ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଡିସେମ୍ବର ପୃଷ୍ଠା ୩୧
  • ଆପଣଙ୍କୁ ମନେ ଅଛି କି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣଙ୍କୁ ମନେ ଅଛି କି ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ପ୍ରାୟ ସମାନ ଲେଖା
  • ଭାଗ ୧
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଡିସେମ୍ବର ପୃଷ୍ଠା ୩୧

ଆପଣଙ୍କୁ ମନେ ଅଛି କି ?

କʼଣ ଆପଣ ଏହି ବର୍ଷର ପ୍ରହରୀଦୁର୍ଗ ପତ୍ରିକାଗୁଡ଼ିକୁ ଧ୍ୟାନର ସହ ପଢ଼ିଛନ୍ତି ? ଦେଖନ୍ତୁ ଯେ ଆପଣ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରନ୍ତି ନା ନାହିଁ:

ଆମେ କାହିଁକି ଯିହୋବାଙ୍କର ମହିମା କରୁ ?

ଆମେ ଏଥିପାଇଁ ଯିହୋବାଙ୍କର ମହିମା କରୁ, କାରଣ ଆମେ ତାଙ୍କର ବହୁତ ଆଦର କରୁ ଏବଂ ତାଙ୍କୁ ବହୁତ ପ୍ରେମ କରୁ । ତାʼସହିତ ଆମେ ଚାହୁଁ ଯେ ପ୍ରତ୍ୟେକ ଲୋକ ତାଙ୍କୁ ଜାଣନ୍ତୁ ।—ପ୍ର୨୫.୦୧, ପୃ ୩.

ଯେବେ କେହି ଆମକୁ ଦୁଃଖ ପହଞ୍ଚାନ୍ତି, ତେବେ ଆମେ କିପରି ତାଙ୍କୁ ହୃଦୟରୁ କ୍ଷମା କରିପାରିବା ?

ଆମେ ନିଜ ଦୁଃଖକୁ ଅଣଦେଖା କରି ନ ଥାଉ, କିନ୍ତୁ ଆମେ ନିଜ ମନରେ ରାଗ ବି ରଖି ନ ଥାଉ । ସେଥିପାଇଁ ଆମ ମନ ତିକ୍ତତାରେ ଭରି ନ ଥାଏ ।—ପ୍ର୨୫.୦୨, ପୃ ୧୫-୧୬.

ମାର୍କ କାହିଁକି ଯୁବା ଭାଇମାନଙ୍କ ପାଇଁ ଭଲ ଉଦାହରଣ ଅଟନ୍ତି ?

ମାର୍କ ଖୁସିର ସହିତ ସେବା କରିବା ପାଇଁ ଆଗେଇ ଆସିଲେ । ଥରେ କୌଣସି କାରଣ ଯୋଗୁଁ ମାର୍କଙ୍କୁ ହୁଏତ ବହୁତ ଖରାପ ଲାଗିଲା ଓ ଦୁଃଖ ବି ଲାଗିଲା, ତଥାପି ସେ ପଛଘୁଞ୍ଚା ଦେଲେ ନାହିଁ । ସେ ପାଉଲ ଓ ଅନ୍ୟ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କର ସହିତ ଭଲ ସମ୍ପର୍କ ବଜାୟ ରଖିଲେ ।—ପ୍ର୨୫.୦୪, ପୃ ୨୭.

ଯେବେ ଯୀଶୁ କହିଲେ, “ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି,” ତେବେ ତାଙ୍କ କହିବାର ଅର୍ଥ କʼଣ ଥିଲା ? (ଯୋହ. ୧୭:୨୬)

ତାଙ୍କର ଶିଷ୍ୟମାନଙ୍କୁ ପ୍ରଥମରୁ ହିଁ ଯିହୋବାଙ୍କର ନାମ ଜଣାଥିଲା । କିନ୍ତୁ ଯୀଶୁ ସେମାନଙ୍କୁ ଶିଖାଇଲେ ଯେ ଯିହୋବା କିପରି ଈଶ୍ୱର ଅଟନ୍ତି, ତାଙ୍କ ଭିତରେ କେଉଁ ଗୁଣଗୁଡ଼ିକ ରହିଛି, ସେ ପୃଥିବୀ ପାଇଁ ଓ ମଣିଷମାନଙ୍କ ପାଇଁ କʼଣ ଭାବିଛନ୍ତି, ସେ ଏବେ ପର୍ଯ୍ୟନ୍ତ କʼଣ କରିଛନ୍ତି ଓ ଆଗକୁ ଯାଇ କʼଣ କରିବେ ।—ପ୍ର୨୫.୦୫, ପୃ ୨୦-୨୧.

ମର୍ଯ୍ୟାଦାରେ ରହିଲେ ଆମେ କʼଣ ସ୍ୱୀକାର କରିବା ?

ଆମେ ଏହା ସ୍ୱୀକାର କରିବା ଯେ ଆମକୁ କିଛି କଥା ଜଣାନାହିଁ । ଉଦାହରଣ ପାଇଁ, ଯୁଗାନ୍ତ କେବେ ଆସିବ, ତାହା ଆମେ ଜାଣିନାହୁଁ ଏବଂ ଯିହୋବା ଠିକ୍‌ କିପରି ସାହାଯ୍ୟ କରିବେ, ତାହା ବି ଆମେ ଜାଣିନାହୁଁ । ତାʼସହିତ ଆଗକୁ କʼଣ ହେବ ଏବଂ ଯିହୋବା ଆମକୁ କେତେ ଭଲଭାବରେ ଜାଣନ୍ତି, ତାହା ବି ଆମେ ଜାଣିନାହୁଁ ।—ପ୍ର୨୫.୦୬, ପୃ ୧୫-୧୮.

ଯେବେ ଆମେ କିଛି ଲେଖା ପଢ଼ୁ କିମ୍ବା ଜନଭାଷଣ ଶୁଣୁ, ତେବେ ସେଥିରୁ ପୂରା ଲାଭ କିପରି ପାଇପାରିବା ?

ଆମେ ଭାବିପାରିବା, ‘ଲୋକମାନଙ୍କୁ ବାଇବଲର କୌଣସି ଶିକ୍ଷା ଉପରେ ଭରସା କରିବା ପାଇଁ ଏଥିରେ କେଉଁ ପ୍ରମାଣ ଦିଆଯାଇଛି ? କʼଣ ଏଥିରେ କୌଣସି ବଢ଼ିଆ ଉଦାହରଣ ଅଛି, ଯାହା ମୁଁ ଅନ୍ୟମାନଙ୍କୁ ଶିଖାଇବା ସମୟରେ କହିପାରିବି ? ଏହି ବିଷୟରେ କେଉଁ ଲୋକମାନେ ଜାଣିବା ପାଇଁ ଚାହିଁବେ ?’—ପ୍ର୨୫.୦୭, ପୃ ୧୯.

ଯିହୋବା ଦାଉଦଙ୍କ ସହିତ ଯେପରି ଭାବେ ବ୍ୟବହାର କଲେ, ସେଥିରୁ ଆମେ ଯିହୋବାଙ୍କ କ୍ଷମା କରିବା ବିଷୟରେ କʼଣ ଶିଖୁ ?

ଦାଉଦ ଅନେକ ବଡ଼ ପାପ କରିଥିଲେ କିନ୍ତୁ ପରେ ଯେବେ ସେ ହୃଦୟରୁ ପଶ୍ଚାତାପ କଲେ, ତେବେ ଯିହୋବା ତାଙ୍କୁ କ୍ଷମା କରିଦେଲେ । (୧ ରାଜା. ୯:୪, ୫) ଯେବେ ଯିହୋବା କାହାକୁ କ୍ଷମା କରନ୍ତି, ତେବେ ସେ ତାଙ୍କ ପାପଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯାʼନ୍ତି ଏବଂ ପୁଣି କେବେ ବି ସେଗୁଡ଼ିକୁ ମନେ ପକାନ୍ତି ନାହିଁ ।—ପ୍ର୨୫.୦୮, ପୃ ୧୭.

ଯଦି ବାଇବଲ ବିଦ୍ୟାର୍ଥୀ କୌଣସି କଥାକୁ ବୁଝିପାରୁନି, ତାହେଲେ ଆପଣ କʼଣ କରିପାରିବେ ?

ବାଇବଲରୁ ଭଲଭାବେ ବୁଝାଇବା ପରେ ବି ଯଦି ସେ ବୁଝିପାରୁ ନାହାନ୍ତି, ତାହେଲେ ସେହି କଥାକୁ ଛାଡ଼ି ଦିଅନ୍ତୁ ଏବଂ ନିଜ ଅଧ୍ୟୟନ ଜାରି ରଖନ୍ତୁ । ସେହି ବିଷୟରେ ଆପଣ ପରେ ତାଙ୍କ ସହିତ ଚର୍ଚ୍ଚା କରନ୍ତୁ ।—ପ୍ର୨୫.୦୯, ପୃ ୨୪.

ବାଇବଲରେ କୁହାଯାଇଛି ଯେ ‘ପାପର ପ୍ରବଞ୍ଚନାରେ’ ଶକ୍ତି ରହିଛି । (ଏବ୍ରୀ ୩:୧୩) ଏହାର ଅର୍ଥ କʼଣ ?

ପାପୀ ହେବା ଯୋଗୁଁ ଆମେ ଖରାପ କାମ କରିବା ପାଇଁ ପ୍ରଲୋଭିତ ହୋଇଥାଉ । ତାʼସହିତ ଏହି କାରଣରୁ ଆମେ ବାରମ୍ବାର ସନ୍ଦେହ ବି କରିବାକୁ ଲାଗୁ । ଯେପରି, ଆମେ ସନ୍ଦେହ କରୁ ଯେ ଯିହୋବା ଆମକୁ ପ୍ରେମ କରନ୍ତି ନା ନାହିଁ ।—ପ୍ର୨୫.୧୦, ପୃ ୧୬.

ଆମେ କେଉଁ ତିନୋଟି ପଦକ୍ଷେପ ନେଲେ ମନଖୋଲି ପ୍ରାର୍ଥନା କରିପାରିବା ?

(୧) ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ ଗଭୀର ଭାବେ ଭାବିପାରିବା । (୨) ଆମେ ଭାବିପାରିବା ଯେ ଆମେ କେଉଁ ସମସ୍ୟାଗୁଡ଼ିକର ସାମନା କରୁଛୁ ଏବଂ ସେବିଷୟରେ ପ୍ରାର୍ଥନାରେ କହିପାରିବା । ଉଦାହରଣ ପାଇଁ, ଯଦି କାହାକୁ କ୍ଷମା କରିବା ଆମକୁ କଠିନ ଲାଗୁଛି । (୩) ସମୟ ନେଇ ପ୍ରାର୍ଥନା କରନ୍ତୁ । ଏପରି କଲେ ଆମେ ଯିହୋବାଙ୍କୁ ନିଜ ମନକଥା ଖୋଲିକି କହିପାରିବା ।—ପ୍ର୨୫.୧୦, ପୃ ୧୯-୨୦.

ଆମେ ବୃଦ୍ଧ ଭାଇଭଉଣୀମାନଙ୍କର କିପରି ସାହାଯ୍ୟ କରିପାରିବା ?

ଆମେ ସେମାନଙ୍କୁ ଭେଟିବା ପାଇଁ ଯାଇପାରିବା କିମ୍ବା ସେମାନଙ୍କୁ ଫୋନ୍‌ କରିପାରିବା । ଯେବେ ତାଙ୍କୁ ଡାକ୍ତରଙ୍କ ସହିତ ଦେଖା ହେବାର ଥାଏ, ତେବେ ଆମେ ତାଙ୍କ ସାଙ୍ଗରେ ଯାଇପାରିବା । କିମ୍ବା ଆମେ ଭିନ୍ନ ଭିନ୍ନ ଉପାୟରେ ତାଙ୍କ ସହିତ ପ୍ରଚାର କରିପାରିବା ।—ପ୍ର୨୫.୧୧, ପୃ ୬-୭.

ବିବାହ ମାମଲାରେ କେଉଁ କଥାଗୁଡ଼ିକୁ ଧ୍ୟାନ ଦେଲେ ଆମେ ଯିହୋବାଙ୍କର ମହିମା କରିଥାଉ ?

ଆପଣ ଯେଉଁ ଜାଗାରେ ରହନ୍ତି, ସେଠାରେ ବିବାହକୁ ନେଇ ସରକାରଙ୍କର ଯେଉଁ ନିୟମ ରହିଛି ସେଗୁଡ଼ିକୁ ମାନନ୍ତୁ । ଧ୍ୟାନ ରଖନ୍ତୁ ଯେ ବିବାହ ଓ ବିବାହ ଭୋଜିର ପରିବେଶ ଏପରି ହେବା ଉଚିତ୍‌, ଯେଉଁଥିରୁ ଦୁନିଆର ଚଳନ ନୁହେଁ ବରଂ ଖ୍ରୀଷ୍ଟିୟାନ ଗୁଣ ଦେଖାଯିବା ଉଚିତ୍‌ । ଆପଣଙ୍କର ପୋଷାକ ଉପଯୁକ୍ତ ଓ ସମ୍ମାନନୀୟ ହେବା ଉଚିତ୍‌ । ଏପରି ରୀତିନୀତିଗୁଡ଼ିକୁ ମାନିବାରୁ ପୂରାପୂରି ଦୂରେଇ ରହନ୍ତୁ ଯାହା ବାଇବଲ ସିଦ୍ଧାନ୍ତ ବିରୁଦ୍ଧରେ ଅଟେ । ବିବାହର ପ୍ରସ୍ତୁତି କରିବା ସମୟରେ ମନଖୋଲି କଥା ହୁଅନ୍ତୁ ।—ପ୍ର୨୫.୧୨, ପୃ ୨୧-୨୪.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ