ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ଜୁଲାଇ ପୃଷ୍ଠା ୪-୫
  • ୧୪–୨୦ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୪–୨୦ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ଜୁଲାଇ ପୃଷ୍ଠା ୪-୫

୧୪–୨୦ ଜୁଲାଇ

ହିତୋପଦେଶ ୨୨

ଗୀତ ୭୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ପିଲାମାନଙ୍କର ଲାଳନପାଳନ କରିବା ପାଇଁ ଭଲ ପରାମର୍ଶ

(୧୦ ମି.)

ଆପଣଙ୍କର ପିଲାମାନଙ୍କୁ ଭବିଷ୍ୟତରେ ଯେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିବ, ଏହା ପାଇଁ ସେମାନଙ୍କୁ ପ୍ରସ୍ତୁତ କରନ୍ତୁ (ହିତୋ ୨୨:୩; ପ୍ର୨୦.୧୦-ହି ପୃ ୨୭-୨୮ ¶୭)

ଜନ୍ମରୁ ହିଁ ସେମାନଙ୍କୁ ଶିଖାଇବା ଆରମ୍ଭ କରନ୍ତୁ (ହିତୋ ୨୨:୬; ପ୍ର୧୯.୧୨-ହି ପୃ ୨୬ ¶୧୭-୧୯)

ପ୍ରେମର ସହ ସେମାନଙ୍କୁ ସୁଧାରନ୍ତୁ (ହିତୋ ୨୨:୧୫; ପ୍ର୦୬-ହି ୪/୧ ପୃ ୯-୧୦ ¶୪)

ଜଣେ ବାପା ବିବର୍ତ୍ତନ ବିଷୟରେ ନିଜ ଝିଅ ସହ କଥା ହେବା ସମୟରେ ପ୍ରେମର ସହ ବାଇବଲରୁ ତର୍କ କରୁଛନ୍ତି । ତାଙ୍କ ଝିଅର ଟ୍ୟାବଲେଟରେ ଦେଖାଇ ଦିଆଯାଇଛି ଯେ ମଣିଷମାନେ ମାଙ୍କଡ଼ରୁ ଆସିଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୨୨:୨୯—ମଣ୍ଡଳୀରେ ଯେକୌଣସି କାମ କରିବା ସମୟରେ ଆମେ ଏହି ସିଦ୍ଧାନ୍ତକୁ କିପରି ମାନିପାରିବା ? ଏପରି କଲେ ଆମକୁ କʼଣ ଲାଭ ହେବ ? (ପ୍ର୨୧.୦୮-ହି ପୃ ୨୨-୨୩ ¶୧୧)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କʼଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୨୨:୧-୧୯ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୪)

୫. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣଙ୍କୁ କହନ୍ତୁ ଯେ ସେ jw.org ୱେବସାଇଟ୍‌ରେ ପିଲାମାନଙ୍କ ଲାଳନପାଳନ କରିବା ବିଷୟରେ ତଥ୍ୟ କିପରି ଖୋଜିପାରିବେ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)

୬. ଭାଷଣ

(୫ ମି.) ଯୁବକ-ଯୁବତୀମାନଙ୍କ ପ୍ରଶ୍ନ (ହିନ୍ଦୀ) ୬—ବିଷୟ: ବାପାମାଆ ମୋତେ କାହିଁକି ମଜାମସ୍ତି କରିବା ପାଇଁ ଦିଅନ୍ତି ନାହିଁ ? (ଶିଖାଇବା ଅଧ୍ୟୟନ ୨୦)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୩୪

୭. ଧୈର୍ଯ୍ୟ ଧରନ୍ତୁ, କିନ୍ତୁ ଭୁଲକୁ ଅଣଦେଖା କରନ୍ତୁ ନାହିଁ

(୧୫ ମି.) ଆଲୋଚନା ।

ପିଲାମାନଙ୍କର ଲାଳନପାଳନ କରିବା ସମୟରେ ବହୁତ ଧୈର୍ଯ୍ୟ ଧରିବାକୁ ପଡ଼େ । ବାପାମାଆଙ୍କୁ ଏହା ଜାଣିବା ଜରୁରୀ ଯେ ତାଙ୍କ ପିଲାମାନଙ୍କ ଜୀବନରେ କʼଣ ଚାଲିଛି । ତେଣୁ ସେମାନଙ୍କୁ ନିୟମିତ ଭାବେ ନିଜର ପିଲାମାନଙ୍କ ସହ ଭଲ ସମୟ ବିତାଇବା ଉଚିତ୍‌ । ଏଥିସହ ସେମାନେ ଧ୍ୟାନ ଦେବା ଉଚିତ୍‌ ଯେ ନିଜର ପିଲାମାନଙ୍କ ସହ କଥା ହେବା ସମୟରେ ସେମାନଙ୍କୁ ଅନ୍ୟମନସ୍କ ରହିବା ଉଚିତ୍‌ ନୁହେଁ । (ଦ୍ୱିବି ୬:୬, ୭) ପିଲାମାନଙ୍କ ମନରେ କʼଣ ଚାଲିଛି, ଏହା ଜାଣିବା ପାଇଁ ବାପାମାଆଙ୍କୁ କିଛି ପ୍ରଶ୍ନ ପଚାରିବାକୁ ପଡ଼ିବ ଓ ସେମାନଙ୍କର କଥା ଧ୍ୟାନର ସହ ଶୁଣିବାକୁ ପଡ଼ିବ । (ହିତୋ ୨୦:୫) ଅନେକ ଥର ହୁଏତ ପିଲାମାନେ ତୁରନ୍ତ ବୁଝିପାରିବେ ନାହିଁ ଯେ ତାଙ୍କର ବାପାମାଆ ସେମାନଙ୍କୁ କʼଣ କହିବା ପାଇଁ ଚାହୁଁଛନ୍ତି, ତେଣୁ ସେମାନେ ତାହା ମାନିବେ ନାହିଁ । ହୁଏତ ଏପରି ସମୟରେ ବାପାମାଆଙ୍କୁ ବାରମ୍ବାର ସେମାନଙ୍କୁ ସେହି କଥାକୁ ବୁଝାଇବାକୁ ପଡ଼ିବ ।

କିନ୍ତୁ ଧୈର୍ଯ୍ୟ ଧରିବାର ଅର୍ଥ ଏହା ନୁହେଁ ଯେ ବାପାମାଆମାନେ ନିଜ ପିଲାଙ୍କର ଭୁଲକୁ ଅଣଦେଖା କରନ୍ତୁ । ଯିହୋବା, ବାପାମାଆମାନଙ୍କୁ ନିଜର ପିଲାମାନଙ୍କୁ ଏହା କହିବା ପାଇଁ ଅଧିକାର ଦେଇଛନ୍ତି ଯେ ତାଙ୍କର ପିଲାମାନେ କʼଣ କରିପାରିବେ ଓ କʼଣ ନୁହେଁ । ଆଉ ଯଦି ପିଲାମାନେ କଥା ଶୁଣନ୍ତି ନାହିଁ, ତାହେଲେ ସେମାନଙ୍କୁ ସୁଧାରିବା ଉଚିତ୍‌ ।—ହିତୋ ୬:୨୦; ୨୩:୧୩.

ଏଫିସୀୟ ୪:୩୧ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ପିଲାମାନଙ୍କୁ ସୁଧାରିବା ସମୟରେ ବାପାମାଆମାନଙ୍କୁ କାହିଁକି ରାଗିବା ଉଚିତ୍‌ ନୁହେଁ ?

ଗାଲାତୀୟ ୬:୭ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ବାପାମାଆମାନେ ନିଜର ପିଲାମାନଙ୍କୁ କାହିଁକି ଏହା ଶିଖାଇବା ଉଚିତ୍‌ ଯେ ଯଦି ସେମାନେ ଖରାପ କାମ କରିବେ, ତାହେଲେ ସେମାନଙ୍କୁ ତାହାର ଖରାପ ପରିଣାମ ଭୋଗିବାକୁ ପଡ଼ିବ ?

‘ଧୈର୍ଯ୍ୟର ସହ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ’​​—⁠ପିଲାମାନଙ୍କର ଭିଡିଓର ଦୃଶ୍ୟ । ମ୍ୟାକ୍ସ ଧୈର୍ଯ୍ୟର ସହ ନିଜ ଝିଅ ସିମ୍ମୀର କଥା ଶୁଣୁଛନ୍ତି ।

‘ଧୈର୍ଯ୍ୟର ସହ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ’—ପିଲାମାନଙ୍କର ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଏହି ଭିଡିଓରୁ ଆପଣ କʼଣ ଶିଖିଲେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା “ପ୍ରଶାସନ ଦଳଠାରୁ ଚିଠି,” ଭାଗ ୧ରେ କʼଣ ଅଛି ଏବଂ ପାଠ ୧

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ