ଅଧ୍ୟୟନ ପାଇଁ ପରାମର୍ଶ
ବାଇବଲରେ ଦିଆଯାଇଥିବା ଉଦାହରଣଗୁଡ଼ିକର ଅର୍ଥ ବୁଝନ୍ତୁ—କିପରି ?
ବାଇବଲରେ ପ୍ରାୟ କୌଣସି ଜରୁରୀ କଥାକୁ ବୁଝାଇବା ପାଇଁ ତାହାର ତୁଳନା କୌଣସି ଜିନିଷ ସହିତ କରାଯାଇଛି । ଏହା ଯୋଗୁଁ କମ୍ ଶବ୍ଦଗୁଡ଼ିକରୁ ହିଁ ମନରେ ଗୋଟିଏ ଚିତ୍ର ଆଙ୍କି ହୋଇଯାଏ । କିନ୍ତୁ ଅନେକ ଲୋକଙ୍କୁ ଏଭଳି ଉଦାହରଣଗୁଡ଼ିକୁ ବୁଝିବା କଠିନ ଲାଗେ । (ମାଥି. ୧୩:୧୩) ଏହାର ସଠିକ୍ ଅର୍ଥ ବୁଝିବା ପାଇଁ ଆପଣ କʼଣ କରିପାରିବେ ? ତଳେ ଦିଆଯାଇଥିବା ପରାମର୍ଶକୁ ଆପଣାନ୍ତୁ ।
ମୁଖ୍ୟ କଥାକୁ ଏବଂ ତାହାକୁ କାହା ସହିତ ତୁଳନା କରାଯାଇଛି, ତାହା ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଯେପରି ପ୍ରକାଶିତ ବାକ୍ୟ ୩:୩ ପଦରେ ଯୀଶୁଙ୍କ ଆଗମନର (ମୁଖ୍ୟ କଥା) ତୁଳନା ଚୋରର ଆସିବା ସହିତ କରାଯାଇଛି ।
ଭାବନ୍ତୁ ଯେ ମୁଖ୍ୟ କଥା ଓ ତାହାକୁ ଯାହା ସହିତ ତୁଳନା କରାଯାଇଛି, ସେମଧ୍ୟରେ କେଉଁ କଥା ଏକାଭଳି ଅଛି । ଯେପରି, ଭାବନ୍ତୁ ଯେ ମୁଖ୍ୟ କଥା ଓ ତାହାକୁ ଯାହା ସହିତ ତୁଳନା କରାଯାଇଛି, ସେ ଦୁହିଁଙ୍କ ମଧ୍ୟରେ କେଉଁ ବିଶେଷ କଥା ବା ଗୁଣ ଏକାଭଳି ରହିଛି ।
ଧ୍ୟାନ ରଖନ୍ତୁ ଯେ ଆପଣ ସଠିକ୍ ଅର୍ଥ ବୁଝିଛନ୍ତି ନା ନାହିଁ । ଏହା ପାଇଁ ଆପଣଙ୍କୁ ଜାଣିବାକୁ ପଡ଼ିବ ଯେ ଏଠାରେ କେଉଁ ବିଷୟରେ କୁହାଯାଉଛି । ଏପରି କଲେ ଆପଣ ମୁଖ୍ୟ କଥା ଓ ତାହାକୁ ଯାହା ସହିତ ତୁଳନା କରାଯାଇଛି, ତାହାର ଭୁଲ ଅର୍ଥ ବୁଝିବେନି । ଯେପରି ଉପରେ ଯେଉଁ ଉଦାହରଣ ଦିଆଗଲା ତାହାର ଅର୍ଥ ଏପରି ନୁହେଁ ଯେ ଯୀଶୁ କିଛି ଚୋରି କରିବା ପାଇଁ ଆସୁଛନ୍ତି । ବରଂ ଆଖପାଖ ପଦଗୁଡ଼ିକରୁ ଜଣାପଡ଼େ ଯେ ଯୀଶୁ କʼଣ କହିବା ପାଇଁ ଚାହୁଁଥିଲେ । ଯେପରି, ଚୋର ସେହି ସମୟରେ ହଠାତ୍ ଆସେ ଯେବେ କାହାରିକୁ ତାʼ ବିଷୟରେ ଜଣା ନ ଥାଏ, ଠିକ୍ ସେହିଭଳି ଯୀଶୁ ମଧ୍ୟ ହଠାତ୍ ଆସିବେ ।