୧-୭ ଜୁନ୍
ଯିରିମୀୟ ୧-୩
ଗୀତ ୮୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ଯିରିମୀୟ ଯିରୂଶାଲମରେ ମିଛ ଉପାସକମାନଙ୍କୁ ଯିହୋବାଙ୍କ ନ୍ୟାୟର ସନ୍ଦେଶ ଶୁଣାଉଛନ୍ତି
୧. ‘ଭୀତ ହୁଅ ନାହିଁ, କାରଣ ମୁଁ ତୁମ୍ଭ ସଙ୍ଗେ ଅଛି’
(୧୦ ମି.)
[ଯିରିମୀୟ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]
ଯିରିମୀୟଙ୍କ ଭଳି କିଛି ଲୋକଙ୍କୁ ପ୍ରଚାର କରିବା ପାଇଁ ଡର ଲାଗେ କିମ୍ବା ସେମାନେ ନିଜକୁ ଏହି କାମ ପାଇଁ ଅଯୋଗ୍ୟ ମନେ କରନ୍ତି (ଯିରି ୧:୬)
ଯିହୋବା ଆମକୁ ତାଙ୍କ ଇଚ୍ଛା ପୂରା କରିବା ପାଇଁ ସାହସ ଦିଅନ୍ତି ଏବଂ ଆମକୁ ଦକ୍ଷ ବନାନ୍ତି (ଯିରି ୧:୮, ୯; ପ୍ର୨୪.୦୪ ପୃ ୧୫ ¶୩-୪)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଯିରି ୨:୨୮—ଯିହୋବା ବିଶ୍ୱାସଘାତୀ ଯିହୁଦୀମାନଙ୍କୁ ଯାହା କହିଲେ, ସେଥିରୁ ଆମେ କʼଣ ଶିଖୁ ? (ପ୍ର୨୩.୦୭ ପୃ ୧୪-୧୫ ¶୪)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଯିରି ୩:୧୪-୨୫ (ଶିଖାଇବା ଅଧ୍ୟୟନ ୧୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । ଅନେକ ଲୋକ ଯେଉଁ କଥାକୁ ନେଇ ଚିନ୍ତା କରନ୍ତି ସେହି ବିଷୟରେ ଘରମାଲିକଙ୍କ ସହିତ କଥା ହୁଅନ୍ତୁ । କିନ୍ତୁ ଯଦି ଘରମାଲିକ ଅନ୍ୟ କୌଣସି ବିଷୟରେ କଥା ହୁଅନ୍ତି, ତାହେଲେ ତାଙ୍କୁ ଧ୍ୟାନରେ ରଖି ବାଇବଲରୁ କିଛି କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)
୬. ବାଇବଲ ଅଧ୍ୟୟନ ସମୟରେ
(୫ ମି.) ଏପରି ଜଣେ ବାଇବଲ ବିଦ୍ୟାର୍ଥୀଙ୍କ ସହ ଆଲୋଚନା, ଯିଏ ଉନ୍ନତି କରୁ ନାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୧୨ ପଏଣ୍ଟ ନଂ. ୫)
ଗୀତ ୭୬
୭. ଯିରିମୀୟଙ୍କ ଭଳି ସାହସୀ ହୁଅନ୍ତୁ
(୬ ମି.) ଆଲୋଚନା ।
ଯିହୋବାଙ୍କ ସାଙ୍ଗମାନଙ୍କଠାରୁ ଶିଖନ୍ତୁ—ଯିରିମୀୟ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଯିହୋବାଙ୍କ ସାଙ୍ଗ ହେବା ପାଇଁ ଯିରିମୀୟ କʼଣ କଲେ ?—ଯିରି ୧:୬-୮
ଆପଣ କାହାକୁ ଯିହୋବାଙ୍କ ବିଷୟରେ କହିବା ପାଇଁ ଚାହିଁବେ ?
ଆପଣ ସେମାନଙ୍କୁ କʼଣ କହିବେ, ଯାହାଫଳରେ ସେମାନେ ବି ଯିହୋବାଙ୍କ ସାଙ୍ଗ ହୋଇପାରିବେ ?
୮. କୋମଳ ସ୍ୱଭାବ ଓ ଗଭୀର ଆଦର ସହ କହନ୍ତୁ
(୯ ମି.) ଆଲୋଚନା ।
ଲୋକମାନଙ୍କୁ ସୁସମାଚାର ଶୁଣାଇବା ସମୟରେ ଏବଂ ଯିହୋବାଙ୍କ ନୈତିକ ସ୍ତର ବିଷୟରେ କହିବା ସମୟରେ ଆମକୁ ସାହସ ଦେଖାଇବା ଉଚିତ୍ । କିନ୍ତୁ ସାହସ ଦେଖାଇବାର ଅର୍ଥ ଏହା ନୁହେଁ ଯେ ଆମେ କିଛି ବି କହିବା, ବରଂ ଆମକୁ ଅନ୍ୟ ଖ୍ରୀଷ୍ଟିୟାନ ଗୁଣ ମଧ୍ୟ ଦେଖାଇବା ଉଚିତ୍ ।
୧ ପିତର ୩:୧୫ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଅନ୍ୟମାନଙ୍କୁ ନିଜ ବିଶ୍ୱାସ ବିଷୟରେ କହିବା ସମୟରେ ଆମକୁ ଆଉ କେଉଁ ଗୁଣଗୁଡ଼ିକ ଦେଖାଇବା ଉଚିତ୍ ?
ଏହି ଗୁଣଗୁଡ଼ିକ ଦେଖାଇବା କାହିଁକି ଜରୁରୀ ?
ଧାର୍ମିକତାର କାମ ଯୋଗୁଁ ସବୁଆଡ଼େ ଶାନ୍ତି ଥିବ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ସମଲିଙ୍ଗୀ ସମ୍ପର୍କ ବିଷୟରେ ଆମେ ଯାହା ମାନୁ, ସେବିଷୟରେ ଆମେ କିପରି ଅନ୍ୟମାନଙ୍କୁ ଆଦରର ସହ କହିପାରିବା ?
ମନେ ରଖନ୍ତୁ: ଯିହୋବାଙ୍କ ନୈତିକ ସ୍ତର ବିଷୟରେ ଅନ୍ୟମାନଙ୍କୁ କହିବା ସମୟରେ ଆମକୁ ଏବିଷୟରେ ସତର୍କ ରହିବା ଉଚିତ୍ ଯେ ଆମେ ରାଜନୈତିକ ବିବାଦରେ ପଡ଼ି ନ ଯାଉ ।—ଯୋହ ୧୮:୩୬.
୯. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୯୦-୯୧