ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ଜାନୁୟାରୀ ପୃଷ୍ଠା ୧୪-୧୫
  • ୨୪ ଫେବୃୟାରୀ–୨ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୪ ଫେବୃୟାରୀ–୨ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ଜାନୁୟାରୀ ପୃଷ୍ଠା ୧୪-୧୫

୨୪ ଫେବୃୟାରୀ–୨ ମାର୍ଚ୍ଚ

ହିତୋପଦେଶ ୨

ଗୀତ ୩୫ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଆମକୁ କାହିଁକି ଧ୍ୟାନ ଦେଇ ବ୍ୟକ୍ତିଗତ ଅଧ୍ୟୟନ କରିବା ଉଚିତ୍‌ ?

(୧୦ ମି.)

ଏପରି କରି ଆମେ ଦେଖାଇପାରିବା ଯେ ଆମେ ସତ୍ୟକୁ ବହୁମୂଲ୍ୟ ଭାବୁ (ହିତୋ ୨:୩, ୪; ପ୍ର୨୨.୦୮ ପୃ ୧୯ ¶୧୬)

ଆମେ ସଠିକ୍‌ ନିଷ୍ପତ୍ତି ନେଇପାରିବା (ହିତୋ ୨:୫-୭; ପ୍ର୨୨.୧୦ ପୃ ୧୯ ¶୩-୪)

ଆମର ବିଶ୍ୱାସ ଦୃଢ଼ ହେବ (ହିତୋ ୨:୧୧, ୧୨; ପ୍ର୧୬.୦୯-ହି ପୃ ୨୩-୨୪ ¶୨-୩)

ଜଣେ ଇସ୍ରାଏଲୀୟ ଗୁମ୍ଫା ଭିତରେ କଦାଳରୁ ଖୋଳୁଛନ୍ତି ।

ନିଜକୁ ପଚାରନ୍ତୁ: ‘ମୁଁ କିପରି ଆହୁରି ଭଲଭାବେ ଓ ଲଗାତାର ବ୍ୟକ୍ତିଗତ ଅଧ୍ୟୟନ କରିପାରିବି ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୨:୭—ଯିହୋବା କିପରି “ସରଳାଚାରୀମାନଙ୍କର ଢାଲ ସ୍ୱରୂପ ଅଟନ୍ତି ?” (ଇନସାଇଟ୍‌-୧ ପୃ ୧୨୧୧ ¶୪)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୨:୧-୨୨ (ଶିଖାଇବା ଅଧ୍ୟୟନ ୧୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ କହନ୍ତୁ ଯେ ସେ jw.org ୱେବସାଇଟ୍‌ରେ ଦମ୍ପତିମାନଙ୍କ ପାଇଁ ଯେଉଁ ବଢ଼ିଆ ତଥ୍ୟ ଦିଆଯାଇଛି, ତାହାକୁ କିପରି ଖୋଜିପାରିବେ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୩)

୫. ପୁଣିଥରେ ଭେଟିବା ସମୟରେ

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଗତଥର ବ୍ୟକ୍ତି ଜଣକ ଯେଉଁ ବିଷୟରେ ଆଗ୍ରହ ଦେଖାଇଥିଲେ, ସେହି ବିଷୟ ଆଧାରିତ ତାଙ୍କୁ ଗୋଟିଏ ପତ୍ରିକା ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୬. ଭାଷଣ

(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୮—ବିଷୟ: ସ୍ୱାମୀ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱସ୍ତ ରହିବା ଉଚିତ୍‌ । (ଶିଖାଇବା ଅଧ୍ୟୟନ ୧୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୯୬

୭. ପିଲାମାନେ, କʼଣ ତମେ ବହୁମୂଲ୍ୟ ରତ୍ନକୁ ଖୋଜିବା ପାଇଁ ଚାହଁ ?

(୧୫ ମି.) ଆଲୋଚନା ।

ଯିହୋବାଙ୍କୁ ଜାଣିବା, ଦୁନିଆର ବହୁମୂଲ୍ୟ ରତ୍ନ ଅଟେ । ଏହି ରତ୍ନ ଆମକୁ ବାଇବଲରୁ ମିଳେ । (ହିତୋ ୨:୪, ୫) ତେଣୁ ପିଲାମାନେ, ଏହାକୁ ଖୋଜିବା ପାଇଁ ତମକୁ ଲଗାତାର ବାଇବଲ ପଢ଼ିବାକୁ ପଡ଼ିବ ଏବଂ ତମେ ଯାହା ପଢ଼ୁଛ, ସେବିଷୟରେ ଅନୁସନ୍ଧାନ କରିବାକୁ ପଡ଼ିବ । ଏପରି କଲେ ତମେ ବହୁତ କିଛି ଶିଖିପାରିବ ଏବଂ ତମକୁ ମଜା ବି ଲାଗିବ ।

  • ଯେବେ ତମେ ବାଇବଲ ପଢ଼, ତେବେ ତମେ ନିଜକୁ କେଉଁ ପ୍ରଶ୍ନ ପଚାରିପାରିବ ? (ପ୍ର୨୪.୦୨ ପୃ ୩୨ ¶୨-୩)

  • ପ୍ରଶ୍ନଗୁଡ଼ିକର ଉତ୍ତର ତମେ କେଉଁଠି ଖୋଜିପାରିବ ?

ଜଣେ ପିଲା ଅନୁସନ୍ଧାନକାରୀମାନଙ୍କ ଭଳି କପଡ଼ା ପିନ୍ଧି ଆଗ୍ରହର ସହ ବହୁମୂଲ୍ୟ ରତ୍ନ ଥିବା ଗୋଟିଏ ବାକ୍ସ ଖୋଲୁଛି ।

ଯିହୋବାଙ୍କ ସାଙ୍ଗମାନଙ୍କଠାରୁ ଶିଖ ଭାଗରେ ଦିଆଯାଇଥିବା ଭିଡିଓରୁ ତମେ ଏହା ଜାଣିପାରିବ ଯେ ତମେ ବାଇବଲରେ ଯାହା ବି ପଢ଼, ତାʼ ଉପରେ କିପରି ଚିନ୍ତନ କରିପାରିବ ।

ଜଣେ ଯୁବା ଭାଇ ବ୍ୟକ୍ତିଗତ ବାଇବଲ ଅଧ୍ୟୟନ କରୁଛନ୍ତି । ତାଙ୍କ ଟେବୁଲରେ “ୱାଜ୍‌ ଲାଇଫ୍‌ କ୍ରିଏଟେଡ୍‌” ପୁସ୍ତିକା ଅଛି ।

ଯିହୋବାଙ୍କ ସାଙ୍ଗମାନଙ୍କଠାରୁ ଶିଖ—ହେବଲ ଭିଡିଓ ଦେଖାନ୍ତୁ ।

ଆଦି ପୁସ୍ତକ ୪:୨-୪ ଏବଂ ଏବ୍ରୀ ୧୧:୪ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ହେବଲ କିପରି ଦେଖାଇଲେ ଯେ ସେ ଯିହୋବାଙ୍କ ସାଙ୍ଗ ଅଟନ୍ତି ?

  • ଯିହୋବାଙ୍କ ଉପରେ ନିଜ ବିଶ୍ୱାସ ବଢ଼ାଇବା ପାଇଁ ହେବଲ କʼଣ କଲେ ?

  • ଯିହୋବାଙ୍କ ଉପରେ ନିଜ ବିଶ୍ୱାସ ବଢ଼ାଇବା ପାଇଁ ତମେ କʼଣ କରିପାରିବ ?

ପରାମର୍ଶ

ଯେବେ ତମେ ବାଇବଲରେ କୌଣସି ବ୍ୟକ୍ତି, ଜାଗା କିମ୍ବା ଜିନିଷ ବିଷୟରେ ପଢ଼, ତେବେ ସେବିଷୟରେ ଅନୁସନ୍ଧାନ କର । ହୁଏତ ତମକୁ ସେବିଷୟରେ ଜଣା ଥିବ, ତଥାପି ଅନୁସନ୍ଧାନ କର । ଏପରି କଲେ ତମକୁ ଅଧ୍ୟୟନ କରିବା ପାଇଁ ମଜା ଲାଗିବ ।

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୪ ଅଧ୍ୟୟନ ଲେଖା ୧୮ ¶୧୨-୧୯

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୦୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ