ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ନଭେମ୍ବର ପୃଷ୍ଠା ୩୨
  • ଅନ୍ୟମାନଙ୍କର ଉତ୍ସାହ ବଢ଼ାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅନ୍ୟମାନଙ୍କର ଉତ୍ସାହ ବଢ଼ାନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ନଭେମ୍ବର ପୃଷ୍ଠା ୩୨

ଶବ୍ଦଗୁଡ଼ିକ ବିଷୟରେ ଅଧିକ ଜ୍ଞାନ

ଅନ୍ୟମାନଙ୍କର ଉତ୍ସାହ ବଢ଼ାନ୍ତୁ

ଯେବେ ଆମେ ନିଜ ଭାଇଭଉଣୀମାନଙ୍କ ସାଙ୍ଗରେ ସମୟ ବିତାଉ, ତେବେ ଆମ ସମସ୍ତଙ୍କୁ ବହୁତ ଉତ୍ସାହ ମିଳିଥାଏ । କିନ୍ତୁ କେବଳ ସେମାନଙ୍କ ସାଙ୍ଗରେ ରହିବା ଯଥେଷ୍ଟ ନୁହେଁ । ପରସ୍ପରର ଉତ୍ସାହ ବଢ଼ାଇବା ପାଇଁ ଆମକୁ ଆଉ କିଛି କରିବାକୁ ପଡ଼ିବ । ପରସ୍ପରର ବିଶ୍ୱାସକୁ ଦୃଢ଼ କରିବାର ଦକ୍ଷତାକୁ ବାଇବଲରେ ଈଶ୍ୱରଙ୍କ “ଆତ୍ମିକ ଦାନ” ବା ଉପହାର କୁହାଯାଇଛି । (ରୋମୀ. ୧:୧୧, ୧୨) ଆମେ କିପରି ଏହି ଉପହାରର ଭଲ ବ୍ୟବହାର କରିପାରିବା ?

ଉତ୍ସାହ ବଢ଼ାଉଥିବା କଥାଗୁଡ଼ିକ କହନ୍ତୁ । ଯେପରି, ସଭାଗୁଡ଼ିକରେ ଉତ୍ତର ଦେବା ସମୟରେ ଆମେ ଏପରି ଉତ୍ତର ଦେବା ପାଇଁ ଚେଷ୍ଟା କରିପାରିବା, ଯେଉଁଥିରୁ ଭାଇଭଉଣୀମାନଙ୍କ ଧ୍ୟାନ ଆମ ଉପରେ ନ ଯାଉ । ଏହା ପରିବର୍ତ୍ତେ ସେମାନଙ୍କର ଧ୍ୟାନ ଯିହୋବା, ତାଙ୍କ ବାକ୍ୟ ବାଇବଲ ଓ ତାଙ୍କ ବିଶ୍ୱସ୍ତ ସେବକମାନଙ୍କ ଉପରେ ଯାଉ । ଭାଇଭଉଣୀମାନଙ୍କ ସାଙ୍ଗରେ କଥା ହେବା ବେଳେ ମଧ୍ୟ ଆମେ ଏପରି ବିଷୟଗୁଡ଼ିକ ଉପରେ କଥା ହୋଇପାରିବା, ଯେଉଁଥିରୁ ତାଙ୍କର ଉତ୍ସାହ ବଢ଼ିବ ।

ନିଜ ନିଷ୍ପତ୍ତି ଓ କାମରୁ ଅନ୍ୟମାନଙ୍କର ଉତ୍ସାହ ବଢ଼ାନ୍ତୁ । ଆମେ ଏହା କିପରି କରିପାରିବା ? କିଛି ଭାଇଭଉଣୀ ସମସ୍ୟାଗୁଡ଼ିକ ସତ୍ତ୍ୱେ ପୂର୍ଣ୍ଣ ସମୟର ସେବା କରିବାର ନିଷ୍ପତ୍ତି ନିଅନ୍ତି । ଆଉ କିଛି ଭାଇଭଉଣୀଙ୍କ ସ୍ୱାସ୍ଥ୍ୟ ଭଲ ରହେନି କିମ୍ବା ଚାକିରିରେ ଏତେ କାମ ରହେ ଯେ ସେମାନେ ପୂରାପୂରି ଥକିଯାʼନ୍ତି, ତଥାପି ସେମାନେ ସଭା ପାଇଁ ଆସନ୍ତି । ଏପରି କରି ଏହି ଭାଇଭଉଣୀ ନିଜ ଉଦାହରଣରୁ ଅନ୍ୟମାନଙ୍କର ଉତ୍ସାହ ବଢ଼ାନ୍ତି ।

କʼଣ ଆପଣ ନିଜ କଥା ଓ କାମରୁ ଭାଇଭଉଣୀମାନଙ୍କ ଉତ୍ସାହ ବଢ଼ାନ୍ତି ? ଆଉ ଯେବେ ଅନ୍ୟମାନେ ଆପଣଙ୍କୁ ପରମେଶ୍ୱରଙ୍କ ତରଫରୁ “ଆତ୍ମିକ ଦାନ” ଦିଅନ୍ତି, ତେବେ କʼଣ ଆପଣ ତାହାକୁ ସ୍ୱୀକାର କରନ୍ତି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ