୨୭ ଏପ୍ରିଲ୍–୩ ମେ
ଯିଶାଇୟ ୫୬–୫୭
ଗୀତ ୧ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଆମେ ଖୁସି ଯେ ଯିହୋବା ଆମର ଈଶ୍ୱର ଅଟନ୍ତି
(୧୦ ମି.)
ଯେଉଁ ଲୋକମାନେ ମୂର୍ତ୍ତି ଉପରେ ଆଶା ରଖନ୍ତି, ତାହା ସେମାନଙ୍କୁ ସାହାଯ୍ୟ କରିପାରିବ ନାହିଁ (ଯିଶା ୫୭:୧୩; ଯିଶାଇୟ-୨ (ହିନ୍ଦୀ) ପୃ ୨୬୯-୨୭୦ ¶୧୪-୧୬)
ଯେଉଁ ଲୋକମାନେ ଯିହୋବାଙ୍କୁ ଜାଣନ୍ତି ନାହିଁ, ସେମାନେ ଅଶାନ୍ତିରେ ରହନ୍ତି ଓ ସେମାନଙ୍କ ମଧ୍ୟରେ ଏକତା ନ ଥାଏ (ଯିଶା ୫୭:୨୦; ପ୍ର୧୮.୦୬-ହି ପୃ ୭ ¶୧୬)
ଦୁଷ୍ଟ ଲୋକମାନଙ୍କୁ କେବେ ବି ଶାନ୍ତି ମିଳିବ ନାହିଁ (ଯିଶା ୫୭:୨୧; ଇନସାଇଟ୍ “ଶାନ୍ତି” (ହିନ୍ଦୀ) ¶୩)
ନିଜକୁ ପଚାରନ୍ତୁ, ‘ଯିହୋବାଙ୍କ ସହ ଭଲ ସମ୍ପର୍କ ହେବା ଯୋଗୁଁ ମୁଁ କିପରି ଭଲ ଜୀବନ ବଞ୍ଚିପାରୁଛି ?’
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଯିଶା ୫୭:୧୪—ଏହି ପଦରେ “ପବିତ୍ରତାର ପଥ” ତିଆରି କରାଯିବା ବିଷୟରେ ଯାହା କୁହାଯାଇଛି, ତାହା ଆମ ସମୟରେ କିପରି ପୂରା ହେଲା? (ପ୍ର୨୩.୦୫ ପୃ ୧୬ ¶୯)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଯିଶା ୫୬:୪-୧୨ (ଶିଖାଇବା ଅଧ୍ୟୟନ ୫)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଜଣେ ବ୍ୟକ୍ତିକୁ କହନ୍ତୁ ଯେ ଆପଣ କିଛି ଦିନ ପୂର୍ବରୁ ହୋଇଥିବା ସଭାରୁ କʼଣ ଶିଖିଲେ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)
୫. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା
(୫ ମି.) ଭାଷଣ । ପବିତ୍ର ଶାସ୍ତ୍ର ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର (ହିନ୍ଦୀ) ଲେଖା ୯୦—ବିଷୟ: କʼଣ କୌଣସି ସଂଗଠନ କିମ୍ବା ଧର୍ମ ସହ ଜଡ଼ିତ ହେବା ଆବଶ୍ୟକ ? (ଶିଖାଇବା ଅଧ୍ୟୟନ ୧୬)
୬. ବାଇବଲ ଅଧ୍ୟୟନ ସମୟରେ
ଗୀତ ୫୮
୭. ଯିହୋବାଙ୍କ ବିଷୟରେ ସାକ୍ଷ୍ୟ ଦେବା ଜାରି ରଖନ୍ତୁ
(୧୫ ମି.) ଆଲୋଚନା ।
ଯେଉଁମାନେ ଯିହୋବାଙ୍କୁ ଜାଣନ୍ତି ନାହିଁ, ସେମାନଙ୍କୁ ଜୀବନରେ ସଠିକ୍ ବାଟ ଦେଖାଇବା ପାଇଁ କେହି ନ ଥାʼନ୍ତି । ସେମାନଙ୍କ ପାଖରେ ବଞ୍ଚିବାର କୌଣସି ଉଦ୍ଦେଶ୍ୟ ନ ଥାଏ ଆଉ ନା ଭବିଷ୍ୟତ ପାଇଁ କୌଣସି ଆଶା ଥାଏ । ତଥାପି ଅନେକ ଲୋକ ଏହା ଜାଣିବା ପାଇଁ ଚେଷ୍ଟା କରନ୍ତି ନାହିଁ ଯେ ସତ୍ୟ ଶିଖିବା ଯୋଗୁଁ ତାଙ୍କୁ କେତେ ଲାଭ ହୋଇପାରିବ । ଆଉ ସେମାନେ ସନ୍ଦେଶ ଶୁଣିବା ପାଇଁ ମନା କରିଦିଅନ୍ତି । କିନ୍ତୁ ଆମେ ହାର ମାନି ନ ଥାଉ, ବରଂ ପ୍ରଚାର କରିବା ଜାରି ରଖୁ । (ଉପ ୧୧:୬) କାହିଁକି ? ଏହାର କିଛି କାରଣ ତଳେ ଦିଆଯାଇଛି ।
ଲୋକମାନେ ଘର ଉପରେ ଘର ବଦଳାନ୍ତି । ଯେଉଁମାନେ ଆମ ସନ୍ଦେଶରେ ଆଗ୍ରହ ଦେଖାନ୍ତି ନାହିଁ, ସେମାନେ ଅନ୍ୟ ଜାଗାକୁ ଯାଇ ରହିବାକୁ ଲାଗିପାରନ୍ତି । ଆଉ ତାଙ୍କ ବଦଳରେ ଯେଉଁ ନୂଆ ଲୋକ ଆସି ରହନ୍ତି, ହୁଏତ ସେମାନେ ଆମ କଥା ଶୁଣିବେ
ଆର ଥରକୁ ହୁଏତ ଅନ୍ୟ କେହି କବାଟ ଖୋଲିବେ । ଆର ଥରକୁ ହୁଏତ ଘରମାଲିକଙ୍କ ବୃଦ୍ଧ ବାପାମାଆ, ପିଲା ଯିଏ ଏବେ ବଡ଼ ହୋଇଯାଇଛି, ନୂଆ ରୁମ୍-ମେଟ୍ କିମ୍ବା ଅତିଥିମାନେ ମଧ୍ୟ କବାଟ ଖୋଲି ପାରନ୍ତି
ଲୋକମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ହୋଇପାରେ । (୧ତୀମ ୧:୧୩) ଦୁନିଆର ଖରାପ ପରିସ୍ଥିତିକୁ ଦେଖି କିମ୍ବା କୌଣସି ଦୁର୍ଘଟଣା ଯୋଗୁଁ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ହୋଇପାରେ ଏବଂ ହୁଏତ ସେମାନେ ସନ୍ଦେଶକୁ ଶୁଣିବା ପାଇଁ ପ୍ରସ୍ତୁତ ହୋଇଯିବେ
ଆମେ ଯିହୋବାଙ୍କୁ ପ୍ରେମ କରୁ ।—ଲୂକ ୬:୪୫; ୧ଯୋହ ୫:୩.
ଯିହୋବା “ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି” ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ସମସ୍ୟାଗୁଡ଼ିକ ସତ୍ତ୍ୱେ ପ୍ରଚାର କରିବା ଜାରି ରଖିବା ବିଷୟରେ ଆପଣ କେଉଁ କଥାଗୁଡ଼ିକ ଶିଖିଲେ ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୮୦-୮୧