ଯେବେ ଆପଣଙ୍କ ଦୁଃଖ ଅସହ୍ୟ ହୋଇଯାଏ
ଆମେରିକାରେ ରହୁଥିବା ସେଲିa ଗୋଟିଏ ଭୟଙ୍କର ଝଡ଼ ତୋଫାନରେ ପ୍ରାୟ ସବୁକିଛି ହରାଇ ବସିଲେ । ସେ କହନ୍ତି, “ଏଥିରୁ ମୋତେ ବଡ଼ ଧକ୍କା ଲାଗିଲା । ଅନେକ ଥର ମୋତେ ଲାଗୁଥିଲା ଯେ ମୁଁ ଏହାକୁ ଆଉ ସହିପାରିବି ନାହିଁ । ମୋ ଦ୍ୱାରା ଆଉ ହେବ ନାହିଁ ।”
ନିଜ ପ୍ରିୟଜନଙ୍କୁ ମୃତ୍ୟୁରେ ହରାଇ ବସିବାର ଦୁଃଖ ସହିବା ବି ବହୁତ କଷ୍ଟ ହୋଇଥାଏ । ଅଷ୍ଟ୍ରେଲିଆରେ ରହୁଥିବା ଜେନିସ କହନ୍ତି, “ଯେବେ ମୁଁ ନିଜ ଦୁଇ ପୁଅଙ୍କୁ ହରାଇ ବସିଲି, ତେବେ ମୁଁ ପୂରାପୂରି ଭାଙ୍ଗି ପଡ଼ିଲି । ମୁଁ ନିଜକୁ ସମ୍ଭାଳିବା ପାଇଁ ବହୁତ ଚେଷ୍ଟା କଲି, କିନ୍ତୁ ମୁଁ ନିଜକୁ ସମ୍ଭାଳି ପାରୁ ନ ଥିଲି । ମୁଁ ଈଶ୍ୱରଙ୍କୁ ବିନତି କଲି, ‘ମୋ ଦ୍ୱାରା ଏହି ଦୁଃଖ ଆଉ ସହି ହେବ ନାହିଁ । ମୋର ବି ଜୀବନ ନେଇଯାଅ ।’”
ଯେବେ ଦିନେଶଙ୍କ ସ୍ତ୍ରୀ ତାଙ୍କ ସହ ବିଶ୍ୱାସଘାତ କଲେ, ତେବେ ତାଙ୍କୁ ବଡ଼ ଧକ୍କା ଲାଗିଲା । ସେ କହନ୍ତି, “ଯେବେ ମୋର ସ୍ତ୍ରୀ ନିଜେ ଆସି ମୋତେ କହିଲେ ଯେ ସେ ମୋ ସହ ବିଶ୍ୱାସଘାତ କରିଛନ୍ତି, ତେବେ ମୋତେ ଏପରି ଲାଗିଲା ଯେପରି କେହି ମୋ ଛାତିରେ ଛୁରୀ ଭୁସି ଦେଲେ । ଆଉ ଅନେକ ମାସ ଯାଏଁ ଏହି ଦୁଃଖ ମୋତେ ବାରମ୍ବାର କଷ୍ଟ ଦେଉଥିଲା ।”
କʼଣ ଆପଣ ତଳେ ଦିଆଯାଇଥିବା କୌଣସି ପରିସ୍ଥିତିର ସାମନା କରୁଛନ୍ତି ?
ପ୍ରାକୃତିକ ବିପର୍ଯ୍ୟୟ
ପ୍ରିୟଜନଙ୍କର ମୃତ୍ୟୁ
ଜୀବନସାଥୀର ବିଶ୍ୱାସଘାତ
ଗମ୍ଭୀର ରୋଗ
ନିରାଶାର ଭାବନା
ପ୍ରହରୀଦୁର୍ଗର ଏହି ସଂଖ୍ୟାରେ କୁହାଯାଇଛି ଯେ ଏପରି କଠିନ ପରିସ୍ଥିତିରେ ବି ଆପଣ କିପରି ନିଜକୁ ସମ୍ଭାଳିପାରିବେ ।
a ଏହି ଲେଖାଗୁଡ଼ିକର ସିରିଜ୍ରେ କିଛି ନାମ ପରିବର୍ତ୍ତନ କରିଦିଆଯାଇଛି ।