ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଜୁଲାଇ ପୃଷ୍ଠା ୩୧
  • ଭଲ ସମ୍ପର୍କ ବଜାୟ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭଲ ସମ୍ପର୍କ ବଜାୟ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ପ୍ରାୟ ସମାନ ଲେଖା
  • କʼଣ ଆପଣ ଯିହୋବାଙ୍କ ସାଙ୍ଗ ହୋଇପାରିବେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଜୁଲାଇ ପୃଷ୍ଠା ୩୧
ଜଣେ ଭଉଣୀ ଅନ୍ୟ ଭଉଣୀଙ୍କୁ ହୃଦୟରୁ କ୍ଷମା ମାଗୁଛନ୍ତି । ସେମାନେ ଦୁହେଁ ତାଙ୍କ ଦୁହିଁଙ୍କ ମଧ୍ୟରୁ ଜଣକ ଘରେ ଅଛନ୍ତି ।

ଭଲ ସମ୍ପର୍କ ବଜାୟ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ

କʼଣ କୌଣସି ଭାଇ କିମ୍ବା ଭଉଣୀଙ୍କ ଯୋଗୁଁ ଆପଣଙ୍କୁ ବହୁତ କଷ୍ଟ ପହଞ୍ଚିଛି ଏବଂ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଛି ? ତାହେଲେ ତୁରନ୍ତ ପଦକ୍ଷେପ ନିଅନ୍ତୁ ଏବଂ ଏହା ସଠିକ୍‌ ଉଦ୍ଦେଶ୍ୟରେ କରନ୍ତୁ । ଏପରି କଲେ ଆପଣ ପୁଣିଥରେ ଭଲ ସାଙ୍ଗ ହୋଇପାରିବେ ଏବଂ ମଣ୍ଡଳୀରେ ଏକତା ବଜାୟ ରହିବ ।a

ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଜଣେ ଡାକ୍ତର ଭଙ୍ଗା ହାଡ଼କୁ ତୁରନ୍ତ ଠିକ୍‌ ଜାଗାରେ ବସାନ୍ତି, ଯାହାଫଳରେ ହାଡ଼ ପୁଣିଥରେ ଯୋଡ଼ିଯାଏ ଏବଂ ଧୀରେ ଧୀରେ ବ୍ୟଥା ଠିକ୍‌ ହୋଇଯାଏ । କିନ୍ତୁ ଯଦି ତୁରନ୍ତ କିଛି କରା ନ ଯାଏ, ତାହେଲେ ବ୍ୟଥା କମ୍‌ ହେବ ନାହିଁ । ଆଉ ଯଦି ଲମ୍ବା ସମୟ ଯାଏ ଏହାକୁ ଏପରି ହିଁ ଛାଡ଼ି ଦିଆଯାଏ, ତାହେଲେ ହାଡ଼ଗୁଡ଼ିକ ଭୁଲ ଭାବରେ ଯୋଡ଼ି ହୋଇଯିବ ଏବଂ ପରେ ଆଉ ଠିକ୍‌ ହେବ ନାହିଁ ।

ଠିକ୍‌ ସେହିଭଳି, ଯଦି କୌଣସି ଭାଇ କିମ୍ବା ଭଉଣୀଙ୍କ ସହିତ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଏ, ତାହେଲେ ତାହାକୁ ତୁରନ୍ତ ଠିକ୍‌ କରିବା ବହୁତ ଜରୁରୀ, ନହେଲେ ସେହି ବ୍ୟଥା ବଢ଼ି ବଢ଼ିଯିବ । ତାʼସହିତ ଆପଣଙ୍କ ମିତ୍ରତା ସବୁଦିନ ପାଇଁ ଶେଷ ହୋଇଯିବ । ଯୀଶୁ ପରାମର୍ଶ ଦେଲେ, ‘ଶୀଘ୍ର ମିଳନର ଭାବ ଦେଖାଅ ।’ (ମାଥି. ୫:୨୫) ତେଣୁ ତୁରନ୍ତ ନିଜ ମିତ୍ର ପାଖକୁ ଯାʼନ୍ତୁ, ଆଉ ଅତି ପ୍ରେମର ସହ ଏବଂ ଖୋଲିକି କଥା ହୁଅନ୍ତୁ । ଏପରି କରିବା ସହଜ ହୋଇ ନ ଥାଏ । ଆସନ୍ତୁ ଆମେ ଏହାର ଦୁଇଟି କାରଣ ଉପରେ ଧ୍ୟାନ ଦେବା ।

ପ୍ରଥମ କାରଣ, ଯେବେ ସମସ୍ୟା ସୃଷ୍ଟି ହୁଏ, ତେବେ ଆମକୁ ସେବିଷୟରେ କଥା ହେବା ପାଇଁ ଭଲ ଲାଗେ ନାହିଁ ।b ଏହାଯୋଗୁଁ ସମସ୍ୟା ଆହୁରି ବଢ଼ିଯାଏ । ଇୟଦିଆ ଓ ସୁନ୍ତୁଖୀ ନାମକ ଦୁଇଜଣ ଖ୍ରୀଷ୍ଟିୟାନ ଭଉଣୀଙ୍କ ସହିତ ହୁଏତ ଏପରି ହିଁ ହୋଇଥିବ । ଏପରି ଜଣାପଡ଼େ ଯେ ଅନେକ ଦିନରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା । ଏହି ସମସ୍ୟା ଏତେ ବଢ଼ିଗଲା ଯେ ସୁଦୂର ରୋମରେ ଥିବା ପାଉଲଙ୍କ ଯାଏ ମଧ୍ୟ ଏହି ଖବର ପହଞ୍ଚିଗଲା । ସେଥିପାଇଁ ପାଉଲ ସେମାନଙ୍କ ପରସ୍ପର ମଧ୍ୟରେ ଥିବା ସମ୍ପର୍କକୁ ଠିକ୍‌ କରିବା ପାଇଁ ପ୍ରୋତ୍ସାହନ ଦେଲେ । (ଫିଲିପ୍‌. ୪:୨) ଯଦି ସେମାନେ ନମ୍ର ହୋଇ ଏବଂ ଖୋଲିକି ନିଜ ସମସ୍ୟା ବିଷୟରେ କଥା ହୁଅନ୍ତେ ଏବଂ ହୃଦୟରୁ ପରସ୍ପରକୁ କ୍ଷମା କରନ୍ତେ, ତାହେଲେ ସେମାନେ ପୁଣିଥରେ ଭଲ ମିତ୍ର ହୋଇ ରହିପାରନ୍ତେ ।

ଦ୍ୱିତୀୟ କାରଣ, ଆମକୁ ଲାଗେ ଯେ ଭୁଲ ଆମର ନୁହେଁ, ଏହି ଭୁଲ ଅନ୍ୟ ଜଣର ଅଟେ । ତେଣୁ ତାକୁ ପ୍ରଥମେ କ୍ଷମା ମାଗିବା ଉଚିତ୍‌ । ମନେ ରଖନ୍ତୁ, ପରସ୍ପରର ସମ୍ପର୍କକୁ ଠିକ୍‌ କରିବା ଅଧିକ ଜରୁରୀ, କାହାର ଦୋଷ ଥିଲା ତାହା ଜାଣିବା ନୁହେଁ । ଜଣେ ଡାକ୍ତର ଏହି କଥା ଉପରେ ଅଧିକ ଧ୍ୟାନ ଦିଅନ୍ତି ନାହିଁ ଯେ ହାଡ଼ କିପରି ଭାଙ୍ଗିଲା, ବରଂ ସେ ଏହି କଥା ଉପରେ ଧ୍ୟାନ ଦିଅନ୍ତି ଯେ ଭଙ୍ଗା ହାଡ଼କୁ କିପରି ଠିକ୍‌ କରାଯାଇପାରିବ । ଠିକ୍‌ ସେହିଭଳି, ଯେବେ ଆପଣ ନିଜ ମିତ୍ର ସହିତ କଥା ହେବା ପାଇଁ ଯାʼନ୍ତି, ତେବେ ଏହା ଧ୍ୟାନ ଦିଅନ୍ତୁ ନାହିଁ ଯେ କାହାର ଭୁଲ ଥିଲା । ଏହା ପରିବର୍ତ୍ତେ ଏକଥା ଉପରେ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ସମ୍ପର୍କ ଠିକ୍‌ ହେବା ବେଶୀ ଜରୁରୀ । ତେଣୁ ନିଜ ସମ୍ପର୍କକୁ ପୁଣିଥରେ ଠିକ୍‌ କରିବା ପାଇଁ ଚେଷ୍ଟା କରନ୍ତୁ ।

ଡେରି କରନ୍ତୁ ନାହିଁ ! ଆଜି ହିଁ ଯାʼନ୍ତୁ, ନିଜ ଭାଇ କିମ୍ବା ଭଉଣୀଙ୍କ ସହିତ କଥା ହୁଅନ୍ତୁ ଏବଂ ନିଜ ସମ୍ପର୍କକୁ ପୁଣିଥରେ ଠିକ୍‌ କରନ୍ତୁ । ବାଇବଲରେ ଲେଖାଅଛି, “ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର ।” (ଏଫି. ୪:୨୬) ଯଦି ଆପଣ ତୁରନ୍ତ ପଦକ୍ଷେପ ନେବେ, ତାହେଲେ ମଣ୍ଡଳୀରେ ‘ଶାନ୍ତି ଓ ଏକତା’ ବଜାୟ ରହିବ ।—ଏଫି. ୪:୧-୩.

a ଯଦି ସମସ୍ୟା ଏତେ ବଡ଼ ନୁହେଁ, ତାହେଲେ ପରସ୍ପର ସହିତ କଥା ହୁଅନ୍ତୁ ଓ ପରସ୍ପରକୁ ହୃଦୟରୁ କ୍ଷମା କରି ମାମଲାକୁ ସମାଧାନ କରନ୍ତୁ । (ମାଥି. ୫:୨୩, ୨୪) କିନ୍ତୁ ଯଦି ସମସ୍ୟା ବଡ଼ ଅଛି ଏବଂ ଆପଣ ଦୁହେଁ ତାହାକୁ ସମାଧାନ କରିପାରୁ ନାହାନ୍ତି, ତାହେଲେ ହୁଏତ ଆପଣଙ୍କୁ ପ୍ରାଚୀନମାନଙ୍କ ସାହାଯ୍ୟ ନେବାକୁ ପଡ଼ିପାରେ । (ମାଥି. ୧୮:୧୭) କିନ୍ତୁ ସର୍ବପ୍ରଥମେ ଆପଣଙ୍କୁ ମାଥିଉ ୧୮:୧୫, ୧୬ ପଦରେ ଦିଆଯାଇଥିବା ପଦକ୍ଷେପ ନେବା ଉଚିତ୍‌ ।

b ଯଦି ଆମକୁ କୌଣସି ଭାଇ କିମ୍ବା ଭଉଣୀଙ୍କ କଥାରୁ କଷ୍ଟ ପହଞ୍ଚିଛି, କିନ୍ତୁ ଆମ ସମ୍ପର୍କ ଖରାପ ହେଉ ନାହିଁ, ତାହେଲେ ଆମେ ସେହି କଥାକୁ ଛାଡ଼ିପାରିବା ।—ହିତୋ. ୨୬:୨୦.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ