ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ମେ ପୃଷ୍ଠା ୧୨-୧୩
  • ୧୫-୨୧ ଜୁନ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୫-୨୧ ଜୁନ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ମେ ପୃଷ୍ଠା ୧୨-୧୩

୧୫-୨୧ ଜୁନ୍‌

ଯିରିମୀୟ ୭–୮

ଗୀତ ୧୫୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ସେମାନେ ଯିହୋବାଙ୍କ ମନ୍ଦିରର ଆଦର କଲେ ନାହିଁ

(୧୦ ମି.)

ଯିହୁଦୀମାନେ ଭୁଲ କାମ କରୁଥିଲେ, ତଥାପି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଲାଗିଲା ଯେ ଯିହୋବାଙ୍କ ମନ୍ଦିର ଥିବା ଯୋଗୁଁ ସେମାନେ ବଞ୍ଚିଯିବେ (ଯିରି ୭:୪, ୮-୧୦; ଯିରିମୀୟ ପୃ ୨୧ ¶୧୨-mwbr)

ସେମାନଙ୍କ ଭୁଲ କାମଗୁଡ଼ିକ ଯୋଗୁଁ ଯିହୋବାଙ୍କର ଅପମାନ ହେଉଥିଲା (ଯିରି ୭:୧୧; ଇନସାଇଟ୍‌ “ଯିହୋବା” ¶୭୮-mwbr)

ଯିହୋବା ଶୀଲୋ ନାମକ ଜାଗାର ଉଦାହରଣ ଦେଇ କହିଲେ ଯେ ତାଙ୍କ ମନ୍ଦିରର କʼଣ ପରିଣାମ ହେବ (ଯିରି ୭:୧୨-୧୪; ଇନସାଇଟ୍‌ “ଶୀଲୋ” ନଂ. ୨ ¶୪)


ନିଜକୁ ପଚାରନ୍ତୁ, ‘କʼଣ ମୋ ବ୍ୟବହାରରୁ ସବୁବେଳେ ଯିହୋବାଙ୍କ ନାମର ମହିମା ହୁଏ ?’

ଚିତ୍ରଗୁଡ଼ିକ: ୧. ଜଣେ ଭାଇ କାମ ଜାଗାରେ ନିଜ ସହକର୍ମୀ ଉପରେ ପାଟି କରୁଛି । ୨. ସେହି ଭାଇ ରାଜ୍ୟଘରେ ଅନ୍ୟ ଭାଇଙ୍କ ସହିତ ପ୍ରେମର ସହ କଥା ହେଉଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିରି ୭:୨୪, ୨୫—ଯିହୋବା କିପରି ଦେଖାଇଲେ ଯେ ସେ ଇସ୍ରାଏଲୀୟମାନଙ୍କ ପ୍ରତି ଧୈର୍ଯ୍ୟ ଧରୁଛନ୍ତି ? (ପ୍ର୨୪.୦୮ ପୃ ୨୨ ¶୭)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିରି ୮:୪-୧୩ (ଶିଖାଇବା ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଲୋକଙ୍କୁ ପ୍ରେମ ପୁସ୍ତିକାର ଆଉ କିଛି ପରାମର୍ଶ—କ ଭାଗରେ ଦିଆଯାଇଥିବା ବାଇବଲରୁ କୌଣସି କଥା କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୬. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଜୀବନ ବହି ପାଠ ୧୯ ପଏଣ୍ଟ ନଂ. ୬ (ଶିଖାଇବା ଅଧ୍ୟୟନ ୧୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୯୨

୭. ଆମେ ନିଜ ରାଜ୍ୟଘର ପ୍ରତି କୃତଜ୍ଞତା କିପରି ଦେଖାଇପାରିବା ?

(୫ ମି.) ଆଲୋଚନା ।

“ଯିହୋବାଙ୍କ ମିତ୍ର ହୁଅ—ଯିହୋବାଙ୍କ ଘରକୁ ସଫାସୁତୁରା ରଖନ୍ତୁ” ଭିଡିଓର ଗୋଟିଏ ଦୃଶ୍ୟ । ସୋନୁ ରାଜ୍ୟଘରେ ଚୌକି ସଫା କରୁଛି ।

ଯିହୋବାଙ୍କ ମିତ୍ର ହୁଅ—ଯିହୋବାଙ୍କ ଘରକୁ ସଫାସୁତୁରା ରଖନ୍ତୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆମେ କିପରି ରାଜ୍ୟଘରର ଦେଖାରେଖା କରିପାରିବା ଓ କାହିଁକି ?

୧ ତୀମଥି ୨:୯, ୧୦ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯେବେ ଭାଇଭଉଣୀମାନେ ସଭା ପାଇଁ ଆସନ୍ତି, ତେବେ ସେମାନେ ଆଉ କେଉଁ ଉପାୟରେ ଯିହୋବାଙ୍କ ପାଇଁ ଆଦର ଦେଖାଇପାରିବେ ?

୮. ଦାନ କରାଯାଉଥିବା ପଇସାକୁ କିପରି ବ୍ୟବହାର କରାଯାଏ—ଆମ ରାଜ୍ୟଘରଗୁଡ଼ିକର ଦେଖାରେଖା

(୧୦ ମି.) ଲେଖା ଉପରେ ଆଲୋଚନା । ଆପଣଙ୍କ ରାଜ୍ୟଘରର ଦେଖାରେଖା କରିବାରେ କେତେ ଖର୍ଚ୍ଚ ହୁଏ, ସେବିଷୟରେ କୁହନ୍ତୁ ।—ଦାନ ପଇସାର ବ୍ୟବହାର ଲେଖା ୩୦ ।

  • ରାଜ୍ୟଘରଗୁଡ଼ିକୁ ଭଲ ଅବସ୍ଥାରେ ରଖିବା ପାଇଁ କେତେ ଖର୍ଚ୍ଚ ହୁଏ ? ଏଗୁଡ଼ିକୁ କରିବା କାହିଁକି ଜରୁରୀ ?

  • ଦେଖାରେଖା ସହ ଜଡ଼ିତ ବଡ଼ ବଡ଼ କାମଗୁଡ଼ିକୁ ଯେପରି ଭାବେ ବ୍ୟବସ୍ଥିତ କରାଯାଏ ଓ ତାʼର ଖର୍ଚ୍ଚ ତୁଲାଯାଏ, ସେବିଷୟରେ ଆପଣଙ୍କୁ କେଉଁ କଥା ଭଲ ଲାଗିଲା ?

  • ଏହି କାମରେ ଆପଣ କିପରି ସାହାଯ୍ୟ କରିପାରିବେ ?


ଆପଣ କିପରି ଦାନ ଦେଇପାରିବେ ? ଏବିଷୟରେ ଅଧିକ ଜାଣିବା ପାଇଁ JW Library® app କିମ୍ବା jw.org ୱେବସାଇଟ୍‌ର ମୁଖ୍ୟ ପେଜ୍‌ର ତଳେ ଦିଆଯାଇଥିବା “ଦାନ” ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ।

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ଭାଗ ୧୪ରେ କʼଣ ଅଛି ଏବଂ ପାଠ ୯୪-୯୫

ଶେଷ ଟିପ୍ପଣୀ (୩ ମି.) | ଗୀତ ୬୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ