ବାଇବଲ ସମୟର ମନଛୁଆଁ କଥା
ବାଇବଲ ସମୟର ମାଛ ଧରିବା ଜାଲ
ଯୀଶୁଙ୍କ କିଛି ଶିଷ୍ୟ ମାଛ ଧରାଳି ଥିଲେ । (ମାର୍କ ୧:୧୬-୨୦) ସେମାନେ ଗାଲିଲୀ ସମୁଦ୍ରରେ ଜାଲ ପକାଇ ମାଛ ଧରୁଥିଲେ ।
ମାଛ ଧରିବା ଜାଲକୁ ରସି କିମ୍ବା ଲିନେନ ସୂତାରେ ବୁଣା ଯାଉଥିଲା । ଛୋଟ ଛିଦ୍ର ଥିବା ଜାଲଗୁଡ଼ିକରେ ମାଛ ଧରାଳିମାନେ ଛୋଟ ଛୋଟ ମାଛ ଧରୁଥିଲେ ଏବଂ ବଡ଼ ଛିଦ୍ର ଥିବା ଜାଲଗୁଡ଼ିକରେ ବଡ଼ ବଡ଼ ମାଛ ଧରୁଥିଲେ । ଛୋଟ ଜାଲଗୁଡ଼ିକର ବାହାର ଧାରଗୁଡ଼ିକରେ କାଚ କିମ୍ବା ପଥରର ଓଜନ ବାନ୍ଧି ଦିଆଯାଉଥିଲା, ଯାହାଫଳରେ ଜାଲ ପାଣିରେ ବୁଡ଼ିକି ରହୁଥିଲା ଏବଂ ମାଛଗୁଡ଼ିକ ସେଥିରେ ଫସି ଯାଉଥିଲା । ବଡ଼ ଜାଲଗୁଡ଼ିକର ତଳ ଭାଗରେ ଓଜନ ବାନ୍ଧି ଦିଆଯାଉଥିଲା ଏବଂ ଉପର ଭାଗରେ କୋର୍କ କିମ୍ବା କାଠ ଖଣ୍ଡ ବାନ୍ଧି ଦିଆଯାଉଥିଲା, ଯାହାଫଳରେ ଜାଲର ଉପରେ ଭାଗ ପାଣିରେ ଭାସିକି ରହୁଥିଲା ।
ମାଛ ଧରିବା ଜାଲ ବହୁତ ମହଙ୍ଗା ଥିଲା । ଅନେକ ଥର ଏହା ସମୁଦ୍ର ତଳେ ଚଟାଣରେ ବାଜି ଘସି ହୋଇଯାଉଥିଲା କିମ୍ବା ଅଧିକ ମାଛଗୁଡ଼ିକର ଓଜନରୁ ଜାଲ ଫାଟି ଯାଉଥିଲା । (ଲୂକ ୫:୬) ବାଇବଲରେ କୁହାଯାଇଛି ଯେ ଯାକୁବ ଓ ଯୋହନ ନିଜ ‘ଜାଲ ସଜାଡ଼ୁଥିଲେ ।’ (ମାଥି. ୪:୨୧) ସେମାନେ ହୁଏତ ଲିନେନ ସୂତା ଦ୍ୱାରା ଜାଲ ସିଲେଇ କରୁଥିଲେ । ମାଛ ଧରାଳିମାନେ ମାଛ ଧରିବା ପରେ ପ୍ରତିଥର ହୁଏତ ନିଜ ଜାଲଗୁଡ଼ିକୁ ସଜାଡ଼ୁଥିବେ । ଏହା ବ୍ୟତୀତ ସେମାନେ ନିଜ ଜାଲରୁ କାଦୁଅ ଓ ଆବର୍ଜନା ମଧ୍ୟ ସଫା କରୁଥିଲେ । ଲୂକ ଲେଖିଲେ ଯେ ମାଛ ଧରାଳିମାନେ ନିଜ “ଜାଲ ଧୋଉଥିଲେ ।” (ଲୂକ ୫:୨) ମାଛ ଧରାଳିମାନେ ଜାଲକୁ ଧୋଇକି ଶୁଖାଉଥିଲେ, ଯାହାଦ୍ୱାରା ସେହି ଜାଲ ସଢ଼ି ନ ଯାଉ ।—ଯିହି. ୪୭:୧୦.
ଯେଉଁମାନେ ଜାଲ ପକାଇ ମାଛ ଧରୁଥିଲେ, ଯୀଶୁ ସେମାନଙ୍କୁ କହିଲେ ଯେ ସେ ସେମାନଙ୍କୁ ‘ମନୁଷ୍ୟ ଧରିବା ଶିଖାଇବେ ।’