ବାଇବଲର ଚରିତ୍ର
ମନହେମ୍—ଯିହୋବାଙ୍କ ସେବାକୁ ପ୍ରଥମ ସ୍ଥାନ ଦିଅନ୍ତୁ
ମନହେମ୍ ପ୍ରଥମ ଶତାବ୍ଦୀରେ ଥିବା ଆନ୍ତିୟଖିଆସ୍ଥିତ ମଣ୍ଡଳୀରେ ନେତୃତ୍ୱ ନେଉଥିବା ଜଣେ ଭାଇ ଥିଲେ । ସେ “ହେରୋଦ ରାଜାଙ୍କ ସହିତ ବଢ଼ିଥିଲେ ।” (ପ୍ରେରି. ୧୩:୧, ଇଜି-ଟୁ-ରିଡ୍ ଭର୍ସନ) ଅର୍ଥାତ୍ ମନହେମ୍ ଉଚ୍ଚ ଶିକ୍ଷିତ ଥିଲେ ଏବଂ ଧନୀ ପରିବାରରୁ ଥିଲେ ।
ସେ ଚାହିଁଥିଲେ ନିଜ ପାଠ ପଢ଼ା ଏବଂ ଚିହ୍ନା ପରିଚିତମାନଙ୍କ ସାହାଯ୍ୟରେ ଦୁନିଆରେ ନାମ ଅର୍ଜନ କରିପାରିଥାʼନ୍ତେ । କିନ୍ତୁ ସେ ଏପରି କିଛି କଲେ ନାହିଁ । ସେ ଜଣେ ଖ୍ରୀଷ୍ଟିୟାନ ହେବା ପାଇଁ ନିଷ୍ପତ୍ତି ନେଲେ ଏବଂ ଭାଇଭଉଣୀମାନଙ୍କ ପାଇଁ ବହୁତ ପରିଶ୍ରମ କଲେ ।
ମନହେମ୍ଙ୍କ ପାଇଁ ଦୁନିଆରେ ନାମ ଅର୍ଜନ କରିବା ଓ ପଇସା ରୋଜଗାର କରିବା ଅପେକ୍ଷା ଯିହୋବାଙ୍କ ସେବା କରିବା ସବୁଠୁ ବେଶୀ ମହତ୍ତ୍ୱ ରଖୁଥିଲା । ତାଙ୍କ ଭଳି ଆମକୁ ବି ଦୁନିଆର ଜିନିଷ ପଛରେ ଗୋଡ଼ାଇବା ଉଚିତ୍ ନୁହେଁ, ବରଂ ଯିହୋବାଙ୍କ ସେବାରେ ଅଧିକରୁ ଅଧିକ କରିବା ଉଚିତ୍ । (ମାଥି. ୬:୩୩) ଏହା ସତ ଯେ ପାଠ ପଢ଼ା ଯୋଗୁଁ ଅନେକ ଲାଭ ହୁଏ, କିନ୍ତୁ ଆମର ଏହା ହିଁ ଚେଷ୍ଟା ରହେ ଯେ ଆମେ ‘ଉତ୍କୃଷ୍ଟ ବିଷୟଗୁଡ଼ିକୁ’ ଚିହ୍ନୁ ଏବଂ ଧ୍ୟାନ ରଖୁ ଯେ ଆମ ପାଠ ପଢ଼ା କିମ୍ବା କାମ ଯୋଗୁଁ ଆମେ ଯିହୋବାଙ୍କ ଉପାସନାକୁ କମ୍ ମହତ୍ତ୍ୱ ଦେବାକୁ ନ ଲାଗୁ ।—ଫିଲିପ୍. ୧:୯, ୧୦.