ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ମାର୍ଚ୍ଚ ପୃଷ୍ଠା ୬-୭
  • ୨୩-୨୯ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୩-୨୯ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ମାର୍ଚ୍ଚ ପୃଷ୍ଠା ୬-୭

୨୩-୨୯ ମାର୍ଚ୍ଚ

ଯିଶାଇୟ ୪୮–୪୯

ଗୀତ ୮୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଯିହୋବାଙ୍କ କଥା ଶୁଣିବା ଏବଂ ମାନିବା ଲାଭଦାୟକ

(୧୦ ମି.)

ଯିହୋବା ନିଜ ସେବକମାନଙ୍କୁ ଶିଖାନ୍ତି (ଯିଶା ୪୮:୧୭; ଜୀବନ ବହି ପାଠ ୩୫ ପଏଣ୍ଟ ନଂ. ୧)

ଆମେ ଯିହୋବାଙ୍କ କଥା ଶୁଣିବା ଏବଂ ମାନିବା ପାଇଁ ନିଷ୍ପତ୍ତି ନେବା ଉଚିତ୍‌ (ଯିଶା ୪୮:୧୮କ; ଜୀବନ ବହି ପାଠ ୩୪ ପଏଣ୍ଟ ନଂ. ୬)

ତେବେ ଆମ ଶାନ୍ତି “ନଦୀ ତୁଲ୍ୟ” ଏବଂ ଆମର ଧାର୍ମିକତା “ସମୁଦ୍ରର ତରଙ୍ଗ ତୁଲ୍ୟ” ହେବ (ଯିଶା ୪୮:୧୮ଖ; ପ୍ର୨୨.୦୮ ପୃ ୩୦ ¶୧୬-୧୭)

ସୂର୍ଯ୍ୟାସ୍ତ ସମୟରେ ଜଣେ ଭଉଣୀ ସମୁଦ୍ର କୂଳରେ ଚାଲୁଛନ୍ତି ।

ଶବ୍ଦର ଅର୍ଥ: “ଶାନ୍ତିର” ଏବ୍ରୀ ଶବ୍ଦର ଅର୍ଥ ହେଉଛି ସୁରକ୍ଷିତ ଅନୁଭବ କରିବା, ଶକ୍ତି ଓ ଉତ୍ତମ ସ୍ୱାସ୍ଥ୍ୟ ହେବା, ବନ୍ଧୁତା ଓ କୌଣସି କାମକୁ ପୂରା କରିବା ବି ହୋଇପାରେ ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୪୮:୧୭, ୧୮—ନିଜ ହୃଦୟର କଥା ଶୁଣିବା ପରିବର୍ତ୍ତେ ଆମକୁ କାହିଁକି ଯିହୋବାଙ୍କ ଉପରେ ଭରସା ରଖିବା ଉଚିତ୍‌ ? (ପ୍ର୨୫.୦୨ ପୃ ୧୭ ¶୧୨)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୪୮:୯-୨୦ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଆପଣଙ୍କ ସମ୍ପର୍କୀୟ ଯିଏ ସଭା ଓ ପ୍ରଚାରରେ ଆସିବା ବନ୍ଦ କରିଦେଇଛନ୍ତି, ତାଙ୍କୁ ବିଶେଷ ଭାଷଣରେ ଓ ସ୍ମାରକରେ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୩)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ ସ୍ମାରକରେ ଆସିବା ପାଇଁ ଭାବୁଛନ୍ତି । ତାଙ୍କୁ କହନ୍ତୁ ଯେ ସେଠାରେ କʼଣ କʼଣ ହେବ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୬. ପୁଣିଥରେ ଭେଟିବା ସମୟରେ

(୫ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ ସ୍ମାରକରେ ଆସନ୍ତି । ଭାଷଣ ପରେ ତାଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୦୮

୭. ବର୍ଷର ସବୁଠାରୁ ବିଶେଷ ଦିନ ପାଇଁ ପ୍ରସ୍ତୁତ ରହନ୍ତୁ !

(୧୫ ମି.) ଆଲୋଚନା ।

ପ୍ରତି ବର୍ଷ ସ୍ମାରକରେ ଉପସ୍ଥିତ ହୋଇ ଆମେ ଯିହୋବା ଯେଉଁ ମୁକ୍ତିର ମୂଲ୍ୟର ବ୍ୟବସ୍ଥା କରିଛନ୍ତି, ତାʼପାଇଁ କୃତଜ୍ଞତା ଦେଖାଉ । ଏପରି କରି ଆମେ ଯୀଶୁଙ୍କର ବି ଆଜ୍ଞା ମାନିଥାଉ । (ଲୂକ ୨୨:୧୯) ତାʼସହ ଏହି ଦିନ ଆମକୁ ମନେ ପକାଇ ଦିଆଯାଏ ଯେ ଯିହୋବା ଏବଂ ତାଙ୍କ ପୁତ୍ର ଆମକୁ କେତେ ପ୍ରେମ କରନ୍ତି । (ଗାଲା ୨:୨୦; ୧ଯୋହ ୪:୯, ୧୦) ସ୍ମାରକ ପାଇଁ ଆପଣ ନିଜ ମନ କିପରି ପ୍ରସ୍ତୁତ କରିପାରିବେ ଏବଂ ମୁକ୍ତିର ମୂଲ୍ୟ ପାଇଁ କିପରି କୃତଜ୍ଞତା ବଢ଼ାଇପାରିବେ ? ଏପରି କରିବା ପାଇଁ ଆପଣ ଅନ୍ୟମାନଙ୍କୁ ବି କିପରି ସାହାଯ୍ୟ କରିପାରିବେ ?

  • ପ୍ରତିଦିନ ସ୍ମାରକ ସହ ଜଡ଼ିତ ପଦଗୁଡ଼ିକୁ ପଢ଼ନ୍ତୁ

  • ମୁକ୍ତିର ମୂଲ୍ୟ, ଯିହୋବା ଓ ଯୀଶୁଙ୍କ ତରଫରୁ ଗୋଟିଏ ଉପହାର । ଏହି କଥା ଉପରେ ଚିନ୍ତନ କରନ୍ତୁ ଏବଂ ଭାବନ୍ତୁ ଯେ ଆପଣ କିପରି ନିଜ ଜୀବନରୁ ଏହା ଦେଖାଇପାରିବେ ଯେ ଆପଣ ସେମାନଙ୍କ ପାଇଁ କୃତଜ୍ଞ

  • ଅଭିଯାନରେ ଜୋରସୋର୍‌ରେ ଭାଗ ନିଅନ୍ତୁ । ନିଜ ସମ୍ପର୍କୀୟମାନଙ୍କୁ, ଚିହ୍ନା ପରିଚୟ ଲୋକମାନଙ୍କୁ ଓ ନିଜ ଅଞ୍ଚଳର ଅନ୍ୟ ଲୋକମାନଙ୍କୁ ବି ବିଶେଷ ଭାଷଣ ଓ ସ୍ମାରକ ପାଇଁ ଡାକନ୍ତୁ

  • ଯେଉଁମାନେ ସ୍ମାରକରେ ଆସନ୍ତି ସେମାନଙ୍କୁ ପ୍ରେମ ଓ ଖୁସିର ସହ ସ୍ୱାଗତ କରନ୍ତୁ । ଆପଣ ଯେଉଁମାନଙ୍କୁ ଡାକିଛନ୍ତି ସେମାନଙ୍କୁ ଧ୍ୟାନ ଦେବା ସହ ସେହି ଲୋକମାନଙ୍କୁ ବି ସାହାଯ୍ୟ କରନ୍ତୁ, ଯେଉଁମାନଙ୍କୁ ଅଭିଯାନ ସମୟରେ ଅନ୍ୟମାନେ ନିମନ୍ତ୍ରଣ ଦେଇଥିଲେ । ସ୍ମାରକରେ ଆସିଥିବା ଲୋକମାନଙ୍କୁ ନିଜ ସହ ବସିବା ପାଇଁ ବି କହିପାରିବେ

  • ଯଦି ସେମାନେ କିଛି ପ୍ରଶ୍ନ ପଚାରନ୍ତି, ତାହେଲେ ଉତ୍ତର ଦେବା ପାଇଁ ଚେଷ୍ଟା କରନ୍ତୁ

  • ସେମାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହନ୍ତୁ ଯେଉଁମାନେ ସଭା ଓ ପ୍ରଚାରରେ ଆସିବା ବନ୍ଦ କରିଦେଇଛନ୍ତି । ପ୍ରାଚୀନମାନେ ସେହି ଲୋକମାନଙ୍କୁ ସ୍ୱାଗତ କରିବା ପାଇଁ ବିଶେଷ ଧ୍ୟାନ ଦେବେ, ଯେଉଁମାନଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି

ଯୀଶୁ ସେମାନଙ୍କୁ “ଖୋଜି ରକ୍ଷା କରିବାକୁ” ଆସିଲେ ଭିଡିଓର ଦୃଶ୍ୟ । ସ୍ମାରକ ଦିନରେ ଭାଇଭଉଣୀ ରାଜ୍ୟଘରକୁ ଆସି ପରସ୍ପର ସହିତ ପ୍ରେମରେ କଥା ହେଉଛନ୍ତି ।

ଯୀଶୁ ସେମାନଙ୍କୁ “ଖୋଜି ରକ୍ଷା କରିବାକୁ” ଆସିଲେ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ସ୍ମାରକରେ ସେହି ଲୋକମାନଙ୍କୁ ଖୁସିର ସହ ସ୍ୱାଗତ କରିବା କାହିଁକି ଜରୁରୀ, ଯେଉଁମାନେ ସଭାଗୁଡ଼ିକରେ ଓ ପ୍ରଚାରରେ ଆସିବା ବନ୍ଦ କରିଦେଇଛନ୍ତି ?

    ଯୀଶୁ ସେମାନଙ୍କୁ “ଖୋଜି ରକ୍ଷା କରିବାକୁ” ଆସିଲେ ଭିଡିଓର ଦୃଶ୍ୟ । ସ୍ମାରକରେ ଏପରି ଜଣେ ଭଉଣୀ ଆସିଛନ୍ତି ଯିଏ ସଭା ଓ ପ୍ରଚାରରେ ଆସିବା ବନ୍ଦ କରିଦେଇଛନ୍ତି । ଜଣେ ଭଉଣୀ ପ୍ରେମରେ ତାଙ୍କୁ ଆଲିଙ୍ଗନ କରୁଛନ୍ତି ।

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୭୨-୭୩

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୩୪ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ