୩୦ ଜୁନ୍–୬ ଜୁଲାଇ
ହିତୋପଦେଶ ୨୦
ଗୀତ ୧୩୧ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଡେଟିଙ୍ଗ୍ କଲାବେଳେ କିପରି ଭଲ ନିଷ୍ପତ୍ତି ନେଇପାରିବା ?
(୧୦ ମି.)
ଡେଟିଙ୍ଗ୍ ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ ଆପଣାନ୍ତୁ (ହିତୋ ୨୦:୨୪, ୨୫; ପ୍ର୨୪.୦୫ ପୃ ୨୬-୨୭ ¶୩-୪)
କାହାରି ସହିତ ଡେଟିଙ୍ଗ୍ କରିବା ପୂର୍ବରୁ ବି ତାକୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ (ହିତୋ ୨୦:୧୮; ପ୍ର୨୪.୦୫ ପୃ ୨୨ ¶୮)
ଡେଟିଙ୍ଗ୍ କଲାବେଳେ ପରସ୍ପରକୁ ଭଲଭାବେ ଜାଣିବା ପାଇଁ ଚେଷ୍ଟା କରନ୍ତୁ (ହିତୋ ୨୦:୫; ପ୍ର୨୪.୦୫ ପୃ ୨୮-୨୯ ¶୭-୮)
ମନେ ରଖନ୍ତୁ: ଏହା ଜରୁରୀ ନୁହେଁ ଯେ ଆପଣ ଯାହା ସହ ଡେଟିଙ୍ଗ୍ କରୁଛନ୍ତି ଆପଣ ତାକୁ ହିଁ ବିବାହ କରିବେ । ଡେଟିଙ୍ଗ୍ କରିବାର ଉଦ୍ଦେଶ୍ୟ ହେଉଛି ଯେ ଆପଣ ବିବାହକୁ ନେଇ ସଠିକ୍ ନିଷ୍ପତ୍ତି ନେଇପାରିବେ ।
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ହିତୋ ୨୦:୨୭—‘ମନୁଷ୍ୟର ନିଶ୍ୱାସ ସଦାପ୍ରଭୁଙ୍କର ପ୍ରଦୀପ’ ଏପରି କାହିଁକି କୁହାଯାଇଛି ? (ଇନସାଇଟ୍-୨ ପୃ ୧୯୬ ¶୭)
ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କʼଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ହିତୋ ୨୦:୧-୧୫ (ଶିଖାଇବା ଅଧ୍ୟୟନ ୫)
୪. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ଘର ଘର ପ୍ରଚାର । ଘରମାଲିକ କହନ୍ତି ଯେ ସେ କିଛି ଦିନ ପୂର୍ବେ ହିଁ ଅନ୍ୟ ଦେଶରୁ କିମ୍ବା ଅନ୍ୟ ଜାଗାରୁ ଏଠାରେ ରହିବା ପାଇଁ ଆସିଛନ୍ତି । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣଙ୍କୁ JW ଲାଇବ୍ରେରୀ ଆପ୍ ବିଷୟରେ ଜଣାନ୍ତୁ ଏବଂ ଡାଉନଲୋଡ୍ କରିବା ପାଇଁ ସାହାଯ୍ୟ କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)
୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା
(୪ ମି.) ପ୍ରଦର୍ଶନୀ । ପବିତ୍ର ଶାସ୍ତ୍ର ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର ୧୫୯ (ହିନ୍ଦୀ)—ବିଷୟ: କʼଣ ପଶୁଗୁଡ଼ିକ ମରିବା ପରେ ସ୍ୱର୍ଗ ଯାʼନ୍ତି ? (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୪)
ଗୀତ ୭୮
୭. ଲୋକମାନଙ୍କୁ ବାଇବଲରୁ ଚର୍ଚ୍ଚା କରିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ
(୫ ମି.) ଆଲୋଚନା ।
ପ୍ରଚାର କରିବାର ଆମର ଗୋଟିଏ ଉଦ୍ଦେଶ୍ୟ ହେଉଛି, ଲୋକମାନଙ୍କୁ ବାଇବଲରୁ ଚର୍ଚ୍ଚା କରିବା ପାଇଁ ପ୍ରୋତ୍ସାହନ ଦେବା । ଯେବେ ଆମେ ବାଇବଲ ଅଧ୍ୟୟନ କରୁ, ତେବେ ଆମେ ଏପରି କରିପାରିବା ଆଉ ସେମାନଙ୍କୁ ଶିଷ୍ୟ ହେବା ପାଇଁ ସାହାଯ୍ୟ କରିପାରିବା । (ରୋମୀ ୧୦:୧୩-୧୫) ସେଥିପାଇଁ ଭଲ ହେବ ଆପଣ ଘର ଘର ପ୍ରଚାର କଲାବେଳେ ଲୋକମାନଙ୍କୁ ସିଧାସଳଖ ବାଇବଲ ଅଧ୍ୟୟନ କରିବା ପାଇଁ ପଚାରିପାରିବେ । ଏପରି କରିବା ପୂର୍ବରୁ ଆପଣ ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଘରମାଲିକଙ୍କୁ କେଉଁ ବିଷୟରେ ଆଗ୍ରହ ଅଛି । ତାʼପରେ ସେମାନଙ୍କୁ କହନ୍ତୁ ଯେ ଯଦି ସେମାନେ ବାଇବଲରୁ ଚର୍ଚ୍ଚା କରିବେ, ତାହେଲେ ସେମାନଙ୍କୁ ତାଙ୍କର ପ୍ରଶ୍ନଗୁଡ଼ିକର ଉତ୍ତର ମିଳିପାରିବ । ସେମାନଙ୍କୁ ଏହା ବି କହନ୍ତୁ ଯେ ଏପରି ଚର୍ଚ୍ଚା କଲେ ସେମାନେ ବହୁତଗୁଡ଼ାଏ କଥା ଶିଖିପାରିବେ ଓ ସେମାନଙ୍କୁ ଏଥିରୁ ବହୁତ ଲାଭ ହେବ ।
jw.org ୱେବସାଇଟ୍ରେ ଯାଇ “ବାଇବଲରୁ ଜାଣନ୍ତୁ” ଲିଙ୍କ ଦେଖାଇ ବି ଆପଣ ଲୋକମାନଙ୍କୁ ବାଇବଲରୁ ଚର୍ଚ୍ଚା କରିବା ବିଷୟରେ କହିପାରିବେ ।
ଆପଣ “ବାଇବଲରୁ ଜାଣନ୍ତୁ” ଲିଙ୍କ ଦେଖାଇ ଲୋକମାନଙ୍କୁ ବାଇବଲ ବିଷୟରେ ଚର୍ଚ୍ଚା କରିବା ପାଇଁ କିପରି କହିପାରିବେ ?
ଆପଣଙ୍କ ଅଞ୍ଚଳରେ କେଉଁ ଉପାୟ ଆପଣାଇବା ଦ୍ୱାରା ଲୋକମାନଙ୍କୁ ବାଇବଲ ଅଧ୍ୟୟନ କରିବା ପାଇଁ ପ୍ରୋତ୍ସାହନ ମିଳିଛି ?
୮. ସଂଗଠନକୁ ମିଳିଥିବା ସଫଳତା
(୧୦ ମି.) ଜୁନ୍ ମାସର ଭିଡିଓ ଦେଖାନ୍ତୁ ।
୯. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୬ ଅଧ୍ୟୟନ ଲେଖା ୨୬ ¶୧୦-୨୦