ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଜୁନ୍‌ ପୃଷ୍ଠା ୩୨
  • ବାଇବଲ ସମୟର ମାଛ ଧରିବା ଜାଲ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବାଇବଲ ସମୟର ମାଛ ଧରିବା ଜାଲ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ପ୍ରାୟ ସମାନ ଲେଖା
  • ଯୀଶୁ ମାଛ ଧରାଳିମାନଙ୍କୁ ଦେଖା ଦେଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଜୁନ୍‌ ପୃଷ୍ଠା ୩୨

ବାଇବଲ ସମୟର ମନଛୁଆଁ କଥା

ବାଇବଲ ସମୟର ମାଛ ଧରିବା ଜାଲ

ଯୀଶୁଙ୍କ କିଛି ଶିଷ୍ୟ ମାଛ ଧରାଳି ଥିଲେ । (ମାର୍କ ୧:୧୬-୨୦) ସେମାନେ ଗାଲିଲୀ ସମୁଦ୍ରରେ ଜାଲ ପକାଇ ମାଛ ଧରୁଥିଲେ ।

ମାଛ ଧରିବା ଜାଲକୁ ରସି କିମ୍ବା ଲିନେନ ସୂତାରେ ବୁଣା ଯାଉଥିଲା । ଛୋଟ ଛିଦ୍ର ଥିବା ଜାଲଗୁଡ଼ିକରେ ମାଛ ଧରାଳିମାନେ ଛୋଟ ଛୋଟ ମାଛ ଧରୁଥିଲେ ଏବଂ ବଡ଼ ଛିଦ୍ର ଥିବା ଜାଲଗୁଡ଼ିକରେ ବଡ଼ ବଡ଼ ମାଛ ଧରୁଥିଲେ । ଛୋଟ ଜାଲଗୁଡ଼ିକର ବାହାର ଧାରଗୁଡ଼ିକରେ କାଚ କିମ୍ବା ପଥରର ଓଜନ ବାନ୍ଧି ଦିଆଯାଉଥିଲା, ଯାହାଫଳରେ ଜାଲ ପାଣିରେ ବୁଡ଼ିକି ରହୁଥିଲା ଏବଂ ମାଛଗୁଡ଼ିକ ସେଥିରେ ଫସି ଯାଉଥିଲା । ବଡ଼ ଜାଲଗୁଡ଼ିକର ତଳ ଭାଗରେ ଓଜନ ବାନ୍ଧି ଦିଆଯାଉଥିଲା ଏବଂ ଉପର ଭାଗରେ କୋର୍କ କିମ୍ବା କାଠ ଖଣ୍ଡ ବାନ୍ଧି ଦିଆଯାଉଥିଲା, ଯାହାଫଳରେ ଜାଲର ଉପରେ ଭାଗ ପାଣିରେ ଭାସିକି ରହୁଥିଲା ।

ମାଛ ଧରିବା ଜାଲ ବହୁତ ମହଙ୍ଗା ଥିଲା । ଅନେକ ଥର ଏହା ସମୁଦ୍ର ତଳେ ଚଟାଣରେ ବାଜି ଘସି ହୋଇଯାଉଥିଲା କିମ୍ବା ଅଧିକ ମାଛଗୁଡ଼ିକର ଓଜନରୁ ଜାଲ ଫାଟି ଯାଉଥିଲା । (ଲୂକ ୫:୬) ବାଇବଲରେ କୁହାଯାଇଛି ଯେ ଯାକୁବ ଓ ଯୋହନ ନିଜ ‘ଜାଲ ସଜାଡ଼ୁଥିଲେ ।’ (ମାଥି. ୪:୨୧) ସେମାନେ ହୁଏତ ଲିନେନ ସୂତା ଦ୍ୱାରା ଜାଲ ସିଲେଇ କରୁଥିଲେ । ମାଛ ଧରାଳିମାନେ ମାଛ ଧରିବା ପରେ ପ୍ରତିଥର ହୁଏତ ନିଜ ଜାଲଗୁଡ଼ିକୁ ସଜାଡ଼ୁଥିବେ । ଏହା ବ୍ୟତୀତ ସେମାନେ ନିଜ ଜାଲରୁ କାଦୁଅ ଓ ଆବର୍ଜନା ମଧ୍ୟ ସଫା କରୁଥିଲେ । ଲୂକ ଲେଖିଲେ ଯେ ମାଛ ଧରାଳିମାନେ ନିଜ “ଜାଲ ଧୋଉଥିଲେ ।” (ଲୂକ ୫:୨) ମାଛ ଧରାଳିମାନେ ଜାଲକୁ ଧୋଇକି ଶୁଖାଉଥିଲେ, ଯାହାଦ୍ୱାରା ସେହି ଜାଲ ସଢ଼ି ନ ଯାଉ ।—ଯିହି. ୪୭:୧୦.

ଯେଉଁମାନେ ଜାଲ ପକାଇ ମାଛ ଧରୁଥିଲେ, ଯୀଶୁ ସେମାନଙ୍କୁ କହିଲେ ଯେ ସେ ସେମାନଙ୍କୁ ‘ମନୁଷ୍ୟ ଧରିବା ଶିଖାଇବେ ।’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ