ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ମେ ପୃଷ୍ଠା ୨-୩
  • ୬-୧୨ ମେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୬-୧୨ ମେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ମେ ପୃଷ୍ଠା ୨-୩

୬-୧୨ ମେ

ଗୀତସଂହିତା ୩୬–୩୭

ଗୀତ ୮୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. “ଦୁଷ୍କର୍ମକାରୀମାନଙ୍କ ସକାଶୁ ଆପଣାକୁ ବିରକ୍ତ କର ନାହିଁ ”

(୧୦ ମି.)

ଦୁଷ୍କର୍ମକାରୀମାନଙ୍କ କାମ ଯୋଗୁଁ ଆମକୁ ବହୁତ ଦୁଃଖ ଓ କଷ୍ଟ ପହଞ୍ଚେ (ଗୀତ ୩୬:୧-୪; ପ୍ର୧୭.୦୪-ହି ପୃ ୧୦ ¶୪)

ଯଦି ଆମେ “ଦୁଷ୍କର୍ମକାରୀମାନଙ୍କ” ଯୋଗୁଁ ବିରକ୍ତ ହେବା, ତାହେଲେ ଆମର ହିଁ କ୍ଷତି ହେବ (ଗୀତ ୩୭:୧, ୭, ୮; ପ୍ର୨୨.୦୬ ପୃ ୧୦ ¶୧୦)

ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ଭରସା କରିବା ଯୋଗୁଁ ଆମକୁ ଶାନ୍ତି ମିଳିପାରିବ (ଗୀତ ୩୭:୧୦, ୧୧; ପ୍ର୦୩-ହି ୧୨/୧ ପୃ ୧୪ ¶୨୦)

ଜଣେ ଭଉଣୀ ଫୋନରେ ଅଲଗା ଅଲଗା ଖବର ଓ ଚିତ୍ର ଦେଖି ଚିନ୍ତିତ ଅଛନ୍ତି । ଯେପରି, ବିରୋଧ କରିବା ଲୋକ ରାଗରେ ଅଛନ୍ତି, ଜଣେ ପୋଲିସ ଲାଞ୍ଚ ନେଉଛି, ସୈନିକମାନେ ବନ୍ଧୁକ ଚଳାଉଛନ୍ତି, ଜଣେ ଲୋକ ବନ୍ଧୁକ ଧରି ପାର୍କିଙ୍ଗ ଜାଗାରେ ଅଛି, କିଛି ଲୋକ ଅନ୍ୟମାନଙ୍କ ଜିନିଷ ଲୁଟି ନେଉଛନ୍ତି, ଦଙ୍ଗା ହେଉଛି ଓ ଗୋଟିଏ ଗାଡ଼ିର ଆକ୍ସିଡେଣ୍ଟ ହେଇଛି ଆଉ ସେଠାରେ ଆମ୍ବୁଲାନ୍ସ ଓ କିଛି ପୋଲିସ ଆସିଛନ୍ତି ।

ନିଜକୁ ପଚାରନ୍ତୁ: ‘କʼଣ ମୁଁ ହଣାକଟା ଓ ଖରାପ କାମଗୁଡ଼ିକ ବିଷୟରେ ଦିଆଯାଇଥିବା ଖବରଗୁଡ଼ିକ ଉପରେ ଅତ୍ୟଧିକ ଧ୍ୟାନ ଦିଏ ? କʼଣ ଏହାର ମୋ ଉପରେ ପ୍ରଭାବ ତ ପଡ଼ୁନି ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୩୬:୬—ଯିହୋବାଙ୍କ ଧର୍ମ ବଡ଼ ବଡ଼ “ପର୍ବତଗଣ” ତୁଲ୍ୟ, ଏହାର ଅର୍ଥ କʼଣ ହୋଇପାରେ ? (ଇନସାଇଟ୍‌-୨ ପୃ ୪୪୫)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୩୭:୧-୨୬ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଜଣେ ବ୍ୟକ୍ତି ପୂର୍ବେ ବାଇବଲ ଅଧ୍ୟୟନ କରିବାରୁ ମନା କରିଦେଇ ଥିଲେ । ତାଙ୍କୁ ପଚାରନ୍ତୁ ଯେ କʼଣ ଏବେ ସେ ବାଇବଲ ଅଧ୍ୟୟନ କରିବାକୁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୪)

୬. ଭାଷଣ

(୫ ମି.) ପ୍ର୧୪-ହି ୯/୧୫ ପୃ ୨୨—ବିଷୟ: କʼଣ ଯିହୋବା ଖ୍ରୀଷ୍ଟିୟାନମାନଙ୍କୁ କେବେ ବି ଖାଇବାର ଅଭାବ ହେବା ପାଇଁ ଦେବେନି ? (ଗୀତ ୩୭:୨୫) (ଶିଖାଇବା ଅଧ୍ୟୟନ ୧୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୩୩

୭. କʼଣ ଆପଣ ‘ସଙ୍କଟ ସମୟର’ ସାମନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ?

(୧୫ ମି.) ଆଲୋଚନା ।

ଆଜି ଚାରିଆଡ଼େ ଆମକୁ ପ୍ରାକୃତିକ ବିପତ୍ତି ଓ ମଣିଷମାନଙ୍କ ଦ୍ୱାରା ଆସୁଥିବା ବିପତ୍ତିଗୁଡ଼ିକର ସାମନା କରିବାକୁ ପଡ଼େ । ତାʼଯୋଗୁଁ ସାରା ଦୁନିଆରେ ଆମ ଭାଇଭଉଣୀ ନିଜ ସମ୍ପତ୍ତିଗୁଡ଼ିକୁ ହରାଉଛନ୍ତି, ତାʼସହ ନିଜ ପ୍ରିୟଜନଙ୍କୁ ମଧ୍ୟ ମୃତ୍ୟୁରେ ହରାଉଛନ୍ତି । ଏପରି “ସଙ୍କଟ ସମୟ” ଆମ ଉପରେ ବି ଆସିପାରେ । (ଗୀତ ୯:୯, ୧୦) ତେଣୁ ଏହାର ସାମନା କରିବା ପାଇଁ ଆମକୁ ଆଗରୁ ପ୍ରସ୍ତୁତ ରହିବା ଉଚିତ୍‌ ।

ବ୍ୟବହାରିକ ପଦକ୍ଷେପ ନେବାa ଛଡ଼ା ଆମେ ଆହୁରି କʼଣ କରିପାରିବା ?

  • ନିଜ ମନକୁ ପ୍ରସ୍ତୁତ କରନ୍ତୁ: ଏହା ସ୍ୱୀକାର କରନ୍ତୁ ଯେ ବିପତ୍ତିଗୁଡ଼ିକ ଆସେ । ତାʼପରେ ଭାବନ୍ତୁ ଯେ କୌଣସି ବିପତ୍ତି ଆସିଲେ ଆପଣ କʼଣ କରିବେ । ନିଜ ଜିନିଷ କିମ୍ବା ସମ୍ପତ୍ତିଗୁଡ଼ିକୁ ଅତ୍ୟଧିକ ପ୍ରେମ କରନ୍ତୁ ନାହିଁ । ତେବେ ଯାଇ ଆପଣ ବିପତ୍ତି ସମୟରେ ବୁଝିବିଚାରି କାମ କରିପାରିବେ । ନିଜ ଜିନିଷଗୁଡ଼ିକୁ ରକ୍ଷା କରିବା ପରିବର୍ତ୍ତେ ଆପଣ ନିଜ ଏବଂ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ବିଷୟରେ ଭାବିବେ । (ଆଦି ୧୯:୧୬; ଗୀତ ୩୬:୯) ଏପରିକି ଜିନିଷଗୁଡ଼ିକ ହରାଇବା ପରେ ବି ଆପଣଙ୍କୁ ଅତ୍ୟଧିକ ଦୁଃଖ ଲାଗିବନି ।—ଗୀତ ୩୭:୧୯.

  • ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରନ୍ତୁ: ନିଜକୁ ଭରସା କରାନ୍ତୁ ଯେ ଯିହୋବା ଆପଣଙ୍କ ଯତ୍ନ ନେଇପାରିବେ ଏବଂ ସେ ଏପରି କରିବା ପାଇଁ ବି ଚାହାନ୍ତି । (ଗୀତ ୩୭:୧୮) ପ୍ରତିଦିନ ନିଜକୁ ମନେପକାନ୍ତୁ ଯେ ଯଦିଓ ଆମେ ନିଜର ସବୁକିଛି ହରାଇଦେଉ ଏବଂ କେବଳ ଆମର “ପ୍ରାଣ” ରକ୍ଷା ହୁଏ, ତେବେ ବି ଯିହୋବା ଆମ ସହଯୋଗ କରିବା ଛାଡ଼ିବେନି । ସେ ଆମକୁ ଲଗାତାର ରାସ୍ତା ଦେଖାଉଥିବେ ।—ଯିରି ୪୫:୫; ଗୀତ ୩୭:୨୩, ୨୪.

ଯେବେ ଆମକୁ ଭରସା ହେବ ଯେ ଯିହୋବା ନିଜର ସବୁ ପ୍ରତିଜ୍ଞା ପୂରା କରିବେ, ତେବେ ଆମେ ଯିହୋବାଙ୍କୁ ‘ସଙ୍କଟ ସମୟରେ ନିଜର ଦୃଢ଼ ଦୁର୍ଗ’ ଭାବିବା ।—ଗୀତ ୩୭:୩୯.

ଚିତ୍ରଗୁଡ଼ିକ: “କʼଣ ଆପଣ ବିପତ୍ତିର ସାମନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ?” ଭିଡିଓର ଦୃଶ୍ୟ । ୧. ଜଣେ ଭାଇ ବାଇବଲ ପଢ଼ୁଛନ୍ତି । ୨. ବାତ୍ୟାର ଲହରୀ । ୩. ଝଡ଼ ତୋଫାନର କଳାମେଘ । ୪. ବନ୍ୟା ଆସିଛି ଓ ଲୋକମାନେ ନିଜ ଜିନିଷ ନେଇ ଯାଉଛନ୍ତି ।

କʼଣ ଆପଣ ବିପତ୍ତିର ସାମନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ? ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ବିପତ୍ତି ସମୟରେ ଯିହୋବା କିପରି ଆମର ସାହାଯ୍ୟ କରିପାରିବେ ?

  • ବିପତ୍ତିର ସାମନା କରିବା ପାଇଁ ଆମେ କେଉଁ ବ୍ୟବହାରିକ ପଦକ୍ଷେପ ନେଇପାରିବା ?

  • ବିପତ୍ତିର ସାମନା କରୁଥିବା ଭାଇଭଉଣୀଙ୍କୁ ଆମେ କିପରି ସାହାଯ୍ୟ କରିପାରିବା ?

ଲକ୍ଷ୍ୟ

  • ଯେବେ ଆପଣ ବାଇବଲ ପଢ଼ନ୍ତି ଓ ତାʼର ଅଧ୍ୟୟନ କରନ୍ତି, ତେବେ ଏପରି ପଦଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ଯେଉଁଥିରୁ ଆପଣଙ୍କୁ ଏବଂ ଅନ୍ୟମାନଙ୍କୁ ସାନ୍ତ୍ୱନା ମିଳିପାରିବ । ଆପଣ ଏହି ପଦଗୁଡ଼ିକର JW ଲାଇବ୍ରେରୀ ଆପ୍‌ରେ ଗୋଟିଏ ଟ୍ୟାଗ୍‌ ତିଆରି କରିପାରିବେ । ଏପରି ପଦଗୁଡ଼ିକର ଗୋଟିଏ ସୂଚୀ jw.org ୱେବସାଇଟ୍‌ରେ “ଜବ୍‌ କୋଇ ବିପତ୍ତି ଟୁଟ୍‌ ପଡ଼େ” ଲେଖାରେ ଦିଆଯାଇଛି ।

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୧-ହି ଅଧ୍ୟୟନ ଲେଖା ୪୬ ¶୧-୭

ଶେଷ ଟିପ୍ପଣୀ (୩ ମି.) | ଗୀତ ୫୭ ଏବଂ ପ୍ରାର୍ଥନା

a ସଜା-ହି ସଂଖ୍ୟା ୫ ୨୦୧୭, ପୃ ୪-୬ ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ