ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ମେ ପୃଷ୍ଠା ୬-୭
  • ୨୫-୩୧ ମେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୫-୩୧ ମେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ମେ ପୃଷ୍ଠା ୬-୭

୨୫-୩୧ ମେ

ଯିଶାଇୟ ୬୫–୬୬

ଗୀତ ୨୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ବର୍ତ୍ତମାନ ସମୟର ପାରଦୀଶରେ ରହିବା ଆମକୁ ବହୁତ ଭଲ ଲାଗେ

(୧୦ ମି.)

ବର୍ତ୍ତମାନ ସମୟର ପାରଦୀଶରେ ପରମେଶ୍ୱରଙ୍କ ସେବକମାନଙ୍କ ପାଖରେ ବାଇବଲ ଓ ବାଇବଲ ସହ ଜଡ଼ିତ ଅନେକ ପ୍ରକାଶନ ଅଛି, ଏହା ସାହାଯ୍ୟରୁ ସେମାନେ ଯିହୋବାଙ୍କର ନିକଟତର ହୋଇପାରନ୍ତି (ଯିଶା ୬୫:୧୩; ପ୍ର୨୪.୦୪ ପୃ ୨୧ ¶୫)

ବର୍ତ୍ତମାନ ସମୟର ପାରଦୀଶରେ ରହିବା ଯୋଗୁଁ ଆମେ ନିଜ କଷ୍ଟଗୁଡ଼ିକୁ ସହିପାରୁ ଏବଂ ଚିନ୍ତାଗୁଡ଼ିକ ସତ୍ତ୍ୱେ ଶାନ୍ତ ରହିପାରୁ (ଯିଶା ୬୫:୧୪-୧୭; ପ୍ର୨୪.୦୪ ପୃ ୨୨ ¶୯-୧୦)

ଯିହୋବାଙ୍କ ଲୋକମାନଙ୍କ ମଧ୍ୟରେ ଶାନ୍ତି ଅଛି ଏବଂ ସେମାନଙ୍କୁ କୌଣସି କଥାର ଡର ନ ଥାଏ । କିନ୍ତୁ ଏହା ଦୁନିଆର ଲୋକମାନଙ୍କ ଭିତରେ ଦେଖିବାକୁ ମିଳେ ନାହିଁ (ଯିଶା ୬୫:୨୫; ପ୍ର୨୪.୦୪ ପୃ ୨୩ ¶୧୩)


ଶବ୍ଦର ଅର୍ଥ: ବର୍ତ୍ତମାନ ସମୟର ପାରଦୀଶ ଏକ ଶାନ୍ତିଭରା ପରିବେଶ ଅଟେ, ଯେଉଁଥିରେ ଆମେ ଯିହୋବାଙ୍କ ଉପାସନା କରୁ । ଏହା ସହିତ ଆମେ ଯିହୋବାଙ୍କ ସହ ଓ ଭାଇଭଉଣୀମାନଙ୍କ ସହ ଭଲ ସମ୍ପର୍କର ଆନନ୍ଦ ନେଇପାରୁ ।

ଚିତ୍ରଗୁଡ଼ିକ: ବର୍ତ୍ତମାନ ସମୟର ପାରଦୀଶରେ ରହିବା ଯୋଗୁଁ ଭାଇଭଉଣୀମାନଙ୍କୁ ବହୁତ ଆଶିଷ ମିଳୁଛି । ୧. ସେମାନେ ରାଜ୍ୟଘରେ ପରସ୍ପର ସହିତ ଖୁସିର ସହ କଥା ହେଉଛନ୍ତି । ୨. ସେମାନେ ରାଜ୍ୟଘର ବାହାରେ ଦେଖାରେଖା କାମର ମଜା ନେଉଛନ୍ତି । ୩. ଜେଲରେ ଜଣେ ବୟସ୍କ ଭାଇ ଯୁବା ଭାଇଙ୍କୁ ସାହସ ଦେଉଛନ୍ତି । ତାଙ୍କ ପଛରେ ଥିବା କାନ୍ଥରେ ଭାଇଭଉଣୀମାନେ ଦେଇଥିବା କାର୍ଡ ଓ ଚିଠିଗୁଡ଼ିକ ଲାଗିଛି । ୪. ହସ୍ପିଟାଲରେ ଥିବା ଜଣେ ଅସୁସ୍ଥ ଭଉଣୀ ଖୁସି ଅଛନ୍ତି, କାରଣ ଜଣେ ଦମ୍ପତ୍ତି ତାଙ୍କୁ ଭେଟିବା ପାଇଁ ଆସିଛନ୍ତି । ଭଉଣୀ ଅସୁସ୍ଥ ଥିବା ଭଉଣୀଙ୍କ ହାତ ଧରିଛନ୍ତି ଏବଂ ଭାଇଙ୍କ ହାତରେ ଫଳ ଓ କାର୍ଡ ଥିବା ଗୋଟିଏ ଝୁଡ଼ି ଅଛି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୬୬:୧୨, ୧୩—ଯିହୋବା କିପରି ଜଣେ ମାଆଙ୍କ ଭଳି ଆମକୁ ପ୍ରେମ କରନ୍ତି ? (ପ୍ର୨୪.୦୧ ପୃ ୨୭ ¶୪)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୬୫:୧୭-୨୫ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଜଣେ ବ୍ୟକ୍ତିଙ୍କୁ କଥା କଥାରେ ହିଁ କହନ୍ତୁ ଯେ ଆପଣ ଯିହୋବାଙ୍କ ସାକ୍ଷୀ ଅଟନ୍ତି । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୩)

୫. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ ଆପଣଙ୍କ ସହ ଯୁକ୍ତିତର୍କ କରିବାକୁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୫)

୬. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଗୋଟିଏ ଟ୍ରାକ୍ଟର ବ୍ୟବହାର କରି କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)

୭. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୩ ମି.) ପ୍ରଦର୍ଶନୀ । ସଜା୦୧-ହି ୧୦/୮ ପୃ ୨୦ ¶୧-୩, ପୃ ୨୧ ¶୩-୬—ବିଷୟ: ଖ୍ରୀଷ୍ଟଙ୍କ ବିରୋଧୀ କିଏ ? (ଶିଖାଇବା ଅଧ୍ୟୟନ ୧୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୫୯

୮. କʼଣ ଆପଣ ଜୀବନର ମଜା ନେଇପାରିବେ ନାହିଁ ?

(୧୫ ମି.) ଆଲୋଚନା ।

ଚିତ୍ରଗୁଡ଼ିକ: “ଯୁବାମାନେ, ‘ସୁସମାଚାର ନିମନ୍ତେ’ ଆପଣ କʼଣ କରିବେ ?” ଭିଡିଓର ଦୃଶ୍ୟ । ୧. ଭାଇ ତମୋହିରୋ ନିଶିମୁରା ବୈଥେଲରେ ବହିକୁ ବାଇଣ୍ଡିଂ କରିବାର କାମ କରୁଛନ୍ତି । ୨. ଭଉଣୀ ହ୍ୟାପିନେସ ମାବୋ ଅନୁବାଦ କାର୍ଯ୍ୟାଳୟରେ ନିଜ କମ୍ପ୍ୟୁଟରରେ କାମ କରୁଛନ୍ତି । ୩. ଭାଇ ରେନର ଓ ଭଉଣୀ କେଜିୟା ଫର୍ନାଣ୍ଡୋ ଶାଖା କାର୍ଯ୍ୟାଳୟର ଗୋଟିଏ ବିଲ୍‌ଡିଙ୍ଗରେ ନିର୍ମାଣ ସେବକ ଭାବେ ସେବା କରନ୍ତି । ସେଠାରେ ସେମାନେ ଜଣେ ଭାଇଙ୍କୁ ଭେଟୁଛନ୍ତି । ୪. ଭାଇ ଜର୍ଜ ଟେଲାନ ଜୁନିୟର ବୈଥେଲର ସେବା ବିଭାଗରେ ଅନ୍ୟ ଭାଇମାନଙ୍କ ସହିତ କାମ କରୁଛନ୍ତି । ୫. ଭଉଣୀ ରମୋନା ୱେଲ୍ସ ଗୋଟିଏ ବାଇବଲ ଅଧ୍ୟୟନ ଚଲାଉଛନ୍ତି ।

କʼଣ ଆପଣ ପୂର୍ଣ୍ଣ ସମୟର ସେବା କରିବା ପାଇଁ ଭାବୁଛନ୍ତି ? କିନ୍ତୁ କʼଣ ଆପଣଙ୍କୁ ଡର ଲାଗୁଛି ଯେ ଯଦି ଆପଣ ଏପରି କରିବେ, ତାହେଲେ ଆପଣ ଜୀବନର ମଜା ନେଇପାରିବେ ନାହିଁ ? କିମ୍ବା କʼଣ ଆପଣ ଏପରି ଭାବୁଛନ୍ତି, ‘ପୂର୍ଣ୍ଣ ସମୟର ସେବକ ହେଉ ବା ନ ହେଉ, ଯିହୋବା ସମସ୍ତଙ୍କୁ ଅନନ୍ତ ଜୀବନ ଦେବେ । ହେଲେ ମୁଁ କାହିଁକି ଯିହୋବାଙ୍କ ଅଧିକ ସେବା କରିବା ପାଇଁ ତ୍ୟାଗ କରିବି ?’ ଯଦି ଆପଣ ଏପରି ଭାବୁଛନ୍ତି, ତାହେଲେ ମନେ ରଖନ୍ତୁ, ଯିହୋବା ସେହି ଲୋକମାନଙ୍କର “କୌଣସି ମଙ୍ଗଳ ବିଷୟ ଅଟକାଇବେ ନାହିଁ,” ଯେଉଁମାନେ ତାଙ୍କ ଉପରେ ଭରସା ରଖନ୍ତି । (ଗୀତ ୮୪:୧୧, ୧୨) ଜୀବନର ଅସଲି ମଜା ଯିହୋବାଙ୍କ ସେବା କରିବାରେ ହିଁ ଅଛି । ଯେବେ ଆମେ ମନପ୍ରାଣ ଦେଇ ତାଙ୍କର ସେବା କରୁ, ତେବେ ସେ ଆମ କଳ୍ପନାଠାରୁ ବି ବାହାରେ ଆମକୁ ଆଶିଷ ଦେବେ ।

ଯିହୋବା କେବଳ ଭବିଷ୍ୟତରେ ନୁହେଁ, ବରଂ ଆଜି ବି ଆଶିଷ ଦିଅନ୍ତି । ଯୁବାମାନେ, ‘ସୁସମାଚାର ନିମନ୍ତେ’ ଆପଣ କʼଣ କରିବେ ? ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯେବେ ଏହି ଯୁବାମାନେ ଯିହୋବାଙ୍କର ସେବା କରିବା ପାଇଁ ପଦକ୍ଷେପ ନେଲେ, ତେବେ ସେମାନଙ୍କୁ କେଉଁ କେଉଁ ଆଶିଷ ମିଳିଲା ?

କିନ୍ତୁ ଯଦି ଆପଣଙ୍କ ପରିସ୍ଥିତି ଯୋଗୁଁ ଆପଣ ପୂର୍ଣ୍ଣ ସମୟର ସେବା କରିପାରୁ ନାହାନ୍ତି ? ହେଲେ ମନେ ରଖନ୍ତୁ, ଯିହୋବା ସେହି ଲୋକମାନଙ୍କୁ ଆଶିଷ ଦିଅନ୍ତି ଯେଉଁମାନେ ମନପ୍ରାଣ ଦେଇ ତାଙ୍କର ସେବା କରନ୍ତି । ସେଥିପାଇଁ ଆପଣଙ୍କ ଦ୍ୱାରା ଯେତିକି ହୋଇପାରେ ଆପଣ ସେତିକି ମନପ୍ରାଣ ଦେଇ କରିବା ଜାରି ରଖନ୍ତୁ । ହେଲେ ସେ ‘ସ୍ଥାନ ନିଅଣ୍ଟ ହେବା ପର୍ଯ୍ୟନ୍ତ ଆପଣମାନଙ୍କ ଉପରେ ଆଶୀର୍ବାଦରୂପ ବୃଷ୍ଟି’ କରାଇବେ ।—ମଲାଖି ୩:୧୦.

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୮୮-୮୯

ଶେଷ ଟିପ୍ପଣୀ (୩ ମି.) | ଗୀତ ୭୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ