ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ଜାନୁୟାରୀ ପୃଷ୍ଠା ୬-୭
  • ୧୯-୨୫ ଜାନୁୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୯-୨୫ ଜାନୁୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ଜାନୁୟାରୀ ପୃଷ୍ଠା ୬-୭

୧୯-୨୫ ଜାନୁୟାରୀ

ଯିଶାଇୟ ୨୪–୨୭

ଗୀତ ୧୫୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. “ଏହି ଆମ୍ଭମାନଙ୍କର ପରମେଶ୍ୱର”

(୧୦ ମି.)

ଆମେ ଅନେକ କାରଣ ଯୋଗୁଁ ଆମ ପରମେଶ୍ୱର ଯିହୋବାଙ୍କ ଉପରେ ଗର୍ବ କରୁ (ଯିଶା ୨୫:୯; ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ପୃ ୧୫ ¶୨୧)

ସେ ପ୍ରତିଜ୍ଞା କରିଛନ୍ତି ଯେ ନୂଆ ଦୁନିଆରେ ସେ ଆମମାନଙ୍କୁ ଅନେକଗୁଡ଼ିଏ ଭଲ ଜିନିଷ ଦେବେ । ସେମଧ୍ୟରୁ ଗୋଟିଏ ହେଉଛି, ସେ ଆମକୁ ସୁସ୍ୱାଦୁ ଜିନିଷ ଖାଇବା ପାଇଁ ଦେବେ (ଯିଶା ୨୫:୬; ପ୍ର୨୪.୧୨ ପୃ ୬-୭ ¶୧୪)

ସେ ଆମକୁ ଅନନ୍ତ ଜୀବନ ଦେବେ (ଯିଶା ୨୫:୭, ୮; ପ୍ର୨୫.୦୧ ପୃ ୨୮-୨୯ ¶୧୧-୧୨)

ଜଣେ ବୃଦ୍ଧ ଭାଇ ହ୍ୱିଲଚେୟାରରେ ଅଛନ୍ତି ଏବଂ ଜଣେ ନର୍ସକୁ ସାକ୍ଷ୍ୟ ଦେଉଛନ୍ତି ।

ନିଜକୁ ପଚାରନ୍ତୁ, ‘ଏହି ସପ୍ତାହ ମଧ୍ୟରେ ମୁଁ କେଉଁମାନଙ୍କୁ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ବିଷୟରେ କହିପାରିବି ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୨୪:୨—ନୂତନ ଜଗତ ଅନୁବାଦ ବାଇବଲରେ ଏହି ପଦକୁ କାହିଁକି କବିତା ଭାବେ ଲେଖାଯାଇଛି ? (ପ୍ର୧୫-ହି ୧୨/୧୫ ପୃ ୧୫ ¶୪-ପୃ ୧୭ ¶୨)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୨୫:୧-୯ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଜଣେ ବ୍ୟକ୍ତିକୁ କେଉଁ ବିଷୟରେ ଆଗ୍ରହ ଅଛି । ଏହାପରେ ତାଙ୍କୁ କହନ୍ତୁ ଯେ ସେ କିପରି ଏହି ବିଷୟ ସହ ଜଡ଼ିତ ତଥ୍ୟ jw.org ୱେବସାଇଟ୍‌ରେ ଖୋଜିପାରିବେ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୩)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଲୋକଙ୍କୁ ପ୍ରେମ ପୁସ୍ତିକାର ଆଉ କିଛି ପରାମର୍ଶ—କ ଭାଗରେ ଦିଆଯାଇଥିବା ବାଇବଲରୁ କୌଣସି କଥା କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୪)

୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୫ ମି.) ପ୍ରଦର୍ଶନୀ । ପବିତ୍ର ଶାସ୍ତ୍ର ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର (ହିନ୍ଦୀ) ୧୬୦—ବିଷୟ: ଯୀଶୁଙ୍କୁ କାହିଁକି ଈଶ୍ୱରଙ୍କ ପୁତ୍ର କୁହାଯାଇଛି ? (ଶିଖାଇବା ଅଧ୍ୟୟନ ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୪୪

୭. ଚିକିତ୍ସା କିମ୍ବା ସର୍ଜରୀ ପାଇଁ ପ୍ରସ୍ତୁତି କରିବା ସମୟରେ ଯିହୋବାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର ରହନ୍ତୁ

(୧୫ ମି.) ଆଲୋଚନା ।

ଯିହୋବା ସେହି ଲୋକମାନଙ୍କୁ ସୁରକ୍ଷିତ ରଖନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ‘ତାଙ୍କଠାରେ ନିର୍ଭର ରହନ୍ତି ।’ (ଯିଶାଇୟ ୨୬:୩ ପଢ଼ନ୍ତୁ ।) ଚିକିତ୍ସା ସହ ଜଡ଼ିତ ସମସ୍ୟା ସମୟରେ ଆମେ କିପରି ତାଙ୍କଠାରେ ସମ୍ପୂର୍ଣ୍ଣ ଭାବେ ନିର୍ଭର ରହିପାରିବା ? ସେ ନିଜ ସଂଗଠନ ଜରିଆରେ ଆମକୁ ଯେଉଁ ସାହାଯ୍ୟ କରୁଛନ୍ତି, ତାହାକୁ ସ୍ୱୀକାର କରି ଆମେ ଦେଖାଇପାରିବା ଯେ ଆମେ ତାଙ୍କଠାରେ ସମ୍ପୂର୍ଣ୍ଣ ଭାବେ ନିର୍ଭର ଅଛୁ ।

“କʼଣ ଆପଣ ଚିକିତ୍ସା ସହ ଜଡ଼ିତ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ?” ନାମକ ଭିଡିଓର ଦୃଶ୍ୟ । ୧. ଜଣେ ଭାଇ ବାଇବଲ ଓ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ବହିର ପାଠ ୩୯ରେ ଅନୁସନ୍ଧାନ କରୁଛନ୍ତି । ୨. ଜଣେ ଭାଇ ନୋ ବ୍ଲଡ କାର୍ଡ ଭରୁଛନ୍ତି । ୩. ହସ୍ପିଟାଲ ସମ୍ପର୍କ ସମିତିର ଜଣେ ଭାଇ ଫୋନ୍‌ ଜରିଆରେ କାହାରିକୁ ସାହାଯ୍ୟ କରୁଛନ୍ତି । ୪. ଜଣେ ଭଉଣୀ ଡାକ୍ତରଙ୍କୁ କିଛି ଡକ୍ୟୁମେଣ୍ଟ ଦେଉଛନ୍ତି ।

କʼଣ ଆପଣ ଚିକିତ୍ସା ସହ ଜଡ଼ିତ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ? ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • କେଉଁ ତିନୋଟି ବ୍ୟବସ୍ଥା ସାହାଯ୍ୟରୁ ଆମେ ଚିକିତ୍ସା ସହ ଜଡ଼ିତ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ପ୍ରସ୍ତୁତ ରହିପାରିବା ?

  • ଚିକିତ୍ସା ସହ ଜଡ଼ିତ ଅନ୍ୟ ତଥ୍ୟଗୁଡ଼ିକରୁa ଆମକୁ କିପରି ସାହାଯ୍ୟ ମିଳିପାରେ ?

  • ହସ୍ପିଟାଲ ସମ୍ପର୍କ ସମିତି ସହ ଆମେ କେବେ କଥା କରିବା ଠିକ୍‌ ରହିବ ?

  • ଯିହୋବାଙ୍କ ଏହି ପ୍ରେମଭରା ବ୍ୟବସ୍ଥା ବିଷୟରେ ଭାବି ଆପଣଙ୍କୁ କିପରି ଲାଗେ ?

ଯିଶାଇୟ ୨୬:୩ ପଦରେ ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ “ସମ୍ପୂର୍ଣ୍ଣ ଶାନ୍ତି” ଦେବେ । କିନ୍ତୁ ଏହାର ଅର୍ଥ ଏପରି ନୁହେଁ ଯେ ସେ ଚିକିତ୍ସା ସହ ଜଡ଼ିତ ସବୁ ସମସ୍ୟାରୁ ଆମକୁ ରକ୍ଷା କରିବେ । ଏହା ପରିବର୍ତ୍ତେ, ସେ ସଂଗଠନ ଜରିଆରେ ଯେଉଁ ପ୍ରେମଭରା ବ୍ୟବସ୍ଥା କରିଛନ୍ତି, ତାହା ସାହାଯ୍ୟରୁ ଆମେ ଏପରି ସମୟରେ ଡରି ନ ଥାଉ ଏବଂ ଶାନ୍ତ ରହିପାରୁ ।

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୫୪-୫୫

ଶେଷ ଟିପ୍ପଣୀ (୩ ମି.) | ଗୀତ ୫୩ ଏବଂ ପ୍ରାର୍ଥନା

a ଯେବେ ଆବଶ୍ୟକ ପଡ଼େ, ଆପଣ ପ୍ରାଚୀନମାନଙ୍କଠାରୁ ଏମଧ୍ୟରୁ ଯେକୌଣସି ଫର୍ମ ନେଇପାରିବେ: ଗର୍ଭବତୀ ମାଆମାନଙ୍କ ପାଇଁ ତଥ୍ୟ (S-401), ଯେଉଁମାନଙ୍କୁ କୌଣସି ସର୍ଜରୀ କିମ୍ବା କିମୋଥେରାପି କରାଇବାର ଆବଶ୍ୟକ ଅଛି, ସେମାନଙ୍କ ପାଇଁ ତଥ୍ୟ (S-407) ଏବଂ ଏପରି ବାପାମାଆମାନଙ୍କ ପାଇଁ ତଥ୍ୟ ଯେଉଁମାନଙ୍କ ପିଲାମାନଙ୍କୁ କୌଣସି ଚିକିତ୍ସାର ଆବଶ୍ୟକ ଅଛି (S-55) ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ