୩-୯ ଅଗଷ୍ଟ, ୨୦୨୬
ଗୀତ ୧୦୬ ପ୍ରେମକୁ ବଢ଼ାଇବା
ଅନ୍ୟମାନଙ୍କର ନିଷ୍ପତ୍ତିର ଆଦର କରନ୍ତୁ
‘ବିଭିନ୍ନ ମତ ସମ୍ବନ୍ଧରେ ତାକୁ ତର୍କବିତର୍କ [“ଭୁଲ ସାବ୍ୟସ୍ତ,” NWT] କର ନାହିଁ ।’—ରୋମୀ. ୧୪:୧.
କʼଣ ଶିଖିବା ?
ଯେବେ ଆମକୁ ଭାଇଭଉଣୀମାନଙ୍କର କୌଣସି ନିଷ୍ପତ୍ତି ଠିକ୍ ଲାଗେ ନାହିଁ, ତେବେ ଆମେ କିପରି ସେମାନଙ୍କ ନିଷ୍ପତ୍ତିର ଆଦର କରିପାରିବା ।
୧-୨. ବେଳେବେଳେ ଭାଇଭଉଣୀମାନଙ୍କ ମତ କାହିଁକି ଆମ ମତଠାରୁ ଅଲଗା ହୋଇପାରେ ?
କʼଣ କେବେ ଏପରି ହୋଇଛି ଯେ ଆପଣ କୌଣସି ନିଷ୍ପତ୍ତି ନେଲେ ଏବଂ ଅନ୍ୟମାନେ ତାହାକୁ ଭୁଲ ସାବ୍ୟସ୍ତ କଲେ ? କʼଣ ଆପଣଙ୍କୁ କେବେ କୌଣସି ଭାଇ କିମ୍ବା ଭଉଣୀଙ୍କ ନିଷ୍ପତ୍ତି ଠିକ୍ ଲାଗିଲା ନାହିଁ ଏବଂ ଆପଣ ତାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କଲେ । ହୁଏତ ଅଧିକାଂଶ ଲୋକ ଏହି ଦୁଇଟି ପ୍ରଶ୍ନର ଉତ୍ତର ‘ହଁ’ ବୋଲି କହିପାରନ୍ତି, କାରଣ ବେଳେବେଳେ ଆମ ସମସ୍ତଙ୍କ ସହିତ ଏପରି ହୁଏ ।
୨ ହୁଏତ କୌଣସି ଭାଇ କିମ୍ବା ଭଉଣୀ କିଛି ଏପରି ନିଷ୍ପତ୍ତି ନେଇପାରନ୍ତି, ଯାହା ଆମ ଚିନ୍ତାଧାରାଠାରୁ ଅଲଗା ଥାଇପାରେ । ଏହା ଦେଖି ଆମକୁ ଚକିତ ହେବା ଉଚିତ୍ ନୁହେଁ । ତାହା କାହିଁକି? କାରଣ ଆମେ ସମସ୍ତେ ପରସ୍ପରଠାରୁ ଅଲଗା, ସେଥିପାଇଁ ଆମର ଚିନ୍ତାଧାରା ବି ଅଲଗା ହୋଇଥାଏ । ଆମ ପରିବାରର ପରିବେଶ, ଆମ ଜାଗାର ସଂସ୍କୃତି ଓ ଆମ ସହ ଯାହା ଘଟିଛି, ତାହାର ପ୍ରଭାବ ଆମର ଚିନ୍ତାଧାରା ଉପରେ ପଡ଼ିଥାଏ । ଯଦିଓ ଭାଇଭଉଣୀମାନଙ୍କ ମତ ଆମ ମତଠାରୁ ଅଲଗା ହୋଇପାରେ, କିନ୍ତୁ ଆମର ଏହା ହିଁ ଚେଷ୍ଟା ରହିବା ଉଚିତ୍ ଯେ ଏହାଯୋଗୁଁ ମଣ୍ଡଳୀର ଶାନ୍ତି ଓ ଏକତା ଭଙ୍ଗ ନ ହେଉ ।—ଏଫି. ୪:୩.
୩. ଯେବେ ଅନ୍ୟମାନେ ଏପରି କିଛି ନିଷ୍ପତ୍ତି ନିଅନ୍ତି ଯାହା ଆମ ହିସାବରେ ଠିକ୍ ନ ଥାଏ, ତେବେ ଆମେ କʼଣ କରିବାକୁ ଲାଗିପାରୁ ?
୩ ଯେବେ କେହି ଭାଇ କିମ୍ବା ଭଉଣୀ ଏପରି କିଛି ନିଷ୍ପତ୍ତି ନିଅନ୍ତି ଯାହା ଆମ ହିସାବରେ ଠିକ୍ ନ ଥାଏ, ତେବେ ଆମକୁ ତାଙ୍କୁ ଏହା ବୁଝାଇବା ପାଇଁ ଇଚ୍ଛା ହୋଇପାରେ ଯେ ସେ ନିଜ ନିଷ୍ପତ୍ତି ବଦଳାଇ ଦିଅନ୍ତୁ । କିମ୍ବା ଆମକୁ ଅନ୍ୟମାନଙ୍କୁ ଏବିଷୟରେ କହିବା ପାଇଁ ଇଚ୍ଛା ହୋଇପାରେ ଯେ ଆମେ ତାଙ୍କର ଚିନ୍ତା କରୁ । ହୁଏତ ଏପରି କରିବା ପଛରେ ଆମର ଉଦ୍ଦେଶ୍ୟ ଠିକ୍ ଥାଇପାରେ, କାରଣ ଆମେ ନିଜ ଭାଇଭଉଣୀମାନଙ୍କୁ ପ୍ରେମ କରୁ ଏବଂ ଆମେ ଚାହୁଁ ଯେ ସେମାନେ ଖୁସିରେ ରହନ୍ତୁ । (ହିତୋ. ୧୭:୧୭) ଆମେ ଏହା ଚାହିଁ ନ ଥାଉ ଯେ ସେମାନେ ନିଜ ନିଷ୍ପତ୍ତି ଯୋଗୁଁ ଆଗକୁ ଯାଇ ଅବଶୋଷ କରନ୍ତୁ କିମ୍ବା ସେମାନଙ୍କର ଯିହୋବାଙ୍କ ସହିତ ସମ୍ପର୍କ ଦୁର୍ବଳ ହୋଇଯାଉ ।
୪-୫. ଯଦି ଜଣେ ଖ୍ରୀଷ୍ଟିୟାନ ଏପରି କିଛି କରିବା ପାଇଁ ଭାବୁଛି ଯାହା ହୁଏତ ଆମେ କରୁନୁ, ତାହେଲେ ଆମକୁ କʼଣ କରିବା ଉଚିତ୍ ?
୪ ଯଦି ଆମକୁ ଲାଗେ ଯେ କେହି ଭାଇ କିମ୍ବା ଭଉଣୀ ଭୁଲ ନିଷ୍ପତ୍ତି ନେବାକୁ ଯାଉଛି, ତାହେଲେ କʼଣ ଆମକୁ ତାʼସହିତ କଥା ହେବା ଉଚିତ୍ ? ହୁଏତ ବେଳେବେଳେ ଏପରି କରିବାକୁ ପଡ଼ିପାରେ, କିନ୍ତୁ ସବୁବେଳେ ଏପରି କରିବାର ଆବଶ୍ୟକ ହୋଇ ନ ଥାଏ । ଯେପରି, ଯଦି ଆମକୁ ଜଣାପଡ଼େ ଯେ କେହି ଭାଇ କିମ୍ବା ଭଉଣୀ ଏପରି କିଛି ନିଷ୍ପତ୍ତି ନେବାକୁ ଯାଉଛି, ଯାହା ଯିହୋବାଙ୍କ ଆଜ୍ଞାଗୁଡ଼ିକ ବିରୁଦ୍ଧରେ ଅଛି, ତେବେ ଆମେ ପ୍ରେମ ଯୋଗୁଁ ତାʼର ଚିନ୍ତାଧାରାକୁ ସୁଧାରିବା ପାଇଁ ଚେଷ୍ଟା କରିବା ଉଚିତ୍ । (ହିତୋ. ୨୭:୫, ୬) କିନ୍ତୁ ଯଦି ସେ ଏପରି କିଛି କରିବା ପାଇଁ ନିଷ୍ପତ୍ତି ନେଉଛି ଯାହା ଈଶ୍ୱରଙ୍କ ନିୟମ ବିରୁଦ୍ଧରେ ନାହିଁ, କେବଳ ଆମେ ସେପରି କରି ନ ଥାଉ, ତାହେଲେ ସେସମୟରେ ଆମକୁ କʼଣ କରିବା ଉଚିତ୍ ? ଏପରି ସମୟରେ ଆମକୁ ଏହି ଲେଖାର ମୁଖ୍ୟ ପଦକୁ ମନେ ରଖିବା ଉଚିତ୍, ଯେଉଁଠି ଲେଖାଅଛି, ‘ବିଭିନ୍ନ ମତ ସମ୍ବନ୍ଧରେ ତାକୁ ଭୁଲ ସାବ୍ୟସ୍ତ କର ନାହିଁ ।’—ରୋମୀ. ୧୪:୧.
୫ ତଥାପି ହୁଏତ ଆମକୁ ତାʼ ନିଷ୍ପତ୍ତିର ଆଦର କରିବା କଠିନ ଲାଗିପାରେ । ଏହି ଲେଖାରେ ଆମେ ଜାଣିବା ଯେ ଆମକୁ କାହିଁକି ଅନ୍ୟମାନଙ୍କର ନିଷ୍ପତ୍ତିର ଆଦର କରିବା ଉଚିତ୍ ଏବଂ ଆମେ ଏହା କିପରି କରିପାରିବା । କିନ୍ତୁ ସବୁଠୁ ପ୍ରଥମେ ଆସନ୍ତୁ ଆମେ କିଛି ପରିସ୍ଥିତି ଉପରେ ଧ୍ୟାନ ଦେବା, ଯେବେ ଆମେ ହୁଏତ ଅନ୍ୟମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତିଗୁଡ଼ିକ ଉପରେ ପ୍ରଶ୍ନ କରିପାରୁ ।
ଆମେ ଅନ୍ୟମାନଙ୍କର କେଉଁ ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ପ୍ରଶ୍ନ କରିବାକୁ ଲାଗିପାରୁ ?
୬-୭. କିଛି ଉଦାହରଣ ଦେଇ ବୁଝାନ୍ତୁ ଯେ ଆମକୁ କେବେ ଲାଗିପାରେ ଯେ ଅନ୍ୟମାନଙ୍କ ନିଷ୍ପତ୍ତି ଭୁଲ ଅଟେ ।
୬ ଯେପରି ଆମେ ପୂର୍ବେ ଦେଖିଲୁ, ଆମେ ଯେଉଁ ପରିବେଶରେ ବଢ଼ିଛୁ ଓ ଆମ ସହ ଯାହା ଘଟିଥିଲା, ସେଗୁଡ଼ିକ ଯୋଗୁଁ ଆମକୁ ହୁଏତ ଲାଗିପାରେ ଯେ କିଛି ମାମଲାରେ ଆମ ମତ ପୂରାପୂରି ଠିକ୍ ଅଟେ ଏବଂ ଅନ୍ୟମାନଙ୍କୁ ବି ଆମ ଭଳି ହିଁ ଭାବିବା ଉଚିତ୍ । କିନ୍ତୁ ଏପରି ଜରୁରୀ ନୁହେଁ । ଆସନ୍ତୁ ଏହାର କିଛି ଉଦାହରଣ ଉପରେ ଧ୍ୟାନ ଦେବା । ଉଦାହରଣ ୧: ଜଣେ ଭାଇ ପିଲାବେଳୁ ନିଜ ବାପାଙ୍କୁ ଅତ୍ୟଧିକ ମଦ ପିଇବାର ଦେଖି ଆସୁଥିଲେ । ସତ୍ୟ ଶିଖିବା ପରେ ସେହି ଭାଇ ଗୋଟିଏ ପାର୍ଟିରେ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ମଦ ପିଇବାର ଦେଖନ୍ତି, ତାଙ୍କୁ ଏହା ଜମା ବି ଭଲ ଲାଗେ ନାହିଁ । ସେ କହନ୍ତି ଯେ ସେମାନେ ଯାହା କରୁଛନ୍ତି ତାହା ପୂରାପୂରି ଭୁଲ ଅଟେ । ଉଦାହରଣ ୨: ଜଣେ ଭଉଣୀଙ୍କୁ ଗୋଟିଏ ବଡ଼ ରୋଗ ହୋଇଥିଲା, କିନ୍ତୁ ସେ ଚିକିତ୍ସା କରି ସୁସ୍ଥ ହୋଇଗଲେ । ପରେ ତାଙ୍କୁ ଜଣାପଡ଼େ ଯେ ଆଉ ଜଣେ ଭଉଣୀଙ୍କୁ ବି ସେହି ରୋଗ ହୋଇଛି । ସେ ତାଙ୍କ ସାହାଯ୍ୟ କରିବା ପାଇଁ ଚାହାନ୍ତି, ସେଥିପାଇଁ ସେ ତାଙ୍କୁ ବାଧ୍ୟ କରାନ୍ତି ଯେ ସେ ବି ସେହି ଚିକିତ୍ସା କରାନ୍ତୁ ଯାହା ସେ କରାଇଥିଲେ । ଯେପରି ହୁଏତ ସେ ସେହି ଭଉଣୀଙ୍କୁ କୌଣସି ବିଶେଷ ପ୍ରକାରର ଖାଦ୍ୟ ଖାଇବା କିମ୍ବା କୌଣସି ଔଷଧ ନେବା ପାଇଁ କହିପାରନ୍ତି । ଉଦାହରଣ ୩: ଜଣେ ଭାଇ ପୂର୍ବେ ଗୋଟିଏ ଚର୍ଚ୍ଚର ସଦସ୍ୟ ଥିଲେ । ସତ୍ୟ ଶିଖିବା ପରେ ସେ ଚର୍ଚ୍ଚ ସହିତ କୌଣସି ବି ସମ୍ପର୍କ ରଖିବା ପାଇଁ ଚାହୁଁ ନ ଥିଲେ । ଯେବେ ତାଙ୍କୁ ଜଣାପଡ଼ିଲା ଯେ ଜଣେ ଖ୍ରୀଷ୍ଟିୟାନ ଶୋକ ସଭା ପାଇଁ ଚର୍ଚ୍ଚକୁ ଯାଇଥିଲେ, ତେବେ ଏହା ତାଙ୍କୁ ବହୁତ ଖରାପ ଲାଗିଲା ।a
୭ ଆଉ କିଛି ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଉଦାହରଣ ୪: ଜଣେ ଭାଇ ଏପରି ସମୟରେ ବଡ଼ ହୋଇଥିଲେ, ଯେବେ ଅଧିକାଂଶ ଲୋକ ଭାବୁଥିଲେ ଯେ ପୁରୁଷମାନଙ୍କ ପାଇଁ ଦାଢ଼ି ରଖିବା ଭୁଲ ଅଟେ ଏବଂ ସ୍ତ୍ରୀମାନଙ୍କୁ ସଭା ଓ ପ୍ରଚାରରେ ପ୍ୟାଣ୍ଟ ବା ଟ୍ରାଉଜର୍ ପିନ୍ଧିବା ଉଚିତ୍ ନୁହେଁ । ଭାଇ ଜାଣନ୍ତି ଯେ ଏହି ମାମଲାଗୁଡ଼ିକରେ ଏବେ ଆମ ଜ୍ଞାନରେ ପରିବର୍ତ୍ତନ ହୋଇଛି । ତଥାପି ସେ ପ୍ରତ୍ୟେକଙ୍କୁ କହନ୍ତି ଯେ ଭାଇମାନଙ୍କୁ ଦାଢ଼ି ରଖିବା ଉଚିତ୍ ନୁହେଁ ଏବଂ ଭଉଣୀମାନଙ୍କୁ ସେବା ସହ ଜଡ଼ିତ କାମ କରିବା ସମୟରେ ପ୍ୟାଣ୍ଟ ପିନ୍ଧିବା ଉଚିତ୍ ନୁହେଁ । ଉଦାହରଣ ୫: ଜଣେ ପ୍ରାଚୀନ ଜଣେ ଏପରି ଭାଇଙ୍କୁ ଜାଣନ୍ତି, ଯିଏ ଅଧିକ ପଢ଼ିବା ଯୋଗୁଁ ଆଗକୁ ଯାଇ ଯିହୋବାଙ୍କ ସେବା କରିବା ଛାଡ଼ିଦେଲେ । ଏବେ ସେହି ପ୍ରାଚୀନଙ୍କ ମଣ୍ଡଳୀରେ ଜଣେ ଯୁବା ଭାଇ ଅଧିକ ପଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରାଚୀନଙ୍କୁ ସେହି ଭାଇଙ୍କର ଚିନ୍ତା ହୁଏ, ତେଣୁ ସେ ତାଙ୍କୁ ଏବଂ ତାʼ ବାପାମାଆଙ୍କୁ ଏହା ବୁଝାଇବା ପାଇଁ ଚେଷ୍ଟା କରନ୍ତି ଯେ ସେମାନେ ନିଜ ନିଷ୍ପତ୍ତି ବଦଳାଇ ଦିଅନ୍ତୁ ।
୮. (କ) କେଉଁ କାରଣ ଯୋଗୁଁ ବାପାମାଆ ଅନ୍ୟ ବାପାମାଆମାନଙ୍କ ନିଷ୍ପତ୍ତିରେ ଭୁଲ ବାହାର କରିବାକୁ ଲାଗିପାରନ୍ତି ? (ଖ) ଯଦି ଆମେ ଅନ୍ୟମାନଙ୍କ ନିଷ୍ପତ୍ତିରେ ଭୁଲ ବାହାର କରିବା, ତାହେଲେ ଏହାର ମଣ୍ଡଳୀ ଉପରେ କʼଣ ପ୍ରଭାବ ପଡ଼ିପାରେ ?
୮ ଆଉ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯେବେ ହୁଏତ ବାପାମାଆ ଅନ୍ୟମାନଙ୍କ ନିଷ୍ପତ୍ତିରେ ଭୁଲ ବାହାର କରିବାକୁ ଲାଗିପାରନ୍ତି । ଉଦାହରଣ ୬: ଆପଣ ବାପାମାଆମାନେ ନିଜ ପିଲାମାନଙ୍କୁ “ପ୍ରଭୁଙ୍କ ଶିକ୍ଷା” ଅନୁସାରେ ଲାଳନପାଳନ କରିବା ପାଇଁ ବହୁତ ପରିଶ୍ରମ କରନ୍ତି । (ଏଫି. ୬:୪) କିନ୍ତୁ ହୁଏତ ଆପଣଙ୍କୁ ଲାଗିପାରେ ଯେ ଅନ୍ୟ ବାପାମାଆମାନେ ନିଜ ପିଲାମାନଙ୍କୁ ଅଧିକ ସ୍ୱାଧୀନତା ଦେଉଛନ୍ତି । ଯେପରି, ହୁଏତ ସେମାନେ ନିଜ ପିଲାମାନଙ୍କୁ ଡେରିରେ ଘରକୁ ଆସିବା ପାଇଁ, ଭିଡିଓ ଗେମ୍ ଖେଳିବା ପାଇଁ ଅନୁମତି ଦେଇପାରନ୍ତି କିମ୍ବା ଛୋଟ ବୟସରୁ ହିଁ ସେମାନେ ନିଜ ପିଲାମାନଙ୍କୁ ଫୋନ୍ ଦେଇପାରନ୍ତି । ଏଗୁଡ଼ିକୁ ଦେଖି ହୁଏତ ଆପଣଙ୍କ ପିଲାମାନଙ୍କୁ ଲାଗିବ ଯେ ଆପଣ ତାଙ୍କ ସହିତ ଅଧିକ କଠୋର ବ୍ୟବହାର କରୁଛନ୍ତି ଏବଂ ସେମାନେ ଆପଣଙ୍କୁ କହନ୍ତି, “ମୋ ସାଙ୍ଗମାନଙ୍କ ବାପାମାଆ ସେମାନଙ୍କୁ ସବୁକିଛି କରିବା ପାଇଁ ଅନୁମତି ଦିଅନ୍ତି । ଆପଣ କାହିଁକି ମୋତେ ପ୍ରତ୍ୟେକ ଜିନିଷ କରିବାରୁ ମନା କରନ୍ତି ।” ଏପରି ସମୟରେ ହୁଏତ ଆପଣ ଅନ୍ୟ ବାପାମାଆଙ୍କ ନିଷ୍ପତ୍ତିରେ ଭୁଲ ବାହାର କରିବାକୁ ଲାଗିପାରନ୍ତି । ଯେବେ ଜଣେ ଖ୍ରୀଷ୍ଟିୟାନ କୌଣସି ବ୍ୟକ୍ତିଗତ ମାମଲାରେ ଆମଠାରୁ ଅଲଗା ନିଷ୍ପତ୍ତି ନିଏ, ତେବେ ହୁଏତ ଆମେ ତାʼ ନିଷ୍ପତ୍ତି ଉପରେ ପ୍ରଶ୍ନ କରିବାକୁ ଲାଗିପାରୁ । ଯେପରି ହୁଏତ ଆମେ ଏହା ଭାବିବାକୁ ଲାଗିପାରୁ ଯେ ସେ ବହୁତ ଖର୍ଚ୍ଚ କରେ, ବାରମ୍ବାର ବୁଲିବାକୁ ଯାଏ, ଜଣାନାହିଁ ସେ କିପରି ମନୋରଞ୍ଜନ କରେ । କିନ୍ତୁ ଧ୍ୟାନ ରଖନ୍ତୁ ଯେ ଆମ ପସନ୍ଦ ନାପସନ୍ଦଠାରୁ ଅଧିକ ଜରୁରୀ କଥା ହେଉଛି, ମଣ୍ଡଳୀରେ ଏକତା ବଜାୟ ରହୁ ।
୯. ଆମ ସମସ୍ତଙ୍କ ଲକ୍ଷ୍ୟସ୍ଥଳ କ’ଣ ଏବଂ ଆମକୁ କେଉଁ କଥାର ଧ୍ୟାନ ରଖିବା ଉଚିତ୍ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୯ ଅନେକ ମାମଲାରେ ହୁଏତ ଜଣେ ଖ୍ରୀଷ୍ଟିୟାନର ନିଷ୍ପତ୍ତି ଅନ୍ୟମାନଙ୍କଠାରୁ ଅଲଗା ହୋଇପାରେ, କିନ୍ତୁ ଏହାର ଅର୍ଥ ଏପରି ନୁହେଁ ଯେ ତାʼ ନିଷ୍ପତ୍ତି ଭୁଲ ଅଟେ । (ରୋମୀ. ୧୪:୫) ବାଇବଲରେ ଖ୍ରୀଷ୍ଟିୟାନମାନଙ୍କୁ କୁହାଯାଇଛି ଯେ ସେମାନେ “ଏକମନା” ହୁଅନ୍ତୁ । (୨ କରି. ୧୩:୧୧) ଏହାର ଅର୍ଥ ଏପରି ନୁହେଁ ଯେ ଆମ ସମସ୍ତଙ୍କୁ ପ୍ରତ୍ୟେକ ମାମଲାରେ ଏକା ଭଳି ଚିନ୍ତାଧାରା ରଖିବା ଉଚିତ୍, ବରଂ ଏହାର ଅର୍ଥ ହେଉଛି ଯେ ଆମ ସମସ୍ତଙ୍କୁ ଯିହୋବାଙ୍କ ସ୍ତର ମାନିବା ଉଚିତ୍ । ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଭାବନ୍ତୁ, ଆପଣଙ୍କୁ କୌଣସି ଜାଗାକୁ ଯିବାର ଅଛି । ସେହି ଜାଗାକୁ ପହଞ୍ଚିବା ପାଇଁ ହୁଏତ ଅନେକ ରାସ୍ତା ଥାଇପାରେ । ଆପଣ ନିଜ ସୁବିଧା ଓ ନିଜ ପରିସ୍ଥିତି ଅନୁସାରେ ଯାହା ଠିକ୍ ରହିବ, ସେହି ରାସ୍ତା ବାଛନ୍ତି । ସେହିଭଳି ବ୍ୟକ୍ତିଗତ ମାମଲାଗୁଡ଼ିକ ବିଷୟରେ ଜଣେ ଖ୍ରୀଷ୍ଟିୟାନ ହୁଏତ ଅନ୍ୟମାନଙ୍କଠାରୁ ଅଲଗା ନିଷ୍ପତ୍ତି ନେଇପାରେ । କିନ୍ତୁ ଆମ ସମସ୍ତଙ୍କ ଲକ୍ଷ୍ୟସ୍ଥଳ ଗୋଟିଏ । ତାହା ହେଉଛି, ଆମେ ସମସ୍ତେ ଯିହୋବାଙ୍କୁ ଖୁସି କରିବା ପାଇଁ ଚାହୁଁ । ସେଥିପାଇଁ ଆମେ କେବେ ବି ଅନ୍ୟମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତିରେ ପ୍ରଶ୍ନ କରିବା ଉଚିତ୍ ନୁହେଁ ।—ମାଥି. ୭:୧; ୧ ଥେସ. ୪:୧୧.
ଗୋଟିଏ ହିଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ରାସ୍ତା ବାଛିଥାʼନ୍ତି । ସେହିଭଳି ଖ୍ରୀଷ୍ଟିୟାନମାନେ ବ୍ୟକ୍ତିଗତ ମାମଲାଗୁଡ଼ିକରେ ଅଲଗା ଅଲଗା ନିଷ୍ପତ୍ତି ନିଅନ୍ତି (ପାରାଗ୍ରାଫ ୯)
ଆମକୁ କାହିଁକି ଅନ୍ୟମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତିର ଆଦର କରିବା ଉଚିତ୍ ?
୧୦. ଯାକୁବ ୪:୧୨ ପଦ ଅନୁସାରେ ଆମକୁ କʼଣ କରିବାର ଅଧିକାର ନାହିଁ ଏବଂ କାହିଁକି ?
୧୦ ବାଇବଲରେ ଏହାର ଅନେକ କାରଣ ବିଷୟରେ କୁହାଯାଇଛି ଯେ ଆମକୁ କାହିଁକି ଅନ୍ୟମାନଙ୍କ ନିଷ୍ପତ୍ତିରେ ପ୍ରଶ୍ନ କରିବା ଉଚିତ୍ ନୁହେଁ ଏବଂ ସେମାନଙ୍କର ଆଦର କରିବା ଉଚିତ୍ । କିଛି କାରଣ ଉପରେ ଧ୍ୟାନ ଦିଅନ୍ତୁ । କାହାରି ବ୍ୟକ୍ତିଗତ ମାମଲାରେ ଆମକୁ ଏହା କହିବାର ଅଧିକାର ନାହିଁ ଯେ ତାକୁ କʼଣ କରିବା ଉଚିତ୍ ଓ କʼଣ ନୁହେଁ । (ଯାକୁବ ୪:୧୨ ପଢ଼ନ୍ତୁ ।) ଯିହୋବା ହିଁ ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା । ତାଙ୍କୁ ହିଁ ଏହା ନିର୍ଣ୍ଣୟ କରିବାର ଅଧିକାର ଅଛି ଯେ କ’ଣ ଠିକ୍ ଓ କ’ଣ ଭୁଲ । ସେଥିପାଇଁ ଆମ ଭାଇଭଉଣୀମାନଙ୍କୁ ନିଜେ ହିଁ ନିଜ ନିଷ୍ପତ୍ତି ପାଇଁ ଯିହୋବାଙ୍କୁ ଲେଖା ଦେବାକୁ ପଡ଼ିବ, ଆମକୁ ନୁହେଁ । (ରୋମୀ. ୧୪:୧୦) ଆମ ମଧ୍ୟରୁ କାହାରିକୁ ବି ଏହା ଅଧିକାର ନାହିଁ ଯେ ଆମେ ନିଜ ଚିନ୍ତାଧାରା ଅନୁସାରେ ଅନ୍ୟମାନଙ୍କୁ ଠିକ୍ ବା ଭୁଲ ସାବ୍ୟସ୍ତ କରୁ ।b
୧୧. ମଣ୍ଡଳୀରେ ପ୍ରେମ ଓ ଶାନ୍ତିର ପରିବେଶ ବଜାୟ ରଖିବା ପାଇଁ ଆମେ କʼଣ କରିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୧ ଯିହୋବା ଚାହାନ୍ତି ଯେ ତାଙ୍କ ଲୋକମାନଙ୍କ ମଧ୍ୟରେ ଏକତା ରହୁ, କିନ୍ତୁ ସେ ଏହା ଚାହାନ୍ତି ନାହିଁ ଯେ ସମସ୍ତେ ଏକାଭଳି ହୁଅନ୍ତୁ । ଯିହୋବାଙ୍କୁ ଏହା ଦେଖି ବହୁତ ଖୁସି ଲାଗେ ଯେ ତାଙ୍କ ସୃଷ୍ଟିର ପ୍ରତ୍ୟେକ ଜିନିଷ କେତେ ଅଦ୍ଭୁତ ! ଯେପରି, ପ୍ରତ୍ୟେକ ବାଘର ଶରୀରରେ ଥିବା କଳା ଦାଗଗୁଡ଼ିକ ପରସ୍ପରଠାରୁ ଅଲଗା ଥାଏ । ସେହିଭଳି ପୃଥିବୀରେ ପ୍ରାୟ ୮୦୦ କୋଟି ଲୋକ ଅଛନ୍ତି । କିନ୍ତୁ ସମସ୍ତେ ଦେଖିବାରେ ଓ ସ୍ୱଭାବରେ ପରସ୍ପରଠାରୁ ବହୁତ ଅଲଗା । ଯିହୋବା ଆମକୁ ଏପରି ହିଁ ସୃଷ୍ଟି କରିଛନ୍ତି । ସେ ଏହା ଚାହାନ୍ତି ନାହିଁ ଯେ ଆମେ ପରସ୍ପରର କାର୍ବନ କପି ହୋଇଯାଉ । କିନ୍ତୁ ସେ ଏହା ନିଶ୍ଚୟ ଚାହାନ୍ତି ଯେ ଆମ ମଧ୍ୟରେ ଏକତା ରହୁ । ସେଥିପାଇଁ ଯେବେ ଅନ୍ୟମାନଙ୍କ ମତ କିମ୍ବା ସେମାନଙ୍କ ପସନ୍ଦ ନାପସନ୍ଦ ଆମଠାରୁ ଅଲଗା ହୋଇଥାଏ, ତେବେ ଆମେ ସେମାନଙ୍କୁ ରାଗି ନ ଥାଉ । ଆମ ଚିନ୍ତାଧାରା କିମ୍ବା ପସନ୍ଦ ନାପସନ୍ଦଠାରୁ, ମଣ୍ଡଳୀରେ ପ୍ରେମ ଓ ଶାନ୍ତିର ପରିବେଶ ଥିବା ଅଧିକ ମହତ୍ତ୍ୱ ରଖେ ।—ରୋମୀ. ୧୪:୧୯.
ଯିହୋବା ଆମ ସମସ୍ତଙ୍କୁ ପରସ୍ପରଠାରୁ ଅଲଗା ସୃଷ୍ଟି କରିଛନ୍ତି, କିନ୍ତୁ ସେ ଚାହାନ୍ତି ଯେ ଆମ ମଧ୍ୟରେ ଏକତା ରହୁ (ପାରାଗ୍ରାଫ ୧୧)
ଆମେ କିପରି ଅନ୍ୟମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତିର ଆଦର କରିପାରିବା ?
୧୨-୧୩. ଯଦି ଆମକୁ ଲାଗେ ଯେ କେହି “ଭୁଲ ପଦକ୍ଷେପ” ନେଉଛି, ତାହେଲେ ଆମକୁ କେଉଁ କଥା ଧ୍ୟାନରେ ରଖିବା ଉଚିତ୍ ? (ଗାଲାତୀୟ ୬:୧; “କʼଣ ଆପଣଙ୍କୁ ଅନ୍ୟମାନଙ୍କ ନିଷ୍ପତ୍ତି ଠିକ୍ ଲାଗୁନି ?” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)
୧୨ ଅନ୍ୟମାନେ ବ୍ୟକ୍ତିଗତ ମାମଲାରେ କୌଣସି ନିଷ୍ପତ୍ତି ନିଅନ୍ତି । ଯେବେ ଏପରି ହୁଏ, ତେବେ ଭାବନ୍ତୁ ଯେ କʼଣ ସେହି ବ୍ୟକ୍ତି “ଭୁଲ ପଦକ୍ଷେପ” ନେଉଛି କିମ୍ବା ସେ କେବଳ ତାହା କରିବାକୁ ଯାଉଛି ଯାହା ମୁଁ କରେନି ? ଯଦି ସେ ଯାହା କରିବାକୁ ଯାଉଛି ତାହା ବାଇବଲ ଅନୁସାରେ ଭୁଲ ଅଟେ, ତାହେଲେ ଭାବନ୍ତୁ, ‘କʼଣ ତାକୁ ବୁଝାଇବା ଓ ତାʼ ଚିନ୍ତାଧାରାକୁ ସୁଧାରିବା ପାଇଁ ମୋ ପାଖରେ ବାଇବଲରେ ଦିଆଯାଇଥିବା ଯୋଗ୍ୟତାଗୁଡ଼ିକ ରହିଛି । କିମ୍ବା ଅନ୍ୟ କେହି ତାକୁ ଭଲଭାବେ ବୁଝାଇପାରିବେ ।’ ଯଦି ଆପଣଙ୍କ ପାଖରେ ସେହି ଯୋଗ୍ୟତାଗୁଡ଼ିକ ଅଛି, ତାହେଲେ ପ୍ରେମ ଓ କୋମଳତାର ସହ ତାଙ୍କ ଚିନ୍ତାଧାରା ସୁଧାରନ୍ତୁ । (ଗାଲାତୀୟ ୬:୧ ପଢ଼ନ୍ତୁ ।c) କିନ୍ତୁ ପ୍ରାୟ ଏମିତି ହୁଏ ଯେ ଜଣେ ବ୍ୟକ୍ତି କିଛି ଏପରି କରିବା ପାଇଁ ଭାବେ ଯାହା ଭୁଲ ନୁହେଁ, କେବଳ ଆମେ ଯାହା କରୁ ତାʼଠାରୁ ଅଲଗା ହୋଇଥାଏ । ଏପରି ସମୟରେ ତାʼ ନିଷ୍ପତ୍ତି ଉପରେ ପ୍ରଶ୍ନ କରନ୍ତୁ ନାହିଁ ଏବଂ ତାʼ ନିଷ୍ପତ୍ତିରେ ଭୁଲ ବାହାର କରନ୍ତୁ ନାହିଁ । ମନେ ରଖନ୍ତୁ, ପ୍ରତ୍ୟେକ ବ୍ୟକ୍ତିକୁ ନିଜ ନିଷ୍ପତ୍ତି ନିଜେ ନେବାର ଯେଉଁ ଅଧିକାର ଅଛି ।—ରୋମୀ. ୧୪:୨-୪.
୧୩ ଭାବନ୍ତୁ, ଆପଣ ନିଜ ସାଙ୍ଗ ସହିତ ଗୋଟିଏ ହୋଟେଲରେ ଖାଇବାକୁ ଯାଇଛନ୍ତି । କ’ଣ ଆପଣ ତାକୁ ସେହି ଖାଦ୍ୟ ମଗାଇବା ପାଇଁ ବାଧ୍ୟ କରିବେ ଯାହା ଆପଣ ମଗାଇଛନ୍ତି ? ନୁହେଁ । ଆପଣ ତାକୁ ନିଜ ପସନ୍ଦର ଖାଦ୍ୟ ମଗାଇବା ପାଇଁ କହିବେ । ଯଦିଓ ସେହି ଖାଦ୍ୟ ଆପଣଙ୍କୁ ପସନ୍ଦ ନାହିଁ, ତଥାପି ନିଜ ସାଙ୍ଗକୁ ସେହି ଖାଦ୍ୟ ଖାଇବାର ଦେଖି ଆପଣଙ୍କୁ କୌଣସି ଅସୁବିଧା ହେବନି । କାରଣ ସେହି ଖାଦ୍ୟ ଆପଣଙ୍କ ସାଙ୍ଗକୁ ଖାଇବାର ଅଛି, ଆପଣଙ୍କୁ ନୁହେଁ । ଠିକ୍ ସେହିଭଳି ବ୍ୟକ୍ତିଗତ ମାମଲାଗୁଡ଼ିକରେ ଅନ୍ୟମାନେ ଯାହା ନିଷ୍ପତ୍ତି ନେବା ପାଇଁ ଚାହାନ୍ତି, ଆମେ ତାଙ୍କୁ ସେହି ନିଷ୍ପତ୍ତି ନେବା ପାଇଁ ଦେବା । ଆଉ ନିଜ ମତ ମାନିବା ପାଇଁ ତାଙ୍କୁ ବାଧ୍ୟ କରିବା ନାହିଁ ।
୧୪. ବ୍ୟକ୍ତିଗତ ମାମଲାରେ ନିଷ୍ପତ୍ତି ନେବା ସମୟରେ ଆପଣ କିପରି ଭାଇଭଉଣୀମାନଙ୍କ ସହିତ ଶାନ୍ତି ବଜାୟ ରଖିପାରିବେ ? (୧ କରିନ୍ଥୀୟ ୮:୧୨, ୧୩)
୧୪ ଆପଣ ବ୍ୟକ୍ତିଗତ ମାମଲାରେ କୌଣସି ନିଷ୍ପତ୍ତି ନିଅନ୍ତି । ଯେବେ ଆପଣ ଏହି କଥାର ଧ୍ୟାନ ରଖନ୍ତି ଯେ ଆପଣଙ୍କ ନିଷ୍ପତ୍ତିରୁ ଅନ୍ୟମାନଙ୍କୁ ଖରାପ ନ ଲାଗୁ, ତେବେ ମଣ୍ଡଳୀରେ ଏକତା ବଜାୟ ରହେ । (୧ କରିନ୍ଥୀୟ ୮:୧୨, ୧୩ ପଢ଼ନ୍ତୁ ।) ହୁଏତ ଆପଣ ଏପରି କିଛି କରିବା ପାଇଁ ଭାବୁଥିବେ, ଯାହା “ସାଧନ [‘ଯାହା ଯଥାର୍ଥ ହୋଇଥିବ,’ NWT]” କିମ୍ବା ସେଥିରେ କିଛି ଭୁଲ ନ ଥିବ । କିନ୍ତୁ ଭାବନ୍ତୁ ଯଦି ଆପଣଙ୍କ ସେହି ନିଷ୍ପତ୍ତିରୁ କୌଣସି ଭାଇ କିମ୍ବା ଭଉଣୀଙ୍କୁ ଖରାପ ଲାଗିବ, ତାହେଲେ କʼଣ ଏହି ନିଷ୍ପତ୍ତି ନେବା “ହିତଜନକ” ହେବ ?d (୧ କରି. ୧୦:୨୩, ୨୪) ଯଦି ନାହିଁ, ତାହେଲେ ଏପରି ଭାବନ୍ତୁ ନାହିଁ ଯେ ‘ମୁଁ ଯାହା ଚାହିଁବି ତାହା କରିପାରିବି, ଏହା ତ ମୋ ଅଧିକାର ।’ ଏହା ପରିବର୍ତ୍ତେ ଭାବନ୍ତୁ ଯେ ଏଥିରୁ ଅନ୍ୟମାନଙ୍କୁ କିପରି ଲାଗିବ । (ରୋମୀ. ୧୫:୧) କିନ୍ତୁ ଯେପରି ଆମେ ଦେଖିଲୁ ଯେ ବ୍ୟକ୍ତିଗତ ମାମଲାରେ ସମସ୍ତଙ୍କୁ ନିଜ ନିଷ୍ପତ୍ତି ନିଜେ ନେବାର ଅଧିକାର ଅଛି ଏବଂ କାହାରିକୁ ବି ଅନ୍ୟମାନଙ୍କ ଉପରେ ପ୍ରଶ୍ନ କରିବା ଉଚିତ୍ ନୁହେଁ । ଏହାର ଅର୍ଥ ଅନ୍ୟମାନଙ୍କୁ ଆମ ନିଷ୍ପତ୍ତିର ଆଦର କରିବା ଉଚିତ୍ । କିନ୍ତୁ ଆମେ ରୋମୀୟ ୧୨:୧୮ ପଦରେ ଦିଆଯାଇଥିବା ପରାମର୍ଶକୁ ବି ମନେ ରଖିବା ଉଚିତ୍, ଯେଉଁଥିରେ ଲେଖାଅଛି, “ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ ।” ସେଥିପାଇଁ ଆମେ ପୂରା ଚେଷ୍ଟା କରିବା ଉଚିତ୍ ଯେ ଆମେ ସମସ୍ତଙ୍କ ସହିତ ଶାନ୍ତି ବଜାୟ ରଖୁ ଏବଂ ଆମଦ୍ୱାରା ଯେତେ ସମ୍ଭବ ଆମେ ଏପରି କିଛି କରିବା ନାହିଁ, ଯେଉଁଥିରୁ ଅନ୍ୟମାନଙ୍କୁ ଖରାପ ଲାଗିବ ।
୧୫. ମଣ୍ଡଳୀରେ ଏକତା ବଜାୟ ରଖିବା ପାଇଁ ପ୍ରାଚୀନମାନେ କʼଣ କରନ୍ତି ? (୧ କରିନ୍ଥୀୟ ୪:୬)
୧୫ ପ୍ରାଚୀନମାନେ ଅନ୍ୟମାନଙ୍କ ନିଷ୍ପତ୍ତିର ଆଦର କରନ୍ତି । ସେମାନେ ବ୍ୟକ୍ତିଗତ ମାମଲା ବିଷୟରେ କୌଣସି ନିୟମ ତିଆରି କରନ୍ତି ନାହିଁ ଏବଂ ବାଇବଲରେ ‘ଯାହା ଲିଖିତ ଅଛି, ତାହା ଅତିକ୍ରମ କରନ୍ତି ନାହିଁ ।’ (୧ କରିନ୍ଥୀୟ ୪:୬ ପଢ଼ନ୍ତୁ ।) ତାʼସହିତ ସେମାନେ ଧ୍ୟାନ ରଖନ୍ତି ଯେ ସେମାନେ ଆମ ପ୍ରକାଶନଗୁଡ଼ିକରେ ଦିଆଯାଇଥିବା ବାଇବଲ ଆଧାରିତ ପରାମର୍ଶ ଛଡ଼ା ଅଲଗା କୌଣସି ପରାମର୍ଶ ଦିଅନ୍ତୁ ନାହିଁ । ଯେବେ ଜଣେ ଖ୍ରୀଷ୍ଟିୟାନ ପ୍ରାଚୀନମାନଙ୍କଠାରୁ ପରାମର୍ଶ ନିଏ, ତେବେ ସେମାନେ ତାକୁ ଏହା କହନ୍ତି ନାହିଁ ଯେ ତାଙ୍କ ଅନୁସାରେ କʼଣ କରିବା ଠିକ୍ ରହିବ । କିମ୍ବା ସେମାନେ କେବଳ ନିଜ ଅନୁଭୂତିରୁ କିଛି କହନ୍ତି ନାହିଁ, ବରଂ ସେମାନେ ବାଇବଲରୁ ପରାମର୍ଶ ଦିଅନ୍ତି । (ଯିଶା. ୪୮:୧୭, ୧୮) ଏପରି ଭାବେ ପ୍ରାଚୀନମାନେ ମଣ୍ଡଳୀରେ ଏକତା ବଜାୟ ରଖିବା ପାଇଁ ପୂରା ଚେଷ୍ଟା କରନ୍ତି ।
୧୬. ପ୍ରାଚୀନମାନଙ୍କ ସମୂହ ଯେବେ କୌଣସି ନିଷ୍ପତ୍ତି ନିଏ, ତେବେ ପ୍ରତ୍ୟେକ ପ୍ରାଚୀନକୁ କʼଣ କରିବା ଉଚିତ୍ ?
୧୬ ଜଣେ ପ୍ରାଚୀନ ସେହି ନିଷ୍ପତ୍ତିଗୁଡ଼ିକର ବି ଆଦର କରେ, ଯାହା ପ୍ରାଚୀନମାନଙ୍କ ସମୂହ ମିଶିକି ନେଇଥାଏ । ଯେବେ ପ୍ରାଚୀନମାନଙ୍କ ସମୂହ ପବିତ୍ର ଶକ୍ତି ପାଇଁ ପ୍ରାର୍ଥନା କରେ ଏବଂ ବାଇବଲରେ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ଧ୍ୟାନରେ ରଖି କୌଣସି ନିଷ୍ପତ୍ତି ନିଏ, ତେବେ ସମୂହରେ ଥିବା ପ୍ରତ୍ୟେକ ପ୍ରାଚୀନଙ୍କୁ ସେହି ନିଷ୍ପତ୍ତିର ପୂରା ପୂରା ସହଯୋଗ କରିବା ଉଚିତ୍ । ସେମାନଙ୍କୁ ସେସମୟରେ ବି ଏପରି କରିବା ଉଚିତ୍, ଯେବେ ତାଙ୍କ ମତ ଅଧିକାଂଶ ପ୍ରାଚୀନମାନଙ୍କଠାରୁ ଅଲଗା ହୋଇଥାଏ । (ଏଫି. ୫:୧୭) ଏହା ବ୍ୟତୀତ ପ୍ରାଚୀନମାନେ ଏହି କଥାର ବି ଧ୍ୟାନ ରଖନ୍ତି ଯେ ସେମାନେ ବାଇବଲ ଓ ପ୍ରକାଶନଗୁଡ଼ିକରେ ଯାହା ନିର୍ଦ୍ଦେଶ ଦିଆଯାଇଛି, ସେଗୁଡ଼ିକୁ ମାନନ୍ତୁ । ନିଜ ଅନୁସାରେ କୌଣସି ନିୟମ ତିଆରି କରନ୍ତୁ ନାହିଁ । ଯେପରି ଜଣେ ପ୍ରାଚୀନ ନିଜ କଥାରେ ଅନ୍ୟମାନଙ୍କୁ ସହମତ କରାଇବା ପାଇଁ କେବେ ବି ଆମ ପ୍ରକାଶନରେ ଲେଖାଥିବା କୌଣସି ଗୋଟିଏ କଥାକୁ ବ୍ୟବହାର କରି କିଛି କହିବ ନାହିଁ, ବରଂ ସେ ସେହି ଲେଖାରେ ଦିଆଯାଇଥିବା ଅନ୍ୟ କଥାଗୁଡ଼ିକ ଉପରେ ବି ଧ୍ୟାନ ଦେବ ।
୧୭. ଯେବେ ମଣ୍ଡଳୀରେ ପ୍ରତ୍ୟେକ ଜଣ ପରସ୍ପରର ନିଷ୍ପତ୍ତିକୁ ଆଦର ଦେଖାନ୍ତି, ତେବେ କʼଣ ହୁଏ ?
୧୭ ଯେପରି ଆମେ ଏବେ ପର୍ଯ୍ୟନ୍ତ ଦେଖିଲୁ, ଆମେ ସମସ୍ତେ ପରସ୍ପରଠାରୁ ଅଲଗା । ସମସ୍ତଙ୍କର ଭାବିବାର ଶୈଳୀ ନିଆରା ଏବଂ ସମସ୍ତଙ୍କ ପସନ୍ଦ ନାପସନ୍ଦ ଅଲଗା । ଆମ ସମସ୍ତଙ୍କ ସ୍ୱଭାବ ଅଲଗା ଏବଂ ଆମର ଅଲଗା ଅଲଗା ପରିବେଶରେ ଲାଳନପାଳନ ହୋଇଛି । ସେଥିପାଇଁ ଯେବେ ଆମେ ସାଙ୍ଗରେ ମିଶି ମଣ୍ଡଳୀରେ ଏକାଠି ହେଉ, ତେବେ ଗୋଟିଏ ଖୁସିଭରା ପରିବେଶ ସୃଷ୍ଟି ହୋଇଥାଏ । ଯେବେ ବି ଆମ ଚିନ୍ତାଧାରା ଅନ୍ୟମାନଙ୍କ ସହ ମେଳ ଖାଏ ନାହିଁ, ତେବେ ଆମେ ନିଜ ମନରେ ରାଗ ରଖି ନ ଥାଉ, ବରଂ ଆମେ ଶାନ୍ତି ବଜାୟ ରଖିବା ପାଇଁ ପୂରା ଚେଷ୍ଟା କରୁ । ଆମେ ଏହି କଥାର ଧ୍ୟାନ ରଖୁ ଯେ ଆମ ନିଷ୍ପତ୍ତିରୁ ଅନ୍ୟମାନଙ୍କୁ ଖରାପ ନ ଲାଗୁ ଏବଂ ଆମେ ଅନ୍ୟମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତିରେ ପ୍ରଶ୍ନ କରି ନ ଥାଉ । ଯଦି ଆମେ ଏପରି କରୁଥିବା, ତାହେଲେ ଯିହୋବା ଆମ ଚେଷ୍ଟାଗୁଡ଼ିକ ଉପରେ ନିଶ୍ଚୟ ଆଶିଷ ଦେବେ ଏବଂ ମଣ୍ଡଳୀରେ ପ୍ରେମ ଓ ଏକତାର ପରିବେଶ ବଜାୟ ରହିବ !—ଗୀତ. ୧୩୩:୧; ମାଥି. ୫:୯.
ଗୀତ ୮୯ ଶୁଣି ଅନୁକରଣ କର
a କୌଣସି ଚର୍ଚ୍ଚରେ ଶୋକ ସଭା କିମ୍ବା ବିବାହର କାର୍ଯ୍ୟକ୍ରମ ପାଇଁ ଯିବା ଉଚିତ୍ ନା ନୁହେଁ, ଏହା ନିଷ୍ପତ୍ତି ନେବା ପୂର୍ବରୁ ଜଣେ ଖ୍ରୀଷ୍ଟିୟାନକୁ କିଛି କଥା ଧ୍ୟାନରେ ରଖିବା ଉଚିତ୍ । ଏବିଷୟରେ ଜାଣିବା ପାଇଁ ୧୫ ମେ, ୨୦୦୨ର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ପାଠକୋଁ କେ ପ୍ରଶ୍ନ” ପଢ଼ନ୍ତୁ ।
b ଯଦି ଜଣେ ଖ୍ରୀଷ୍ଟିୟାନ ଏପରି ନିଷ୍ପତ୍ତି ନିଏ ଯାହା ବାଇବଲ ଅନୁସାରେ ଭୁଲ ଅଟେ, ତାହେଲେ ପ୍ରାଚୀନମାନଙ୍କୁ ତାଙ୍କର ନ୍ୟାୟ କରିବାକୁ ପଡ଼ିଥାଏ । କିନ୍ତୁ ଏପରି କରିବା ସମୟରେ ସେମାନେ ମନେ ରଖନ୍ତି ଯେ ସେମାନେ ଯିହୋବାଙ୍କ ତରଫରୁ ନ୍ୟାୟ କରୁଛନ୍ତି । ପ୍ରାଚୀନମାନେ ଏହା ବି ଧ୍ୟାନ ରଖନ୍ତି ଯେ ସେମାନଙ୍କୁ ନିଜ ଅନୁସାରେ ନୁହେଁ, ବରଂ ଯିହୋବାଙ୍କ ସ୍ତରଗୁଡ଼ିକ ଅନୁସାରେ ନ୍ୟାୟ କରିବା ଉଚିତ୍ ।—୨ ବଂଶାବଳୀ ୧୯:୬ ପଦ ସହ ତୁଳନା କରନ୍ତୁ ।
c ଗାଲାତୀୟ ୬:୧ (NWT): “ଭାଇମାନେ, ହୁଏତ ଜଣେ ବ୍ୟକ୍ତି ଭୁଲ ପଦକ୍ଷେପ ନିଏ ଓ ତାକୁ ଏହା ଅନୁଭବ ହୁଏ ନାହିଁ । ଏପରି ସମୟରେ, ତୁମ୍ଭେମାନେ ଯେଉଁମାନଙ୍କ ପାଖରେ ଈଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ ଯୋଗ୍ୟତା ଅଛି, କୋମଳ ଭାବନାରୁ ଏପରି ବ୍ୟକ୍ତିକୁ ସୁଧାରିବା ପାଇଁ ଚେଷ୍ଟା କର । କିନ୍ତୁ ନିଜ ପ୍ରତି ମଧ୍ୟ ଧ୍ୟାନ ରଖ ଯେ କାଳେ ତୁମେ ଭ୍ରାନ୍ତ ନ ହୋଇଯାଅ ।”
d ଏହାର କିଛି ଉଦାହରଣ ଜାଣିବା ପାଇଁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର, ପାଠ ୩୫, ପଏଣ୍ଟ ନଂ. ୫ ପଢ଼ନ୍ତୁ ।