୯-୧୫ ଜୁନ୍
ହିତୋପଦେଶ ୧୭
ଗୀତ ୧୫୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ଜଣେ ଇସ୍ରାଏଲୀୟ ସ୍ୱାମୀ ସ୍ତ୍ରୀଙ୍କ ପାଖରେ ଖାଇବା ପାଇଁ ବେଶୀ କିଛି ନାହିଁ, ତଥାପି ସେମାନେ ଖୁସିରେ ଅଛନ୍ତି
୧. ସ୍ୱାମୀ ସ୍ତ୍ରୀମାନେ, ଘରେ ଶାନ୍ତି ବଜାୟ ରଖିବା ପାଇଁ ପରିଶ୍ରମ କରନ୍ତୁ
(୧୦ ମି.)
ସ୍ୱାମୀ ସ୍ତ୍ରୀମାନେ, ଘରେ ଶାନ୍ତି ବଜାୟ ରଖିବା ପାଇଁ ପରିଶ୍ରମ କରିବାକୁ ପଡ଼େ କିନ୍ତୁ ଏହାର ଅନେକ ଲାଭ ବି ହୁଏ (ହିତୋ ୧୭:୧; ଚିତ୍ର ଦେଖନ୍ତୁ)
ଛୋଟ ଛୋଟ କଥାରେ ରାଗନ୍ତୁ ନାହିଁ କି ଝଗଡ଼ା କରନ୍ତୁ ନାହିଁ (ହିତୋ ୧୭:୯; ସଜା-ହି ୧୦/୧୪ ପୃ ୯ ¶୨)
ନିଜକୁ ନିୟନ୍ତ୍ରଣରେ ରଖନ୍ତୁ (ହିତୋ ୧୭:୧୪; ପ୍ର୦୮-ହି ୭/୧ ପୃ ୧୦ ¶୬-ପୃ ୧୧ ¶୧)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ହିତୋ ୧୭:୨୪—“ମୂର୍ଖର ଦୃଷ୍ଟି ପୃଥିବୀର ପ୍ରାନ୍ତରେ ଥାଏ” ଏହାର ଅର୍ଥ କʼଣ ? (ଇନସାଇଟ୍-୧ ପୃ ୭୯୦ ¶୨)
ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କʼଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ହିତୋ ୧୭:୧-୧୭ (ଶିଖାଇବା ଅଧ୍ୟୟନ ୧୦)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୫)
୫. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୬ ପଏଣ୍ଟ ନଂ. ୪)
୬. ଭାଷଣ
(୫ ମି.) ପ୍ର୨୪.୦୧ ପୃ ୨୩-୨୪ ¶୧୦-୧୩—ବିଷୟ: ଯିହୋବା ଆପଣଙ୍କୁ ସାହାରା ଦେବେ (ହିତୋ ୧୭:୧୭) (ଶିଖାଇବା ଅଧ୍ୟୟନ ୧୩)
ଗୀତ ୧୧୩
୭. ଭଲ କଥାବାର୍ତ୍ତା ହେବା ପାଇଁ ଅଭ୍ୟାସ କରନ୍ତୁ
(୧୫ ମି.) ଆଲୋଚନା ।
ଗୋଟିଏ ପରିବାର ତେବେ ଖୁସିରେ ରହିପାରିବ, ଯେବେ ପରିବାରର ସମସ୍ତେ ପରସ୍ପର ସହିତ ଭଲ କଥାବାର୍ତ୍ତା ହେବେ । ଯଦି ପରିବାର ଲୋକ ପରସ୍ପରକୁ ନିଜ ମନକଥା ଖୋଲିକି କହିବେ, ତାହେଲେ ସେମାନେ ଅନେକ କାମ ସାଙ୍ଗରେ ମିଶି କରିପାରିବେ ଓ ସମସ୍ୟା ସମୟରେ ପରସ୍ପରକୁ ସାହାଯ୍ୟ ମଧ୍ୟ କରିପାରିବେ । (ହିତୋ ୧୫:୨୨) ତାହେଲେ ଆପଣ ଏପରି କʼଣ କରିପାରିବେ, ଯାହାଦ୍ୱାରା ପରିବାରର ସମସ୍ତେ ନିଜ ମନକଥା ଖୋଲିକି କହିବେ ?
ସାଙ୍ଗରେ ସମୟ ବିତାନ୍ତୁ । (ଦ୍ୱିବି ୬:୬, ୭) ଯେବେ ପରିବାର ଲୋକ ସାଙ୍ଗରେ ମିଶି କାମ କରନ୍ତି, ସଭାକୁ ଯାʼନ୍ତି, ପ୍ରଚାର କରନ୍ତି ଓ ସାଙ୍ଗରେ ମିଶି ହସମଜା କରନ୍ତି, ତେବେ ସେମାନଙ୍କ ମଧ୍ୟରେ ପ୍ରେମ ଓ ଭରସା ବଢ଼େ । ଏହି ସୁଯୋଗରେ ସେମାନେ ପରସ୍ପର ସହିତ ଭଲ କଥାବାର୍ତ୍ତା ବି ହୋଇପାରନ୍ତି । କିନ୍ତୁ ବେଳେବେଳେ ଆପଣ ଯାହା ଚାହାନ୍ତି ସେପରି ହୁଏନି, ବରଂ ଆପଣଙ୍କୁ ନିଜ ପରିବାରର ଇଚ୍ଛା ଅନୁସାରେ କରିବାକୁ ପଡ଼ିପାରେ । ଏପରି ସମୟରେ ଯଦି ଆପଣ ଖୁସିର ସହ ସେମାନେ ଯାହା ଚାହାନ୍ତି ସେପରି କରିବେ, ତେବେ ଏଥିରୁ ବହୁତ ଲାଭ ହେବ । (ଫିଲିପ୍ ୨:୩, ୪) ଆପଣଙ୍କ ପରିବାର ସାଙ୍ଗରେ ଥିବା ବେଳେ କିପରି ସମସ୍ତେ ଭଲରେ କଥାବାର୍ତ୍ତା ହୋଇପାରିବେ ?—ଏଫି ୫:୧୫, ୧୬.
ପରିବାରରେ ଶାନ୍ତି ପାଇବା ପାଇଁ ନକ୍ସା ଅନୁସାରେ ଚାଲନ୍ତୁ—ଖୋଲିକି କଥାବାର୍ତ୍ତା ହୁଅନ୍ତୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ଯଦି ଆମେ ଫୋନ୍ କିମ୍ବା ଅନ୍ୟ ଉପକରଣରେ ଲାଗି ରହିବା, ତାହେଲେ ଏହାର କʼଣ ପ୍ରଭାବ ପଡ଼ିପାରେ ?
ଏହି ଭିଡିଓରୁ ଆପଣ ଭଲ କଥାବାର୍ତ୍ତା ହେବା ବିଷୟରେ କʼଣ ଶିଖିଲେ ?
ଧ୍ୟାନର ସହ ଶୁଣନ୍ତୁ । (ଯାକୁ ୧:୧୯) ଯେବେ ବାପାମାଆମାନେ ନିଜ ପିଲାମାନଙ୍କୁ ଭୁଲ ବୁଝିବେ ନାହିଁ ଓ ତାଙ୍କ ଉପରେ ରାଗିବେ ନାହିଁ, ତେବେ ଯାଇ ପିଲାମାନେ ନିଜ ମନକଥା ଖୋଲିକି କହିପାରିବେ । ସେଥିପାଇଁ ଯେବେ ଆପଣଙ୍କ ପିଲା ଆପଣଙ୍କୁ କିଛି ଏପରି କଥା କହେ ଯାହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗେ, ତେବେ ମଧ୍ୟ ତାʼ ଉପରେ ରାଗନ୍ତୁ ନାହିଁ । (ହିତୋ ୧୭:୨୭) ଏହା ପରିବର୍ତ୍ତେ ଆପଣ ତାʼକଥା ଧ୍ୟାନର ସହ ଶୁଣନ୍ତୁ ଓ ତାʼ ଚିନ୍ତାଧାରା ଏବଂ ଭାବନା ବୁଝିବା ପାଇଁ ଚେଷ୍ଟା କରନ୍ତୁ । ତାହେଲେ ଆପଣଙ୍କ ପିଲା ବୁଝିପାରିବ ଯେ ଆପଣ ତାକୁ ପ୍ରେମ କରନ୍ତି ଓ ଆପଣ ତାକୁ ସାହାଯ୍ୟ କରିପାରିବେ ।
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୬ ଅଧ୍ୟୟନ ଲେଖା ୨୫ ¶୧-୧୦