡ଼ିତ କଥାଗୁଡ଼ିକ ବିଷୟରେ ମଧ୍ୟ ସଠିକ୍‌ ତଥ୍ୟ ଦିଏ । (ଆୟୁ. ୨୬:୭) ଶୟତାନ ବାଇବଲକୁ ନଷ୍ଟ କରିବା ପାଇଁ ବହୁତ ଚେଷ୍ଟା କରିଥିଲା । ତଥାପି ଏହି ବହି ଆଜି ପର୍ଯ୍ୟନ୍ତର ସବୁଠୁ ଅଧିକ ବଣ୍ଟାଯାଇଥିବା ବହି ଅଟେ । ପୂରା ବାଇବଲକୁ ଲେଖିବା ପାଇଁ ପ୍ରାୟ ୧,୬୦୦ ବର୍ଷ ଲାଗିଥିଲା ଏବଂ ପ୍ରାୟ ୪୦ ଜଣ ବ୍ୟକ୍ତି ଏହାକୁ ଲେଖିଥିଲେ, ତଥାପି ଏଥିରେ ଲେଖାଯାଇଥିବା କଥା ପରସ୍ପର ସହ ମେଳ ଖାଏ । ଏହା ସତ ଯେ ଏହା ଏକ ପୁରୁଣା ବହି, କିନ୍ତୁ ଏଥିରେ ଦିଆଯାଇଥିବା ବଢ଼ିଆ ପରାମର୍ଶ ଆଜି ବି ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ କାମରେ ଆସେ । (ହିତୋ. ୧୩:୨୦; ୧୫:୨୧; ମାଥି. ୭:୧୨) ଏଥିରେ ଲେଖାଯାଇଥିବା ଅନେକ ଭବିଷ୍ୟତବାଣୀ ପୂରା ହୋଇଛି, ତେଣୁ ଆମେ ଏଥିରେ ଲେଖାଯାଇଥିବା କଥାଗୁଡ଼ିକୁ ପୂରା ଭରସା କରିପାରିବା । (ଯିହୋ. ୨୩:୧୪) ଏଥିରେ କୌଣସି ସନ୍ଦେହ ନାହିଁ ଯେ ବାଇବଲ ଈଶ୍ୱରଙ୍କ ତରଫରୁ ଅଟେ ।

୧୨. ଯଦି ଆମ ମନରେ ସନ୍ଦେହ ସୃଷ୍ଟି ହେବାକୁ ଲାଗେ ଯେ ବାଇବଲ ଈଶ୍ୱରଙ୍କ ତରଫରୁ ଅଟେ ନା ନୁହେଁ, ତାହେଲେ ଆମେ କʼଣ କରିବା ଉଚିତ୍‌ ?

୧୨ ଯଦି କେବେ ଆମ ମନରେ ସନ୍ଦେହ ସୃଷ୍ଟି ହୁଏ ଯେ ଜଣାନାହିଁ ବାଇବଲକୁ ଈଶ୍ୱର ଲେଖାଇଛନ୍ତି ନା ନାହିଁ, ତାହେଲେ କʼଣ କରିବା ଉଚିତ୍‌ ? ମନଖୋଲି ଯିହୋବାଙ୍କୁ କହନ୍ତୁ ଯେ ଆପଣଙ୍କ ମନରେ କʼଣ ଚାଲିଛି ଏବଂ ତାଙ୍କୁ ସାହାଯ୍ୟ ମାଗନ୍ତୁ । ତାʼପରେ ନିଜ ପ୍ରାର୍ଥନା ଅନୁସାରେ ପଦକ୍ଷେପ ନିଅନ୍ତୁ । ଜୋର୍ଡନ ପିଲାବେଳୁ ହିଁ ବାପାମାଆଙ୍କଠାରୁ ଯିହୋବାଙ୍କ ବିଷୟରେ ଶିଖିଥିଲେ । ସେ କହନ୍ତି, “ମୋତେ ଯାହା ବି ଶିଖାଯାଉଥିଲା ତାକୁ ମୁଁ ତୁରନ୍ତ ମାନୁ ନ ଥିଲି । ମୁଁ ଯାଞ୍ଚ କରୁଥିଲି ଯେ ତାହା ସତ ନା ନାହିଁ, ତାʼପରେ ହିଁ ତାକୁ ବିଶ୍ୱାସ କରୁଥିଲି । ସତ କହିବାକୁ ଗଲେ, ବେଳେବେଳେ ମୋତେ କିଛି କଥା ଉପରେ ସନ୍ଦେହ ହେଉଥିଲା, କିନ୍ତୁ ମୋ ମନରେ ପ୍ରଶ୍ନ ଆସିବା ମାତ୍ରେ ହିଁ ମୁଁ ସେବିଷୟରେ ଆମ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କରୁଥିଲି । ଆଉ ମୋ ପ୍ରଶ୍ନର ଉତ୍ତର ଖୋଜୁଥିଲି ଏବଂ ମୋର ସନ୍ଦେହ ଦୂର କରୁଥିଲି ।” ଯଦି ଆମେ ଏହିଭଳି ଭାବରେ ନିଜ ବିଶ୍ୱାସକୁ ବଢ଼ାଇବା ଜାରି ରଖିବା ଯେ ଯିହୋବା ହିଁ ବାଇବଲ ଲେଖାଇଛନ୍ତି, ତେବେ ଆମେ ଆମ ବିଶ୍ୱାସର ମୂଳଦୂଆକୁ ମଜବୁତ୍‌ କରିପାରିବା ।—୧ କରି. ୩:୧୨, ୧୩.

ଯିହୋବା ଆଜି ନିଜ ସଂଗଠନକୁ ଚଲାଉଛନ୍ତି

୧୩. ଯଦି କେବେ ଆମ ମନରେ ସନ୍ଦେହ ସୃଷ୍ଟି ହେବାକୁ ଲାଗେ ଯେ ଆଜି ଈଶ୍ୱରଙ୍କ ଲୋକମାନେ କିଏ, ତେବେ ଆମକୁ କʼଣ କରିବା ଉଚିତ୍‌ ?

୧୩ ଯଦି ଆମ ମନରେ ଏହି ସନ୍ଦେହ ଆସେ ଯେ ଜଣାନାହିଁ ଯିହୋବା ନିଜ ସଂଗଠନକୁ ଚଲାଉଛନ୍ତି ନା ନାହିଁ, ତେବେ ଆମକୁ ତୁରନ୍ତ ନିଜ ସନ୍ଦେହ ଦୂର କରିବା ଉଚିତ୍‌ । ଆଉ ସେଥିପାଇଁ ଆମକୁ କିଛି ପ୍ରଶ୍ନଗୁଡ଼ିକ ବିଷୟରେ ଭାବିବା ଉଚିତ୍‌ । ଯେପରି, ‘କେଉଁମାନେ ବାଇବଲରେ ଦିଆଯାଇଥିବା ସ୍ତର ମୁତାବକ ବଞ୍ଚିବା ପାଇଁ ଚେଷ୍ଟା କରନ୍ତି ? କେଉଁମାନେ ସବୁ କ୍ଷେତ୍ରରେ ଠିକ୍‌ ସେହିଭଳି କରନ୍ତି ଯେଉଁଭଳି ବାଇବଲରେ ଲେଖାଅଛି ?’ (୨ ତୀମ. ୪:୩, ୪) ‘କେଉଁମାନେ ଆଜି ଯିହୋବାଙ୍କ ଇଚ୍ଛା ପୂରଣ କରନ୍ତି ?’—ମାଥି. ୭:୨୦, ୨୧.

୧୪. ଯିହୋବାଙ୍କ ସାକ୍ଷୀମାନେ ଯେଉଁ କାମରେ ଲାଗି ରହିଛନ୍ତି, ସେଥିରୁ ମାଥିଉ ୨୪:୧୪ ପଦରେ ଲେଖାଯାଇଥିବା ଭବିଷ୍ୟତବାଣୀ କିପରି ପୂରା ହେଉଛି ?

୧୪ ଯଦି ଆମେ ଈଶ୍ୱରଙ୍କ ଇଚ୍ଛା ପୂରା କରିବା ବିଷୟରେ କଥା ହେବା ତାହେଲେ ଆମେ ଏବିଷୟରେ ଭାବିପାରିବା, ‘ଯୀଶୁ ଭବିଷ୍ୟତବାଣୀ କରିଥିଲେ ଯେ ଶେଷକାଳରେ ରାଜ୍ୟର ସୁସମାଚାର ପ୍ରଚାର କରାଯିବ । ଆଜି କେଉଁମାନେ ଏହି କାମ କରୁଛନ୍ତି ?’ (ମାଥି. ୨୪:୧୪) ଏହା ସ୍ପଷ୍ଟ ଯେ ଆଜି ଯିହୋବାଙ୍କ ସାକ୍ଷୀମାନଙ୍କ ଜରିଆରେ ହିଁ ଯିହୋବା ପ୍ରଚାର କାମ କରାଉଛନ୍ତି । ଯିହୋବାଙ୍କ ସାକ୍ଷୀମାନେ ୨୪୦ଟି ଦେଶରେ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରୁଛନ୍ତି । ଯୀଶୁଙ୍କ ନେତୃତ୍ୱରେ ଗତ ୧୦୦ ବର୍ଷଠାରୁ ବି ଅଧିକ ସମୟ ଧରି ଆମେ ଏହି କାମରେ ଲାଗି ରହିପାରିଛୁ । ଯିହୋବାଙ୍କ ସାକ୍ଷୀମାନେ ଲୋକଙ୍କୁ ପ୍ରଚାର କରିବା ପାଇଁ ଜଣାଯାʼନ୍ତି ଏବଂ ସେମାନେ ଏହି କାମକୁ ବହୁତ ମହତ୍ତ୍ୱ ଦିଅନ୍ତି ।—ମାଥି. ୨୮:୧୯, ୨୦.

୧୫. ଯିହୋବାଙ୍କ ସାକ୍ଷୀମାନେ ଈଶ୍ୱରଙ୍କ ନାମକୁ ପବିତ୍ର କରିବା ପାଇଁ କʼଣ କରିଛନ୍ତି ? (ମାଥିଉ ୬:୯; ଯିଶାଇୟ ୪୩:୧୦)

୧୫ ମାଥିଉ ୬:୯ ଏବଂ ଯିଶାଇୟ ୪୩:୧୦ ପଢ଼ନ୍ତୁ । ଆମେ ଏକଥା ପାଇଁ ଗର୍ବ ଅନୁଭବ କରୁ ଯେ ଆମେ ଈଶ୍ୱରଙ୍କ ନାମରୁ ଜଣାଯାଉ ଆଉ ଆମକୁ ଯିହୋବାଙ୍କ ସାକ୍ଷୀ କୁହାଯାଏ । ଆଜି ଅଧିକାଂଶ ଲୋକ ଏହା ଜାଣି ନାହାନ୍ତି ଯେ ଈଶ୍ୱରଙ୍କ ନାମ ଯିହୋବା । କିନ୍ତୁ ଆମ ସଂଗଠନ ଖୁବ୍‌ ପରିଶ୍ରମ କରି ଏପରି ଗୋଟିଏ ବାଇବଲର ଅନୁବାଦ ପ୍ରସ୍ତୁତ କରିଛି, ଯେଉଁଠି ଈଶ୍ୱରଙ୍କ ନାମ ସେହିସବୁ ଜାଗାଗୁଡ଼ିକରେ ଦିଆଯାଇଛି ଯେଉଁଠି ଆରମ୍ଭରେ ବାଇବଲ ଲେଖିବା ସମୟରେ ଥିଲା । ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦରେ ଈଶ୍ୱରଙ୍କ ନାମ ୭,୦୦୦ରୁ ବି ଅଧିକ ଥର ଆସିଛି ।

୧୬. ଆମେ ଏହା କାହିଁକି କହିପାରିବା ଯେ ଯିହୋବାଙ୍କ ସାକ୍ଷୀମାନେ ଯୋହନ ୧୩:୩୪, ୩୫ ପଦରେ ଦିଆଯାଇଥିବା ଆଜ୍ଞାକୁ ମାନନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୬ ଯୋହନ ୧୩:୩୪, ୩୫ ପଢ଼ନ୍ତୁ । ଆଜି ବିଭିନ୍ନ କାରଣ ଯୋଗୁଁ ଦୁନିଆ ଭାଗ ଭାଗ ହୋଇ ରହିଛି ଓ ଲୋକମାନେ ପରସ୍ପରକୁ ଶତ୍ରୁ ମନେ କରନ୍ତି । କିନ୍ତୁ ଯିହୋବାଙ୍କ ଲୋକମାନଙ୍କ ମଧ୍ୟରେ ଅଦ୍ଭୁତ ପ୍ରେମ ଓ ଏକତା ଦେଖିବାକୁ ମିଳେ । ଏହା କେତେ ଆଶ୍ଚର୍ଯ୍ୟର କଥା । ଆମେ ସମସ୍ତେ ଅଲଗା ଅଲଗା ଦେଶରେ ରହୁ, ଅଲଗା ଅଲଗା ପରିବେଶରେ ବଢ଼ିଛୁ, ତଥାପି ଆମ ମଧ୍ୟରେ ପ୍ରେମ ଓ ଶାନ୍ତି ଅଛି । କʼଣ ଆପଣ ଅନ୍ୟ କୌଣସି ଦେଶ କିମ୍ବା ରାଜ୍ୟର କୌଣସି ମଣ୍ଡଳୀକୁ ଯାଇଛନ୍ତି ? ଆର ଥରକୁ ଯେବେ ଆପଣ ଅନ୍ୟ କୌଣସି ମଣ୍ଡଳୀକୁ ଯାʼନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେ ସେଠାର ଭାଇଭଉଣୀମାନଙ୍କ ମଧ୍ୟରେ କେତେ ପ୍ରେମ ଆଉ ଏକତା ଅଛି । ଏଥିରୁ ଆପଣଙ୍କୁ ଭରସା ହୋଇଯିବ ଯେ ଈଶ୍ୱର ଆଜି ଯିହୋବାଙ୍କ ସାକ୍ଷୀମାନଙ୍କ ଜରିଆରେ ହିଁ ତାଙ୍କ ଇଚ୍ଛା ପୂରା କରାଉଛନ୍ତି । ଯଦି ଆପଣ ଏକଥାକୁ ମନେ ରଖିବେ ତାହେଲେ ଯେବେ ବି ଆପଣଙ୍କ ବିଶ୍ୱାସର ପରୀକ୍ଷା ହେବ, ତେବେ ଆପଣ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବେ ।

ଜଣେ ଭଉଣୀ ଓ ତାଙ୍କ ଝିଅ ବସ୍‌ରେ ବସିଛନ୍ତି । ସେମାନେ ରାସ୍ତା କଡ଼ରେ ଦୁଇଜଣ ସାକ୍ଷୀଙ୍କୁ କାର୍ଟ ଲଗାଇ ସାକ୍ଷ୍ୟ ଦେବାର ଦେଖି ଖୁସି ହେଉଛନ୍ତି ।

ଯିହୋବାଙ୍କ ଲୋକମାନଙ୍କ ମଧ୍ୟରେ ଅଦ୍ଭୁତ ପ୍ରେମ ଓ ଏକତା ଦେଖିବାକୁ ମିଳେ (ପାରାଗ୍ରାଫ ୧୬)a


ଯିହୋବାଙ୍କୁ କେବେ ଛାଡ଼ନ୍ତୁ ନାହିଁ

୧୭-୧୮. ଆମ ଆଗରେ କିପରି ପରିସ୍ଥିତି ଆସିପାରେ, କିନ୍ତୁ ଆମେ ପୂରା ଭରସାର ସହ କʼଣ କହିପାରିବା ?

୧୭ ଆଜି ଏହି ଶେଷକାଳରେ ଆମେ ସଙ୍କଟଭରା ସମୟରେ ବଞ୍ଚୁଛୁ । (୨ ତୀମ. ୩:୧, ୧୩) ଏହା ବ୍ୟତୀତ ଆମ ଆଗରେ କିଛି କଠିନ ପରିସ୍ଥିତି ମଧ୍ୟ ଉପୁଜିପାରେ । ହୁଏତ ଈଶ୍ୱରଙ୍କ ସଂଗଠନ କୌଣସି ପରିବର୍ତ୍ତନ କରିପାରେ କିମ୍ବା କୌଣସି ନିର୍ଦ୍ଦେଶ ଦେଇପାରେ । ଆଉ ଆମେ ଭାବିବାକୁ ଲାଗିପାରୁ ଯେ ଏପରି କାହିଁକି କୁହ ।ଯାଉଛି । କିମ୍ବା ହୁଏତ କୌଣସି ଭାଇ କିମ୍ବା ଭଉଣୀ ଆମକୁ ଦୁଃଖ ଦେଇପାରନ୍ତି ବା ଆମକୁ ଭୁଲ ବୁଝିପାରନ୍ତି । ବେଳେବେଳେ ହୁଏତ ଆମକୁ ନିଜ ସମସ୍ୟାର ତୁରନ୍ତ କୌଣସି ସମାଧାନ ଦେଖାଯାଇ ନ ପାରେ ଏବଂ ବୁଝାପଡ଼ି ନ ପାରେ ଯେ ଆମେ କʼଣ କରିବା ।

୧୮ ଆମ ଜୀବନରେ ଯାହା ବି ଘଟେ ତାʼଯୋଗୁଁ ହୁଏତ ଆମକୁ ଚିନ୍ତା ବା ଦୁଃଖ ଲାଗେ, କିନ୍ତୁ ଆମେ ସବୁବେଳେ ଯିହୋବାଙ୍କ ବିଶ୍ୱସ୍ତ ହୋଇ ରହିବା ଉଚିତ୍‌ । କାହିଁକି ? କାରଣ ଆମକୁ ପୂରା ଭରସା ଅଛି ଯେ ଯିହୋବା ହିଁ ସବୁକିଛି ସୃଷ୍ଟି କରିଛନ୍ତି ଓ ବାଇବଲ ତାଙ୍କ ତରଫରୁ ଅଟେ । ଆଉ ଯିହୋବାଙ୍କ ସାକ୍ଷୀମାନେ ବି ତାଙ୍କ ଲୋକ ଅଟନ୍ତି । ତାʼସହ ଆମେ ବି ପିତରଙ୍କ ଭଳି ଯିହୋବାଙ୍କୁ କହିପାରିବା: “ପ୍ରଭୋ, କାହା ପାଖକୁ ଯିବା ? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି ।”

ଆଗକୁ ଦିଆଯାଇଥିବା ତିନୋଟି ସତ୍ୟ ଉପରେ ଭରସା ବଢ଼ାଇଲେ ଆମେ କିପରି ସମସ୍ୟା ସମୟରେ ବି ଯିହୋବାଙ୍କ ବିଶ୍ୱସ୍ତ ହୋଇ ରହିପାରିବା ?

  • ଯିହୋବା ହିଁ ସବୁକିଛି ସୃଷ୍ଟି କରିଛନ୍ତି

  • ବାଇବଲ ଈଶ୍ୱରଙ୍କ ତରଫରୁ ଅଟେ

  • ଯିହୋବା ଆଜି ନିଜ ସଂଗଠନ ଚଳାଉଛନ୍ତି

ଗୀତ ୧୨୩ ଯିହୋବାଙ୍କ ଶାସନର ଆମେ ଅଧୀନ

a ଚିତ୍ର ବିଷୟରେ: ଜଣେ ମାଆ ଓ ଝିଅ ବସ୍‌ରେ ଯାଉଛନ୍ତି । ସେମାନେ ଦୁଇଜଣ ସାକ୍ଷୀଙ୍କୁ ପ୍ରଚାର କରୁଥିବା ଦେଖି ଖୁସି ହେଉଛନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ