ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ମାର୍ଚ୍ଚ ପୃଷ୍ଠା ୧୪-୧୫
  • ୨୮ ଏପ୍ରିଲ୍‌–୪ ମେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୮ ଏପ୍ରିଲ୍‌–୪ ମେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ମାର୍ଚ୍ଚ ପୃଷ୍ଠା ୧୪-୧୫

୨୮ ଏପ୍ରିଲ୍‌–୪ ମେ

ହିତୋପଦେଶ ୧୧

ଗୀତ ୯୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଏପରି କିଛି କହନ୍ତୁ ନାହିଁ

(୧୦ ମି.)

ନିଜ ‘ପ୍ରତିବାସୀ’ ବିଷୟରେ ଏପରି କିଛି କହନ୍ତୁ ନାହିଁ, ଯାହା ତାଙ୍କୁ ଖରାପ ଲାଗିବ (ହିତୋ ୧୧:୯; ପ୍ର୦୨-ହି ୫/୧୫ ପୃ ୨୬ ¶୪)

ଏକତା ଭାଙ୍ଗିବା ଭଳି କଥା କହନ୍ତୁ ନାହିଁ (ହିତୋ ୧୧:୧୧; ପ୍ର୦୨-ହି ୫/୧୫ ପୃ ୨୭ ¶୨-୩)

ଗୁପ୍ତ କଥା ଅନ୍ୟମାନଙ୍କୁ କହନ୍ତୁ ନାହିଁ (ହିତୋ ୧୧:୧୨, ୧୩; ପ୍ର୦୨-ହି ୫/୧୫ ପୃ ୨୭ ¶୫)

ରାଜ୍ୟଘରେ ଦୁଇଜଣ ଭାଇ କଥା ହେଉଛନ୍ତି । ଜଣେ ଭାଇ ତାଙ୍କ ଆଡ଼କୁ ଆସୁଥିବା ଭାଇଙ୍କ ବିଷୟରେ ଓଲଟା ସିଧା କଥା କହୁଛନ୍ତି ।

ଚିନ୍ତନ ପାଇଁ: ଲୂକ ୬:୪୫ ପଦରେ ଯୀଶୁ ଯାହା କହିଲେ, ତାହାକୁ ଧ୍ୟାନରେ ରଖିଲେ ଆମେ କିପରି କଷ୍ଟ ପହଞ୍ଚାଇଲା ଭଳି କଥା କହିବାରୁ ନିଜକୁ ରୋକିପାରିବା ?

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୧୧:୧୭—ଦୟା ଦେଖାଇବା ଯୋଗୁଁ ଆମକୁ କିପରି ଲାଭ ହୁଏ ? (ସଜା୨୦.୦୧-ହି ପୃ ୧୧, ବକ୍ସ)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୧୧:୧-୨୦ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସଠିକ୍‌ ସମୟ ଦେଖି ବ୍ୟକ୍ତି ଜଣକୁ କହନ୍ତୁ ଯେ ଆପଣ କିଛି ଦିନ ପୂର୍ବରୁ ହୋଇଥିବା ସଭାରୁ କʼଣ ଶିଖିଲେ ? (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଶିକ୍ଷା ଉପକରଣ ବକ୍ସରୁ ଗୋଟିଏ ଭିଡିଓ ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)

୬. ବାଇବଲ ଅଧ୍ୟୟନ ସମୟରେ

(୪ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ବ୍ୟକ୍ତିକୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ଆଉ ତାʼପରେ ଏହା କିପରି ହୁଏ ସେବିଷୟରେ କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧୦ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୫୭

୭. ଶାନ୍ତି ଭଙ୍ଗ କଲା ଭଳି କଥା କହନ୍ତୁ ନାହିଁ

(୧୫ ମି.) ଆଲୋଚନା ।

ଆମେ ସମସ୍ତେ ଅପରିପୂର୍ଣ୍ଣ ହେବା ଯୋଗୁଁ ଅନେକ ଥର କଷ୍ଟ ପହଞ୍ଚାଇଲା ଭଳି କଥା କହିଦେଉ । (ଯାକୁ ୩:୮) ଯଦି ଆମେ ଭାବିଚିନ୍ତି କଥା ହେବା, ତାହେଲେ ଆମେ ଏପରି କିଛି କହିବା ନାହିଁ ଯାହାଦ୍ୱାରା ଆଗକୁ ଯାଇ ଆମକୁ ଅବଶୋଷ ହେବ । ଏପରି କେଉଁ କଥାଗୁଡ଼ିକ ଅଛି ଯାହାଦ୍ୱାରା ମଣ୍ଡଳୀର ଶାନ୍ତି ଭଙ୍ଗ ହୋଇପାରେ ?

  • ନିଜର ପ୍ରଶଂସା କରିବା । ଯେବେ କେହି ନିଜର ପ୍ରଶଂସା କରନ୍ତି, ତେବେ ଏଥିରୁ ଅନ୍ୟମାନଙ୍କ ଭିତରେ ପ୍ରତିଯୋଗିତା କରିବା ଓ ଈର୍ଷାର ଭାବନା ଆସିପାରେ ।—ହିତୋ ୨୭:୨.

  • ମିଛ କହିବା । ଏଥିରେ ସିଧାସଳଖ ମିଛ କହିବା ସହିତ ଜାଣିଶୁଣି ସତ ଲୁଚାଇବା ଓ କୌଣସି କଥାକୁ ବୁଲାଇ ବଙ୍କେଇ କହିବା ବି ସାମିଲ୍‌ ଅଛି । ମିଛ ଛୋଟ ହୋଇଥିଲେ ବି କାହାରି ଭରସା ଭାଙ୍ଗିପାରେ ଓ କାହାରି ନାମ ଖରାପ ହୋଇପାରେ ।—ଉପ ୧୦:୧.

  • କ୍ଷତି ପହଞ୍ଚାଉଥିବା ଗପସପ । ଏଥିରେ କୌଣସି ବ୍ୟକ୍ତିର ବ୍ୟକ୍ତିଗତ ମାମଲାଗୁଡ଼ିକ ବିଷୟରେ କଥା ହେବା କିମ୍ବା ତାʼ ବିଷୟରେ ଏପରି ବେକାର କଥାଗୁଡ଼ିକ କହିବା ବି ସାମିଲ୍‌, ଯାହା ସତ ନୁହେଁ । (୧ତୀମ ୫:୧୩) ଏଥିରୁ ଝଗଡ଼ା ହୋଇପାରେ ଓ ଏକତା ଭାଙ୍ଗିପାରେ ।

  • କ୍ରୋଧରେ ଆସି କହିବା । ଯେବେ ଆମେ କାହାରିକୁ ରାଗିଯାଉ, ତେବେ ନିଜ ଉପରେ କାବୁ ନ କରି କିଛି ବି କହିଦେଉ । (ଏଫି ୪:୨୬) ଏଥିରୁ ବ୍ୟକ୍ତି ଜଣକୁ କଷ୍ଟ ପହଞ୍ଚିପାରେ ।—ହିତୋ ୨୯:୨୨.

“ଅଶାନ୍ତି ସୃଷ୍ଟି କରୁଥିବା କଥାଗୁଡ଼ିକୁ ନିଜଠାରୁ ଦୂର କରନ୍ତୁ​—ଉଦ୍ଧୃତାଂଶ” ଭିଡିଓର ଦୃଶ୍ୟ । ୧. ଲିଲି ଓ ସୁଜନ ଗୋଟିଏ କଫି ସପ୍‌ରେ ବସିଛନ୍ତି । ସୁଜନ ଫୋନ୍‌ରେ ଜୁଲିର ସୋସିଆଲ୍‌ ମିଡିଆ ପୋଷ୍ଟ ଦେଖୁଛନ୍ତି । ୨. ରାଜ୍ୟଘରର ପାର୍କିଂରେ ଜୁଲି, ସୁଜନଙ୍କ ସହିତ ରାଗିକି କଥା ହୁଅନ୍ତି ।

ଅଶାନ୍ତି ସୃଷ୍ଟି କରୁଥିବା କଥାଗୁଡ଼ିକୁ ନିଜଠାରୁ ଦୂର କରନ୍ତୁ—ଉଦ୍ଧୃତାଂଶ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆମ କଥାବାର୍ତ୍ତାରୁ କିପରି ମଣ୍ଡଳୀର ଶାନ୍ତି ଭାଙ୍ଗିପାରେ ?

ମଣ୍ଡଳୀରେ କିପରି ପୁଣିଥରେ ଶାନ୍ତି ବଜାୟ ରହିଲା, ଏହା ଜାଣିବା ପାଇଁ “ଶାନ୍ତି ଅନ୍ୱଷେଣ କରି ସେଥିର ଅନୁଗାମୀ ହେଉ—କିପରି ?” ଭିଡିଓ ଦେଖନ୍ତୁ ।

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୫ ଅଧ୍ୟୟନ ଲେଖା ୨୨ ¶୧-୭

ଶେଷ ଟିପ୍ପଣୀ (୩ ମି.) | ୨୦୨୫ ଅଧିବେଶନର ନୂଆ ଗୀତ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ